Categories: ଖେଳ

ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟ: ସାତ୍ତ୍ୱିକ-ଚିରାଗ ସେମିରେ

ଶେନଝେନ୍‌,୨୫ା୧୧: ଏସିଆନ ଗେମ୍ସ ଚାମ୍ପିୟନ ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ଚାଇନା ମାଷ୍ଟର୍ସ ସୁପର ୭୫୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ପୁରୁଷ ଡବଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଟପ୍‌ ସିଡ୍‌ ଭାରତୀୟ ଯୋଡ଼ି ଆକ୍ରମଣାତ୍ମକ ଖେଳି ବିଶ୍ୱର ୧୩ ନମ୍ବର ଇଣ୍ଡୋନେସିଆନ କମ୍ବିନେଶନ ଲିଓ ରୋଲି କାର୍ନାଣ୍ଡୋ ଓ ଡାନିଲ ମାର୍ଥିନଙ୍କୁ ୨୧-୧୬, ୨୧-୧୪ରେ ହରାଇ ଦେଇଥିଲେ।

ଚଳିତବର୍ଷ ଇଣ୍ଡୋନେସିଆ ସୁପର ୧୦୦୦, କୋରିଆ ସୁପର ୫୦୦ ଓ ସୁଇସ୍‌ ସୁପର ୩୦୦ ଜିତିଥିବା ସାତ୍ତ୍ୱିକ ଓ ଚିରାଗ ଚାଇନିଜ ଯୋଡ଼ି ହି ଜି ଟିଙ୍ଗ୍‌ ଓ ରେନ୍‌ ଜିଆଙ୍ଗ ୟୁ ଏବଂ ୮ମ ସିଡ୍‌ ଲିଉ ୟୁ ଚେନ୍‌ ଓ ଓଉ ଜୁଆନ ୟିଙ୍କ ମଧ୍ୟରେ ଖେଳାଯିବାକୁଥିବା ମ୍ୟାଚର ବିଜେତାଙ୍କୁ ଭେଟିବେ। ଅନ୍ୟପକ୍ଷରେ ଭାରତର ଏଚ୍‌.ଏସ୍‌ ପ୍ରଣୟ ତାଙ୍କ ମ୍ୟାଚ ହାରିଯାଇଛନ୍ତି। ତାଙ୍କୁ ଜାପାନର ବିଶ୍ୱ ଚାମ୍ପିୟନଶିପ୍‌ ରୌପ୍ୟ ବିଜେତା କୋଡାଇ ନାରାଓକା ୨୧-୯, ୨୧-୧୪ରେ ହରାଇ ଦେଇଛନ୍ତି।

Share