Posted inଫୁରସତ

ସେବାରୁ ମିଳୁଛି ସନ୍ତୋଷ: ସୁରେନ୍ଦ୍ରନାଥ

ସରକାରୀ ଚାକିରିପ୍ରତି ମନ ନ ବଳାଇ ଜଣେ ଚିକିତ୍ସକଭାବେ ରୋଗୀଙ୍କୁ ଚିକିତ୍ସା କରିବା ସହିତ ସମାଜସଂସ୍କାର କାଯର୍‌ୟରେ ସର୍ବଦା ସେ ନିୟୋଜିତ ରହିଥାନ୍ତି। କେବଳ ସେ ଜଣେ ଚିକିତ୍ସକ ନୁହନ୍ତି ବରଂ ଏକାଧାରରେ ଜଣେ ନାଟ୍ୟକାର, ଗାୟକ, ଶିକ୍ଷାବିତ୍‌ ଓ ସମାଜସେବୀ। ଏଥିପାଇଁ ତାଙ୍କୁ ବିଭିନ୍ନ ଅନୁଷ୍ଠାନରୁ ମିଳିଛି ବହୁ ସମ୍ମାନ ଓ ପୁରସ୍କାର। ସେ ହେଲେ ଡାକ୍ତର ସୁରେନ୍ଦ୍ରନାଥ ଦାସ। ଜନ୍ମ ୧୭ା୧୧ା୧୯୫୨ରେ। ପିତା -ଲକ୍ଷ୍ମୀଧର ଦାସ, ମାତା ଶଶିରେଖା। ଘର ଖୋର୍ଦ୍ଧା ଜିଲାର ବାଣପୁର ବ୍ଲକ ଆୟତପୁର ପଞ୍ଚାୟତ ଅଧୀନ ତୋଟା ଗ୍ରାମରେ। ସେ କୁହନ୍ତି, ମା’ ବାପାଙ୍କର ମୁଁ ସାନପୁଅ। ମୋର ପ୍ରାଥମିକ ପାଠପଢା ଗାଁ ସ୍କୁଲରେ ହୋଇଥିଲା। ସମୟକ୍ରମେ ଗମ୍ଭାରିମୁଣ୍ଡା ୟୁପି ସ୍କୁଲ ଏବଂ ପତିତପାବନ ବାଣୀମନ୍ଦିର ଗମ୍ଭାରୀମୁଣ୍ଡାରେ ଏକାଦଶ ଏବଂ ବାଣପୁର ଗୋଦାବରୀଶ ମହାବିଦ୍ୟାଳୟରେ +୨ବିଜ୍ଞାନ ପଢାସାରି ବ୍ରହ୍ମପୁର କୃଷ୍ଣଚନ୍ଦ୍ର ଭେଷଜ ମହାବିଦ୍ୟାଳୟରେ ଏମ୍‌ବିବିଏସ୍‌ ପଢ଼ିଲି । ୧୯୭୬ ମସିହାରେ ଏମ୍‌ବିବିଏସ୍‌ ଶିକ୍ଷାରେ ଡିଗ୍ରୀ ହାସଲ କରିଥିଲି। କୋଲକାତାରେ ଏମ୍‌ଡି କଲି। ପିଏଚ.ଡି ଆଇ.ବି.ଏ.ଏମ୍‌ ଓପନ ଇଣ୍ଟରନ୍ୟାଶନାଲ ୟୁନିଭର୍ସିଟିରେ। ଡିଏସ୍‌ସି, ଏବଂ ପିଏଚ.ଡ଼ି ହନରାରି ସେର୍ବୋଗା ୟୁନିଭର୍ସିଟି ଇଟାଲି । କିନ୍ତୁ ବଡ଼ଭାଇ ସୈନ୍ୟ ବାହିନୀରେ ନିଯୁକ୍ତି ପାଇଥିବାରୁ ବାପାମାଆ ଚାହୁଁଥିଲେ ମୁଁ ବି ଦେଶ ପାଇଁ କିଛି କରେ। ସେତେବେଳେ ବାଣପୁର ଅଞ୍ଚଳର କେତେକ ଗାଁରେ ଜ୍ୱର, ଝାଡ଼ା, ବାନ୍ତି ଅନେକ ସମୟରେ ଲାଗି ରହୁଥିଲା। ସେମାନଙ୍କ ଚିକିତ୍ସା ନିମନ୍ତେ କିଛି କରିବାର ଚିନ୍ତା ମନକୁ ଘାରିଲା। ଫଳରେ ତୋଟା ଗ୍ରାମ ନିକଟସ୍ଥ ଗମ୍ଭାରିମୁଣ୍ଡାଠାରେ ଏକ କ୍ଲିନିକ ଖୋଲି ନିଃଶୁଳ୍କରେ ରୋଗୀଙ୍କ ଚିକିତ୍ସା ଆରମ୍ଭ କରିଥିଲି। ମୋ ଚିକିତ୍ସାରେ ରୋଗୀମାନେ ଆରୋଗ୍ୟ ଲାଭ କରିବା ପରେ ସେମାନଙ୍କ ସ୍ନେହ ଶ୍ରଦ୍ଧା ମୋ ପ୍ରତି ବଢିଯାଇଥିଲା। ଏମିତିରେ ଏହି ସେବାକାଯର୍‌ୟରେ ମତେ ବେଶି ଆନନ୍ଦ ମିଳୁଥାଏ । ଏଥିପାଇଁ ଅଳ୍ପଦିନ ମଧ୍ୟରେ ସ୍ଥାନୀୟ ଅଞ୍ଚଳରେ ମତେ ‘ବୁଟୁ’ଡାକତର (ଡାକ ନାମ) ଭାବେ ଲୋକେ ଚିହ୍ନିଲେ। ରୋଗୀସେବାର ଲୋକପ୍ରିୟତା ଯୋଗୁ ବହୁ ଅନୁଷ୍ଠାନରୁ ସମ୍ମାନିତ ଓ ସମ୍ବର୍ଦ୍ଧିତ ହେଲି। ଏପରିକି କେତେକ ଚିକିତ୍ସା ଅନୁଷ୍ଠାନର ସଭ୍ୟ ହେଲି । ସର୍ବଭାରତୀୟ ମେଡିକାଲ ଆସୋସିଏଶନର ଆଜୀବନ ସଦସ୍ୟ ରହିଛି। ୨୦୧୪/୧୮ମସିହାରେ ଗିନିଜ ବିଶ୍ବ ରେକର୍ଡ ସମ୍ମିଳନୀରେ ଜଣେ ଆଲୋଚକ ଭାବେ ଅଂଶ ଗ୍ରହଣ କରି ପ୍ରଶଂସିତ ହୋଇଛି। ସର୍ବ ଭାରତୀୟ ସ୍ତରରେ ମିଲେନିୟମ ଆଓ୍ବାର୍ଡ, ହଲ ଅଫ ଫେମ ଆଓ୍ବାର୍ଡ, କୋଭିଡ୍‌ ଓ୍ବାରିଅର ଆଓ୍ବାର୍ଡ, ଏମିନେଣ୍ଟ ଫିଜିସିଆନ ଆଓ୍ବାର୍ଡ, ଇଟାଲିର ସେର୍ବୋଗା ବିଶ୍ବବିଦ୍ୟାଳୟ ପକ୍ଷରୁ ସମ୍ମାନଜନକ ପିଏଚଡି ଆଓ୍ବାର୍ଡ, ଭାରତୀୟ ଗୌରବ ଓ ଭାରତୀୟ ଜ୍ୟୋତି ଆଓ୍ବାର୍ଡ, ଜୀବନ ବ୍ୟାପୀ ଡାକ୍ତରୀ ସେବା ପାଇଁ ସର୍ବଭାରତୀୟ ଚିକିତ୍ସା ବିଜ୍ଞାନ ସଂସ୍ଥାନ ପକ୍ଷରୁ ଆଓ୍ବାର୍ଡ ମିଳିସାରିଛି। ସାରଳା ପ୍ରତିଭାସମ୍ମାନ, ମକରପ୍ରତିଭା ଆଦି ଅନେକ ସମ୍ମାନ ମିଳିପାରିଛି। ଚିକିତ୍ସା ସେବା ସହିତ ଲୋକପ୍ରତିନିଧିଭାବେ ଗାଁରେ ଲୋକଙ୍କ ସୁଖଦୁଃଖରେ ସାମିଲ ହୋଇପାରିଥିବାରୁ ଆତ୍ମସନ୍ତୋଷ ମିଳୁଛି। କିନ୍ତୁ ଡାକ୍ତରୀ ସେବା ଜାରି ରଖିବା ସହିତ ନାଟକ, ସଂଗୀତ ସାଧନା ଜାରି ରହିଛି। ସ୍ଥାନୀୟ ଅଞ୍ଚଳର ବିଭିନ୍ନ ଗ୍ରାମରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟରେ ଯୋଗଦେଇଥାଏ। ପ୍ରାୟ ୫୦ରୁ ଊଦ୍ଧର୍‌ବ ନାଟକ ରଚନା କରିଥିବା ବେଳେ ପ୍ରାୟ ୩୦ରୁ ଊଦ୍ଧର୍‌ବ ନାଟକର ନିର୍ଦ୍ଦେଶନା ଓ ସଂଗୀତ ସଂଯୋଜନା କରିଛି। ରଚିତ ନାଟକ ମଧ୍ୟରେ ‘ସେରକ ପୂରିଲା, ମାଣକ ପୂରିଲା,’ ‘ଭୁଲ୍‌ ହୋଇଗଲା ତତେ ଭଲପାଇ’ ‘ଅଲିଭା ରହିଲା ବାସର ଦୀପ’, ‘ରତିକନ୍ୟାର ଇତିକଥା’, ‘ଏଠି ଭଲପାଇବା ପାପ’, ‘କୋଉଠୁ ଶିଖିଲୁ ତୁ ଏତେ କଥା’, ‘ବିଧବା ମଥାରେ ପାଟ ପଣତ’, ‘ଭାଗ୍ୟଯେବେ ସାଜେ ଭଗାରି ତାର’ ଏମିତି ଏକାଧିକ ନାଟକ ଆଖପାଖ ଗାଁର ଯାତ୍ରା ମଞ୍ଚରେ ଅଭିନୀତ ହୋଇ ଦର୍ଶକମାନଙ୍କ ସ୍ବୀକୃତି ଲାଭ କରିଛି। । ଏତଦ୍‌ବ୍ୟତୀତ ଗ୍ରାମାଞ୍ଚଳ ବିଦ୍ୟାର୍ଥୀଙ୍କ ଶୈକ୍ଷିକ ଉନ୍ନତି ପାଇଁ ନିଃଶୁଳ୍କ ବିଦ୍ୟାଦାନ ପାଇଁ ପ୍ରୟାସ କରିଥାଏ। ସ୍ଥାନୀୟ କିଛି ଶିକ୍ଷାପ୍ରେମୀ ଓ ବୁଦ୍ଧିଜୀବୀଙ୍କ ସହ ‘ ଜ୍ଞାନାଲୋକ’ ଆପ ଜରିଆରେ ସ୍ଥାନୀୟ ହାଇସ୍କୁଲ ପରୀକ୍ଷାରେ ସର୍ବାଧିକ ନମ୍ବର ରଖିଥିବା ବିଦ୍ୟାର୍ଥୀଙ୍କ ଉଚ୍ଚ ଶିକ୍ଷା ଲାଭ ଉଦ୍ଦେଶ୍ୟରେ ଉତ୍ସାହିତ କରିବା ସହ ପ୍ରତିବର୍ଷ ଶିକ୍ଷା ବୃତ୍ତି ପ୍ରଦାନ କରିଥାଏ। ଏଥିରେ ସେମାନଙ୍କୁ ଆଗକୁ ବଢିବାରେ ପ୍ରେରଣା ମିଳିଥାଏ। ବିଭିନ୍ନ ସମୟରେ ସ୍ବେଚ୍ଛାକୃତ ରକ୍ତଦାନ, ସ୍ବାସ୍ଥ୍ୟ ପରିମଳ ଉପରେ ମାଗଣା ସେବା ଶିବିର ଆୟୋଜନ କରାଇ ଜନସଚେତନତା କରିଥାଏ। ପରିବାରରେ ମୋର ୨ପୁଅ, ବୋହୁ ଓ ପତ୍ନୀ ଅଛନ୍ତି। କିନ୍ତୁ ଜଣେ ସାମାଜିକକର୍ମୀ ଓ ଚିକିତ୍ସକ ଭାବେ ପ୍ରାୟ ୪୬ବର୍ଷ ଧରି ରୋଗୀଙ୍କ ଚିକିତ୍ସାସେବାରେ ନିୟୋଜିତ ରହୁଥିବାରୁ ଆତ୍ମ ସନ୍ତୋଷ ମିଳିପାରୁଛି। ବିଶେଷକରି ମ୍ୟାଲେରିଆ ଚିକିତ୍ସାରେ ସ୍ବତନ୍ତ୍ର ସ୍ଥାନ ହାସଲ କରିଛି। ଏଥିପାଇଁ ଗିନିଜ ଓ୍ବାଲର୍‌ଡ ରେକର୍ଡସରେ ସ୍ଥାନ ପାଇଛିି।
-ବନବିହାରୀ
ଫଟୋ-ପ୍ରଦୋଷ


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri