ଜଙ୍ଗଲରେ ଚାଲିଥିଲା ଜୁଆଖେଳ, ଅତର୍କିତ ଚଢ଼ାଉ କରି ୨୨ ଜୁଆଡ଼ିଙ୍କୁ ମାଡ଼ି ବସିଲା ପୋଲିସ

ନୂଆପଡ଼ା,୩ା୬(ମକାରୁ ବେମାଲ): ନୂଆପଡ଼ା ଜିଲା ପୋଲିସଙ୍କୁ ପୁଣି ଏକ ବଡ଼ ସଫଳତା ମିଳିଛି। ମଙ୍ଗଳବାର ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ଆନ୍ତଃରାଜ୍ୟ ଜୁଆଡ଼ି ସମେତ ୨୨ ଜଣଙ୍କୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ ଛତିଶଗଡ଼ ରାଜ୍ୟ ବାଗବାହାରା ଥାନା ଝଳପ ଗାଁର ଜୟେଶ ସାହୁ(୪୪),ସୋନାପତି ଗଁାର ମହେନ୍ଦ୍ର ଟଣ୍ଡନ (୨୮), ବାଗବାହାରା ଗାଁର ରାକେଶ ସୋନଓ୍ବାନି (୨୪), ଦିନେଶ ସାହୁ (୩୮), ହର୍ଣ୍ଣାଦାଦର ଗାଁର ସୁବାସ ସିଂ (୫୩),କେନ୍ଦୁକୋନା ଥାନା ଗୋବ୍ରା ଗାଁର ରୁପେନ୍ଦ୍ର କୁମାର ସାହୁ (୪୦) ସମେତ ବଲାଙ୍ଗୀର ଜିଲା ଲାଠୋର ଅଞ୍ଚଳର ୩ ଜଣ ଓ ନୂଆପଡ଼ା ଜିଲା ସଦର ମହକୁମା ଅଞ୍ଚଳର ୧୩ ଜଣ ମୋଟ୍‌ ୨୨ ଜଣଙ୍କୁ ପୋଲିସ ଗିରଫ କରିଛି। ସେମାନଙ୍କଠାରୁ ନଗଦ ୩ ଲକ୍ଷ ୫୬ ହଜାର ୫୫ ଟଙ୍କା ସହ ୬ଟି ବାଇକ୍‌, ୨୦ଟି ମୋବାଇଲ ତାସ୍‌ ଜବତ କରାଯାଇଛି ବୋଲି ଜିଲା ପୋଲିସ ମୁଖ୍ୟାଳୟଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଜିଲା ଆରକ୍ଷୀ ଅଧୀକ୍ଷକ ଅମ୍ରିତପାଳ ସିଂ ସୂଚନା ଦେଇଛନ୍ତି।

ସୂଚନାନୁଯାୟୀ ନୂଆପଡ଼ା ସଦର ବ୍ଲକ ଖରିଆର ରୋଡ୍‌ ଜୋଙ୍କ ଥାନା ଅଧିନସ୍ଥ ସାଲିହା ପଞ୍ଚାୟତ ଝାଳବାହାଲ ଜାମଘୋର୍ରା ଜଙ୍ଗଲରେ ପ୍ରତି ଦିନ ଲକ୍ଷାଧିକ ଟଙ୍କାର ଜୁଆଖେଳ ହେଉଛି ବୋଲି ଦୀର୍ଘଦିନରୁ ଅଭିଯୋଗ ହୋଇ ଆସୁଥିଲା। ମଙ୍ଗଳବାର ସନ୍ଧ୍ୟାରେ ଉକ୍ତ ଜଙ୍ଗଲରେ ଜୁଆଖେଳ ହେଉଛି ବୋଲି ଜୋଙ୍କ ପୋଲିସ କୌଣସି ସୂତ୍ରରୁ ଖବର ପାଇଥିଲା। ନୂଆପଡ଼ା ଆରକ୍ଷୀ ଅଧୀକ୍ଷକ ସିଂଙ୍କ ନିର୍ଦ୍ଦେଶ କ୍ରମେ ଜୋଙ୍କ ପୋଲିସ ଓ ରିର୍ଜଭ ପୋଲିସଙ୍କ ମଧ୍ୟରେ ଏକ ଟିମ୍‌ ଗଠନ କରି ସବ ଇନ୍ସପେକ୍ଟର ବିଷ୍ଣୁପ୍ରସାଦ ପ୍ରଧାନଙ୍କ ନେତୃତ୍ୱରେ ମଙ୍ଗଳବାର ରାତିରେ ଝାଳବାହାଲ ଜାମଘୋର୍ରା ଜଙ୍ଗଲ ଚତୁଃଦିଗରେ ପୋଲିସ ଫୋର୍ସ ମୁତୟନ କରି ଜଙ୍ଗଲ ଭିତରେ ଚଢାଉ କରାଯାଇଥିଲା। ସେହି ସମୟରେ ପୋଲିସ ଆନ୍ତଃରାଜ୍ୟ ଜୁଆଡ଼ି ସମେତ ୨୨ ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା। ସେଥି ମଧ୍ୟରୁ ଛତିଶଗଡ଼ ବାଗବାହାରା ଅଞ୍ଚଳର ୬ ଜଣ ଜୁଆଡ଼ିଥିବା ବେଳେ ପଡ଼ୋଶୀ ବଲାଙ୍ଗୀର ଜିଲା ଲାଠୋର ଅଞ୍ଚଳର ୩ ଜଣ ଓ ୧୩ ଜଣ ନୂଆପଡ଼ା ଜିଲା ସଦର ମହକୁମା ଅଞ୍ଚଳର ଜୁଆଡି ଅଛନ୍ତି। ସେମାନଙ୍କଠାରୁ ନଗଦ ୩ ଲକ୍ଷ ୫୬ ହଜାର ୫୫ଟଙ୍କା ଜବତ କରାଯାଇଥିବା ବେଳେ ୬ଟି ବାଇକ୍‌, ତାସ୍‌ ଓ ୨୦ ଟି ମୋବାଇ ଫୋନ ଜବତ କରାଯାଇଛି। ଏନେଇ ଜୋଙ୍କ ଥାନାରେ କେସ ନଂ-୧୮୨/୨୬ରେ ଏକ ମାମଲା ଋଜୁ କରି ୨୨ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଉକ୍ତ ଜଙ୍ଗଲ ଭିତରେ ବର୍ଷ ବର୍ଷ ଧରି ଜୁଆ ଖେଳାଇ ଆସୁଥିବା ମୁଖ୍ୟ ଅଭିଯୁକ୍ତ ଖରିଆର ରୋଡ୍‌ର ଦାଦୁ ଖାନ ଓ ନୂଆପଡ଼ାର ରାଜୁ ଖାନ ଫେରାର ଅଛନ୍ତି। ଦୁଇ ମୁଖ୍ୟ ଅଭିଯୁକ୍ତଙ୍କୁ ବହୁତ ଶୀଘ୍ର ଗିରଫ କରାଯିବ ବୋଲି ଏସପି ସୂଚନା ଦେଇଛନ୍ତ। ଏହି ସମୟରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରଞ୍ଜିତ ନାଏକ, ଉପଖଣ୍ଡୀୟ ପୋଲିସ ଅଧିକାରୀ ସ୍ବାଧୀନ ମିଶ୍ର, ଜୋଙ୍କ ଥାନା ଅଧିକାରୀ ପ୍ରଦୀପ କୁମାର ଧରୁଆ ପ୍ରମୁଖ ଉପସ୍ଥିତ ଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?