ସାତଭାୟା ହେବ ଜନଶୂନ୍ୟ

କେନ୍ଦ୍ରାପଡ଼ା ଅଫିସ,୨।୪: କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ସମୁଦ୍ରକୂଳବର୍ତ୍ତୀ ସାତଭାୟା ଅଞ୍ଚଳ ଦ୍ରୁତ ତଟକ୍ଷୟ ଯୋଗୁ ଏବେ ସମ୍ପୂର୍ଣ୍ଣ ଜନଶୂନ୍ୟ ହେବାକୁ ଯାଉଛି। ୫ ଦଶନ୍ଧି ଧରି ଏହି ଅଞ୍ଚଳବାସୀଙ୍କ ସ୍ଥାନାନ୍ତର ଦାବି ହୋଇ ଆସୁଥିଲା। ଜିଲା ପ୍ରଶାସନ ପକ୍ଷରୁ ହୋଇଥିବା ଏକ ପ୍ରସ୍ତୁତି ବୈଠକରେ ଅବଶିଷ୍ଟ ୧୧୮ ପରିବାର ସାମାନ୍ୟ ଆଶ୍ୱସ୍ତ ହୋଇଛନ୍ତି। ଏହି ପରିବାର ଏଠାରୁ ୧୨କି.ମି. ଦୂର ବଗପାଟିଆକୁ ସ୍ଥାନାନ୍ତର ହେବେ। ଜନଶୂନ୍ୟ ସାତଭାୟା ଅଞ୍ଚଳକୁ ପ୍ରାଥମିକତା ଭିତ୍ତିରେ ହେନ୍ତାଳ ବଣ ସୃଷ୍ଟି ସହ ୨୦ରୁ ଅଧିକ ଟେଣ୍ଟ ଗୃହ ନିର୍ମାଣ କରାଯାଇ ପର୍ଯ୍ୟଟନ ଶିଳ୍ପକୁ ସମୃଦ୍ଧ ପାଇଁ ଦାବି ଉଠିଛି।
ସାତଭାୟାର ଜଗବନ୍ଧୁ ଦାସ କହିଛନ୍ତି, ପ୍ରଶାସନର ଏହି ନିଷ୍ପତ୍ତି ବଞ୍ଚତ୍ବାର ଆଶା ଦେଖାଇଛି। ବଗପାଟିଆରେ ଜମି ଚିହ୍ନଟ ପରେ ତୁରନ୍ତ ସେଠାକୁ ସ୍ଥାନାନ୍ତର ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ସମୁଦ୍ରର ଉତ୍ତାଳ ଜୁଆର ଦ୍ରୁତ ବେଗରେ ତଟକ୍ଷୟ କରୁଛି। ଏଥିଯୋଗୁ ସାତଭାୟାର ଗୋବିନ୍ଦପୁର, ମୋହନପୁର, କାହ୍ନୁପୁର, ଚିନ୍ତାମଣିପୁର, ବଡ଼ଗହୀରମଥା ଓ ଖରିକୁଳ ଗ୍ରାମ ସମୁଦ୍ରରେ ନିଶ୍ଚିହ୍ନ ହୋଇଛି। ସାତଭାୟାର ବହୁ ଅଂଶ ସମୁଦ୍ର ଗର୍ଭରେ ଲୀନ ହୋଇଯାଇଛି। ସମୁଦ୍ର ଏବେ ମା’ ପଞ୍ଚୁବରାହୀଙ୍କ ପୂର୍ବ ମନ୍ଦିରକୁ ଛୁଇଁଛି। ୨୦୧୭ରେ ସ୍ଥାନାନ୍ତର ପ୍ରସ୍ତୁତି ପରେ ସାତଭାୟା ଅଞ୍ଚଳର ଉନ୍ନତୀକରଣ କାର୍ଯ୍ୟ ପ୍ରଶାସନିକ ସ୍ତରରେ ବନ୍ଦ ରହିଛି। ଏଠାରେ ବିଦ୍ୟୁତ୍‌, ରାସ୍ତା, ପାନୀୟ ଜଳ ପରି ମୌଳିକ ଆବଶ୍ୟକତା ନାହିଁ। ଶିକ୍ଷାନୁଷ୍ଠାନ ବନ୍ଦ ହୋଇଛି। ପ୍ରାଥମିକ ସ୍ତରରେ ୫୭୧ପରିବାରଙ୍କୁ ଗୁପ୍ତି ପଞ୍ଚାୟତର ବଗପାଟିଆରେ ଥଇଥାନ କରାଯାଇଥିଲା। ଏହି ସମୟରେ ୧୪୮ ପରିବାର ଏଥିରେ ସାମିଲ ହୋଇ ନ ଥିଲେ। ଏ ନେଇ ବହୁବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଛି। ଏଥିମଧ୍ୟରୁ ୧୧୮ ପରିବାରଙ୍କୁ ପ୍ରଶାସନ ପକ୍ଷରୁ ଚିହ୍ନଟ କରାଯାଇ ଥିବାରୁ ସମୁଦ୍ର ମାଡ଼ିଆସିବାଜନିତ ଭୟରୁ ମୁକ୍ତି ମିଳିଥିବା ଦାସ ପ୍ରକାଶ କରିଛନ୍ତି। ଗ୍ରାମର ବିଜୟା ଲେଭ୍‌କା କହିଛନ୍ତି, ପ୍ରଶାସନିକ ଚିହ୍ନଟ ବ୍ୟବସ୍ଥାରେ ଏବେ ବି ତ୍ରୁଟି ରହିଛି। ଏଥିପାଇଁ ଆଉ ୩୦ ପରିବାର ରହି ଯାଇଛନ୍ତି। ସେ କାହ୍ନୁପୁର ମୌଜାର ବିଜୟଙ୍କୁ ବିବାହ କରିଥିଲେ। ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ଯୋଗୁ ଅଲଗା ରହୁଛୁ। ଇତିମଧ୍ୟରେ ବିଜୟଙ୍କ ପରିବାର ବଗପାଟିଆରେ ଜାଗା ପାଇ ରହି ସାରିଲେଣି। କାଗଜପତ୍ର ନ ଥିବାରୁ ବିଜୟାଙ୍କୁ ଉପଯୁକ୍ତ ନ୍ୟାୟ ମିଳିନାହିଁ। ସ୍ଥାନାନ୍ତର ହିତାଧିକାରୀ ଭାବେ ଚିହ୍ନଟ ହୋଇଥିଲେ ୧୦ ଡିସିମିଲ ଜାଗା ସହ ଘର କରିବାକୁ ଅର୍ଥ ସହାୟତା ମିଳିଥାନ୍ତା। ସମସ୍ତେ ଖୁସି ମନରେ ବଗପାଟିଆକୁ ସ୍ଥାନାନ୍ତର ହୋଇ ଯାଉଛନ୍ତି। ଏବେ ଏଠାରେ ରହିବାକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି ବୋଲି ସେ ମତ ଦେଇଛନ୍ତି। ଗ୍ରାମର ସୁଦର୍ଶନ ଦାସ କହିଛନ୍ତି, ସାତଭାୟା ତଟାଞ୍ଚଳରେ ସମୁଦ୍ର ମାଡ଼ିଆସୁଛି। ଏଥିରେ ସ୍ଥାନୀୟ ଲୋକଙ୍କ ଚାଷ ଜମି ଅଛି। ତଟକ୍ଷୟ ଯୋଗୁ ଚାଷ ଜମି ନଷ୍ଟ ହେଲେ ପରିବାର ପ୍ରତିପୋଷଣ ଏକ ସମସ୍ୟା ହେବ। ଏହାପୂର୍ବରୁ ଯେଉଁ ପରିମାଣରେ ଚାଷଜମି ଅଛି, ସେହି ପରିମାଣରେ ବଗପାଟିଆରେ ଚାଷଜମି ଦିଆଯାଉ। ଏ ନେଇ ଏକ ଆନ୍ଦୋଳନ ମୁଣ୍ଡ ଟେକୁଛି। ପରିବେଶବିତ୍‌ ହେମନ୍ତ କୁମାର ରାଉତ କହିଛନ୍ତି, ତଟକ୍ଷୟରୁ ମୁକ୍ତି ପାଇଁ ଏଠାରେ ହେନ୍ତାଳ ବଣ ସୃଷ୍ଟିର ଆବଶ୍ୟକତା ଅଛି। ଏଥିସହ ବନ୍ୟ ଓ ସାମୁଦ୍ରିକ ଅଞ୍ଚଳ ସୀମାରେ ଥିବା ଏହାର ପ୍ରାକୃତିକ ବିଭବ ପର୍ଯ୍ୟଟନ ଶିଳ୍ପର ଉନ୍ନତି ଆଣିପାରିବ। ପର୍ଯ୍ୟଟକଙ୍କ ପାଇଁ ଅନୂ୍ୟନ ୨୦ ଟେଣ୍ଟ ବ୍ୟବସ୍ଥା କରିବାକୁ ସେ ରାଜନଗର ବନ ବିଭାଗକୁ ପ୍ରସ୍ତାବ ଦେଇଛନ୍ତି। ଏ ସମ୍ପର୍କରେ ଏଡିଏମ୍‌ ବସନ୍ତ କୁମାର ରାଉତଙ୍କୁ ପଚାରିବାରେ ସାତଭାୟାର ତଟକ୍ଷୟ କେବଳ ପ୍ରଶାସନ ପାଇଁ ମୁଣ୍ଡବିନ୍ଧା ହୋଇନାହିଁ। ଏହାର ପ୍ରକୃତ କାରଣକୁ ନେଇ ଅନୁଧ୍ୟାନ ଆରମ୍ଭ ହୋଇଛି। ଚିହ୍ନଟ ୧୧୮ ପରିବାରଙ୍କୁ ସମସ୍ତ ସହଯୋଗ ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯିବାକୁ ନିଷ୍ପତ୍ତି ହୋଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

ଯୁଦ୍ଧ ମଧ୍ୟରେ ପାକିସ୍ତାନରେ ହାହାକାର, ଭାରତ ଶୁଣିଲେ ହୋଇଯିବ ଖୁସି

ନୂଆଦିଲ୍ଲୀ,୨।୪: ଭାରତ ଦ୍ୱାରା ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରିବା ଏବଂ ନଦୀ ଜଳରେ ପାକିସ୍ତାନର ଅଂଶକୁ ଅବରୋଧ କରିବା ନିଷ୍ପତ୍ତି ଦକ୍ଷିଣ ଏସିଆରେ ଜଳ ସୁରକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri