ସଫଳ ଉଦ୍ୟୋଗୀ ସସ୍ମିତା

କଳା ପ୍ରତି ପିଲାବେଳରୁ ତାଙ୍କର ଥିଲା ସ୍ବତନ୍ତ୍ର ଆକର୍ଷଣ। ନିଖୁଣ ଚିତ୍ରକଳା କରି ସେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରି ପାରୁଥିଲେ। ସୁଯୋଗ ମିଳିବା ପରେ ସେ କଳାକୁ ବ୍ୟବସାୟର ରୂପ ଦେଇଥିଲେ। ପଟ୍ଟଚିତ୍ର କଳାକୁ ଫ୍ୟାଶନ ଡିଜାଇନରେ ସ୍ଥାନ ଦେଇ ଏବେ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି ସସ୍ମିତା…

ନୟାଗଡ଼ ଜିଲା ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ କୃଷ୍ଣେଶ୍ୱର ପାଟଣା ଗାଁର ସଚ୍ଚିଦାନନ୍ଦ ଦାଶଙ୍କ କନ୍ୟା ସସ୍ମିତା ହୋତା। ପଟ୍ଟଚିତ୍ର କଳାକୁ ନେଇ ଏବେ ତାଙ୍କର ସ୍ବତନ୍ତ୍ର ପରିଚୟ। କାହିଁକି ନା ପଟ୍ଟଚିତ୍ରକୁ ସେ ଫ୍ୟାଶନ୍‌ ଡିଜାଇନରେ ସ୍ଥାନ ଦେଇଛନ୍ତି। ଶାଢ଼ି ତଥା ପୋଷାକପତ୍ରରେ ପୁରୁଣା ଉକତ୍ଳୀୟ କଳା, ସଂସ୍କୃତି ଓ ପରମ୍ପରାକୁ ଲୋକପ୍ରିୟ କରାଇବା ସହ ଆକର୍ଷଣୀୟ କରି ପାରିଛନ୍ତି।
ପଟ୍ଟଚିତ୍ର ପ୍ରତି ପିଲାବେଳରୁ ସସ୍ମିତାଙ୍କର ସ୍ବତନ୍ତ୍ର ଆଗ୍ରହ ରହିଥିଲା। କିନ୍ତୁ ବିବାହ ପରେ ସ୍ବାମୀ ପୂର୍ଣ୍ଣଚନ୍ଦ୍ର ହୋତା ଓ ପରିବାର ତଥା ସାଙ୍ଗସାଥୀଙ୍କ ପ୍ରେରଣାରୁ ୪୦ବର୍ଷ ବୟସରେ ଏହାକୁ ପେସାଭାବେ ଆରମ୍ଭ କରିଥିଲେ। ତାଙ୍କ ପ୍ରସ୍ତୁତ ପଟ୍ଟଚିତ୍ର ବସ୍ତ୍ରଗୁଡ଼ିକର ମୂଲ୍ୟ ସର୍ବନିମ୍ନ ୩ହଜାର ୫ଶହ ଟଙ୍କାରୁ ଆରମ୍ଭ ହୋଇ ସର୍ବାଧିକ ମୂଲ୍ୟ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି। ଓଡ଼ିଶାର ଟସର, ସମ୍ବଲପୁରୀ କପଡ଼ା ସହ ବାଙ୍ଗାଲୋର ଶିଲ୍‌କ, କାଞ୍ଜିବରମ ଶିଲ୍‌କ ଆଦି ଶାଢ଼ି ଉପରେ ସେ ପଟ୍ଟଚିତ୍ର ଆଙ୍କି ଗ୍ରାହକଙ୍କ ପାଖରେ ପହଞ୍ଚାଉଛନ୍ତି ା
ଡିଜାଇନରେ ଗାଁ ପରମ୍ପରା: ଗ୍ରାହକମାନଙ୍କ ପସନ୍ଦ ଓ ଚାହିଦା ଅନୁଯାୟୀ ବିଭିନ୍ନ ପୋଷାକ ତଥା ଶାଢ଼ି, ବ୍ଲାଉଜ, ଓଢ଼ଣି, କୁଶନ କଭର, ବେଡଶିଟ, ହ୍ୟାଣ୍ଡବ୍ୟାଗ, ୱାଲହାଙ୍ଗିଙ୍ଗ, ସ୍ମୃତି ଫଳକ ତଥା ଗୃହ ସୌନ୍ଦର୍ଯ୍ୟ ଉପକରଣଗୁଡ଼ିକରେ ମଧ୍ୟ ଏହି କଳାକୁ ଅଙ୍କାଇ ଓଡ଼ିଶାର ଚିତ୍ର କଳାକୁ ସେ ଏକ ନୂଆ ରୂପ ଦେଇପାରିଛନ୍ତି। ଉକତ୍ଳୀୟ କବିମାନଙ୍କର କାଳଜୟୀ କବିତା, ବିଶିଷ୍ଟ କବି ସଚ୍ଚି ରାଉତରାୟଙ୍କ କବିତା ‘ଛୋଟମୋର ଗାଁଟି’ର ପ୍ରତ୍ୟେକ ଦୃଶ୍ୟକୁ ସେ ଶାଢ଼ିରେ ଡିଜାଇନ କରିପାରିଛନ୍ତି। ଓଡ଼ିଶାର ବିଭିନ୍ନ ଐତିହ୍ୟ ପୀଠ ତଥା ଓଡ଼ିଆ ପର୍ବପର୍ବାଣି ଏବଂ ଗ୍ରାମୀଣ ପରିବେଶକୁ ନିଖୁଣ ଚିତ୍ରକଳା ମାଧ୍ୟମରେ ଆଙ୍କି ଶାଢ଼ି ତଥା ପୋଷାକ ଡିଜାଇନକୁ ବେଶ୍‌ ଆକର୍ଷଣୀୟ କରିପାରିଛନ୍ତି।
ନିଯୁକ୍ତି ସୁଯୋଗ: ପିଲାବେଳୁ କିଛି ଗଠନମୂଳକ କାର୍ଯ୍ୟ କରିବାରେ ଆଗ୍ରହ ଓ ଉସତ୍ାହ ରଖିଥିବା ସସ୍ମିତା ପ୍ରଥମେ ମାତ୍ର ୨ଜଣ ତାଲିମପ୍ରାପ୍ତ ଚିତ୍ରକରଙ୍କୁ ନେଇ ବିଭିନ୍ନ ବସ୍ତ୍ରରେ ପଟ୍ଟଚିତ୍ର ଆଙ୍କିବା ଆରମ୍ଭ କରିଥିଲେ ା ଧୀରେ ଧୀରେ ତାଙ୍କ ଦ୍ୱାରା ପ୍ରସ୍ତୁତ ପଟ୍ଟଚିତ୍ର ପୋଷାକର ଲୋକପ୍ରିୟତା ଏତେ ବଢ଼ିଲା ଯେ ପ୍ରାୟ ୬୦ରୁ ୭୦ ଜଣ ତାଲିମପ୍ରାପ୍ତ କଳାକାରଙ୍କୁ ନିଯୁକ୍ତି ଦେଇଥିଲେ। ଏବେ ସେ ତାଙ୍କର ଏହି ଡିଜାଇନ୍‌ ପୋଷାକ ତିଆରି ପାଇଁ ଭୁବନେଶ୍ୱରରେ ତାଙ୍କ ବୁଟିକ୍‌ ‘ସ୍ପନ୍ଦିତା’ ମାଧ୍ୟମରେ କାମ କରୁଛନ୍ତି।
ଅନ୍ତର୍ଜାତୀୟ ଖ୍ୟାତି: ସସ୍ମିତାଙ୍କର ଏଭଳି ଡିଜାଇନ ଏବେ ରାଜ୍ୟ କି ଦେଶ ମଧ୍ୟରେ ସୀମିତ ହୋଇନାହିଁ ବରଂ ବିଦେଶରେ ପ୍ରବାସୀ ଭାରତୀୟଙ୍କ ଦ୍ୱାରା ମଧ୍ୟ ବିଶେଷ ଆଦୃତିଲାଭ କରିଛି ା ଆନ୍ତର୍ଜାତିକ ଫ୍ୟାଶନ ପ୍ରତିଯୋଗିତାରେ ମଧ୍ୟ ତାଙ୍କର ଏହି ଡିଜାଇନ ଆଦୃତି ଲାଭ କରିଛି। ଆମେରିକା, ଇଂଲଣ୍ଡ, ଅଷ୍ଟ୍ରେଲିଆ, କାନାଡା ଭଳି ଦେଶକୁ ସେ ଏହି ପଟ୍ଟଚିତ୍ର ଶାଢ଼ି ପଠାଉଛନ୍ତି ା ନିକଟରେ କାଲିଫର୍ନିଆରେ ଆୟୋଜିତ ରଥଯାତ୍ରାରେ ତାଙ୍କ ଡିଜାଇନ୍‌ ପୋଷାକ ଓ ଶାଢ଼ିକୁ ପାଖାପାଖି ୨୦୦ ଜଣ ପୁରୁଷ, ମହିଳା ତଥା ପିଲାମାନେ ପିନ୍ଧି ରଥଯାତ୍ରାରେ ଯୋଗ ଦେଇଥିଲେ।
କଳା, ସଂସ୍କୃତି, ପରମ୍ପରା, ହସ୍ତଶିଳ୍ପ ଆଦିକୁ ଦେଶ ବିଦେଶରେ ପରିଚିତ କରାଇବା ସହ କମ୍‌ ମୂଲ୍ୟରେ ଭଲ ଜିନିଷ ଲୋକମାନଙ୍କ ପାଖରେ କିପରି ପହଞ୍ଚିପାରିବ, ସେଥିପାଇଁ ପ୍ରୟାସ ଚଳାଇଛନ୍ତି ସସ୍ମିତା। ତାଙ୍କର ଏହି ସଫଳତା ଏବେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି।
-ଅଜୟ କୁମାର ମହାରଣା
ଖଣ୍ଡପଡ଼ା


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

ଛେଚିଲା କୁଆପଥର ବର୍ଷା, ପବନରେ ଗଛ ଭାଙ୍ଗି ନଷ୍ଟ ହେଲା ଏକାଧିକ ଗାଡ଼ି

ନନ୍ଦପୁର,୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ପବନ ସହ କୁଆପଥର ବର୍ଷା ହୋଇଛି। ଯାହାର ପ୍ରଭାବରେ ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri