ସଫଳ ଉଦ୍ୟୋଗୀ ସସ୍ମିତା

କଳା ପ୍ରତି ପିଲାବେଳରୁ ତାଙ୍କର ଥିଲା ସ୍ବତନ୍ତ୍ର ଆକର୍ଷଣ। ନିଖୁଣ ଚିତ୍ରକଳା କରି ସେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରି ପାରୁଥିଲେ। ସୁଯୋଗ ମିଳିବା ପରେ ସେ କଳାକୁ ବ୍ୟବସାୟର ରୂପ ଦେଇଥିଲେ। ପଟ୍ଟଚିତ୍ର କଳାକୁ ଫ୍ୟାଶନ ଡିଜାଇନରେ ସ୍ଥାନ ଦେଇ ଏବେ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି ସସ୍ମିତା…

ନୟାଗଡ଼ ଜିଲା ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ କୃଷ୍ଣେଶ୍ୱର ପାଟଣା ଗାଁର ସଚ୍ଚିଦାନନ୍ଦ ଦାଶଙ୍କ କନ୍ୟା ସସ୍ମିତା ହୋତା। ପଟ୍ଟଚିତ୍ର କଳାକୁ ନେଇ ଏବେ ତାଙ୍କର ସ୍ବତନ୍ତ୍ର ପରିଚୟ। କାହିଁକି ନା ପଟ୍ଟଚିତ୍ରକୁ ସେ ଫ୍ୟାଶନ୍‌ ଡିଜାଇନରେ ସ୍ଥାନ ଦେଇଛନ୍ତି। ଶାଢ଼ି ତଥା ପୋଷାକପତ୍ରରେ ପୁରୁଣା ଉକତ୍ଳୀୟ କଳା, ସଂସ୍କୃତି ଓ ପରମ୍ପରାକୁ ଲୋକପ୍ରିୟ କରାଇବା ସହ ଆକର୍ଷଣୀୟ କରି ପାରିଛନ୍ତି।
ପଟ୍ଟଚିତ୍ର ପ୍ରତି ପିଲାବେଳରୁ ସସ୍ମିତାଙ୍କର ସ୍ବତନ୍ତ୍ର ଆଗ୍ରହ ରହିଥିଲା। କିନ୍ତୁ ବିବାହ ପରେ ସ୍ବାମୀ ପୂର୍ଣ୍ଣଚନ୍ଦ୍ର ହୋତା ଓ ପରିବାର ତଥା ସାଙ୍ଗସାଥୀଙ୍କ ପ୍ରେରଣାରୁ ୪୦ବର୍ଷ ବୟସରେ ଏହାକୁ ପେସାଭାବେ ଆରମ୍ଭ କରିଥିଲେ। ତାଙ୍କ ପ୍ରସ୍ତୁତ ପଟ୍ଟଚିତ୍ର ବସ୍ତ୍ରଗୁଡ଼ିକର ମୂଲ୍ୟ ସର୍ବନିମ୍ନ ୩ହଜାର ୫ଶହ ଟଙ୍କାରୁ ଆରମ୍ଭ ହୋଇ ସର୍ବାଧିକ ମୂଲ୍ୟ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି। ଓଡ଼ିଶାର ଟସର, ସମ୍ବଲପୁରୀ କପଡ଼ା ସହ ବାଙ୍ଗାଲୋର ଶିଲ୍‌କ, କାଞ୍ଜିବରମ ଶିଲ୍‌କ ଆଦି ଶାଢ଼ି ଉପରେ ସେ ପଟ୍ଟଚିତ୍ର ଆଙ୍କି ଗ୍ରାହକଙ୍କ ପାଖରେ ପହଞ୍ଚାଉଛନ୍ତି ା
ଡିଜାଇନରେ ଗାଁ ପରମ୍ପରା: ଗ୍ରାହକମାନଙ୍କ ପସନ୍ଦ ଓ ଚାହିଦା ଅନୁଯାୟୀ ବିଭିନ୍ନ ପୋଷାକ ତଥା ଶାଢ଼ି, ବ୍ଲାଉଜ, ଓଢ଼ଣି, କୁଶନ କଭର, ବେଡଶିଟ, ହ୍ୟାଣ୍ଡବ୍ୟାଗ, ୱାଲହାଙ୍ଗିଙ୍ଗ, ସ୍ମୃତି ଫଳକ ତଥା ଗୃହ ସୌନ୍ଦର୍ଯ୍ୟ ଉପକରଣଗୁଡ଼ିକରେ ମଧ୍ୟ ଏହି କଳାକୁ ଅଙ୍କାଇ ଓଡ଼ିଶାର ଚିତ୍ର କଳାକୁ ସେ ଏକ ନୂଆ ରୂପ ଦେଇପାରିଛନ୍ତି। ଉକତ୍ଳୀୟ କବିମାନଙ୍କର କାଳଜୟୀ କବିତା, ବିଶିଷ୍ଟ କବି ସଚ୍ଚି ରାଉତରାୟଙ୍କ କବିତା ‘ଛୋଟମୋର ଗାଁଟି’ର ପ୍ରତ୍ୟେକ ଦୃଶ୍ୟକୁ ସେ ଶାଢ଼ିରେ ଡିଜାଇନ କରିପାରିଛନ୍ତି। ଓଡ଼ିଶାର ବିଭିନ୍ନ ଐତିହ୍ୟ ପୀଠ ତଥା ଓଡ଼ିଆ ପର୍ବପର୍ବାଣି ଏବଂ ଗ୍ରାମୀଣ ପରିବେଶକୁ ନିଖୁଣ ଚିତ୍ରକଳା ମାଧ୍ୟମରେ ଆଙ୍କି ଶାଢ଼ି ତଥା ପୋଷାକ ଡିଜାଇନକୁ ବେଶ୍‌ ଆକର୍ଷଣୀୟ କରିପାରିଛନ୍ତି।
ନିଯୁକ୍ତି ସୁଯୋଗ: ପିଲାବେଳୁ କିଛି ଗଠନମୂଳକ କାର୍ଯ୍ୟ କରିବାରେ ଆଗ୍ରହ ଓ ଉସତ୍ାହ ରଖିଥିବା ସସ୍ମିତା ପ୍ରଥମେ ମାତ୍ର ୨ଜଣ ତାଲିମପ୍ରାପ୍ତ ଚିତ୍ରକରଙ୍କୁ ନେଇ ବିଭିନ୍ନ ବସ୍ତ୍ରରେ ପଟ୍ଟଚିତ୍ର ଆଙ୍କିବା ଆରମ୍ଭ କରିଥିଲେ ା ଧୀରେ ଧୀରେ ତାଙ୍କ ଦ୍ୱାରା ପ୍ରସ୍ତୁତ ପଟ୍ଟଚିତ୍ର ପୋଷାକର ଲୋକପ୍ରିୟତା ଏତେ ବଢ଼ିଲା ଯେ ପ୍ରାୟ ୬୦ରୁ ୭୦ ଜଣ ତାଲିମପ୍ରାପ୍ତ କଳାକାରଙ୍କୁ ନିଯୁକ୍ତି ଦେଇଥିଲେ। ଏବେ ସେ ତାଙ୍କର ଏହି ଡିଜାଇନ୍‌ ପୋଷାକ ତିଆରି ପାଇଁ ଭୁବନେଶ୍ୱରରେ ତାଙ୍କ ବୁଟିକ୍‌ ‘ସ୍ପନ୍ଦିତା’ ମାଧ୍ୟମରେ କାମ କରୁଛନ୍ତି।
ଅନ୍ତର୍ଜାତୀୟ ଖ୍ୟାତି: ସସ୍ମିତାଙ୍କର ଏଭଳି ଡିଜାଇନ ଏବେ ରାଜ୍ୟ କି ଦେଶ ମଧ୍ୟରେ ସୀମିତ ହୋଇନାହିଁ ବରଂ ବିଦେଶରେ ପ୍ରବାସୀ ଭାରତୀୟଙ୍କ ଦ୍ୱାରା ମଧ୍ୟ ବିଶେଷ ଆଦୃତିଲାଭ କରିଛି ା ଆନ୍ତର୍ଜାତିକ ଫ୍ୟାଶନ ପ୍ରତିଯୋଗିତାରେ ମଧ୍ୟ ତାଙ୍କର ଏହି ଡିଜାଇନ ଆଦୃତି ଲାଭ କରିଛି। ଆମେରିକା, ଇଂଲଣ୍ଡ, ଅଷ୍ଟ୍ରେଲିଆ, କାନାଡା ଭଳି ଦେଶକୁ ସେ ଏହି ପଟ୍ଟଚିତ୍ର ଶାଢ଼ି ପଠାଉଛନ୍ତି ା ନିକଟରେ କାଲିଫର୍ନିଆରେ ଆୟୋଜିତ ରଥଯାତ୍ରାରେ ତାଙ୍କ ଡିଜାଇନ୍‌ ପୋଷାକ ଓ ଶାଢ଼ିକୁ ପାଖାପାଖି ୨୦୦ ଜଣ ପୁରୁଷ, ମହିଳା ତଥା ପିଲାମାନେ ପିନ୍ଧି ରଥଯାତ୍ରାରେ ଯୋଗ ଦେଇଥିଲେ।
କଳା, ସଂସ୍କୃତି, ପରମ୍ପରା, ହସ୍ତଶିଳ୍ପ ଆଦିକୁ ଦେଶ ବିଦେଶରେ ପରିଚିତ କରାଇବା ସହ କମ୍‌ ମୂଲ୍ୟରେ ଭଲ ଜିନିଷ ଲୋକମାନଙ୍କ ପାଖରେ କିପରି ପହଞ୍ଚିପାରିବ, ସେଥିପାଇଁ ପ୍ରୟାସ ଚଳାଇଛନ୍ତି ସସ୍ମିତା। ତାଙ୍କର ଏହି ସଫଳତା ଏବେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି।
-ଅଜୟ କୁମାର ମହାରଣା
ଖଣ୍ଡପଡ଼ା


Enter your email to get our daily news in your inbox.

All Right Reserved By Dharitri.Com

କ୍ୟାଲ୍‌ସିୟମ

ଆମ ଶରୀରରେ କ୍ୟାଲସିୟମ ପରିମାଣ ସନ୍ତୁଳିତ ରହିଲେ ତାହା ଅସ୍ଥିକୁ ଦୃଢ଼ କରିଥାଏ। ତା’ ସହ ଆମକୁ କେତେକ ରୋଗରୁ ମଧ୍ୟ ରକ୍ଷା କରିଥାଏ। ତେଣୁ...

ଗାରେ ଅଳତା ଯୋଗୁ ମିଳେ ଏସବୁ…

ବିବାହିତା ମହିଳା ପାଦରେ ଅଳତା ଲଗାଇବା ଏକ ପରମ୍ପରା ଭାବେ ଭାରତୀୟ ସଂସ୍କୃତିରେ ରହି ଆସିଛି। ତେବେ ଏହାଦ୍ୱାରା ବହୁବିଧ ଉପକାର ମିଳିଥାଏ। ଅଳତା ଶରୀରରେ...

ମହିଳାଙ୍କ ପାଇଁ ସୁପରଫୁଡ

ମହିଳାଙ୍କ ଶରୀରରେ ବିଭିନ୍ନ ପ୍ରକାରର ହର୍ମୋନରେ ପରିବର୍ତ୍ତନ ହୋଇଥାଏ ତେଣୁ ପୁରୁଷଙ୍କ ତୁଳନାରେ ମହିଳାଙ୍କୁ ଅଧିକ ପୋଷଣର ଅାବଶ୍ୟକ ପଡ଼ିଥାଏ ଏହି ଦୃଷ୍ଟିରୁ ମହିଳାଙ୍କ ପାଇଁ...

ଏହି ଭୁଲ୍‌ ପାଇଁ ଦେଖାଦେଇପାରେ ଆର୍ଥିକ ସମସ୍ୟା

ବାସ୍ତୁଶାସ୍ତ୍ରରେ ଘରର କେଉଁ ଜିନିଷ କେଉଁ ସ୍ଥାନରେ ରହିବା ଉଚିତ୍‌ ଏହା ବର୍ଣ୍ଣନା କରାଯାଇଛି। ଅନେକ ସମୟରେ ଏହା ମଧ୍ୟ ଠିକ୍‌ ସ୍ଥାନରେ ନ ରହିଲେ...

‘ଏସ୍‌’ ନାମଧାରୀ ଝିଅ ଅନ୍ୟମାନଙ୍କ ଠାରୁ ସ୍ବତନ୍ତ୍ର: ଜାଣନ୍ତୁ ସେମାନଙ୍କ ପ୍ରକୃତି ବିଷୟରେ…

ରାଶି ଅନୁଯାୟୀ ଏବଂ ରାଶିରେ ଲେଖାଯାଇଥିବା ପ୍ରଥମ ନାମରୁ ଜଣେ ବ୍ୟକ୍ତି ଏବଂ ତାର ପ୍ରକୃତି ବିଷୟରେ ଜଣାପଡ଼ିଥାଏ। ତେବେ ଜାଣିବା ଏସ୍‌ ନାମଧାରୀ ଝିଅଙ୍କ...

ହାର୍ଟଆଟାକରୁ ଦୂରେଇ ରହିବା ପାଇଁ ସକାଳେ ଗ୍ଲାସେ ଉଷୁମ ପାଣି ସହିତ ଏଥିରୁ ଖଣ୍ଡେ…

ଅଦା ଅନେକ ଔଷଧୀୟ ଗୁଣରେ ଭରପୁର। ଏହା ନାନା ପ୍ରକାର ରୋଗରୁ ଦୂରେଇ ରଖେ ବୋଲି ଆୟୁର୍ବେଦରେ ଉଲ୍ଲେଖ ଅଛି। ପ୍ରତିଦିନ ସକାଳେ ଖଣ୍ଡେ ଅଦା...

ଉପକାରୀ ପୁଦିନା: ଜାଣନ୍ତୁ ଗ୍ରୀଷ୍ମଋତୁରେ କିପରି କରିବେ ବ୍ୟବହାର

ଗ୍ରୀଷ୍ମଋତୁରେ ସ୍ବାସ୍ଥ୍ୟ ପ୍ରତି ବିଶେଷ ଯତ୍ନବାନ ହେବାକୁ ପଡ଼ିଥାଏ। କାରଣ ଏହି ଋତୁରେ ସ୍ବାସ୍ଥ୍ୟ ଖରାପ ହେବାର ଅଧିକ ଆଶଙ୍କା ଦେଖାଯାଇଥାଏ। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ...

ଏହି ସମସ୍ୟାରେ ଚୁପ୍‌ଚାପ ବସି ହୁଏନି…

ବେଳେବେଳେ କେତେକ କୌଣସି ସ୍ଥାନରେ ସ୍ଥିର ରହିପାରନ୍ତି ନାହିଁ। ଏଭଳି ସମସ୍ୟାରେ ଚୁପ୍‌ଚାପ୍‌ ବସିବା ଏକ ପ୍ରକାର ଅସମ୍ଭବ ହୋଇଥାଏ। ଏହାକୁ ଡାକ୍ତରୀଭାଷାରେ ଆକାଥିସିଆ ବା...

Advertisement


Archives

Model This Week

Why Dharitri