‘ସସ୍ମିତ ବିଜେଡ଼ି ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛନ୍ତି’

ଭୁବନେଶ୍ୱର,୫।୪: ଓ୍ବକଫ୍‌ ବିଲ୍‌ ଭୋଟିଂକୁ ନେଇ ବିଜେଡି ଏବେ ଦୁଇ ଭାଗ ହୋଇଯାଇଛି। ଦଳର ଏମ୍‌ପି ସସ୍ମିତ ପାତ୍ରଙ୍କ ଉପରେ ପୁଣି ବର୍ଷିଛନ୍ତି ବରିଷ୍ଠ ବିଜେଡି ନେତା ଗଣେଶ୍ୱର ବେହେରା। ବିଲ୍‌କୁ ସମର୍ଥନ କରି ସସ୍ମିତ ଦଳ ଲାଗି ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛନ୍ତି। ତାଙ୍କ ଭଳି ଜଣେ ଅଭିଜ୍ଞ ଏମ୍‌ପିଙ୍କଠାରୁ ଏଭଳି ଆଶା କରାଯାଉ ନ ଥିଲା। ଦଳର ପରାମର୍ଶ ନ ନେଇ ନିଷ୍ପତ୍ତି ନେବାର କ୍ଷମତା ସସ୍ମିତଙ୍କର ନାହିଁ। ରାଜ୍ୟ ସଭାରେ ସସ୍ମିତ ଏକାକୀ, ସ୍ବାଧୀନ ଭାବେ ନିଷ୍ପତ୍ତି ନେଇଛନ୍ତି। ଧର୍ମନିରପେକ୍ଷତା ଉପରେ ବିଶ୍ୱାସ କରୁଥିବା ଦଳ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ଗଣେଶ୍ୱର କହିଛନ୍ତି।

ବିଜେଡିରେ ଓ୍ବକଫ ବିଲକୁ ନେଇ ଅସ୍ପଷ୍ଟ ନୀତି ଦଳ ଭିତରେ ଅସ୍ଥିରତା ସୃଷ୍ଟି କରିଛି। ଏହି ବିଲ ଶୁକ୍ରବାର ସକାଳେ ରାଜ୍ୟ ସଭାରେ ପାରିତ ହୋଇଥିବା ସମୟରେ ଦଳୀୟ ଏମପିଙ୍କ ମଧ୍ୟରେ ମତଭେଦ ଦେଖାଦେଇଛି। କୁହାଯାଉଛି ଯେ, ଦଳର ସଭାପତି ନବୀନ ପଟ୍ଟନାୟକ ସବୁ ଏମପିଙ୍କୁ ବିଲ ବିରୋଧରେ ଭୋଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଶେଷ ମୂହୁର୍ତ୍ତରେ ପରିସ୍ଥିତି ଅଲଗା ଦେଖିବାକୁ ମିଳିଥିଲା।

ଫଳରେ, ରାଜ୍ୟ ସଭାରେ ବିଜେଡି ଏମପି ସସ୍ମିତ ପାତ୍ର ବିଲ୍କୁ ସମର୍ଥନରେ ଭୋଟ ଦେଇଥିବା ବେଳେ ମୁଜିବୁଲ୍ଲା ଖାନ ଏହାର ବିରୋଧ କରିଥିଲେ। ସେହିପରି ଦେବାଶିଷ ସାମନ୍ତରାୟ ଭୋଟ ନେଇ ନାହାନ୍ତି। ଅନ୍ୟ ୪ ଏମପିଙ୍କ ଭୋଟ ସ୍ଥିତି ଏପର୍ଯ୍ୟନ୍ତ ଅଜଣା ରହିଛି।

ଏହା ଭିତରେ ବଦ୍ରି ଅସନ୍ତୋସ ଝାଡ଼ି କହିଛନ୍ତି, ସସ୍ମିତ ପାତ୍ର ଏତେ ବଡ଼ ସାହସ କଲେ କେମିତି? । ଦଳ ସମଦୂରତା ନୀତି ରଖି ଚାଲୁଥିଲା, ନିଷ୍ପତ୍ତି ଅନୁରୂପ ହେଲାନି, କିଏ ଗୋଟେ ଖେଳ କଲା। କେଉଁଠି ଖେଳ ହୋଇଛି ତାହା ଜାଣିବା ଆବଶ୍ୟକ। ତଦନ୍ତରେ ଜଣାପଡ଼ିବ କାହା ନିର୍ଦେଶରେ ଏଭଳି ହେଲା। ଦଳ ଏବେ ବିଶ୍ବାସ ସଙ୍କଟରେ ବୋଲି ବଦ୍ରି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Budget 2026: ବଡ ଘୋଷଣା କରିଦେଲେ ଅର୍ଥମନ୍ତ୍ରୀ, ଓଡ଼ିଶାରେ ସୃଷ୍ଟି ହେବ ନିଯୁକ୍ତି ସୁଯୋଗ

ନୂଆଦିଲ୍ଲୀ,୧।୨: ୨୦୨୬-୨୭ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରି ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଦେଶର ଖଣିଜ ସମ୍ପଦର ସଦୁପଯୋଗ ଏବଂ ଆମଦାନୀ…

ପୋଲିସ ଗାଡି ଧକ୍କାରେ ଗଲା ଜୀବନ

ବଲାଙ୍ଗୀର,୧।୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ଥାନା ପେଟ୍ରୋଲ ପମ୍ପର ନିକଟ ବୁଲାଣି ରାସ୍ତାରେ ଶନିବାର ରାତିରେ ଭୟଙ୍କର ଦୁର୍ଘଟଣା ଘଟିଛି। ମୋଟର ସାଇକେଲରେ ଆସୁଥିବା…

ଯେବେ ପାକିସ୍ତାନ ପିଏମ ଆଗତ କରିଥିଲେ ଭାରତର ବଜେଟ, ଦେଶରେ ପଡିଥିଲା ଚହଳ!

ନୂଆଦିଲ୍ଲୀ,୧।୨: ଭାରତୀୟ ଇତିହାସର ଏକ ଆକର୍ଷଣୀୟ ଘଟଣା ଯାହା ପ୍ରଥମ ଥର ପାଇଁ ଶୁଣିଲେ ଯେକୌଣସି ବ୍ୟକ୍ତିଙ୍କୁ ଆଶ୍ଚର୍ଯ୍ୟ କରିପାରେ। ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାରତର ବଜେଟ ଉପସ୍ଥାପନ…

ଗାଁ ପାଇଁ ଅର୍ଥମନ୍ତ୍ରୀଙ୍କ ବଡ଼ ଘୋଷଣା: ଉପକୃତ ହେବେ ଗ୍ରାମୀଣ ଯୁବକ

ନୂଆଦିଲ୍ଲୀ,୧ା୨: ରବିବାର ପୂର୍ବାହ୍ନରେ ପାର୍ଲାମେଣ୍ଟରେ ବଜେଟ୍‌ ୨୦୨୬-୨୭ ଆଗତ ହୋଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ବଜେଟ୍‌ ଉପସ୍ଥାପନ କରିଛନ୍ତି। ଲଗାତର ୯ମ ଥର ପାଇଁ ବଜେଟ ଆଗତ…

Union Budget: ବଜେଟରେ ‘ସମସ୍ତଙ୍କ ପାଇଁ ବୀମା’ ସ୍ବପ୍ନ ସାକାର ହେବ କି? ଜାଣନ୍ତୁ ସବିଶେଷ ତଥ୍ୟ

ନୂଆଦିଲ୍ଲୀ,୧।୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ରବିବାର, ଫେବୃଆରୀ ୧, ୨୦୨୬ରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି। ବୀମା ଶିଳ୍ପ ଏଥିପାଇଁ ବହୁତ…

Union Budget 2026-27: ଲୋକ ସଭାରେ ବଜେଟ ଭାଷଣ ଦେଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ସଂସଦରେ ତାଙ୍କର ନବମ ବଜେଟ ଉପସ୍ଥାପନ କରୁଛନ୍ତି। ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ ଦେଶର ସଂସଦୀୟ ଇତିହାସରେ ଏକ ନୂତନ…

ବାପା ହେଲେ ସୁପରଷ୍ଟାର ରାମ ଚରଣ: ଉପାସନା ଜନ୍ମ ଦେଲେ ଯମଜ ସନ୍ତାନ

ମୁମ୍ବାଇ: ଟଲିଉଡର ପାୱାର କପଲ ରାମ ଚରଣ ଏବଂ ଉପାସନା କୋନିଡେଲାଙ୍କ ଘରକୁ ଆସିଛନ୍ତି ଦୁଇ ନୂଆ ଅତିଥି। ଉପାସନା ଏକ ପୁତ୍ର ଏବଂ ଏକ କନ୍ୟା…

ଟ୍ରେନରେ ଯାତ୍ରା କରୁଥିଲେ ଖୁସିଖବର, ୫୦% କମିଯିବ ଟ୍ରେନଭଡା!

ନୂଆଦିଲ୍ଲୀ,୧।୨: ଦେଶର ଲକ୍ଷ ଲକ୍ଷ ରେଳ ଯାତ୍ରୀ ଆଗାମୀ କେନ୍ଦ୍ର ବଜେଟ 2026 କୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ସବୁବେଳେ ପରି, ସାଧାରଣ ଲୋକ ଆଶା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri