ଲକ୍ଷଣ ଥାଇ ସରପଞ୍ଚଙ୍କ ବାପାଙ୍କର ହୋଇପାରିଲାନି କରୋନା ପରୀକ୍ଷା

କୁଜଙ୍ଗ,୨୧ା୯(ଡି.ଏନ୍‌.ଏ.): କରୋନା ଟେଷ୍ଟିଂ ଠିକ୍‌ ଭାବେ ହେଉ ନ ଥିବା ନେଇ ଅଭିଯୋଗ ଆଣିଥିବା ସରପଞ୍ଚଙ୍କ ବାପାଙ୍କୁ ଡାକ୍ତରଖାନା ପକ୍ଷରୁ ଜାଣିଶୁଣି ହଇରାଣ କରାଯାଉଥିବା ଅଭିଯୋଗ ଆଣିଛନ୍ତି କୁଜଙ୍ଗ ବ୍ଲକ ଅଧୀନ ଗରେଇ ପଞ୍ଚାୟତ ସରପଞ୍ଚ ସଂଗ୍ରାମ ମନ୍ତ୍ରୀ। ଅଭିଯୋଗ ମୁତାବକ, ସରପଞ୍ଚଙ୍କ ବାପା ବୀରବର ମନ୍ତ୍ରୀ (୬୪)ଙ୍କ ଶରୀରରେ କରୋନା ଲକ୍ଷଣ ଦେଖାଯିବାରୁ ତାଙ୍କୁ ରବିବାର ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ତାଙ୍କର କରୋନା ପରୀକ୍ଷା କରାଇବା ବଦଳରେ ଅତିରିକ୍ତ ଜିଲା ମୁଖ୍ୟ ଚିକିତ୍ସାଧୀକାରୀ ତାଙ୍କୁ କୁଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପରୀକ୍ଷା କରାଇବାକୁ ଲିଖିତ ଆକାରରେ କହିଥିଲେ। ମାତ୍ର କୁଜଙ୍ଗରେ ରବିବାର ପରୀକ୍ଷା କରାଯାଉ ନ ଥିବାରୁ ସୋମବାର ରାହାମାଠାରେ ହେବାକୁ ଥିବା ପରୀକ୍ଷା ଶିବିରରେ ଟେଷ୍ଟ କରାଇବାକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ମୁଖ୍ୟ ଚିକିତ୍ସାଅଧିକାରୀ ଡା. ପ୍ରଶନ୍ନ ପଣ୍ଡା ପରାମର୍ଶ ଦେଇଥିଲେ। ବୟସାଧିକ ସହ ତାଙ୍କ ଦେହ ଅତି ଅସୁସ୍ଥ ଥିବା ବେଳେ ଡାକ୍ତରଖାନା କର୍ତ୍ତୃପକ୍ଷ ତାଙ୍କ ଚିକିତ୍ସା ନ କରାଇ ଘରକୁ ପଠାଇ ଦେଇଥିବା ଅଭିଯୋଗ ଆଣିଛନ୍ତି ସରପଞ୍ଚ ସଂଗ୍ରାମ ମନ୍ତ୍ରୀ। ତାଙ୍କ କହିବା ମୁତାବକ, ପ୍ରତି ବ୍ଲକରେ ପ୍ରତ୍ୟହ ୨୦୦ କରୋନା ଟେଷ୍ଟ ହେବ ବୋଲି ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ହେଲେ କୁଜଙ୍ଗ ବ୍ଲକରେ ଦୈନିକ ମାତ୍ର ୬୦-୭୦ଜଣଙ୍କ ପରୀକ୍ଷା କରାଯାଉଛି। ଫଳରେ ବ୍ଲକ ଅଞ୍ଚଳର ବହୁ ଲୋକ ଚିକିତ୍ସା ଅଭାବରୁ ଗୁରୁତର ହୋଇପଡୁଛନ୍ତି। ତେବେ ଜିଲାପାଳଙ୍କ ନିର୍ଦ୍ଦେଶକୁ ଠିକ୍‌ ଭାବେ ପାଳନ କରିବା ନେଇ ସେ ଦାବି କରିଥିଲେ। ଏ ନେଇ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲା। ତେଣୁ ସେହି ରାଗରେ ଡାକ୍ତରଖାନା କର୍ତ୍ତୃପକ୍ଷ ତାଙ୍କ ବାପାଙ୍କ ଚିକିତ୍ସା କରାଉନାହାନ୍ତି ବୋଲି ସରପଞ୍ଚ ମନ୍ତ୍ରୀ କହିଛନ୍ତି। ଏ ସମ୍ପର୍କରେ କୁଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଚିକିତ୍ସା ଅଧିକାରୀ ଡା. ପଣ୍ଡାଙ୍କୁ ପଚାରିବାରେ ରବିବାର ଆମର ପରୀକ୍ଷା କରାଯାଉ ନ ଥିବାରୁ ସୋମବାର ରାହାମାଠାରେ ପରୀକ୍ଷା କରେଇ ନେବା ପାଇଁ ପରାମର୍ଶ ଦିଆଯାଇଛି। କରୋନା ଲକ୍ଷଣଥିବା ରୋଗୀଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରୁ କୁଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପଠାଯିବା ସମ୍ପର୍କରେ ସିଡିଏମ୍‌ଓ ଡା. ବିଜୟା ପଣ୍ଡାଙ୍କୁ ପଚାରିବାରେ, ଏଭଳି ହେବା କଥା ନୁହେଁ। ତେବେ ଏ ସମ୍ପର୍କରେ ବୁଝିବି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫିଲ୍ମ ଷ୍ଟାଇଲ୍‌ରେ ଗୋରୁ ଗାଡ଼ିକୁ ୧୨ କିଲୋମିଟର ଗୋଡ଼ାଇ ଗୋଡ଼ାଇ ଶେଷରେ ପୋଲିସ…

ପରଜଙ୍ଗ,୨ା୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ପୋଲିସ ଫିଲ୍ମ ଷ୍ଟାଇଲରେ ପ୍ରାୟ ୧୨ କିଲୋମିଟର ରାସ୍ତା ଗୋଡ଼ାଇ ଗୋଡ଼ାଇ ଗୋରୁ ଗାଡ଼ି ଧରିବାରେ…

ଆନ୍ଦୋଳନରେ ସୁଇପର, ଅଳିଆ ଆବର୍ଜନାରେ ପୂରିଛି ସହର

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ): ୧୨ଟି ଓ୍ବାର୍ଡକୁ ନେଇ ଗଠିତ ଗଞ୍ଜାମ ଏନ୍‌ଏସି ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ବେଳେ ୩ ଦିନରୁ ଊର୍ଦ୍ଧ୍ୱ ହେବ ସଫେଇ କାର୍ଯ୍ୟ…

କୋଲକାତାରୁ ଭୁବନେଶ୍ୱର ଯାଉଥିଲା ବସ୍‌, ରାସ୍ତାରେ ଫାଟିଲା ଚକା, ଆଉ ତା’ ପରେ…

ବାଲେଶ୍ୱର,୨ା୪(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥରେ ହଳଦିପଦା ବାଇପାସ୍‌ ନିକଟରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କୋଲକାତାରୁ ସାରା ନାମକ ଏକ ଯାତ୍ରୀବାହୀ ବସ୍‌…

ଖରାଦିନେ ଆବଶ୍ୟକତାଠୁ ଅଧିକ ପାଣି ପିଉଛନ୍ତି କି? ହୋଇପାରେ ଗୁରୁତର ସମସ୍ୟା

ନୂଆଦିଲ୍ଲୀ,୨।୪: ପ୍ରଚୁର ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । କାରଣ ଏହା ଶରୀରକୁ ହାଇଡ୍ରେଟ୍ ରଖେ, ଚର୍ମର ରଙ୍ଗକୁ ଉନ୍ନତ କରେ ଏବଂ ବିଷାକ୍ତ ପଦାର୍ଥ…

ବୋର୍ଡ ସଭାପତିଙ୍କ ବଡ଼ ଘୋଷଣା; ଆଜି ସରିବ ମାଟ୍ରିକ ପରୀକ୍ଷା ଖାତା ଦେଖା, କେବେ ରେଜଲ୍ଚ ବାହାରିବ ଜାଣନ୍ତୁ

ଭୁବନେଶ୍ବର,୨।୪: ମେ’ ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହରେ ବାହାରିବ ମାଟ୍ରିକ ରେଜଲ୍ଟ । ଏନେଇ ସୂଚନା ଦେଲେ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ।  ଆଜି ମାଟ୍ରିକ…

ଭାରତକୁ ବନ୍ଧୁତାର ହାତ ବଢାଇଲା ଏହି ଦେଶ: ପାକିସ୍ତାନ ଛାନିଆ

ନୂଆଦିଲ୍ଲୀ,୨।୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆରମ୍ଭ ହୋଇଛି। ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାର ୩୦ ଦିନରୁ ଅଧିକ ସମୟ ବିତିଗଲାଣି। କୌଣସି ପକ୍ଷ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ; ୧୩୦୦୦ କମିଲା….

ନୂଆଦିଲ୍ଲୀ,୨।୪: ଆଜି ସୁନା ଏବଂ ରୂପା ବଜାରରେ ଏକ ବଡ଼ ହ୍ରାସ ଦେଖିବାକୁ ମିଳିଛି । ଯାହା ନିବେଶକ ଏବଂ କ୍ରେତା ଉଭୟଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି…

କ୍ରିକେଟର୍‌ଙ୍କ ଅଭିଯୋଗରେ ଏହି ଅଭିନେତ୍ରୀଙ୍କୁ ବାନ୍ଧିଲା ପୋଲିସ: ପଛରେ ରହିଛି ଏମିତି କାରଣ

କଲମ୍ବୋ,୨।୪: ଶ୍ରୀଲଙ୍କାର କ୍ରିକେଟର ଭାନୁକା ରାଜପକ୍ଷେ ଅଭିନେତ୍ରୀ ହର୍ଷି ରସାଙ୍ଗାଙ୍କୁ ଏକ ଆଇନଗତ ନୋଟିସ ପଠାଇଛନ୍ତି। ଏହା ପରେ ପୋଲିସ ତାଙ୍କୁ ଗିରଫ କରିଛି। ଏହି ମାମଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri