Odisha Elections 2024

ଡ୍ରେନ ସଫା କରିବାକୁ କହିବାରୁ ସରପଞ୍ଚଙ୍କୁ ମାଡ଼ ମାରିଲେ ବ୍ୟବସାୟୀ

କେସିଙ୍ଗା,୪।୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନ ଉତ୍କେଲା ଗ୍ରାମପଞ୍ଚାୟତ ପକ୍ଷରୁ ଆସନ୍ତା ଶୁକ୍ରବାର କଳାହାଣ୍ଡି ଉତ୍ସବ ପାଳନ ନିମନ୍ତେ ପଞ୍ଚାୟତରେ ଗୁରୁବାର ସଫେଇ କାର୍ଯ୍ୟ ଚାଲିଥିଲା। ସେତିକିବେଳେ ୨୬ ନମ୍ବର ଜାତୀୟ ରାଜପଥ ନିକଟରେ ବ୍ୟବସାୟୀ କରୁଥିବା କୂଳଦୀପ ଜୈନଙ୍କୁ ରାସ୍ତା ପାର୍ଶ୍ୱ ଡ୍ରେନ ସଫା କରିବାକୁ ଉତ୍କେଲା ସରପଞ୍ଚ ନରେନ୍ଦ୍ର ମାଝି କହିଥିଲେ।

ଇତି ମଧ୍ୟରେ ସରପଞ୍ଚ ଏବଂ ବ୍ୟବସାୟୀଙ୍କ ମଧ୍ୟରେ ଡ୍ରେନ ସଫାକୁ ନେଇ ଯୁକ୍ତିତର୍କ ହୋଇଥିଲା। ଏଥିରେ ବ୍ୟବସାୟୀ କୂଳଦୀପ ଉତ୍ତ୍ୟକ୍ତ ହୋଇ ଜନସାଧାରଣଙ୍କ ଉପସ୍ଥିତରେ ସରପଞ୍ଚଙ୍କୁ ମାଡ଼ ମାରିଥିଲେ। ଫଳରେ ସରପଞ୍ଚ ରକ୍ତାକ୍ତ ହୋଇଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି। ଏ ନେଇ ସରପଞ୍ଚ ଉତ୍କେଲା ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି। ବ୍ୟବସାୟୀ କୂଳଦୀପ ଜୈନ ମଧ୍ୟ ଉକ୍ତ ଫାଣ୍ଡିରେ ପାଲଟା ଏକ ଅଭିଯୋଗ କରିଛନ୍ତି। ଏ ସଂକ୍ରାନ୍ତରେ ଉତ୍କେଲା ଫାଣ୍ଡି ଅଧିକାରୀ ପ୍ରେମ ରାଜ କହରଙ୍କୁ ପଚାରିବାରୁ ଉଭୟଙ୍କ ପକ୍ଷରୁ ଅଭିଯୋଗ ହୋଇଛି, ତଦନ୍ତ ଜାରି ରହିଛି ବୋଲି ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭୋଟରଙ୍କୁ କଂଗ୍ରେସର ଗ୍ୟାରେଣ୍ଟି କାର୍ଡ: ଏଥିରେ ରହିଛି ବଡ଼ ପ୍ରତିଶ୍ରୁତି

ମୋରଡ଼ା,୨୦ା୫(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀରେ ରାଜନୈତିକ ପାଣିପାଗରେ ଉଷ୍ମତା ଦେଖିବାକୁ ମିଳିଛ। ପ୍ରମୁଖ ରାଜନୈତିକ ଦଳ ଭାଜପା,...

”ଓଡ଼ିଶାର ପ୍ରତି ବ୍ଲକ ଲୋକେ ଗୁଜରାଟରେ କାମ କରୁଛନ୍ତି”: ପ୍ରଧାନମନ୍ତ୍ରୀ ମୋଦି

କଟକ,୨୦।୫: କଟକରେ ବିଶାଳ ଜନସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେଡି ସରକାରଙ୍କ ଉପରେ ଖୁବ ବର୍ଷିଛନ୍ତି। କହିଛନ୍ତି ବିଜେଡି ପାଇଁ ଓଡ଼ିଶା ଆଜି...

ଭୁଜାଲି ମାଡ଼ରେ ଜଣଙ୍କ ଜୀବନ ଗଲା

ବରଗଡ଼,୨୦ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ବ୍ଲକ ଅନ୍ତର୍ଗତ ସରସରା ଗ୍ରାମରେ ସୋମବାର ସ୍ପଷ୍ଟ ଦିବାଲୋକରେ ଏକ ହତ୍ୟାକାଣ୍ଡ ଘଟିଛି। ଭୁଜାଲି ମାଡ଼ରେ ଜଣେ ଲୋକଙ୍କ ମୃତ୍ୟୁ...

୩ ପ୍ରମୁଖ ଦଳ ମଧ୍ୟରେ ହେବ କଡ଼ା ଟକ୍କର

ପରଜଙ୍ଗ,୨୦ା୫(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବିଧାନସଭା ନିର୍ବାଚନମଣ୍ଡଳୀରେ ୨୦୧୯ ନିର୍ବାଚନରେ ଅଳ୍ପକେ ବିଜୟ ପାଇଥିଲା ବିଜେଡି। ଭାଜପା ଏଠାରେ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ରହିଥିଲା। ହେଲେ...

ନିଜ ବଳରେ ଲଢୁଛନ୍ତି ଢେଙ୍କାନାଳ କଂଗ୍ରେସ ପ୍ରାର୍ଥୀ

ଢେଙ୍କାନାଳ,୨୦ା୫(ରତନ ନାୟାର): ଢେଙ୍କାନାଳ ଜିଲାରେ ଆସନ୍ତା ୨୫ ତାରିଖରେ ଭୋଟ ଗ୍ରହଣ ହେବ। ତେବେ ୨୩ ତାରିଖରେ ପ୍ରଚାର ପର୍ବ ଶେଷ ହେବ। ତେଣୁ ପ୍ରାର୍ଥୀମାନଙ୍କ...

ଜି ଉଦୟଗିରିରେ ୧୧ଟା ସୁଦ୍ଧା ୨୦% ମତଦାନ

ଜି ଉଦୟଗିରି,୨୦।୫(ଶିଶିର ପଟ୍ଟନାୟକ): ଜି ଉଦୟଗିରି ବିଧାନସଭା ଓ ଫୁଲବାଣୀ ଲୋକ ସଭା ଆସନ ନିମନ୍ତେ ସୋମବାର ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଜି...

ଅତାବିରାରେ ସର୍ବାଧିକ ମତଦାନ, ପଦ୍ମପୁରରେ ସର୍ବନିମ୍ନ

ବରଗଡ଼,୨୦।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ସୋମବାର ସକାଳ ୭ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ମତଦାନ କେନ୍ଦ୍ର ଗୁଡିକରେ ମତଦାତାଙ୍କ ଲମ୍ବା...

ପୂର୍ବାହ୍ନ ୧୧ଟା ସୁଦ୍ଧା ୨୧% ମତଦାନ

ଛତ୍ରପୁର,୨୦ା୫(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ଆସିକା ଲୋକ ସଭା ଓ ଏହା ଅଧୀନ ୭ ବିଧାନସଭା ଆସନ ଏବଂ କନ୍ଧମାଳ ଲୋକ ସଭା ଅଧୀନ ତଥା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri