ପୋକରା ପିଡିଏସ୍‌ ଚାଉଳ ଫେରାଇଲେ ସରପଞ୍ଚ

ରିଆମାଳ, ୧୭ା୧୨ (ଡି.ଏନ.ଏ)- ଦେବଗଡ଼ ଜିଲା ରିଆମାଳ ବ୍ଲକ ମଳେହିପଡା ପଞ୍ଚାୟତରେ ବୁଧବାର ପିଡିଏସ୍‌ ଚାଉଳକୁ ସରପଞ୍ଚ ହାବିଲ ସାହୁ ଫେରାଇ ଦେଇଥିବା ଜଣାପଡିଛି। ଘଟଣା ଅନୁସାରେ ପଞ୍ଚାୟତକୁ କିଛି ମାସ ହେବ ଠିକ୍‌ ମାପଠାରୁ କମ୍‌ ଏବଂ ଅତି ନିମ୍ନମାନର ଚାଉଳ ଆସୁଥିବା ବାରମ୍ବାର ଯୋଗାଣ ବିଭାଗକୁ ଅଭିଯୋଗ କରି ଆସୁଥିଲେ। ବୁଧବାର ୪୭୫ ପ୍ୟାକେଟ ଚାଉଳ ଆସିଥିବାବେଳେ ଯୋଗାଣ ସହାୟିକା ସୁନୀତା ପ୍ରଧାନ ପୋକରା, ଧୁଳିଗୁଣ୍ଡା ଯୁକ୍ତ ତଥା ମୁଷାଲେଣ୍ଡି ଓ ଜାଲିଭିଡା ଚାଉଳ ଏବଂ ଫଟା ବସ୍ତାରେ ଆସିଥିବା ଦେଖିବାକୁ ପାଇଥିଲେ। ଫଳରେ ସେ ଏମଆଇ ଜୟନ୍ତ କୁଣ୍ଡୁ ଏବଂ ସରପଞ୍ଚ ହାବିଲ ସାହୁ, ସମିତି ସଭ୍ୟ ଅମୂଲ୍ୟ ପ୍ରଧାନଙ୍କୁ ଜଣାଇ ପଞ୍ଚାୟତ କାର୍ଯ୍ୟାଳୟରେ ଥିବା ଗୋଦାମ ଘରକୁ ଡକାଇଥିଲେ। ସରପଞ୍ଚ ସାହୁ ଏବଂ ସମିତି ସଭ୍ୟ ପ୍ରଧାନ ସେଠାରେ ପହଞ୍ଚି ଅତି ନିମ୍ନମାନର ଚାଉଳ ଦେଖି ତାକୁ ଫେରାଇ ଦେବା ପାଇଁ କହିଥିଲେ। କାରଣ ଚାଉଳ ନେବା ସମୟରେ ଉପଭୋକ୍ତାମାନେ ନିମ୍ନମାନର ଚାଉଳ ପାଇଁ ଅସନ୍ତୋଷ ଜାହିର କରିବା ସହିତ ଗାଳିଗୁଲଜ କରିଥାଆନ୍ତି। ଚାଉଳ ପ୍ୟାକେଟରେ କମ ଆସୁଥିବାରୁ ବହୁ ସମୟରେ ଯୋଗାଣ ସହାୟିକା ନିଜ ହାତରୁ ଅର୍ଥ ବହନ କରୁଥିବା ଜଣାଇଥିଲେ। ବିଡିଓ ଦିବ୍ୟଶଙ୍କର ଜୟପୁରିଆଙ୍କୁ ଏହି ବିଷୟରେ ପଚାରିବାରୁ ଏମଆଇ କିମ୍ବା ସିଏସଓ ଏହାର ଉତ୍ତର ଦେଇ ପାରିବେ ବୋଲି କହିଥିଲେ। କିଛି ଦିନ ତଳେ ପିଡିଏସ୍‌ ସାମଗ୍ରିରେ ଆସୁତ୍ଥିବା ଗହମରେ କଣ୍ଟାଜାତୀୟ ଏକ ଫଳ ମିଶି ଆସୁଥିବାରୁ ଉପଭୋକ୍ତାମାନେ ଅସନ୍ତୋଷ ଜାହିର କରିଥିଲେ। ଏବେ ପ୍ରତ୍ୟେକ ପଂଚାୟତକୁ ଏହି ଭଳି ନିମ୍ନମାନର ଚାଉଳ ଆସୁଥିବାରୁ ଯୋଗାଣ ବିଭାଗ ଏଥିପ୍ରତି ଗୁରୁତ୍ୱ ଦେଲେ ଉପଭୋକ୍ତାମାନେ ଖାଇବା ଚାଉଳ ଗଣ୍ଡାକ ନେଇ ଖୁସିରେ ଖାଇପାରନ୍ତେ। ଯଦି ଆଗାମୀ ଦିନରେ ଏହି ସମସ୍ୟାର ସମାଧାନ ନ କରାଯାଏ ତା’ହେଲେ ପଞ୍ଚାୟତବାସୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ମଳେହିପଡା ସରପଞ୍ଚ ଓ ସମିତି ସଭ୍ୟ କହିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଦେବଗଡ଼ର ପରିତ୍ୟକ୍ତ ଶିଶୁ ବଢ଼ିବ ଆମେରିକାରେ, ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରି…

ଦେବଗଡ଼,୧୫ା୨(ଶଶାଙ୍କ ଶେଖର ଝାଙ୍କର): ଜିଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ରଙ୍କ ଆବେଦନ ଓ ଜିଲାପାଳ କବିନ୍ଦ୍ର କୁମାର ସାହୁଙ୍କ ଅନୁମୋଦନ ପରେ ବିଗତ ତିନି ବର୍ଷରୁ…

ପ୍ରେମ ସପ୍ତାହରେ ପଢ଼ାଉଥିଲେ ପ୍ରେମପାଠ, ଛାତ୍ରୀଙ୍କୁ ଗୁଲଗୁଲା-ସିଙ୍ଗଡ଼ା ଡାକି ବନ୍ଧାହେଲେ ବିଜ୍ଞାନ ଶିକ୍ଷକ

ଦେବଗଡ଼,୧୪ା୨(ଶଶାଙ୍କ ଶେଖର ଝାଙ୍କର): ପ୍ରେମ ସପ୍ତାହରେ ବିଜ୍ଞାନ ଶିକ୍ଷକ ସ୍କୁଲ ଛାତ୍ରୀଙ୍କୁ ପ୍ରେମର ପାଠ ପଢ଼ାଉଥିବା ଘଟଣାରେ ଶନିବାର ଗିରଫ ହେଇଥିବା ଜଣାପଡ଼ିଛି। ଖବର ମୁତାବକ କୁଣ୍ଢେଇଗୋଳା…

ପ୍ରେମର ପାଠପଢାଇ ଫସିଲେ ବିଜ୍ଞାନ ଶିକ୍ଷକ: ସ୍କୁଲ ଫାଟକରେ ତାଲା, ଥାନାରେ ପହଞ୍ଚିଲା ମାମଲା…

ଦେବଗଡ,୧୩।୨(ଶଶାଙ୍କ ଶେଖର ଝାଙ୍କର): ସ୍କୁଲ ଛାତ୍ରୀଙ୍କୁ ବିଜ୍ଞାନ ଶିକ୍ଷକଙ୍କ ଅଶାଳୀନ ବ୍ୟବହାର। କୁଣ୍ଢେଇଗୋଳା ହାଇସ୍କୁଲ ଶିକ୍ଷକ ତପନ ମିଶ୍ର ଥାନାରେ ଅଟକ। ଛାତ୍ରୀଙ୍କ ମା’ ଦେଇଥିବା ଅଭିଯୋଗ…

ଦେବଗଡ ଥାନା ପୋଲିସକୁ ସଫଳତା, ଚୋରି ସାମଗ୍ରୀ ଠାବ ସହ ୨ଜଣଙ୍କୁ ବାନ୍ଧିଲା

ଦେବଗଡ,୧୩|୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଥାନା ପୋଲିସ ବହୁ ପରିମାଣର ଚୋରି ସାମଗ୍ରୀ ଉଦ୍ଧାର କରିବାସହ ବସାଲଇ ଗ୍ରାମର ଦୁଷ୍ମନ୍ତ ପ୍ରଧାନ (୨୨) ଓ ବଣିଆକିଲିଣ୍ଡା ଗ୍ରାମର…

ସ୍କୁଲରେ ବିଜ୍ଞାନ ଶିକ୍ଷକଙ୍କ ‘ପ୍ରେମ ପାଠ’: ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ଥାନାରେ ମାମଲା ରୁଜୁ

ଦେବଗଡ,୧୨।୨(ଶଶାଙ୍କ ଶେଖର ଝାଙ୍କର): ବିଦ୍ୟାଳୟରେ ଶିକ୍ଷକଙ୍କ ଅଭଦ୍ରାମି। ବିଜ୍ଞାନ ପାଠ ବଦଳରେ ଛାତ୍ରୀଙ୍କୁ ପଚାରୁଛନ୍ତି ‘ହଗ୍‌-ଡେ’ ଓ ‘ପ୍ରପୋଜ୍‌-ଡେ’। ଦେବଗଡ଼ ଜିଲା ରିଆମାଳ ବ୍ଲକରୁ ଆସିଛି ଏଭଳି…

ବିବାହର ମିଥ୍ୟା ପ୍ରଲୋଭନ ଦେଖାଇ ରଖୁଥିଲେ ଶାରୀରିକ ସମ୍ପର୍କ, ଥାନାରେ ପହଞ୍ଚିଲା ପ୍ରେମିକା

ଦେବଗଡ,୧୧।୨(ଶଶାଙ୍କ ଶେଖର ଝାଙ୍କର): ବିବାହର ମିଥ୍ୟା ପ୍ରଲୋଭନ ଦେଖାଇ ପ୍ରେମିକା ସହିତ ଶାରୀରିକ ସମ୍ପର୍କ ସ୍ଥାପନ ପରେ ପ୍ରତାରଣା ଅଭିଯୋଗରେ ପ୍ରେମିକଙ୍କୁ ଗିରଫ କରି ମଙ୍ଗଳବାର ଦେବଗଡ…

ଖେଳ ପଡିଆରୁ ଟେକି ନେଇ ନାବାଳିକାଙ୍କୁ ବଳାତ୍କାର, ୫୯ ବର୍ଷୀୟ ବ୍ୟକ୍ତି ଗିରଫ

ଦେବଗଡ,୧୦।୨(ଶଶାଙ୍କ ଶେଖର ଝାଙ୍କର): ଜଣେ ୧୪ ବର୍ଷୀୟା ନାବାଳିକାକୁ ବଳାତ୍କାର ଅଭିଯୋଗରେ ଦେବଗଡ ଥାନା ପୋଲିସ ସୋମବାର ଖୁଂଟିଆପାଲି ଗ୍ରାମର ଗୌରହରୀ ବିଶ୍ୱାଳ(୫୯) ନାମକ ଜଣେ ବ୍ୟକ୍ତିକୁ…

ପଥର କୋଇଲା ବୋଝେଇ ପିକ୍‌ଅପ୍‌ ଜବତ, ୨ ଜଣଙ୍କୁ ବାନ୍ଧିଲା ପୋଲିସ

ଦେବଗଡ଼,୨ା୨(ଶଶାଙ୍କ ଶେଖର ଝାଙ୍କର): ରିଆମାଳ ବ୍ଲକ ତଥା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ଖିଲେଇ ନିକଟରୁ ବେଆଇନ ପଥର କୋଇଲା ବୋଝେଇ ଏକ ପିକ୍‌ଅପ୍‌କୁ ପୋଲିସ ଜବତ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri