ଚାମେଲିଙ୍କ ସପକ୍ଷରେ ବାହାରିଲେ ସରପଞ୍ଚ ମହାସଂଘ: ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦେଲେ ଦାବିପତ୍ର

ଛତ୍ରପୁର, ୧୮।୬ (ଦିଲ୍ଲୀପ ସାମଲ ): କେନ୍ଦ୍ରାପଡା ଜିଲା ଅନ୍ତର୍ଗତ ମହାକାଳପୁର ପଞ୍ଚାୟତ ସମିତି ଅଧୀନ ତିଖିରି ପଞ୍ଚାୟତର ମହିଳା ସରପଞ୍ଚ ଚାମେଲି ଓଝାଙ୍କ ପ୍ରତି ହୋଇଥିବା ଅମାନୁଷିକ କାର୍ଯ୍ୟକଳାପକୁ ବିରୋଧ କରି ଓଡ଼ିଶା ସରପଞ୍ଚ ମହାସଂଘର ଆହୱାନ କ୍ରମେ ଗୁରୁବାର ଗଞ୍ଜାମ ଜିଲା ସରପଞ୍ଚ ମହାସଂଘ ପକ୍ଷରୁ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହା ସହିତ ଓଡ଼ିଶାର ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲାପାଳ ଦେବଦତ୍ତ ପଣ୍ଡାଙ୍କୁ ଦାବିପତ୍ର ପ୍ରଦାନ । ତିଖିରି ପଞ୍ଚାୟତର ଉନ୍ନୟନମୂଳକ କାର୍ଯ୍ୟ ସମ୍ବନ୍ଧରେ ଆଲୋଚନା କରିବା ପାଇଁ ବ୍ଲକ କାର୍ଯ୍ୟାଳୟକୁ ମହିଳା ସରପଞ୍ଚ ଆସିଥିବା ବେଳେ ମହାକାଳପଡା ବିଡିଓ ତାଙ୍କ ବିରୋଧରେ ଚକ୍ରାନ୍ତ ଏବଂ ମିଥ୍ୟା ଅଭିଯୋଗ କରି ଦୁର୍ବବହାର ପ୍ରଦର୍ଶନକୁ ସେମାନେ ବିରୋଧ କରିଛନ୍ତି । ପରେ ତାଙ୍କ ବିରୋଧରେ ମିଥ୍ୟା ମକଦ୍ଦମା ଲଗାଇ ତାଙ୍କୁ ଥାନା ପରିସରକୁ ନିଆଯାଇଥିଲା । ଘଟଣାରେ ସମ୍ପୃକ୍ତ ଥିବା ମହାକାଳପଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଥାନାଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେମାନେ ଦାବି କରିଛନ୍ତି । ତାଙ୍କୁ ମାନସିକ ଓ ଶାରିରୀକ ନିର୍ଯାତନା କରାଯାଇଥିବାରୁ ସେ ଏବେ ମେଡିକାଲରେ । ଏଣୁ ଉକ୍ତ ଘଟଣାର ସାମୁଚିକ ନ୍ୟାୟିକ ତଦନ୍ତ କରାଯାଇ ଦୋଷୀଙ୍କୁ ଉପଯୂକ୍ତ ଦଣ୍ଡ ପ୍ରଦାନ କରିବା ସହିତ ତାଙ୍କୁ ନ୍ୟାୟ ପ୍ରଦାନ କରିବା, ମହାକାଳପଡା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଦପ୍ତର ଓ ମହାକାଳପଡା ଥାନାର ସିସି ଟିଭି ଓ ଚାମେଲି ଓଝାଙ୍କ ମୋବାଇଲରେ ରେକର୍ଡ ହୋଇଥିବା ସମସ୍ତ ବିଷୟକୁ ବିଧିବଦ୍ଧ ଭାବେ ସର୍ବ ସମ୍ମୁଖକୁ ଅଣାଯିବା ଓ ତାଙ୍କ ବିରୁଦ୍ଧରେ ମହାକାଳପଡା ବିଡିଓ ଓ ପୋଲିସ ପକ୍ଷରୁ କରାଯାଇଥିବା ମିଥ୍ୟା ମକଦ୍ଦମାକୁ ପ୍ରତ୍ୟାହାର କରାଯାଇ ତାଙ୍କୁ ସସମ୍ମାନେ ନିର୍ଦ୍ଦୋଷରେ ଖଲାସ କରିବା ପାଇଁ ଦାବି ହୋଇଛି। ଲୋକଙ୍କ ସରକାରରେ ବୃଦ୍ଧ ବୃଦ୍ଧାମାନେ ଦୀର୍ଘ ଦିନ ଧରି ଭତ୍ତା ପାଇ ନାହାନ୍ତି, ଅନଲାଇନ ମାଧ୍ୟମରେ ଆବେଦନ କରିଥିଲେ ବି ସେମାନଙ୍କ କୌଣସି କାର୍ଯ୍ୟ ହେଉନାହିଁ । ଏହାକୁ ନେଇ ବିଡିଓଙ୍କ ସହ ଆଲୋଚନା କରିବାକୁ ଯିବା ସମୟରେ ଜନ ପ୍ରତିନିଧିମାନଙ୍କୁ ଏଭଳି ର୍ଦୁବ୍ୟବହାରକୁ ଗଞ୍ଜାମ ଜିଲା ସରପଞ୍ଚ ମହାସଂଘ ପକ୍ଷରୁ ଦୃଢ ନିନ୍ଦା କରାଯାଇଛି । ଗଞ୍ଜାମ ଜିଲା ସରପଞ୍ଚ ମହାସଂଘର ସଭାପତି ମନୋରଞ୍ଜନ ଗୌଡଙ୍କ ନେତୃତ୍ୱରେ ବହୁ ପଂଚାୟତର ସରପଞ୍ଚ ମାନେ ଏକ ଶୋଭାଯାତ୍ରାରେ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଂଚି ସେଠାରେ ଶାନ୍ତିପୂର୍ଣ୍ଣ ଭାବେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସରପଞ୍ଚ ମାନେ ହେଉଛନ୍ତି ପଂଚାୟତ ଜିଲାପାଳ । ମାତ୍ର ଜନପ୍ରତିନିଧିଙ୍କୁ ଅଣଦେଖା ସହିତ ଜାଣି ଶୁଣି ବିଭିନ୍ନ ସମୟରେ ଆକ୍ରୋଶ କରାଯାଉଛି। ତାହାକୁ ନେଇ ବହୁ ସରପଞ୍ଚ ମାନେ ନିନ୍ଦା କରିଥିଲେ। ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲାର ବହୁ ପଞ୍ଚାୟତର ସସରପଞ୍ଚମାନେ ଉପସ୍ଥିତ ଥିଲେ ।

Odisha’s No.1 Odia Daily

 

 

 

 

 


Enter your email to get our daily news in your inbox.

All Right Reserved By Dharitri.Com

ପିଲାସାଲୁଙ୍କି ଜଳଭଣ୍ଡାରରୁ ଜଳ ନିଷ୍କାସନ: ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଜାରି ହେଲା ହାଇ-ଅଲର୍ଟ!

ଖଜୁରୀପଡ଼ା,୧୯ା୯(ବିଦୁର ବେହେରା): ବଙ୍ଗୋପସାଗରରେ ସୃଷ୍ଟ ସକ୍ରିୟ ଲଘୁଚାପ ପ୍ରଭାବରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିଲାସାଲୁଙ୍କି ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି। ଜଳଭଣ୍ଡାରର…

ଦୁଆଙ୍କୁ ମିଳିଲା ସାନ ଭଉଣୀ: ଦ୍ୱିତୀୟ କନ୍ୟାରତ୍ନଙ୍କୁ ସ୍ୱାଗତ କଲେ ‘ଦୀପବୀର୍‌’

ମୁମ୍ବାଇ: ବଲିଉଡ୍‌ର ଚର୍ଚ୍ଚିତ ତଥା ଲୋକପ୍ରିୟ ଯୋଡ଼ି ଦୀପିକା ପାଦୁକୋନ୍‌ ଏବଂ ରଣବୀର୍‌ ସିଂହଙ୍କ ଘରକୁ ଆସିଛି ନୂଆ ଅତିଥି। ଶନିବାର ଏହି ଷ୍ଟାର୍‌ ଦମ୍ପତିଙ୍କ କୋଳକୁ…

ଦିଗପହଣ୍ଡି ରେ  ମା ‘ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶୁଭାରମ୍ଭ  

ଦିଗପହଣ୍ଡି,୧୯|୯(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ୩ ନଂ. ୱାର୍ଡ ନୂଆସାହି ସ୍ଥିତ ଆରାଧ୍ଯା ଦେବୀ ମା’ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶନିବାର ଠାରୁ ଆରମ୍ଭ…

ଅବ୍ୟବସ୍ଥାରେ ରିଷିଡ଼ା ବସ୍‌ଷ୍ଟାଣ୍ଡ

ରିଷିଡ଼ା,୧୯ା୮(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ବସ୍‌ଷ୍ଟାଣ୍ଡ ଏବେ ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି। ସାମାନ୍ୟ ବର୍ଷାରେ ବସ୍‌ଷ୍ଟାଣ୍ଡ ପରିସର ତଥା ମୁଖ୍ୟ ରାସ୍ତାରେ…

ଭିଡିଓ କଲ୍‌ର ଅପରପାର୍ଶ୍ୱରୁ ଶୁଭିଲା ‘ଦିଦି ପଡ଼ିଗଲା’: ୪୩ ଘଣ୍ଟା ପରେ ଉଦ୍ଧାର ହେଲା…

ସୁନ୍ଦରଗଡ଼, ୧୯/୯ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ତଳସରା ଥାନା ଅନ୍ତର୍ଗତ ଘୋଘର ନିକଟ ଇବ୍‌ ନଦୀର କନାକୁଣ୍ଡଠାରେ ଗୁରୁବାର ଅପରାହ୍ଣରେ ଗୋଡ଼ ଖସି ଜଳର…

ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ୱର,୧୯।୯: ଭୁବନେଶ୍ବର ଏୟରଫିଲ୍ଡ ଥାନା ଅଧୀନ ସୁନ୍ଦରପଦା ଅଞ୍ଚଳରେ ଥିବା ଏକ ରେଷ୍ଟୁରାଣ୍ଟରେ ଶନିବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ରେଷ୍ଟୁରାଣ୍ଟରେ ପୋଡି ଯାଇଥିବା ବେଳେ ଲକ୍ଷାଧିକ…

ସମୁଦ୍ର ତଟକୁ ସ୍ବଚ୍ଛ ରଖିବା ପାଇଁ ପ୍ରୟାସ, ବରୁଣ ଦେବତାଙ୍କୁ ବନ୍ଦାପନା କରି…

ମହାକାଳପଡ଼ା,୧୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ପୁରାଣରେ ବର୍ଣ୍ଣିତ ସମୁଦ୍ରକୂ ବରୁଣ ଦେବତା ରୂପେ ପୂଜା କରାଯାଏ। ଶନିବାର ପୂର୍ବାହ୍ନରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତ ଶାସନ…

ଡିଜେ ସାଉଣ୍ଡରେ ଅସ୍ତବ୍ୟସ୍ତ ଜନଜୀବନ:ରୋଗୀଙ୍କ ଚିକିତ୍ସାରେ ବାଧା

ବାଲିଗୁଡ଼ା, ୧୯/୯ (ସଞ୍ଜୟ କୁମାର ପାଣିଗ୍ରାହୀ): ପୂଜା, ପର୍ବପର୍ବାଣି ଓ ବିଭିନ୍ନ ଉତ୍ସବ ଅବସରରେ ଡିଜେ ସାଉଣ୍ଡର ଅତ୍ୟଧିକ ବ୍ୟବହାର ଏବେ ସାଧାରଣ ଲୋକଙ୍କ ପାଇଁ ଅସୁବିଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?