ବ୍ଲକ୍‌ ଅଧ୍ୟକ୍ଷାଙ୍କ ବିରୋଧରେ ଏକତ୍ରିତ ହେଲେ ସରପଞ୍ଚ, ସମିତିସଭ୍ୟ; ଦୋହରାଇଲେ ଅନାସ୍ଥା ପ୍ରସ୍ତାବ

ପଟ୍ଟାଙ୍ଗି,୩୦ା୫(ଶରତ କୁମାର ଧଳ)-କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ କାର୍ଯ୍ୟାଳୟ ସଭାଗୃହରେ ଚାଲିଥିବା ସପ୍ତମ ପଞ୍ଚାୟତ ସମିତି ବୈଠକରେ ଅଂଶଗ୍ରହଣ ନ କରି ବାହାରେ ବ୍ଲକ୍‌ ଉପାଧ୍ୟକ୍ଷ, ସରପଞ୍ଚ ଓ ସମିତିସଭ୍ୟମାଦେ ଏକତ୍ରିତ ହୋଇ ଅଧ୍ୟକ୍ଷା କଳ୍ପନା ପାଙ୍ଗୀଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବକୁ ଦୋହରାଇଛନ୍ତି। ଏଥିରେ ବ୍ଲକ୍‌ ଉପାଧ୍ୟକ୍ଷ ତ୍ରିନାଥ କଟା, ପଟ୍ଟାଙ୍ଗି ସମିତି ସଭ୍ୟା ଶିବାନୀ ନାୟକ, କୋଟିଆ ସମିତି ସଭ୍ୟା ଅମ୍ବିକା ପାଙ୍ଗୀ, ଦେଓପଟ୍ଟାଙ୍ଗି ସମିତିସଭ୍ୟ ବାସୁଦେବ ପାଙ୍ଗୀ, ପୁକାଲି ସମିତି ସଭ୍ୟା ସସ୍ମିତା ତାଡିଙ୍ଗି, ପେଟୁରୁ ସମିତି ସଭ୍ୟା ରଞ୍ଜୁ ଗାଣ୍ଡେରି, ସମ୍ବାଇ ସମିତିସଭ୍ୟା ଉଲାସ ଖରା, ମାଳିପୁଟ ସମିତି ସଭ୍ୟା ସିତାମା ପୂଜାରୀ, ଗୋଲୁର ସରପଞ୍ଚ ନିଲାମା ବଲଦା ବଇ ଏବଂ ଗାଙ୍ଗରାଜପୁର ସରପଞ୍ଚ ତୁଲା ଦଳେଇ ପ୍ରମୁଖ ଏକତ୍ରିତ ହୋଇଥିଲେ। ଗଣମାଧ୍ୟମକୁ ବ୍ଲକ୍‌ ଅଧ୍ୟକ୍ଷା ପାଙ୍ଗୀଙ୍କ ବିରୋଧରେ ଉଠିଥିବା ଅନାସ୍ଥା ପ୍ରସ୍ତାବରୁ ଆମେ କେହି ପଛଘୁଞ୍ଚା ଦେଇ ନାହୁଁ କି ଦେବୁ ନାହୁଁ ବୋଲି କହିଥିଲେ। ଅଧ୍ୟକ୍ଷା ପାଙ୍ଗୀ କହିଥିବା ଆମ ଭିତରେ ରହିଥିବା ମନାନ୍ତର ସମାଧାନ ହୋଇଛି ଓ ଗତ ଦିନରେ ଉପଜିଲାପାଳଙ୍କୁ ସାକ୍ଷାତ କରି ଦିଆଯାଇଥିବା ଅନାସ୍ଥା ପ୍ରସ୍ତାବ ପ୍ରତ୍ୟାହାର କରାଯାଇଥିବା ସୂଚନା ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହିଥିଲେ। ଉପଜିଲାପାଳଙ୍କ ନିକଟକୁ ପ୍ରତ୍ୟାହାର ପାଇଁ ଯାଇ ନ ଥିବା ସେମାନେ ସୂଚନା ଦେଇଛନ୍ତି।

ବ୍ଲକ୍‌ ଅଧ୍ୟକ୍ଷାଙ୍କ ମନ ମୁତାବକ କାର୍ଯ୍ୟ ପାଇଁ ବୈଠକରୁ ଉଠି ସେମାନେ ବାହାରକୁ ଚାଲି ଆସିଥିବା କହିଥିଲେ। ସମିତିସଭ୍ୟା ଓ ସରପଞ୍ଚଙ୍କ ମତାମତକୁ ବ୍ଲକ୍‌ ଅଧ୍ୟକ୍ଷା ଖଣ୍ଡନ କରିଛନ୍ତି। ମୁଁ କୌଣସି ସମିତିସଭ୍ୟା ସଭ୍ୟ ଓ ସରପଞ୍ଚଙ୍କୁ ଅସମ୍ମାନ କରିନାହିଁ। ମୋ ନଁାରେ ଉଠିଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଛ। ଉନ୍ନୟନମୂଳକ କାର୍ଯ୍ୟକୁ ନେଇ ଆମ ଭିତରେଥିବା କିଛି ମନାନ୍ତରକୁ ସମାଧାନ କରାଯାଇଛି। ମୋ ବିରୋଧରେ ଉପଜିଲାପାଳଙ୍କୁ ପ୍ରଦାନ କରାଯାଇଥିବା ଅନାସ୍ଥା ପ୍ରସ୍ତାବ ଲିଖିତ ଦାବିପତ୍ର ପ୍ରତ୍ୟାହାର କରାଯାଇଥିବା ସେ କହିଛନ୍ତି। ବ୍ଲକ୍‌ ଅଧ୍ୟକ୍ଷାଙ୍କ ବିରୋଧରେ ଉଠିଥିବା ଅନାସ୍ଥା ପ୍ରସ୍ତାବକୁ କୌଣସି ତଦନ୍ତ ଆରମ୍ଭ ହୋଇ ନ ଥିବାରୁ ସମିତିସଭ୍ୟା ଓ ସରପଞ୍ଚଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସୂଚନାଯୋଗ୍ୟ, ମେ ୨୩ରେ ଉପଜିଲାପାଳଙ୍କୁ ୯ ସମିତିସଭ୍ୟା ଏବଂ ୪ ସରପଞ୍ଚ ସାକ୍ଷାତ କରି ବ୍ଲକ୍‌ ଅଧ୍ୟକ୍ଷା ପାଙ୍ଗୀଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

ରାଜ୍ୟସ୍ତରୀୟ ବିଜ୍ଞାନ ମେଳାରେ କେ ଏମ ଭାଲିଆସାହି ଛାତ୍ରୀ, ଶୁଭେଚ୍ଛା ଜ୍ଞାପନ କରି…

ମୋହନା,୨୫ ।୧୨(ମନ୍ମଥ ମିଶ୍ର ): କେଉଁ ଆଦିମ କାଳରୁ ବିଜ୍ଞାନ ମନୁଷ୍ୟ ସମାଜର ଅଶେଷ ହିତ ସାଧନ କରି ଆସିଅଛି।ବିଜ୍ଞାନ ବିନା ସମାଜର ଉନ୍ନତିର ପରିକଳ୍ପନା...

ଅସହାୟଙ୍କୁ ସହାୟତାର ହାତ ବଢାଇଲା ନ୍ୟୁ ଲାଇଫ ମିଶନ

କେସିଙ୍ଗା,୨୫ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କୁର୍ଲୁପଡ଼ା ଗ୍ରାମର ନ୍ୟୁ ଲାଇଫ ମିଶନ ପରିସରରେ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ଡାଇରେକ୍ଟର ସିଆନି ହରପାଲ...

ବଡ଼ ଧୂମଧାମରେ ପାଳିତ ହେଲା ବଡ଼ଦିନ: ପୁଣି ବର୍ଷେ ଅପେକ୍ଷା

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): ଆସିଛି ଖୁସିର ମୁହୂର୍ତ୍ତ। ଯୀଶୁଖ୍ରୀଷ୍ଟଙ୍କ ଆଗମନକୁ ନେଇ ସବୁଠି ଖୁସି ଓ ଆନନ୍ଦର ମୁହୂର୍ତ୍ତ ଘରେ ଘରେ ଜମିଛି ମିଠା...

ପରିତ୍ୟକ୍ତ ଅବସ୍ଥାରେ ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟ, ଅର୍ଥ ମଞ୍ଜୁର ହୋଇଥିଲେ ବି…

କର୍ଲାମୁଣ୍ଡା,୨୫।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡ଼ବରାଠାରେ ପରିତ୍ୟକ୍ତ ଅବସ୍ଥାରେ ରହିଛି ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟ। ସରକାର ୧୯୮୮ ମସିହାରେ ଏହି ଚିକିତ୍ସାଳୟ...

ଭଉଣୀଙ୍କୁ ଅସଦାଚରଣ କରିଥିଲେ ଭାଇ, ଅଭିଯୋଗ ହେବାପରେ ଘଟିଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ସିନ୍ଧୁଖାଳି ଗ୍ରାମରେ ଭଉଣୀଙ୍କୁ ଅସଦାଚରଣ ସହ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ...

ତୁଳସୀରେ ଅଛି ଅନେକ ଔଷଧୀୟ ଗୁଣ: ସକାରାତ୍ମକ ପରିବେଶ…

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ରେ ତୁଳସୀ ପୂଜନ ଉତ୍ସବ ପାଈଁ ଅଞ୍ଚଳ ଉତ୍ସବ ମୁଖର ହୋଇଛି। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri