Posted inଫୁରସତ

୨୦ବର୍ଷ ଧରି ବୋର୍ଡରେ ଖବର ଲେଖୁଛନ୍ତି ସରୋଜ ଚର୍ଚ୍ଚି

ଖବରକାଗଜ ସାଧାରଣତଃ ଛପା ଯାଇଥାଏ। ବିଭିନ୍ନ ଅଞ୍ଚଳରୁ ପ୍ରକାଶନ ହେଉଥିବା ଦୈନିକ, ସାପ୍ତାହିକ, ମାସିକ, ପାକ୍ଷିକ ଆଦି ବିଭିନ୍ନ ଭାଷାର ଏକାଧିକ ସଂସ୍କରଣ ରହିଛି। ଆଞ୍ଚଳିକ, ରାଜ୍ୟସ୍ତରୀୟ, ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବହୁ ଲୋକପ୍ରିୟ ଖବରକାଗଜ ରହିଛି। ଦୈନନ୍ଦିନ ସମାଜରେ ଘଟୁଥିବା ନାନା ସମସ୍ୟା, ତା’ର ସମାଧାନ ପାଇଁ ଘଟଣାଟି ଖବରରୂପେ ଜନତାଙ୍କ ସ୍ବର ହୋଇ ଶାସକ ଓ ପ୍ରଶାସକଙ୍କ ନିକଟରେ ପହଞ୍ଚିଥାଏ। ଅନ୍ୟପକ୍ଷେ ସାଧାରଣ ଲୋକଙ୍କୁ ସରକାରୀ ବେସରକାରୀ ଆଦି ଘଟଣା ସମ୍ପର୍କରେ ସୂଚନା ବି ଦେଇଥାଏ। କିନ୍ତୁ ଛପା ଖବରକାଗଜ ବ୍ୟତୀତ କେତେକ ବ୍ୟକ୍ତି ନିଜସ୍ବ ଉଦ୍ୟମରେ ଅଲେଖା କାଗଜରେ ବିଭିନ୍ନ ଘଟଣାକୁ ଖବର ରୂପେ ପରିବେଷଣକରି ଜନସଚେତନତା କରୁଥିବାର ନଜିର ରହିଛି। ସ୍ଥାନୀୟ ଖବରଠୁ ଆରମ୍ଭ କରି ଜାତୀୟ ଓ ଅନ୍ତର୍ଜାତୀୟ ଘଟଣାର ବିଭିନ୍ନ ଖବରକୁ ସ୍କେଚ୍‌ ବା ମାର୍କର୍‌ରେ ଲେଖି ଜଣେ ଯୁବକ ଜନସଚେତନତା କରୁଛନ୍ତି। ସେପୁଣି ଦିନେ କି ଦୁଇଦିନ ନୁହେଁ ବରଂ ଦୀର୍ଘ ୨୦ବର୍ଷଧରି ଜାରି ରଖିଛନ୍ତି ଏହି ଖବର ପରିବେଷଣ। ପେସା ଚା’ ବିକ୍ରି କରିବା ମାତ୍ର ନିଶା ତାଙ୍କର ଲୋକଙ୍କ ପାଇଁ ହ୍ବାଇଟ ବୋର୍ଡରେ ବିଭିନ୍ନ ଖବର ଲେଖିବା। ସେ ହେଲେ କନ୍ଧମାଳ ଜିଲା ଫିରିଙ୍ଗିଆ କାଳୀ ପୂଜା ସାହିର ଦମୟନ୍ତୀ ଚର୍ଚ୍ଚି ଏବଂ ଦୁର୍ଯ୍ୟୋଧନ ଚର୍ଚ୍ଚିଙ୍କର ଏକମାତ୍ର ପୁଅ ସରୋଜ ଚର୍ଚ୍ଚି। ସେ କୁହନ୍ତି, ‘ମୁଁ ଯେତେବେଳେ ୮ବର୍ଷର ହୋଇଥିଲି ସେହି ସମୟରେ ମୋ’ ବାପାଙ୍କ ମୃତ୍ୟୁ ହେଲା। ସେହି କଅଁଳ ବୟସରେ ସ୍କୁଲ ଯିବା ସହିତ ବଳକା ସମୟରେ ଗାଁର କେତେକ ଲୋକଙ୍କ ଘରେ ପିଇବାପାଣି ଦେଇ ସେଥିରୁ ଯାହା ପାରିଶ୍ରମିକ ଭାବେ ମିଳୁଥିଲା ସେଥିରେ ପରିବାର ଭାରି କଷ୍ଟରେ ଚଳୁଥିଲା। ପିଲାଦିନେ କେତେବେଳେ ଗାଁର ସାଂସ୍କୃତିକ କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା କରି ତ କେବେ ଫୁଟବଲ, କ୍ରିକେଟ ମ୍ୟାଚ୍‌ର ଧାରାବିବରଣୀ ଦେଇ ଦର୍ଶକମାନଙ୍କଠାରୁ ବହୁ ପ୍ରଶଂସା ପାଉଥିଲି। କେହି କେହି ମତେ କିଛି ଟଙ୍କା ପୁରସ୍କାର ଭାବେ ଦେଉଥିଲେ।

ସେତେବେଳେ ୯ମ ରେ ପଢ଼ୁଥାଏ। କିନ୍ତୁ ନୃତ୍ୟ, ଖେଳ, ଧାରାବିବରଣୀ ଆଦି ଅଭ୍ୟାସ ଜାରି ରହିଥାଏ । ସମୟ କ୍ରମେ ପରିବାର ଚଳେଇବା ପାଇଁ ଫିରିଙ୍ଗିଆ ବଜାରରେ କୁଇସମାଜ କମ୍ପ୍ଲେକ୍ସର ଏକ ଘର ଭଡ଼ା ନେଇ ସେଠାରେ ଏକ ଚା’ ଦୋକାନ ଦେଲି। ୨୦୦୩ ମସିହାର କଥା, ବିଶ୍ୱକପ କ୍ରିକେଟ ଖବରକୁ ପଡ଼ୋଶୀ ଘରର ଲୋକଙ୍କ ଟିଭି ଓ ରେଡିଓରୁ ଶୁଣି ମୋ ଦୋକାନ ସମ୍ମୁଖରେ ଥିବା ଏକ ହ୍ବାଇଟ ବୋର୍ଡରେ ପ୍ରଥମେ ସେହି ଖେଳ ଖବରକୁ ଲେଖିଥିଲି। କିଛି ଦିନଧରି ଖେଳର ଫଳାଫଳ ଖବରକୁ ଲେଖିଲି। ଏଠାକୁ ଚା’ ପିଇବାକୁ ଆସୁଥିବା ଲୋକମାନେ, ଚା’ ପିଇବା ସହିତ ଖେଳ ଖବରକୁ ଜାଣିପାରି ଆଲୋଚନା କରୁଥିବାରୁ ମତେ ଖୁସୀ ଲାଗୁଥିଲା। ସେବେଠାରୁ ପ୍ରତିଦିନ ସକାଳୁ ସକାଳୁ ଦୋକାନ ଖୋଲିବା ପୂର୍ବରୁ ହ୍ବାଇଟ ବୋର୍ଡରେ ବିଭିନ୍ନ ଖବର ଲେଖିବା ମୋର ସଉକ ହୋଇଗଲା। ଫଳରେ ପ୍ରତିଦିନ କେତେଜଣ ଲୋକଙ୍କର ଏଠାରେ ଖବର ପଢ଼ିବାକୁ ଆସିବା ଏକ ପ୍ରକାର ଅଭ୍ୟାସ ହୋଇଗଲା। ଏହି ହ୍ବାଇଟ୍‌ ବୋର୍ଡରେ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ଘଟଣାର ଶିରୋନାମାକୁ ଲେଖିବା ସହିତ କେତେକ ନିତ୍ୟ ବ୍ୟବହାର ଖାଦ୍ୟପଦାର୍ଥ ସାମଗ୍ରୀର ଦରଦାମ ଲେଖୁଥିଲି ଏବଂ କାହାର କିଛି ଆବଶ୍ୟକ ପଡ଼ୁଥିବା ସୂଚନାକୁ ମଧ୍ୟ ଲେଖିଲି। ସେହିପରି ସେତେବେଳେ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ମୃତ୍ୟୁ ଘଟଣା ଯୋଗୁ କନ୍ଧମାଳରେ ଦଙ୍ଗା ଉପୁଜିଥାଏ। । ସେହି ସମୟରେ ମୋ ଦୋକାନ ସମ୍ମୁଖରୁ କୌଣସି ବ୍ୟକ୍ତିଙ୍କର ଏକ ସୁନାମୁଦିଟିଏ ପାଇଥିଲି। ପରେ ଏହି ହ୍ବାଇଟ୍‌ ବୋର୍ଡରେ ସୁନାମୁଦିଟିଏ ମିଳିଛି ବୋଲି ଏକ ଖବର ଲେଖିଥିଲି। ଏଠାକୁ ଚା’ ପିଇବାକୁ ଆସିଥିବା ଜଣେ ଯବାନ ସେହି ବୋର୍ଡରେ ଲେଖାଥିବା ଏହି ସୁନାମୁଦି ଖବରକୁ ପଢ଼ି ତାହା ତାଙ୍କର ସୁନାମୁଦି ବୋଲି କହିଥିଲେ। ଏହାପରେ ଦୁଇଜଣ ବ୍ୟକ୍ତିଙ୍କୁ ସାକ୍ଷୀ ରଖି ସେହି ବ୍ୟକ୍ତିଙ୍କୁ ସେଦିନ ପାଇଥିବା ସୁନାମୁଦିଟିକୁ ଫେରାଇଥିଲି। ଏହି କାର୍ଯ୍ୟ ପାଇଁ ମତେ ଅନେକ ବ୍ୟକ୍ତି ବହୁ ପ୍ରଶଂସା କରିଥିଲେ।

ଲୋକଙ୍କ ଉତ୍ସାହ ପାଇଁ ମୋର ଖବର ଲେଖିବା ଜାରି ରହିଲା। ସକାଳ ପ୍ରାୟ ୭ଟାରୁ ରାତି ୯ଟା ଯାଏ ପ୍ରତି ମୁହୂର୍ତ୍ତରେ ବିଭିନ୍ନ ଖବରକୁ ସେହି ବୋର୍ଡରେ ଲେଖିଥାଏ, ପୁଣି ନୂଆ ଖବର ଟିଏ ଆସିଲେ ଅନ୍ୟପୁରୁଣା ଖବରକୁ ଲିଭାଇ ଦେଇଥାଏ। ଏମିତି ଚା’ ବେପାର ସହିତ ଖବର ଲେଖି ଜନସଚେତନା କରି ଆସୁଛି। ପ୍ରଥମେ ବିଭିନ୍ନ ଖବରକୁ ନିଜେ ଜାଣିବା ସହିତ ଅନ୍ୟମାନଙ୍କୁ ଖବର ସମ୍ପର୍କରେ ଅବଗତ କରାଇଥାଏ। ଏଥିରେ ମତେ ମାନସିକ ଶାନ୍ତି ସହିତ ଲୋକଙ୍କ ଶ୍ରଦ୍ଧା ମିଳୁଛି। ଯାହା ମତେ ଏକ ଭିନ୍ନ ପରିଚୟ ବି ଦେଇଛି।
– ବନବିହାରୀ, ବିକ୍ରମ ଦିଗାଲ


Enter your email to get our daily news in your inbox.

All Right Reserved By Dharitri.Com

ଭୁଲ୍‌ ଇଲେକ୍ଟ୍ରି ବିଲ୍‌ ଆସୁଛି କି? ଜାଣନ୍ତୁ କେଉଁଠି କରିବେ ଅଭିଯୋଗ, ଶିଖନ୍ତୁ ଏହି ସହଜ ଉପାୟ…

ପ୍ରତ୍ୟେକ ପରିବାର ପାଇଁ ପ୍ରତି ମାସରେ ପ୍ରାପ୍ତ ହେଉଥିବା ଇଲେକ୍ଟ୍ରି ବିଲ୍‌ ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ। ଏଥିରେ ମାସିକ ଇଲେକ୍ଟ୍ରି ବ୍ୟବହାର ଏବଂ ବିଲ୍‌ ବିଷୟରେ ବିବରଣୀ…

Video: ଷ୍ଟେଜ ଉପରେ ଏମିତି ରୋମାନ୍ସ କଲେ କପଲ, ଦୌଡି ଆସିଲେ ପଣ୍ଡିତ, ଭିଡ଼ିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୩୦।୧: ସୋସିଆଲ ମିଡିଆରେ ପ୍ରାୟତଃ ବିବାହ ଭିଡିଓ ଭାଇରାଲ ହୁଏ, କିନ୍ତୁ ଏଥର ଏକ ବିବାହ ଭିଡିଓ ବିତର୍କ ସୃଷ୍ଟି କରିଛି। ଏକ ଭାଇରାଲ ଭିଡିଓରେ, ବିବାହ…

ଏମିତି ଜୀବ, ଯାହା ନିଃଶ୍ୱାସ ନ ନେଇ ବଞ୍ଚିଥାଏ

ଦୁନିଆରେ ଏପରି ଅନେକ ଜୀବ ଅଛନ୍ତି, ଯାହା ଲୋକଙ୍କ ପାଇଁ ରହସ୍ୟ ହୋଇ ରହିଯାଇଛନ୍ତି। ଆଜି ଏମିତି ଏକ ଜୀବ ବିଷୟରେ କହିବୁ ଯାହା ନିଃଶ୍ୱାସ ନ…

ଧ୍ୱଂସ ହେବାକୁ ଯାଉଛି ବିଶ୍ୱ, ପରମାଣୁ ଘଣ୍ଟାରେ ପରିବର୍ତ୍ତନ ହେଲା ସମୟ, ବୈଜ୍ଞାନିକ ଭୟଭୀତ

ବିଶ୍ୱବ୍ୟାପୀ ଚାଲିଥିବା ସଂଘର୍ଷ ଏବଂ ଚିନ୍ତା ମଧ୍ୟରେ ବୈଜ୍ଞାନିକମାନେ ଡୁମ୍ସଡେ ଘଣ୍ଟା(ପରମାଣୁ ଘଣ୍ଟା)ର ସମୟ ପରିବର୍ତ୍ତନ କରିଛନ୍ତି। ସେମାନେ ଘଣ୍ଟାକୁ ମଧ୍ୟରାତ୍ରି ପାଖକୁ ଆହୁରି ନିକଟତର କରିଛନ୍ତି।…

ଯମଜ ଭାଇଙ୍କ ପ୍ରେମରେ ପଡ଼ିଛନ୍ତି ଏହି ଯୁବତୀ, ଗର୍ଭବତୀ ହେଲେ…

ସୋସିଆଲ ମିଡିଆରେ ବେତେବେଳେ ଏପରି ଘଟଣା ସାମ୍ନାକୁ ଆସେ ଯାହା ଲୋକଙ୍କୁ କେବଳ ଚକିତ କରେ ନାହିଁ ବରଂ ଭାବିବାକୁ ବାଧ୍ୟ କରେ। ଥାଇଲାଣ୍ଡରେ ଏପରି ଏକ…

ଏହି ସାଧାରଣ କାମ କରି ବର୍ଷକୁ ୨୯ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ଏହି ବ୍ୟକ୍ତି

ଭାରତରେ ଲୋକମାନେ ସେମାନଙ୍କର ପାଳିତ କୁକୁରମାନଙ୍କୁ ବାହାରକୁ ନେଇ ମଳ କରାଇବା ଏକ ସାଧାରଣ କଥା। ସେମାନେ ରାସ୍ତାରେ କିମ୍ବା ପାର୍କରେ ଏପରି କରନ୍ତି। ରାସ୍ତା ମଇଳା…

ଏହି ଦେଶରେ ଷ୍ଟ୍ରିଟ୍‌ଲାଇଟ୍‌ ଲାଲ୍‌, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟଚକିତ

ସାଧାରଣତଃ ଷ୍ଟ୍ରିଟ୍‌ଲାଇଟ୍‌ଗୁଡ଼ିକ ଧଳା ରଙ୍ଗର ହୋଇଥାଏ। ମାତ୍ର ଦୁନିଆରେ ଏମିତି ଏକ ଦେଶ ରହିଛି, ଯେଉଁଠି ଏହାର ଷ୍ଟ୍ରିଟ୍‌ଲାଇଟ୍‌ଗୁଡ଼ିକ ଲାଲ୍‌ ରଙ୍ଗର ଅଟେ। ଏପରି ଏକ ଦେଶ…

ଅଜବ ନିୟମ: ଏଠାରେ ଘର କିଣିପାରିବେ, ଜମି ନୁହେଁ, ଜାଣନ୍ତୁ କାହିଁକି…

ଏମିତି ଏକ ସ୍ଥାନ, ଯେଉଁଠି ଅଜବ ନିୟମ ରହିଛି। ଯେକୌଣସି ବ୍ୟକ୍ତି ଏଠାରେ ଘର କିଣିପାରିବେ କିନ୍ତୁ ଜମି କିଣିବାକୁ କାହାକୁ ଅନୁମତି ନାହିଁ। ଏପରି ସ୍ଥାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri