ଶାଢ଼ି ପୁରୁଣା ଲୁକ୍‌ ନୂଆ

ଶାଢ଼ି ଏମିତି ଏକ ପରିଧାନ, ଯାହାକୁ ସବୁ ଅକେଜନ୍‌ରେ ପିନ୍ଧିହେବ। କିନ୍ତୁ କିଛିଦିନ ପିନ୍ଧିବା ପରେ ତାହା ପୁରୁଣା ହେବ ନଚେତ ଆଉଟ୍‌ ଅଫ୍‌ ଫ୍ୟାଶନ୍‌ ହୋଇଯିବ। ହେଲେ ଟିକେ ବୁଦ୍ଧି ଖଟାଇଲେ, ପୁରୁଣା କିମ୍ବା ଆଉଟ୍‌ ଅଫ୍‌ ଫ୍ୟାଶନ ହୋଇଯାଇଥିବା ଶାଢିକୁ ବି ରିସାଇକେଲ୍‌ କରି ତାହାକୁ ନୂଆ ଲୁକ୍‌ ଦେଇହେବ….

ପଟିଆଲା: ଯଦି ଆପଣଙ୍କ ପାଖେ ବ୍ରୋକେଟ୍‌, ସିଫନ୍‌ କିମ୍ବା କାଞ୍ଜିବରମ୍‌ର ପୁରୁଣା ଶାଢି ଅଛି, ତା’ହେଲେ ତାକୁ କୌଣସି ବୁଟିକ୍‌ କିମ୍ବା ଟେଲର୍‌ ପାଖକୁ ନେଇ ସେଥିରେ ପଟିଆଲା ପ୍ୟାଣ୍ଟ ତିଆରି କରିବାକୁ କୁହନ୍ତୁ। ଶର୍ଟ ଲେନ୍ଥ କମିଜ୍‌ ସହ ଏହି ପ୍ୟାଣ୍ଟ ଖୁବ୍‌ ସୁନ୍ଦର ଦେଖାଯାଇଥାଏ।

ଦୁପଟ୍ଟା: ଯେ କୌଣସି ପ୍ଲେନ୍‌ ସାଲଓ୍ବାର୍‌ କମିଜ୍‌ ସହିତ ହେବି ଓ୍ବାର୍କବାଲା ଦୁପଟ୍ଟା ବେଶ୍‌ ମାନିଥାଏ। ଯଦି ଆପଣଙ୍କ ପାଖେ କିଛି ହେବି ଓ୍ବାର୍କବାଲା ପୁରୁଣା ଶାଢି ଅଛି, ତା’ହେଲେ ସେଥିରେ ବି ଖୁବ୍‌ ସୁନ୍ଦର ଦୁପଟ୍ଟା ତିଆରି ହୋଇପାରିବ। କିନ୍ତୁ ଧ୍ୟାନ ରଖିବେ ଏଭଳି ଶାଢିରୁ ଦୁପଟ୍ଟା ତିଆରି କଲାବେଳେ ଶାଢିର ବର୍ଡର ଯେମିତି ଦୁପଟ୍ଟାର ଉଭୟ ପାର୍ଶ୍ୱରେ ରହୁଥିବ।

ସ୍କର୍ଟ: କଟନ୍‌ କିମ୍ବା ବର୍ଡର ବାଲା ଶାଢି ଅଥବା ପ୍ୟାଚ୍‌ କାମ ହୋଇଥିବା ପୁରୁଣା ଶାଢିରୁ ସ୍କର୍ଟ ତିଆରି କରି ପିନ୍ଧିଲେ ଆକର୍ଷଣୀୟ ଲାଗିଥାଏ। ବିଶେଷକରି ଏଥିରୁ ତିଆରି ଓ୍ବାର୍ପ ଆରାଉଣ୍ଡ ସ୍କର୍ଟ କିମ୍ବା ଏ ଲାଇନ୍‌ ସ୍କର୍ଟ ଖୁବ୍‌ ସୁନ୍ଦର ଦେଖାଯାଇଥାଏ।

କୁର୍ତ୍ତି: ପୁରୁଣା ଶାଢିକୁ ରିସାଇକେଲ୍‌ କରି ଯଦି ସବୁଠୁ ସହଜରେ କ’ଣ କରିହେବ, ତେବେ ତାହା ହେଉଛି କୁର୍ତ୍ତି ବା କୁର୍ତ୍ତା। ସିଫନ୍‌, ଜର୍ଜେଟ୍‌ ଅଥବା କଟନ୍‌ ଶାଢି ଏଥିପାଇଁ ପରଫେକ୍ଟ ହୋଇଥାଏ। କିନ୍ତୁ ଏହି କୁର୍ତ୍ତି ତିଆରି କଲାବେଳେ ଏଥିରେ ଲାଇନିଙ୍ଗ୍‌ ଦେବା ନିହାତି ଜରୁରୀ। କଣ୍ଟ୍ରାଷ୍ଟ କଲର୍‌ର ଟ୍ରାଉଜର୍‌ କିମ୍ବା ପ୍ଲାଜୋ ପ୍ୟାଣ୍ଟ ସହ ଏହି କୁର୍ତ୍ତି ବେଶ୍‌ ଭଲ ମାନିଥାଏ।

ବ୍ଲାଉଜ୍‌: ବ୍ଲାଉଜ୍‌ ତିଆରି ପାଇଁ ପୁରୁଣା ସିଲ୍କ ଶାଢି ଭଲ ହେବ। ହେଲେ ପୁରୁଣା ଜର୍ଜେଟ୍‌ ଓ ନେଟ୍‌ ଶାଢିରେ ତିଆରି ବ୍ଲାଉଜ୍‌ ସେତେଟା ଆକର୍ଷଣୀୟ ଲାଗି ନ ଥାଏ।

ଛୋଟ ଝିଅଙ୍କ ଡ୍ରେସ୍‌: ଶାଢିରେ ଛୋଟ ଝିଅଙ୍କ ପାଇଁ ବି ଖୁବ୍‌ ସୁନ୍ଦର ସୁନ୍ଦର ଡ୍ରେସ୍‌ ତିଆରି କରିହେବ। ଶାଢିରେ ତିଆରି ଘେରବାଲା ନି ଲେନ୍ଥ ଫ୍ରକ୍‌ ନଚେତ୍‌ ଅନାରକଲି ଝିଅମାନଙ୍କୁ ଖୁବ୍‌ ସୁନ୍ଦର ଲାଗିଥାଏ।

ସ୍କାର୍ଫ: ଶାଢିରେ ଅନାରକଲି କିମ୍ବା କୁର୍ତ୍ତି ତିଆରି କରିବା ପରେ ଯଦି ଆପଣଙ୍କ ପାଖେ ଆଉ କିଛି କପଡା ବଳି ପଡୁଛି, ତା’ହେଲେ ତାକୁ ନ ଫୋପାଡି, ସେଥିରେ ସ୍କାର୍ଫ କିମ୍ବା ଷ୍ଟୋଲ୍‌ ତିଆରି ମଧ୍ୟ କରିହେବ।

ପ୍ୟାଣ୍ଟ: ଯଦି ଆପଣଙ୍କ ପାଖେ ସିଲ୍କ ଶାଢି ଅଛି, ତା’ହେଲେ ଏଥିରେ ପ୍ୟାଣ୍ଟ ତିଆରି କରିପାରିବେ। ଖାସ୍‌ କରି ଶାଢିରୁ ତିଆରି ଷ୍ଟ୍ରେଟ୍‌ ପ୍ୟାଣ୍ଟକୁ କୁର୍ତ୍ତି ସହ ପିନ୍ଧିଲେ ସ୍ମାର୍ଟ ଲୁକ୍‌ ମିଳିଥାଏ।

ଜ୍ୟାକେଟ୍‌: ନିଜ ଲୁକ୍‌କୁ ଅଧିକ ଷ୍ଟାଇଲିଶ୍‌ କରିବା ପାଇଁ ଆପଣ ପୁରୁଣା ବ୍ରୋକେଟ୍‌ କିମ୍ବା ବନାରସୀ ଶାଢିରେ ଓ୍ବେଷ୍ଟ କୋଟ୍‌ ଅବା ଜ୍ୟାକେଟ୍‌ ତିଆରି କରି ପିନ୍ଧିପାରିବେ। ଏହାକୁ ଧଳାରଙ୍ଗର ସାଲଓ୍ବାର୍‌ କମିଜ, ଗ୍ରେ କଲର୍‌ର ଟପ୍‌ କିମ୍ବା ଡେନିମ୍‌ ଉପରେ ପିନ୍ଧିଲେ ସ୍ମାର୍ଟ ଲୁକ୍‌ ମିଳେ।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ୨ ଦିନ ପରେ ୩ ରାଶିଙ୍କ ଉପରୁ କଟିଯିବ ଶନିଦଶା! ଅପାର ଧନ ଲାଭ ସହ ଚାକିରିରେ ପଦୋନ୍ନତି

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କ ଗୋଚର ଓ ଗତି ପରିବର୍ତ୍ତନକୁ ବେଶ ଗୁରୁତ୍ୱ ଦିଆଯାଏ। ଅନ୍ୟ ଗ୍ରହମାନଙ୍କ ତୁଳନାରେ ଶନି ଧୀରେ ଗତି କରୁଥିବାରୁ ତାଙ୍କ ରାଶି ପରିବର୍ତ୍ତନର…

୭୬ ବର୍ଷରେ ବି ଫିଟ୍‌ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆଜି ଜନ୍ମଦିନରେ ଜାଣନ୍ତୁ ତାଙ୍କ ବିଷୟରେ କିଛି ଅଜଣା କଥା…

ନୂଆଦିଲ୍ଲୀ,୧୭ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୭ ସେପ୍ଟେମ୍ବର ୧୯୫୦ରେ ଗୁଜରାଟରେ ଜନ୍ମଗ୍ରହଣ କରିଥିଲେ। ଆଜି ତାଙ୍କ ଜନ୍ମଦିନରେ ସାରା ଦେଶରେ ତାଙ୍କ ଜୀବନର ବିଭିନ୍ନ ଦିଗ ଉପରେ…

ଏବେଠୁ ସତର୍କ ରୁହନ୍ତୁ ୩ ରାଶି: ଡିସେମ୍ବର ଯାଏ କଲବଲ କରିବେ ରାହୁ-କେତୁ, ହାତରୁ ଯିବ ଚାକିରି! ସହିବେ ବଡ଼ କ୍ଷତି

ବୈଦିକ ଜ୍ୟୋତିଷରେ ରାହୁ ଓ କେତୁଙ୍କୁ ଛାୟା ଗ୍ରହ ଭାବେ ବିବେଚନା କରାଯାଏ। ଜ୍ୟୋତିଷୀୟ ମତ ଅନୁସାରେ ଏହି ଦୁଇ ଗ୍ରହଙ୍କ ପ୍ରଭାବରେ ଜୀବନରେ ହଠାତ୍‌ ଲାଭ,…

ଗଜକେସରୀ ଯୋଗ: ଅକ୍ଟୋବର ଆରମ୍ଭରୁ ୩ ରାଶିକୁ ମିଳିବ ବମ୍ଫର ଫାଇଦା, ମାଲାମାଲ ହେବା ସହ ଚାକିରିରେ ବଡ଼ ପ୍ରମୋଶନ

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ଗଜକେସରୀ ଯୋଗକୁ ଅତ୍ୟନ୍ତ ଶୁଭ ଓ ପ୍ରଭାବଶାଳୀ ଯୋଗ ଭାବେ ମାନ୍ୟତା ଦିଆଯାଏ। ଜ୍ୟୋତିଷୀୟ ବିଶ୍ୱାସ ଅନୁସାରେ, ଏହି ଯୋଗ ଶକ୍ତି, ମାନ-ସମ୍ମାନ…

ମହାଶକ୍ତିଶାଳୀ ବୁଧାଦିତ୍ୟ ରାଜଯୋଗ: ଆଜିଠୁ ୫ ରାଶିଙ୍କ ଗୋଲଡେନ୍‌ ସମୟ ଆରମ୍ଭ, ଲାଗିବ ଲଟେରୀ, ଟଙ୍କାରେ ଶୋଇବେ!

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ୧୭ ସେପ୍ଟେମ୍ବର ୨୦୨୬ରେ ସୂର୍ଯ୍ୟ ସିଂହ ରାଶିରୁ ବାହାରି କନ୍ୟା ରାଶିରେ ପ୍ରବେଶ କରିବେ। ଦ୍ରିକ ପଞ୍ଚାଙ୍ଗ ଅନୁସାରେ, ସକାଳ ୭ଟା…

ବୁଧଙ୍କ ବଡ଼ ଗୋଚର: ୩ ରାଶିଙ୍କ ଫିଟିବ ଧନଲାଭର ଯୋଗ, ଚାକିରିରେ ବଡ଼ ପ୍ରମୋଶନ!

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ଚଳନ ଏବଂ ସେମାନଙ୍କ ସ୍ଥିତିରେ ହେଉଥିବା ପରିବର୍ତ୍ତନକୁ ବେଶ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ। ବିଶ୍ୱାସ ରହିଛି ଯେ ବୁଧ ଗ୍ରହ ହେଉଛନ୍ତି ବୁଦ୍ଧି,…

ବିଶ୍ୱକର୍ମା ପୂଜାଠୁ ଏହି ୩ ରାଶି ରୁହନ୍ତୁ ସତର୍କ: ସୂର୍ଯ୍ୟଙ୍କ ଗୋଚର କରିଦେବ କାଙ୍ଗାଳ, ପାଖରୁ ପଳାଇବ ସବୁ ଟଙ୍କା!

ବୈଦିକ ଜ୍ୟୋତିଷ ଅନୁସାରେ ଆସନ୍ତା ୧୭ ସେପ୍ଟେମ୍ବରରେ ସୂର୍ଯ୍ୟଦେବ କନ୍ୟା ରାଶିରେ ପ୍ରବେଶ କରିବେ। ଜ୍ୟୋତିଷରେ ସୂର୍ଯ୍ୟଙ୍କୁ ଆତ୍ମବିଶ୍ୱାସ, ଅଧିକାର, କ୍ୟାରିୟର, ମାନ-ସମ୍ମାନ ଏବଂ ବରିଷ୍ଠ ବ୍ୟକ୍ତିଙ୍କ…

ମକର ରାଶିରେ ରାହୁଙ୍କ ପ୍ରବେଶ: ୨୦୨୮ ଯାଏ ୫ ରାଶିଙ୍କ ଭାଗ୍ୟରେ ଲାଗିବ ଚାରିଚାନ୍ଦ, ହାତକୁ ଆସିବ ପ୍ରଚୁର ଟଙ୍କା, ବ୍ୟବସାୟରେ…

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମକର ରାଶିକୁ କର୍ମ, ଅଧିକାର ଓ ସଂଘର୍ଷ ପରେ ସଫଳତାର ପ୍ରତୀକ ଭାବେ ଦେଖାଯାଏ। ଶନିଙ୍କ ଅଧିପତ୍ୟ ଥିବା ଏହି ରାଶିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?