ଶାଢ଼ି ପୁରୁଣା ଲୁକ୍‌ ନୂଆ

ଶାଢ଼ି ଏମିତି ଏକ ପରିଧାନ, ଯାହାକୁ ସବୁ ଅକେଜନ୍‌ରେ ପିନ୍ଧିହେବ। କିନ୍ତୁ କିଛିଦିନ ପିନ୍ଧିବା ପରେ ତାହା ପୁରୁଣା ହେବ ନଚେତ ଆଉଟ୍‌ ଅଫ୍‌ ଫ୍ୟାଶନ୍‌ ହୋଇଯିବ। ହେଲେ ଟିକେ ବୁଦ୍ଧି ଖଟାଇଲେ, ପୁରୁଣା କିମ୍ବା ଆଉଟ୍‌ ଅଫ୍‌ ଫ୍ୟାଶନ ହୋଇଯାଇଥିବା ଶାଢିକୁ ବି ରିସାଇକେଲ୍‌ କରି ତାହାକୁ ନୂଆ ଲୁକ୍‌ ଦେଇହେବ….

ପଟିଆଲା: ଯଦି ଆପଣଙ୍କ ପାଖେ ବ୍ରୋକେଟ୍‌, ସିଫନ୍‌ କିମ୍ବା କାଞ୍ଜିବରମ୍‌ର ପୁରୁଣା ଶାଢି ଅଛି, ତା’ହେଲେ ତାକୁ କୌଣସି ବୁଟିକ୍‌ କିମ୍ବା ଟେଲର୍‌ ପାଖକୁ ନେଇ ସେଥିରେ ପଟିଆଲା ପ୍ୟାଣ୍ଟ ତିଆରି କରିବାକୁ କୁହନ୍ତୁ। ଶର୍ଟ ଲେନ୍ଥ କମିଜ୍‌ ସହ ଏହି ପ୍ୟାଣ୍ଟ ଖୁବ୍‌ ସୁନ୍ଦର ଦେଖାଯାଇଥାଏ।

ଦୁପଟ୍ଟା: ଯେ କୌଣସି ପ୍ଲେନ୍‌ ସାଲଓ୍ବାର୍‌ କମିଜ୍‌ ସହିତ ହେବି ଓ୍ବାର୍କବାଲା ଦୁପଟ୍ଟା ବେଶ୍‌ ମାନିଥାଏ। ଯଦି ଆପଣଙ୍କ ପାଖେ କିଛି ହେବି ଓ୍ବାର୍କବାଲା ପୁରୁଣା ଶାଢି ଅଛି, ତା’ହେଲେ ସେଥିରେ ବି ଖୁବ୍‌ ସୁନ୍ଦର ଦୁପଟ୍ଟା ତିଆରି ହୋଇପାରିବ। କିନ୍ତୁ ଧ୍ୟାନ ରଖିବେ ଏଭଳି ଶାଢିରୁ ଦୁପଟ୍ଟା ତିଆରି କଲାବେଳେ ଶାଢିର ବର୍ଡର ଯେମିତି ଦୁପଟ୍ଟାର ଉଭୟ ପାର୍ଶ୍ୱରେ ରହୁଥିବ।

ସ୍କର୍ଟ: କଟନ୍‌ କିମ୍ବା ବର୍ଡର ବାଲା ଶାଢି ଅଥବା ପ୍ୟାଚ୍‌ କାମ ହୋଇଥିବା ପୁରୁଣା ଶାଢିରୁ ସ୍କର୍ଟ ତିଆରି କରି ପିନ୍ଧିଲେ ଆକର୍ଷଣୀୟ ଲାଗିଥାଏ। ବିଶେଷକରି ଏଥିରୁ ତିଆରି ଓ୍ବାର୍ପ ଆରାଉଣ୍ଡ ସ୍କର୍ଟ କିମ୍ବା ଏ ଲାଇନ୍‌ ସ୍କର୍ଟ ଖୁବ୍‌ ସୁନ୍ଦର ଦେଖାଯାଇଥାଏ।

କୁର୍ତ୍ତି: ପୁରୁଣା ଶାଢିକୁ ରିସାଇକେଲ୍‌ କରି ଯଦି ସବୁଠୁ ସହଜରେ କ’ଣ କରିହେବ, ତେବେ ତାହା ହେଉଛି କୁର୍ତ୍ତି ବା କୁର୍ତ୍ତା। ସିଫନ୍‌, ଜର୍ଜେଟ୍‌ ଅଥବା କଟନ୍‌ ଶାଢି ଏଥିପାଇଁ ପରଫେକ୍ଟ ହୋଇଥାଏ। କିନ୍ତୁ ଏହି କୁର୍ତ୍ତି ତିଆରି କଲାବେଳେ ଏଥିରେ ଲାଇନିଙ୍ଗ୍‌ ଦେବା ନିହାତି ଜରୁରୀ। କଣ୍ଟ୍ରାଷ୍ଟ କଲର୍‌ର ଟ୍ରାଉଜର୍‌ କିମ୍ବା ପ୍ଲାଜୋ ପ୍ୟାଣ୍ଟ ସହ ଏହି କୁର୍ତ୍ତି ବେଶ୍‌ ଭଲ ମାନିଥାଏ।

ବ୍ଲାଉଜ୍‌: ବ୍ଲାଉଜ୍‌ ତିଆରି ପାଇଁ ପୁରୁଣା ସିଲ୍କ ଶାଢି ଭଲ ହେବ। ହେଲେ ପୁରୁଣା ଜର୍ଜେଟ୍‌ ଓ ନେଟ୍‌ ଶାଢିରେ ତିଆରି ବ୍ଲାଉଜ୍‌ ସେତେଟା ଆକର୍ଷଣୀୟ ଲାଗି ନ ଥାଏ।

ଛୋଟ ଝିଅଙ୍କ ଡ୍ରେସ୍‌: ଶାଢିରେ ଛୋଟ ଝିଅଙ୍କ ପାଇଁ ବି ଖୁବ୍‌ ସୁନ୍ଦର ସୁନ୍ଦର ଡ୍ରେସ୍‌ ତିଆରି କରିହେବ। ଶାଢିରେ ତିଆରି ଘେରବାଲା ନି ଲେନ୍ଥ ଫ୍ରକ୍‌ ନଚେତ୍‌ ଅନାରକଲି ଝିଅମାନଙ୍କୁ ଖୁବ୍‌ ସୁନ୍ଦର ଲାଗିଥାଏ।

ସ୍କାର୍ଫ: ଶାଢିରେ ଅନାରକଲି କିମ୍ବା କୁର୍ତ୍ତି ତିଆରି କରିବା ପରେ ଯଦି ଆପଣଙ୍କ ପାଖେ ଆଉ କିଛି କପଡା ବଳି ପଡୁଛି, ତା’ହେଲେ ତାକୁ ନ ଫୋପାଡି, ସେଥିରେ ସ୍କାର୍ଫ କିମ୍ବା ଷ୍ଟୋଲ୍‌ ତିଆରି ମଧ୍ୟ କରିହେବ।

ପ୍ୟାଣ୍ଟ: ଯଦି ଆପଣଙ୍କ ପାଖେ ସିଲ୍କ ଶାଢି ଅଛି, ତା’ହେଲେ ଏଥିରେ ପ୍ୟାଣ୍ଟ ତିଆରି କରିପାରିବେ। ଖାସ୍‌ କରି ଶାଢିରୁ ତିଆରି ଷ୍ଟ୍ରେଟ୍‌ ପ୍ୟାଣ୍ଟକୁ କୁର୍ତ୍ତି ସହ ପିନ୍ଧିଲେ ସ୍ମାର୍ଟ ଲୁକ୍‌ ମିଳିଥାଏ।

ଜ୍ୟାକେଟ୍‌: ନିଜ ଲୁକ୍‌କୁ ଅଧିକ ଷ୍ଟାଇଲିଶ୍‌ କରିବା ପାଇଁ ଆପଣ ପୁରୁଣା ବ୍ରୋକେଟ୍‌ କିମ୍ବା ବନାରସୀ ଶାଢିରେ ଓ୍ବେଷ୍ଟ କୋଟ୍‌ ଅବା ଜ୍ୟାକେଟ୍‌ ତିଆରି କରି ପିନ୍ଧିପାରିବେ। ଏହାକୁ ଧଳାରଙ୍ଗର ସାଲଓ୍ବାର୍‌ କମିଜ, ଗ୍ରେ କଲର୍‌ର ଟପ୍‌ କିମ୍ବା ଡେନିମ୍‌ ଉପରେ ପିନ୍ଧିଲେ ସ୍ମାର୍ଟ ଲୁକ୍‌ ମିଳେ।


Enter your email to get our daily news in your inbox.

All Right Reserved By Dharitri.Com

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

ଈଶ୍ୱର କଣିକାର ଆବିଷ୍କାରକ

ପଦାର୍ଥ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରି ଖ୍ୟାତି ଲାଭ କରିଥିବା ପିଟର ହିଗ୍‌ସ ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ପରଲୋକ ଗମନ କରିଛନ୍ତି।...

ଥର୍ମୋମିଟର, ବାରୋମିଟର ଓ ଡାଲ୍‌ଟନ

କଡ଼େଇରେ ପାଣି ରଖି କଡ଼େଇ ତଳେ ନିଆଁ ଜାଳିଲେ ପାଣି ଗରମ ହୁଏ। କାରଣ ନିଆଁରୁ ବାହାରୁଥିବା ତାପ ଦ୍ୱାରା କଡ଼େଇ ଗରମ ହୁଏ। କଡ଼େଇ...

ଖରାଦିନେ ସ୍କିନ୍‌ ଆଲର୍ଜିର ଘରୋଇ ଚିକିତ୍ସା

ଖରାଦିନେ ଝାଳ ବୋହିବା ସହ କେତେକଙ୍କଠାରେ ବିଭିନ୍ନ ପ୍ରକାର ସ୍କିନ୍‌ ଆଲର୍ଜି ସମସ୍ୟା ଦେଖାଯାଇଥାଏ। କାହାର ଘିମିରି ବାହାରେ ତ କାହା ଶରୀରରେ ନାଲି ନାଲି...

ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଁ ବାସ୍ତୁ ଉପାୟ, ଆପଣାଇଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ବିଶେଷ ଉପାୟ ରହିଛି; ଯାହାକୁ ଆପଣାଇଲେ ଘରେ ସୁଖସମୃଦ୍ଧି ବୃଦ୍ଧି ହେବା ସହ ସମ୍ପର୍କରେ ନିବିଡ଼ତା ଆସିଥାଏ। ତା’ସହିତ ଅନେକ...

ଇଲେକ୍ଟ୍ରିକ୍‌ ସମାଗ୍ରୀ ଚକ୍‌ଚକ୍‌ କରିବାକୁ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ

ଇଲେକ୍ଟ୍ରି ସାମଗ୍ରୀ ସଫା କରିବା ସମୟରେ କେତେକ ବିଷୟ ପ୍ରତି ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ପଡ଼ିଥାଏ। ଏହି ସମୟରେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି…...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri