ଅସ୍ତିତ୍ୱ ସଙ୍କଟରେ ଶରତ ଚନ୍ଦ୍ର କ୍ଲବ

ପାଲଲହଡା,୫ା୮(ଡି.ଏନ.ଏ.) – ଅନୁଗୋଳ ଜିଲା ପାଲଲହଡ଼ାର ପରିଚୟ ପାଲଟିଥିବା ଦୀର୍ଘ ୭୩ ବର୍ଷର ଶରତ ଚନ୍ଦ୍ର କ୍ଲବ ଏବେ ବିପଦସଙ୍କୁଳ ଅବସ୍ଥାକୁ ଚାଲିଆସିଛି। ଏହାର ସମ୍ପୂର୍ଣ୍ଣ ପୁନରୁଦ୍ଧାର ପରିବର୍ତ୍ତେ ମଝିରେ ମଝିରେ ଅଳ୍ପ କିଛି ଉନ୍ନତୀକରଣ କାର୍ଯ୍ୟ କରାଯାଉଥିବାରୁ ରାଜାରାଜୁଡ଼ା ଅମଳର ଏହି କ୍ଲବ ଅତ୍ୟନ୍ତ ଜରାଜୀର୍ଣ୍ଣ ହୋଇପଡ଼ିଲାଣି। ଯଥାଶୀଘ୍ର ଏ ଦିଗରେ ପଦକ୍ଷେପ ନିଆ ନ ଗଲେ ପାଲଲହଡ଼ାର ଗର୍ବ ଓ ଗୌରବ କୁହାଯାଉଥିବା ଏହି କ୍ଲବ ତାହାର ଅସ୍ତିତ୍ୱ ହରାଇବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ।
୧୯୪୭ ମସିହାରେ ପାଲଲହଡା ଗଡଜାତର ରାଜା ଶରତ ଚନ୍ଦ୍ର ପାଲ ଆମୋଦ ପ୍ରମୋଦ ପାଇଁ ସହର ମଧ୍ୟଭାଗରେ ନିଜ ନାମରେ ଏହି କ୍ଲବ ପ୍ରତିଷ୍ଠା କରିଥିଲେ। ସମୟକ୍ରମେ ପାଲଲହଡା ଗଡଜାତ ଶାସନରୁ ମୁକ୍ତହୋଇ ଅବିଭକ୍ତ ଢେଙ୍କାନାଳ ଜିଲାର ଏକ ଉପଖଣ୍ଡରେ ପରିଣତ ହେବା ପରେ ୧୯୭୫ରେ ତତ୍କାଳୀନ ଜିଲାପାଳ ସରିତା ଜୟନ୍ତ ଦାସ ଏହି କ୍ଲବର କିଛିଅଂଶ ଉନ୍ନତୀକରଣ କରାଇଥିଲେ। ସେହିପରି ୨୦୦୨ରେ ପାଲଲହଡାର ବିଧାୟକ ଥିବା ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଚେଷ୍ଟାରେ ଏହାର ନବକଳେବର ହୋଇଥିଲା। ୨୦୧୧-୧୨ରେ ଢେଙ୍କାନାଳର ଏମ୍‌ପି ଥିବା ତଥାଗତ ସତପଥୀ ଏବଂ ୨୦୧୮ରେ ବିଧାୟକ ଥିବା ମହେଶ ସାହୁଙ୍କ ହାତପାଣ୍ଠି ଅର୍ଥରେ ଏହାର ଅଳ୍ପକିଛି ଉନ୍ନତୀକରଣ କାର୍ଯ୍ୟ ହୋଇଥିଲା। ଏହି କ୍ଲବ ପ୍ରେକ୍ଷାଳୟରେ ଭୋଟ ଗଣତିଠାରୁ ଆରମ୍ଭ କରି ବିଭିନ୍ନ ରାଜନୈତିକ ଦଳର ସମ୍ମିଳନୀ, ସରକାରୀ କାର୍ଯ୍ୟକ୍ରମ ହୋଇଆସୁଛି। କିନ୍ତୁ ଏହାର ପୁନରୁଦ୍ଧାର ଦିଗରେ ଦୃଷ୍ଟି ଦିଆଯାଉ ନ ଥିବାରୁ ପୁରାତନ କୋଠା ଜରାଜୀର୍ଣ୍ଣ ଅବସ୍ଥାରେ ପହଞ୍ଚିଯାଇଛି। ବର୍ଷା ହେଲେ ଛାତରୁ ପାଣି ଗଳୁଥିବାବେଳେ କାନ୍ଥରୁ ସିମେଣ୍ଟ ଝଡି ଯାଉଥିବା ଅଭିଯୋଗ ହେଉଛି। ପ୍ରାୟ ୪୦ ଜଣ ସ୍ଥାୟୀ ସଭ୍ୟଙ୍କ ଠାରୁ ସଂଗୃହୀତ ଚାନ୍ଦାରେ ସେବେଠାରୁ ଆଜି ପର୍ଯ୍ୟନ୍ତ ବହୁ କଷ୍ଟରେ କ୍ଲବ କାର୍ଯ୍ୟକ୍ଷମ ରହିଛି। ସ୍ଥାନୀୟ ଉପଜିଲାପାଳଙ୍କୁ ସଭାପତି ଦାୟିତ୍ୱରେ ରଖାଯାଉଛି। କ୍ଲବରେ ଏବେ ଜଣେ ରାତ୍ର ଜଗୁଆଳଙ୍କୁ ଛାଡିଦେଲେ ଆଉ କେହି କର୍ମଚାରୀ ନାହାନ୍ତି। ତେବେ ରାତ୍ର ଜଗୁଆଳଙ୍କୁ ଦରମା ଏବଂ କ୍ଲବର ରକ୍ଷଣା ବେକ୍ଷଣକୁ ସଭ୍ୟମାନେ ଦେଉଥିବା ଚାନ୍ଦା ଯଥେଷ୍ଟ ହେଉନାହିଁ। ଶୀଘ୍ର ଏହାର ପୁନରୁଦ୍ଧାର ଦିଗରେ ପଦକ୍ଷେପ ନେବାକୁ ଦାବି ହେଉଛି।
ଖଣିଜ ପାଣ୍ଠିରୁ ଅର୍ଥ ଦିଆଯିବ
କ୍ଲବ ସମ୍ପର୍କରେ ଜିଲାପାଳଙ୍କ ସହ ଆଲୋଚନା ହୋଇଛି। ଜିଲା ଖଣିଜ ପାଣ୍ଠିରୁ ଏହାର ଉନ୍ନତୀକରଣ ନିମନ୍ତେ ଆବଶ୍ୟକ ଅର୍ଥ ଯୋଗାଇ ଦେବାକୁ ଜିଲାପାଳ ସମ୍ମତି ପ୍ରଦାନ କରିଛନ୍ତି। ଖୁବ୍‌ଶୀଘ୍ର ଏହି କ୍ଲବର ନବକଳେବର କାର୍ଯ୍ୟ ଆରମ୍ଭ ହେବ।
-ଅଜିତ କୁମାର ପ୍ରଧାନ, ଉପଜିଲାପାଳ ତଥା ସଭାପତି
ସମସ୍ତ ପଦକ୍ଷେପ ନିଆଯିବ
ଶରତ ଚନ୍ଦ୍ର କ୍ଲବ ପାଲଲହଡାର ଗର୍ବ ଓ ଗୌରବ। ଏହାର ଉନ୍ନତୀକରଣ ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯିବ। ଜିଲା ଖଣିଜ ପାଣ୍ଠିରୁ ୫୦ ଲକ୍ଷ ଟଙ୍କା ଦିଆଯିବ। ଆବଶ୍ୟକ ପଡ଼ିଲେ ଅଧିକ ଅର୍ଥ ଯୋଗାଇ ଦିଆଯିବ।
-ମୁକେଶ କୁମାର ପାଲ, ବିଧାୟକ, ପାଲଲହଡା
ନିଅଣ୍ଟ ପଡ଼ୁଛି ସଭ୍ୟ ଚାନ୍ଦା
କ୍ଲବ ଚଳାଇବାର ଏକମାତ୍ର ଉତ୍ସ ହେଉଛି ସଭ୍ୟମାନଙ୍କଠାରୁ ଆଦାୟ ହେଉଥିବା ଚାନ୍ଦା। କିନ୍ତୁ ଆନୁଷଙ୍ଗିକ ଖର୍ଚ୍ଚ ଏବଂ କର୍ମଚାରୀଙ୍କ ଦରମାକୁ ଏହା ନିଅଣ୍ଟ ପଡ଼ୁଛି। ଏ ଦିଗରେ ସରକାର କିମ୍ବା ସ୍ଥାନୀୟ ଲୋକ ପ୍ରତିନିଧିମାନେ ଦୃଷ୍ଟି ଦେବା ଆବଶ୍ୟକ।
-ଦୁର୍ଜ୍ୟୟ କୁମାର ଗଡ଼ନାୟକ, ସମ୍ପାଦକ
ଜନପ୍ରତିନିଧିଙ୍କ ସହଯୋଗ ଜରୁରୀ
ଏହି ପୁରାତନ କ୍ଲବରେ ଥିବା ଘର ଗୁଡିକର ଅବସ୍ଥା ଶୋଚନୀୟ ହୋଇପଡ଼ିଲାଣି। ଆସବାବପତ୍ର ମଧ୍ୟ ଭଲ ଅବସ୍ଥାରେ ନାହିଁ। କିପରି କ୍ଲବର ପୁନରୁଦ୍ଧାର କରାଯିବ ତାହା ଏବେ ପ୍ରଶ୍ନବାଚୀରେ ଥିବାବେଳେ ଜନପ୍ରତିନିଧିମାନଙ୍କ ସହଯୋଗ ନିହାତି ଜରୁରୀ।
-କ୍ରିଷ୍ଣ କୁମାର ବୋଷ, କ୍ଲବ ସଦସ୍ୟ


Enter your email to get our daily news in your inbox.

All Right Reserved By Dharitri.Com

ଏଥର ଧାମନଗରରେ ବିଗ୍‌ ଫାଇଟ୍‌, ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର

ଭଦ୍ରକ,୨୬।୪: ଏଥର ଧାମନଗର ଦେଖିବ ବଡ଼ ଫାଇଟ୍‌। ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର। ଭଦ୍ରକ ଲୋକ ସଭାର ଧାମନଗର ବିଧାନସଭା ଆସନରେ ହେବ କାଣ୍ଟେ କା ଟକ୍କର।...

ଏଲପିଜି ସିଲିଣ୍ଡରରେ ଭୋଟର ସଚେତନତା ବାର୍ତ୍ତା

କଟକ,୨୬ା୪ (କାର୍ତ୍ତିକ ସାହୁ) ଆଗାମୀ ସାଧାରଣ ନିର୍ବାଚନରେ ଭୋଟଦାନକୁ ଶତ ପ୍ରତିଶତ କରାଇବାର ଲକ୍ଷ୍ୟ ରଖିଛି କଟକ ଜିଲା ପ୍ରଶାସନ। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ନିରଞ୍ଜନ

ବନ୍ତ,୨୬।୪(ହରିନାରାୟଣ ମହାନ୍ତି): ବନ୍ତ ବଜାରଠାରେ ଶୁକ୍ରବାର ବ୍ଲକ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଆଗାମୀ...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri