ଅସ୍ତିତ୍ୱ ସଙ୍କଟରେ ଶରତ ଚନ୍ଦ୍ର କ୍ଲବ

ପାଲଲହଡା,୫ା୮(ଡି.ଏନ.ଏ.) – ଅନୁଗୋଳ ଜିଲା ପାଲଲହଡ଼ାର ପରିଚୟ ପାଲଟିଥିବା ଦୀର୍ଘ ୭୩ ବର୍ଷର ଶରତ ଚନ୍ଦ୍ର କ୍ଲବ ଏବେ ବିପଦସଙ୍କୁଳ ଅବସ୍ଥାକୁ ଚାଲିଆସିଛି। ଏହାର ସମ୍ପୂର୍ଣ୍ଣ ପୁନରୁଦ୍ଧାର ପରିବର୍ତ୍ତେ ମଝିରେ ମଝିରେ ଅଳ୍ପ କିଛି ଉନ୍ନତୀକରଣ କାର୍ଯ୍ୟ କରାଯାଉଥିବାରୁ ରାଜାରାଜୁଡ଼ା ଅମଳର ଏହି କ୍ଲବ ଅତ୍ୟନ୍ତ ଜରାଜୀର୍ଣ୍ଣ ହୋଇପଡ଼ିଲାଣି। ଯଥାଶୀଘ୍ର ଏ ଦିଗରେ ପଦକ୍ଷେପ ନିଆ ନ ଗଲେ ପାଲଲହଡ଼ାର ଗର୍ବ ଓ ଗୌରବ କୁହାଯାଉଥିବା ଏହି କ୍ଲବ ତାହାର ଅସ୍ତିତ୍ୱ ହରାଇବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ।
୧୯୪୭ ମସିହାରେ ପାଲଲହଡା ଗଡଜାତର ରାଜା ଶରତ ଚନ୍ଦ୍ର ପାଲ ଆମୋଦ ପ୍ରମୋଦ ପାଇଁ ସହର ମଧ୍ୟଭାଗରେ ନିଜ ନାମରେ ଏହି କ୍ଲବ ପ୍ରତିଷ୍ଠା କରିଥିଲେ। ସମୟକ୍ରମେ ପାଲଲହଡା ଗଡଜାତ ଶାସନରୁ ମୁକ୍ତହୋଇ ଅବିଭକ୍ତ ଢେଙ୍କାନାଳ ଜିଲାର ଏକ ଉପଖଣ୍ଡରେ ପରିଣତ ହେବା ପରେ ୧୯୭୫ରେ ତତ୍କାଳୀନ ଜିଲାପାଳ ସରିତା ଜୟନ୍ତ ଦାସ ଏହି କ୍ଲବର କିଛିଅଂଶ ଉନ୍ନତୀକରଣ କରାଇଥିଲେ। ସେହିପରି ୨୦୦୨ରେ ପାଲଲହଡାର ବିଧାୟକ ଥିବା ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଚେଷ୍ଟାରେ ଏହାର ନବକଳେବର ହୋଇଥିଲା। ୨୦୧୧-୧୨ରେ ଢେଙ୍କାନାଳର ଏମ୍‌ପି ଥିବା ତଥାଗତ ସତପଥୀ ଏବଂ ୨୦୧୮ରେ ବିଧାୟକ ଥିବା ମହେଶ ସାହୁଙ୍କ ହାତପାଣ୍ଠି ଅର୍ଥରେ ଏହାର ଅଳ୍ପକିଛି ଉନ୍ନତୀକରଣ କାର୍ଯ୍ୟ ହୋଇଥିଲା। ଏହି କ୍ଲବ ପ୍ରେକ୍ଷାଳୟରେ ଭୋଟ ଗଣତିଠାରୁ ଆରମ୍ଭ କରି ବିଭିନ୍ନ ରାଜନୈତିକ ଦଳର ସମ୍ମିଳନୀ, ସରକାରୀ କାର୍ଯ୍ୟକ୍ରମ ହୋଇଆସୁଛି। କିନ୍ତୁ ଏହାର ପୁନରୁଦ୍ଧାର ଦିଗରେ ଦୃଷ୍ଟି ଦିଆଯାଉ ନ ଥିବାରୁ ପୁରାତନ କୋଠା ଜରାଜୀର୍ଣ୍ଣ ଅବସ୍ଥାରେ ପହଞ୍ଚିଯାଇଛି। ବର୍ଷା ହେଲେ ଛାତରୁ ପାଣି ଗଳୁଥିବାବେଳେ କାନ୍ଥରୁ ସିମେଣ୍ଟ ଝଡି ଯାଉଥିବା ଅଭିଯୋଗ ହେଉଛି। ପ୍ରାୟ ୪୦ ଜଣ ସ୍ଥାୟୀ ସଭ୍ୟଙ୍କ ଠାରୁ ସଂଗୃହୀତ ଚାନ୍ଦାରେ ସେବେଠାରୁ ଆଜି ପର୍ଯ୍ୟନ୍ତ ବହୁ କଷ୍ଟରେ କ୍ଲବ କାର୍ଯ୍ୟକ୍ଷମ ରହିଛି। ସ୍ଥାନୀୟ ଉପଜିଲାପାଳଙ୍କୁ ସଭାପତି ଦାୟିତ୍ୱରେ ରଖାଯାଉଛି। କ୍ଲବରେ ଏବେ ଜଣେ ରାତ୍ର ଜଗୁଆଳଙ୍କୁ ଛାଡିଦେଲେ ଆଉ କେହି କର୍ମଚାରୀ ନାହାନ୍ତି। ତେବେ ରାତ୍ର ଜଗୁଆଳଙ୍କୁ ଦରମା ଏବଂ କ୍ଲବର ରକ୍ଷଣା ବେକ୍ଷଣକୁ ସଭ୍ୟମାନେ ଦେଉଥିବା ଚାନ୍ଦା ଯଥେଷ୍ଟ ହେଉନାହିଁ। ଶୀଘ୍ର ଏହାର ପୁନରୁଦ୍ଧାର ଦିଗରେ ପଦକ୍ଷେପ ନେବାକୁ ଦାବି ହେଉଛି।
ଖଣିଜ ପାଣ୍ଠିରୁ ଅର୍ଥ ଦିଆଯିବ
କ୍ଲବ ସମ୍ପର୍କରେ ଜିଲାପାଳଙ୍କ ସହ ଆଲୋଚନା ହୋଇଛି। ଜିଲା ଖଣିଜ ପାଣ୍ଠିରୁ ଏହାର ଉନ୍ନତୀକରଣ ନିମନ୍ତେ ଆବଶ୍ୟକ ଅର୍ଥ ଯୋଗାଇ ଦେବାକୁ ଜିଲାପାଳ ସମ୍ମତି ପ୍ରଦାନ କରିଛନ୍ତି। ଖୁବ୍‌ଶୀଘ୍ର ଏହି କ୍ଲବର ନବକଳେବର କାର୍ଯ୍ୟ ଆରମ୍ଭ ହେବ।
-ଅଜିତ କୁମାର ପ୍ରଧାନ, ଉପଜିଲାପାଳ ତଥା ସଭାପତି
ସମସ୍ତ ପଦକ୍ଷେପ ନିଆଯିବ
ଶରତ ଚନ୍ଦ୍ର କ୍ଲବ ପାଲଲହଡାର ଗର୍ବ ଓ ଗୌରବ। ଏହାର ଉନ୍ନତୀକରଣ ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯିବ। ଜିଲା ଖଣିଜ ପାଣ୍ଠିରୁ ୫୦ ଲକ୍ଷ ଟଙ୍କା ଦିଆଯିବ। ଆବଶ୍ୟକ ପଡ଼ିଲେ ଅଧିକ ଅର୍ଥ ଯୋଗାଇ ଦିଆଯିବ।
-ମୁକେଶ କୁମାର ପାଲ, ବିଧାୟକ, ପାଲଲହଡା
ନିଅଣ୍ଟ ପଡ଼ୁଛି ସଭ୍ୟ ଚାନ୍ଦା
କ୍ଲବ ଚଳାଇବାର ଏକମାତ୍ର ଉତ୍ସ ହେଉଛି ସଭ୍ୟମାନଙ୍କଠାରୁ ଆଦାୟ ହେଉଥିବା ଚାନ୍ଦା। କିନ୍ତୁ ଆନୁଷଙ୍ଗିକ ଖର୍ଚ୍ଚ ଏବଂ କର୍ମଚାରୀଙ୍କ ଦରମାକୁ ଏହା ନିଅଣ୍ଟ ପଡ଼ୁଛି। ଏ ଦିଗରେ ସରକାର କିମ୍ବା ସ୍ଥାନୀୟ ଲୋକ ପ୍ରତିନିଧିମାନେ ଦୃଷ୍ଟି ଦେବା ଆବଶ୍ୟକ।
-ଦୁର୍ଜ୍ୟୟ କୁମାର ଗଡ଼ନାୟକ, ସମ୍ପାଦକ
ଜନପ୍ରତିନିଧିଙ୍କ ସହଯୋଗ ଜରୁରୀ
ଏହି ପୁରାତନ କ୍ଲବରେ ଥିବା ଘର ଗୁଡିକର ଅବସ୍ଥା ଶୋଚନୀୟ ହୋଇପଡ଼ିଲାଣି। ଆସବାବପତ୍ର ମଧ୍ୟ ଭଲ ଅବସ୍ଥାରେ ନାହିଁ। କିପରି କ୍ଲବର ପୁନରୁଦ୍ଧାର କରାଯିବ ତାହା ଏବେ ପ୍ରଶ୍ନବାଚୀରେ ଥିବାବେଳେ ଜନପ୍ରତିନିଧିମାନଙ୍କ ସହଯୋଗ ନିହାତି ଜରୁରୀ।
-କ୍ରିଷ୍ଣ କୁମାର ବୋଷ, କ୍ଲବ ସଦସ୍ୟ


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବ ଗୋଟାଉଥିବା ନାବାଳିକାଙ୍କୁ ବଳାତ୍କାର କଲେ ୧୪ ବର୍ଷର ନାବାଳକ, ଘଟଣା ବିଷୟରେ କାହାକୁ କହିଲେ…

ଅନୁଗୋଳ, ୪ା୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଉପକଣ୍ଠରେ ଗତ ବୁଧବାର ଘଟିଛି ଏକ ଲଜ୍ଜାଜନକ ଘଟଣା। ୭ ବର୍ଷର ଜଣେ ନାବାଳିକାଙ୍କୁ ୧୪ ବର୍ଷର ନାବାଳକ ବଳାତ୍କାର…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri