ରଘୁନନ୍ଦନଙ୍କୁ ଭେଟି ଆଶୀର୍ବାଦ ନେଲେ ସାରଦା

ଜଗତ୍‌ସିଂହପୁର, ୨୩ା୪ (ପ୍ରମୋଦ କୁମାର ନାୟକ):ଜଗତ୍‌ସିଂହପୁର ଜିଲାର ବାଲିକୁଦା-ଏରସମା ବିଧାନସଭା ଆସନ ନିମନ୍ତେ ଯୁବନେତା ସାରଦା ପ୍ରସନ୍ନ ଜେନାଙ୍କ ଉପରେ ବିଜେଡି ଆସ୍ଥା ପ୍ରକଟ କରି ପ୍ରାର୍ଥୀ ଘୋଷଣା କରିଛି। ଫଳରେ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସ ନିରାଶ ହୋଇଛନ୍ତି। ଜିଲାସ୍ତରୀୟ ନେତାଙ୍କ ଚକ୍ରାନ୍ତ ଯୋଗୁ ତାଙ୍କ ଟିକେଟ କଟିଥିବା ରଘୁନନ୍ଦନ କ୍ଷୋଭର ସହ କହିଛନ୍ତି। ସେ ଯେତେବେଳେ ଅସୁସ୍ଥ ଥିଲେ, ସେତେବେଳେ ଏହି ନେତା ତାଙ୍କ ନାଁରେ ଦଳରେ ଚକ୍ରାନ୍ତ କରିଥିଲେ। ସୁସ୍ଥ ହେଲା ପରେ ସବୁକିଛି ଠିକଠାକ୍‌ ହୋଇଥିଲା। ରାଜ୍ୟର ଅନେକ ନେତା ଯେଉଁମାନେ ତାଙ୍କଠାରୁ ଅଧିକ ଅସୁସ୍ଥ ଥିଲେ, ସେମାନଙ୍କୁ ଦଳ ଟିକେଟ ଦେଇଛି ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ପ୍ରାର୍ଥୀ ଘୋଷଣା ପରେ ରଘୁନନ୍ଦନଙ୍କୁ ସାକ୍ଷାତ୍‌ କରି ଆଶୀର୍ବାଦ ଭିକ୍ଷା କରିଥିବା ସାରଦା ଧରିତ୍ରୀକୁ କହିଛନ୍ତି। ରଘୁନନ୍ଦନଙ୍କ ସହ ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି, ଜଗତ୍‌ସିଂହପୁର ଏମ୍‌ପି ପ୍ରାର୍ଥିନୀ ରାଜଶ୍ରୀ ମଲ୍ଲିକ, ଦଳର ଜିଲା ସଭାପତି ରବି ଜେନା, ଅନ୍ୟ ନେତୃମଣ୍ଡଳୀଙ୍କ ପରାମର୍ଶ, ସହଯୋଗ ଓ ଆଶୀର୍ବାଦରେ ସେ ବିଜୟୀ ହେବେ ବୋଲି ସେ ଆଶା ରଖିଛନ୍ତି।
ବାଲିକୁଦା-ଏରସମା ଆସନରେ ରଘୁନନ୍ଦନ ବାଦ୍‌ ପଡ଼ିବା ଏବଂ ସାରଦା ପ୍ରାର୍ଥୀ ହେବେ ବୋଲି ବାରି ହୋଇପଡୁଥିଲା। ୨୦୧୯ ନିର୍ବାଚନରେ ରଘୁନନ୍ଦନ ପ୍ରଥମ ଥର ପାଇଁ ବିଧାୟକ ହୋଇ ମନ୍ତ୍ରୀ ପଦ ପାଇଥିଲେ। ତାହା ସେତେବେଳେ ଆଲୋଚନାର ବିଷୟ ହୋଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କଠାରୁ ମନ୍ତ୍ରୀପଦ କାଢ଼ି ନିଆଯାଇଥିଲା। ରଘୁନନ୍ଦନ ଅସୁସ୍ଥ ଥିବାରୁ ଦଳ ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଇଥିଲା। ପରେ ଜିଲା ଯୋଜନା କମିଟି ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇ ଏକପ୍ରକାର ସନ୍ତୁଷ୍ଟ ପାଇଁ ଉଦ୍ୟମ ହୋଇଥିଲା। ବାସ୍ତବରେ କିନ୍ତୁ ଦଳ ତାଙ୍କ ଉପରୁ ସେତେବେଳୁ ଆସ୍ଥା ତୁଟାଇବା ଆରମ୍ଭ କରିଥିବା ସ୍ପଷ୍ଟ ବାରି ହୋଇ ପଡୁଥିଲା। କିନ୍ତୁ ରଘୁନନ୍ଦନ ସୁସ୍ଥ ହୋଇଯାଇଥିବା କହି ଚଳିତ ନିର୍ବାଚନରେ ସେ ପୁଣିଥରେ ପ୍ରାର୍ଥୀ ହେବା ପାଇଁ ଆଶାୟୀ ଥିଲେ। ଦଳ ନେତୃତ୍ୱଙ୍କୁ ସୁସ୍ଥ ଥିବା ବୁଝାଇବାକୁ ଚେଷ୍ଟା କରିଥିଲେ। ମାତ୍ର ତାଙ୍କ ପାଇଁ ଏକାଧିକ ଆଶାୟୀ ପ୍ରତିବନ୍ଧକ ସାଜିଥିଲେ। ବିଶେଷକରି ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କ ଗୋଟିଚାଳନା ତାଙ୍କ ପାଇଁ ଅଡୁଆ ବଢାଇଥିଲା। ପ୍ରଶାନ୍ତ ୨୦୦୯, ୨୦୧୪ ନିର୍ବାଚନରେ ବାଲିକୁଦା-ଏରସମା ବିଧାନସଭା ଆସନରୁ ବିଧାୟକ ହୋଇଥିଲେ। କିନ୍ତୁ ଦଳ ୨୦୧୯ରେ ତାଙ୍କୁ ଜଗତ୍‌ସିଂହପୁର ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ କରିଥିଲା। ବାଲିକୁଦା-ଏରସମା ଆସନରେ ରଘୁନନ୍ଦନ ପ୍ରାର୍ଥୀ ହୋଇଥିଲେ। ଉଭୟ ବିଜୟୀ ହେବାର ସୌଭାଗ୍ୟ ହାସଲ କରିଥିଲେ। କିନ୍ତୁ ସେମାନଙ୍କ ଭିତରେ ଦୀର୍ଘ ବର୍ଷ ଧରି ଲାଗି ରହିଥିବା ବିବାଦର ଅନ୍ତ ଘଟି ନ ଥିଲା, ଯାହାର ପ୍ରତିଫଳନ ୨୦୨୪ ନିର୍ବାଚନ ପୂର୍ବରୁ ଦେଖିବାକୁ ମିଳିଥିଲା। ପ୍ରଶାନ୍ତଙ୍କ ବିରୋଧରେ ରଘୁନନ୍ଦନ ସଙ୍ଗିନ ଅଭିଯୋଗ ଆଣିଥିଲେ। ପ୍ରଶାନ୍ତ ଏକାଧିକ ଆଶାୟୀ ସୃଷ୍ଟି କରିଥିବା କହିଥିଲେ। ପ୍ରଶାନ୍ତଙ୍କୁ ଜଗତ୍‌ସିଂହପୁର ବିଧାନସଭା ଆସନରୁ ଦଳୀୟ ପ୍ରାର୍ଥୀ ଘୋଷଣା ପରେ ମଧ୍ୟ ଏହି ଚର୍ଚ୍ଚା ଉପରେ ଯବନିକା ପଡ଼ି ନ ଥିଲା। ରଘୁନନ୍ଦନଙ୍କ ସହ ପ୍ରଶାନ୍ତ ଓ ଏକାଧିକ ଆଶାୟୀଙ୍କ ଦୂରତ୍ୱ ବଢ଼ିଥିଲା। କେବଳ ସାରଦା ନିରପେକ୍ଷ ରହିବା ସହ ଟିକେଟ ପାଇବା ପାଇଁ ପ୍ରମୁଖ ଦାବିଦାର ଥିଲେ। ଅର୍ଥାତ୍‌ ଉଭୟ ଗୋଷ୍ଠୀଙ୍କ ସହ ସମନ୍ବୟ ବଜାୟ ରଖିଥିବାରୁ ଦଳ ତାଙ୍କ ପ୍ରାର୍ଥତ୍ତ୍ୱକୁ ଗମ୍ଭୀରତାର ସହ ବିଚାର କରୁଥିଲା, ଯାହା ସୋମବାର ପ୍ରତିଫଳିତ ହୋଇଛି। ସାରଦା ଛାତ୍ର ଜୀବନରୁ ରାଜନୀତିରେ ରହି ଆସିଛନ୍ତି। ସେ ୧୯୯୨-୯୩ରେ ବାଙ୍କୀ ଛାତ୍ର ସଂସଦ ସଭାପତି ଥିଲେ। ତା’ପରେ ଅର୍ଥାତ୍‌ ୧୯୯୭ରେ କଂଗ୍ରେସରୁ ଏରସମା ୩ ନମ୍ବର ଜୋନରୁ ଜିଲା ପରିଷଦ ସଭ୍ୟ ଓ ସମିତି ସଭ୍ୟ ହେବାର ଗୌରବ ହାସଲ କରିଥିଲେ। ସେତେବେଳେ ସେ ଏରସମା ପଞ୍ଚାୟତ ସମିତି ଅଧ୍ୟକ୍ଷ ପାଇଁ ଆଶାୟୀ ଥିଲେ। କିନ୍ତୁ ସୁଯୋଗ ନ ମିଳିବାରୁ ପଞ୍ଚାୟତ ସମିତି ସଭ୍ୟ ପଦରୁ ଇସ୍ତଫା ଦେଇ କେବଳ ଜିଲା ପରିଷଦ ସଭ୍ୟ ରହିଥିଲେ। କେବଳ ଏତିକି ନୁହେଁ, ୨୦୦୨ରୁ ୨୦୦୭ ପର୍ଯ୍ୟନ୍ତ ଏରସମା-୧, ୨୦୦୭ରୁ ୨୦୧୨ ଏରସମା-୩ ଓ ୨୦୧୨ରୁ ୧୭ ପର୍ଯ୍ୟନ୍ତ ଏରସମା-୪ ଜିଲା ପରିଷଦ ଜୋନରେ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ। ୨୦୧୪ରେ ସାରଦା ସ୍ବାଧୀନ ବିଧାୟକ ପ୍ରାର୍ଥୀ ହୋଇ ପାଖାପାଖି ୨୪ ହଜାର ଭୋଟ ପାଇଥିଲେ। ସେତେବେଳେ ଚିହ୍ନକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହେବାରୁ ତାଙ୍କର ପ୍ରାୟ ୫ରୁ ୬ ହଜାର ଭୋଟ କଟିଯାଇଥିବା ସେତେବେଳେ ସାରଦା ଅଭିଯୋଗ କରିଥିଲେ। ୨୦୧୯ରେ ସାରଦା ବିଜେଡିରେ ମିଶିଥିଲେ। ତାଙ୍କ ଯୋଗଦାନ ସେତେବେଳେ ବିଜେଡି ପ୍ରାର୍ଥୀ ରଘୁନନ୍ଦନଙ୍କୁ ବେଶ୍‌ ସହାୟକ ହୋଇପାରିଥିଲା। ରଘୁନନ୍ଦନ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ପ୍ରାର୍ଥୀ ଲଲାଟେନ୍ଦୁ ମହାପାତ୍ରଙ୍କଠାରୁ ୫୫ ହଜାର ଭୋଟରେ ବିଜୟୀ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ୱେଷ୍ଟଇଣ୍ଡିଜ୍ ସିରିଜ୍ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା! ଆହତ ହେଲେ ଅଧିନାୟକ ଶୁଭମନ ଗିଲ୍‌, ସିରାଜଙ୍କ ଦ୍ରୁତ ବଲ୍‌…

ତିରୁବନନ୍ତପୁରମ୍, ୨୫।୯: ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବାର ଠିକ୍ ୪୮ ଘଣ୍ଟା ପୂର୍ବରୁ ଭାରତୀୟ ଶିବିରରୁ ଏକ ଚିନ୍ତାଜନକ ଖବର…

ୟୁଏନ୍‌ରେ ପାକିସ୍ତାନୀ ଖବରଦାତାଙ୍କୁ ଏସ୍‌. ଜୟଶଙ୍କରଙ୍କ କଡ଼ା ଜବାବ: କହିଲେ, ‘ଜଣେ ଆତଙ୍କବାଦୀ ଦେଶ ମୋତେ ଏମିତି ପ୍ରଶ୍ନ ପଚାରୁଛି’

ନ୍ୟୁୟର୍କ,୨୫।୯: ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଶୁକ୍ରବାର ୮୧ତମ ସଂଯୁକ୍ତ ରାଷ୍ଟ୍ର ସାଧାରଣ ସଭା (UNGA) ଅବସରରେ ଏକ ଖବରଦାତା ସମ୍ମିଳନୀରେ ଜଣେ ପାକିସ୍ତାନୀ ଖବରଦାତାଙ୍କୁ କଡ଼ା…

ସନ୍ଦେହଜନକ କାରକୁ ଗୋଡ଼ାଇ ଧରିଲା ନନ୍ଦିପଦା ପୋଲିସ: ଚାଳକ-ଅନ୍ୟମାନେ ଫେରାର, ତଦନ୍ତ ଜାରି

ହାଟଡିହୀ, ୨୫।୯ (ଶୁଭକାନ୍ତ ନାୟକ): ଭଦ୍ରକ ପାର୍ଶ୍ୱରୁ କେନ୍ଦୁଝର ଜିଲା ଆନନ୍ଦପୁର ଅଭିମୁଖେ ୫୩ ନମ୍ବର ରାଜ୍ୟ ରାଜପଥରେ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଯାଉଥିବା…

ଦିଗପହଣ୍ଡିରେ ଜଳବନ୍ଦୀ ସମସ୍ୟା: ପୂର୍ତ୍ତବିଭାଗ ବୈଷୟିକ ଟିମ୍ ର ଅନୁଧ୍ୟାନ

ଦିଗପହଣ୍ଡି,୨୫|୯(ଅଶେଷ ନାଥ ମିଶ୍ର) ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ପୁରୁଣା ବସଷ୍ଟାଣ୍ଡ ମୁଖ୍ୟ ରାସ୍ତାରେ ପ୍ରାୟ ୨ ଫୁଟ ଉଚ୍ଚତାରେ ବର୍ଷାଜଳ…

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍‌ ଧକ୍କାରେ ମହିଳା ଶ୍ରମିକ ମୃତ, ୭ ଆହତ

ସମ୍ବଲପୁର, ୨୫।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ କଂସର ଗ୍ରାମ ନିକଟ ଜିଓ ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥ ନଂ. ୫୫…

ନଦୀରେ ଭାସିଯିବାବେଳେ ସାହାରା ହେଲା ଗଛଡାଳ: ପୋଲ ଉପରୁ ଖସିପଡ଼ି ଅଧ କି.ମି. ଭାସିଗଲେ ବୃଦ୍ଧ

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ବ୍ଲକ୍‌ ତେଲକନାଡି ଗ୍ରାମର ସୁବାସ ଭତ୍ରା (୫୫) ଭାସ୍କେଲ ନଦୀ ପୋଲ ଉପରେ ଠିଆ ହୋଇଥିବାବେବେଳେ ଗୋଡ଼ ଖସିଯିବାରୁ ତଳକୁ ପଡ଼ିଯାଇଥିଲେ।…

ଛାତ୍ରାବାସରେ ପଶିଲା ପାଣି

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ସ୍ଥିତ ସରକାରୀ ଭୂତପୂର୍ବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡ୍ରେନେଜ ସୁବିଧା ନ ଥିବା ଯୋଗୁ ଛାତ୍ରାବାସରେ ବର୍ଷାପାଣି ପ୍ରବେଶ କରିଥିଲା। ପ୍ରଧାନଶିକ୍ଷକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?