୨୦ ବର୍ଷ ବଡ଼ ଅଭିନେତାଙ୍କ ସହ ରୋମାନ୍ସ କରିବେ ସାରା

ପ୍ରତିବର୍ଷ ଅଗଣିତ ନୂଆ ମୁହଁ ବଲିଉଡରେ ଡେବ୍ୟୁ କରନ୍ତି, କିନ୍ତୁ ସେମାନଙ୍କ ମଧ୍ୟରୁ କିଛି ପ୍ରଥମ ଥର ପାଇଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜନ୍ତି। ରଣବୀର ସିଂଙ୍କ ବହୁପ୍ରତିକ୍ଷୀତ ଫିଲ୍ମ ‘ଧୂରନ୍ଧର’ର ମୁଖ୍ୟ ନାୟିକା ସାରା ଅର୍ଜୁନଙ୍କ କ୍ଷେତ୍ରରେ ମଧ୍ୟ ଏପରି ହୋଇଛି। ଫିଲ୍ମ ରିଲିଜ ହେବାକୁ ମାତ୍ର ଦୁଇ ସପ୍ତାହ ବାକି ଅଛି, କିନ୍ତୁ ସାରା ଏବେ ବି ଶିରୋନାମାରେ ଅଛନ୍ତି। ଫିଲ୍ମର ପ୍ରଥମ ଝଲକ ରିଲିଜ ହେବା ପରଠାରୁ ଏହି ଅଭିନେତ୍ରୀ ଚର୍ଚ୍ଚାରେ ଅଛନ୍ତି। ‘ଧୂରନ୍ଧର’ ଟିଜରରେ ସାରାଙ୍କ ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି।
ଏହି ଫିଲ୍ମରେ ସେ ତାଙ୍କଠାରୁ ୨୦ ବର୍ଷ ବଡ଼ ରଣବୀରଙ୍କ ସହିତ ରୋମାନ୍ସ କରିବେ। ସାରାରୁ ଏବେ କେବଳ ୨୦ ବର୍ଷ। କିନ୍ତୁ ସେ ବହୁତ ପୂର୍ବରୁ ତାଙ୍କର ଫିଲ୍ମ ଡେବ୍ୟୁ କରିଥିଲେ। ସେ ମଡେଲିଂ ଏବଂ ବିଜ୍ଞାପନ ସହିତ ତାଙ୍କର କ୍ୟାରିଅର୍‌ ଆରମ୍ଭ କରିଥିଲେ। ଭାରତୀୟ ସିନେମାକୁ ଯିବା ପୂର୍ବରୁ ସେ ମ୍ୟାଗି, କ୍ଲିନିକ ପ୍ଲସ ଏବଂ ମ୍ୟାକଡୋନାଲ୍ଡସ ସମେତ ଅନେକ ପ୍ରମୁଖ ବ୍ରାଣ୍ଡ ସହିତ କାମ କରିଥିଲେ। ସାରାଙ୍କ କ୍ୟାରିୟରର ଏକ ପ୍ରମୁଖ ମୋଡ଼ ଥିଲା ବିକ୍ରମଙ୍କ ଅଭିନୀତ ‘ଦିଭା ଥିରୁମାଲ’। ଏଥିରେ ସେ ବିକ୍ରମଙ୍କ ଝିଅ ନୀଲା ଭୂମିକାରେ ଅଭିନୟ କରିଥିଲେ। ସେ ମଣିରତ୍ନମଙ୍କ ‘ପୋନିୟିନ ସେଲଭାନ’ରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଚରିତ୍ର ନନ୍ଦିନୀଙ୍କ ପିଲାଦିନ ଭୂମିକାରେ ଅଭିନୟ କରି ମଧ୍ୟ ଚର୍ଚ୍ଚାକୁ ଆସିଥିଲେ। ଏହି ଫିଲ୍ମ ପରେ ତାଙ୍କୁ ‘ମିନି ଐଶ୍ୱର୍ଯ୍ୟା ରାୟ’ ଡକାଯାଏ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ନିଟ୍‌ ପରୀକ୍ଷାରେ ସାଇ ସୋହମ ବଡ଼ ସଫଳତା: ଅଞ୍ଚଳ ପାଇଁ ଆଣିଲେ ଗୌରବ

ସାକ୍ଷୀଗୋପାଳ,୨୨।୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଚଳିତବର୍ଷ ପ୍ରକାଶିତ ନିଟ୍‌ (ୟୁଜି) ପରୀକ୍ଷା ଫଳରେ ସତ୍ୟବାଦୀ ଅଞ୍ଚଳର ସାଇ ସୋହମ ପ୍ରଧାନ ସର୍ବଭାରତୀୟ ସ୍ତରରେ ୫୨୬୫ ସ୍ଥାନରେ ସଫଳତାର…

ପ୍ରଶାସନର ବିସ୍ଥାପନ ଉଦ୍ୟମ ଅଟକିଲା: ଭିଟାମାଟି ଛାଡ଼ିଲେ ନାହିଁ କୁମିଆପାଲି ଗ୍ରାମବାସୀ

ବଲାଙ୍ଗୀର/ଲୋଇସିଂହା,୨୨ା୭(ବୀରେନ୍ଦ୍ର କୁମାର ଝାଙ୍କର/ସୁଶାନ୍ତ ବାରିକ):ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ପ୍ରଭାବିତ କୁମିଆପାଲି ଗାଁରେ ମଙ୍ଗଳବାର ବିସ୍ଥାପନକୁ ନେଇ ଗ୍ରାମବାସୀ ଏବଂ ଜିଲା ପ୍ରଶାସନ ମୁହଁାମୁହିଁ ହୋଇଥିଲେ। ପ୍ରଶାସନ…

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

ରାଜ୍ୟ ରାଜନୀତିରେ ଚହଳ: ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲେ ନବୀନ

ନୂଆଦିଲ୍ଲୀ/ ଭୁବନେଶ୍ୱର:୨୧।୭: ଓଡ଼ିଶା ତଥା ଜାତୀୟ ରାଜନୀତିରେ ଏକ ବଡ଼ ଧରଣର ହଟଚମଟ ସୃଷ୍ଟି ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ…

ପୋଲିସ ଟେକିନେବାରୁ ରାଗିଗଲେ ରାହୁଲ, ଏମିତି କହିଲେ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୧।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନରେ ବସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସମାଜବାଦୀ ପାର୍ଟି (SP) ମୁଖିଆ ଅଖିଲେଶ ଯାଦବ…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri