Posted inଫୁରସତ

ଅନନ୍ୟ ଶୈଳନିବାସ ସାପୁତାରା…

ଗୁଜରାଟର ଡାଙ୍ଗ ଜିଲା ଅନ୍ତର୍ଗତ ଏକ ସହର ହେଉଛି ସାପୁତାରା। ଏହା ସ୍ଥାନୀୟ ଏକ ଶୈଳନିବାସ ଭାବେ ମଧ୍ୟ ବେଶ୍‌ ପରିଚିତ। ସମୁଦ୍ରପତ୍ତନଠାରୁ ପ୍ରାୟ ୩୦୦୦ ଫୁଟ ଉଚ୍ଚତାରେ ଅବସ୍ଥିତ ଏହି ଅନନ୍ୟ ଶୈଳନିବାସଟିର ଆକର୍ଷଣୀୟ ପ୍ରାକୃତିକ ପରିବେଶ ପର୍ଯ୍ୟଟକଙ୍କୁ ବେଶ୍‌ ଆକୃଷ୍ଟ କରିଥାଏ। ସେଥିପାଇଁ ବର୍ଷସାରା ଏଠାରେ ପ୍ରାୟତଃ ପର୍ଯ୍ୟଟକଙ୍କର ଭିଡ଼ ଦେଖିବାକୁ ମିଳେ। ଅନ୍ୟଦିନ ତୁଳନାରେ ବିଶେଷକରି ଖରାଦିନେ ଏଠାକୁ ବହୁ ସଂଖ୍ୟାରେ ପର୍ଯ୍ୟଟକଙ୍କର ଆଗମନ ହୋଇଥାଏ।

କ’ଣ ଦେଖିବେ

ଏହି ଶୈଳନିବାସରେ ପର୍ଯ୍ୟଟକ ବହୁ ଉଚ୍ଚ ଉଚ୍ଚ ପାହାଡ଼, ଜଙ୍ଗଲ ପରିବେଷ୍ଟିତ ଅଞ୍ଚଳ, ହ୍ରଦ ତଥା ସନ୍‌ସେଟ୍‌ ପଏଣ୍ଟ ତଥା ଆଧ୍ୟାତ୍ମିକସ୍ଥଳୀ ଦେଖିବାକୁ ପାଇପାରିବେ। ଯେମିତିକି:

* ସାପୁତାରା ହ୍ରଦ: ଉକ୍ତ ଶୈଳନିବାସରେ ରହିଛି ଏହି ଲୋକପ୍ରିୟ ତଥା ଆକର୍ଷଣୀୟ ହ୍ରଦ। ସାପୁତାରାର ନାମାନୁସାରେ ଏହାର ମଧ୍ୟ ନାମକରଣ ସାପୁତାରା ହ୍ରଦ ରଖାଯାଇଛି। ଏହି ହ୍ରଦରେ ପର୍ଯ୍ୟଟକଙ୍କ ଆମୋଦପ୍ରମୋଦ ପାଇଁ ବୋଟିଂର ସୁବିଧା ବି ରହିଛି। ମୁଖ୍ୟତଃ ଖରାଦିନେ ବହୁ ସଂଖ୍ୟାରେ ପର୍ଯ୍ୟଟକ ଏଠାକୁ ବୋଟିଂ ପାଇଁ ଆସିଥାନ୍ତି।

* ନାଗେଶ୍ୱର ମନ୍ଦିର: ଜଙ୍ଗଲ ପରିବେଷ୍ଟିତ ଏକ ପାହାଡ଼ ଉପରେ ରହିଛି ଏହି ଆଧ୍ୟାତ୍ମିକ ପୀଠ। ପର୍ଯ୍ୟଟକ ଏଠାକୁ ଯାଇ ପ୍ରଭୁଙ୍କ ଦର୍ଶନ କରିବା ସହ ଜଙ୍ଗଲ ପରିବେଶରେ ବୁଲି ଅପୂର୍ବ ଆନନ୍ଦ ଲଭିପାରିବେ।

* ସାପୁତାରା ଆଦିବାସୀ ସଂଗ୍ରହାଳୟ: ଏହି ସଂଗ୍ରହାଳୟରେ ମୁଖ୍ୟତଃ ଆଦିବାସୀଙ୍କର କଳା, ସଂସ୍କୃତି, ପୋଷାକ, ଗହଣା ତଥା ଡାଙ୍ଗ କ୍ଷେତ୍ରର ପୂର୍ବ ଇତିହାସ ଉପରେ ଆଧାରିତ ବିଭିନ୍ନ ଜିନିଷକୁ ସାଇତି ରଖାଯାଇଥିବାର ଦେଖିବାକୁ ମିଳିଥାଏ।

* ସନ୍‌ସେଟ୍‌ ପଏଣ୍ଟ: ସାପୁତାରାରେ ଏମିତି ଅନେକ ସ୍ଥାନ ରହିଛି, ଯେଉଁଠାରେ ପର୍ଯ୍ୟଟକ ବସି ସୂର୍ଯ୍ୟାସ୍ତର ଅପୂର୍ବ ଦୃଶ୍ୟକୁ ମନଭରି ଉପଭୋଗ କରିପାରିବେ।

* ଗିରା ଜଳପ୍ରପାତ: ସାପୁତାରାଠାରୁ ପ୍ରାୟ ୫ କି.ମି. ଦୂରରେ ରହିଛି ଏହି ଆକର୍ଷଣୀୟ ଜଳପ୍ରପାତ। ପର୍ଯ୍ୟଟକ ଚାହିଁଲେ ସାପୁତାରା ଶୈଳନିବାସ ବୁଲିବା ସହ ଏହି ଜଳପ୍ରପାତ ଦେଖିବାକୁ ମଧ୍ୟ ଯାଇପାରିବେ।

କେବେ ଯିବେ

ବର୍ଷର ଯେ କୌଣସି ସମୟରେ ଚାହିଁବେ ପର୍ଯ୍ୟଟକ ସାପୁତାରା ବୁଲିବାକୁ ଯାଇପାରିବେ। ହେଲେ ସ୍ଥାନୀୟ ପାଣିପାଗ ସୂଚନା କେନ୍ଦ୍ରର ମତାନୁଯାୟୀ, ସାପୁତାରା ଯିବା ପାଇଁ ଖରାଦିନ ଓ ଶୀତଦିନ ହେଉଛି ସବୁଠୁ ଉପଯୁକ୍ତ ସମୟ। କାରଣ ଖରାଦିନେ ଏଠାକାର ଜଳବାୟୁ ବୁଲାବୁଲି କରିବାକୁ ବେଶ୍‌ ଅନୁକୂଳ ରହିଥାଏ। ସେହିପରି ଶୀତଦିନେ ଏଠାରେ ଥିବା ହ୍ରଦ ନିକଟକୁ ବହୁ ସଂଖ୍ୟାରେ ଭ୍ରମଣକାରୀ ପକ୍ଷୀ ଉଡ଼ି ଆସୁଥିବାରୁ ଏହା ପର୍ଯ୍ୟଟକଙ୍କୁ ନିଆରା ଅନୁଭୂତି ପ୍ରଦାନ କରିଥାଏ।

କେମିତି ଯିବେ
ସାପୁତାରା ଯିବାପାଇଁ ଗମନାଗମନର ବି ଭଲ ସୁବିଧା ରହିଛି। ଓ୍ବାଘାଇ ରେଲ୍‌ଓ୍ବେ ଷ୍ଟେଶନ ହେଉଛି ସାପୁତାରାର ନିକଟବର୍ତ୍ତୀ ଷ୍ଟେଶନ, ଯାହା ସାପୁତାରାଠାରୁ ପ୍ରାୟ ୫୦ କି.ମି. ଦୂରରେ ଅବସ୍ଥିତ। ପର୍ଯ୍ୟଟକ ପ୍ରଥମେ ଉକ୍ତ ରେଳଷ୍ଟେଶନରେ ପହଞ୍ଚତ୍ ସେଠାରୁ ଟ୍ୟାକ୍ସି କିମ୍ବା ଟାଉନ୍‌ ବସ୍‌ ସାହାଯ୍ୟରେ ଆରାମରେ ସାପୁତାରା ଶୈଳନିବାସଠାରେ ପହଞ୍ଚତ୍ ପାରିବେ। ସେହିପରି ପର୍ଯ୍ୟଟକ ଚାହିଁଲେ, ନିଜସ୍ବ ଗାଡ଼ି ସାହାଯ୍ୟରେ ବି ଏଠାକୁ ଆରାମରେ ବୁଲି ଯାଇପାରିବେ।

ଅନ୍ୟାନ୍ୟ ଆକର୍ଷଣ
ସାପୁତାରା ହ୍ରଦରେ ବୋଟିଂ କରିବା ସହ ପର୍ଯ୍ୟଟକ ଚାହିଁଲେ ଏଠାରେ ପାରାଗ୍ଲାଇଡିଂର ମଧ୍ୟ ମଜା ନେଇପାରିବେ। କେବଳ ସେତିକି ନୁହେଁ ଏଠାରେ ଥିବା ଇକୋ ପଏଣ୍ଟରେ ନିଜ ସ୍ବରକୁ ପୁନର୍ବାର ଶୁଣିବାର ଆନନ୍ଦ ବି ଲଭିପାରିବେ। ତା’ସହିତ ଏଠାକାର ଜଙ୍ଗଲ ପରିବେଶରେ ଥିବା ବହୁ ଔଷଧୀୟ ବୃକ୍ଷରାଜି ବୁଲି ଦେଖିବା ସହ ସେ ସମ୍ପର୍କିତ ଅନେକ ତଥ୍ୟ ମଧ୍ୟ ସଂଗ୍ରହ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଶୀତଦିନେ ବ୍ରଏଲର କୁକୁଡ଼ାର ନିଅନ୍ତୁ ବିଶେଷ ଯତ୍ନ: ଅବହେଳା କଲେ ହୋଇପାରେ ବଡ଼ ଆର୍ଥିକ କ୍ଷତି

ଭୁବନେଶ୍ୱର,୨୩।୧୨: ଓଡ଼ିଶାରେ ଶୀତର ପ୍ରକୋପ ବଢ଼ୁଥିବା ବେଳେ ବ୍ରଏଲର କୁକୁଡ଼ା ଚାଷୀଙ୍କ ପାଇଁ ସତର୍କତା ଜାରି କରାଯାଇଛି। ଅତ୍ୟଧିକ ଥଣ୍ଡା ଯୋଗୁଁ କୁକୁଡ଼ାଙ୍କ ଶାରୀରିକ ଅଭିବୃଦ୍ଧି...

ସ୍ବାମୀଙ୍କ ୫୦୦ରୁ ଅଧିକ ମହିଳାଙ୍କ ସହ ଥିଲା ସମ୍ପର୍କ: ସ୍ତ୍ରୀ ଜାଣିବା ପରେ ଘଟିଲା…

ନୂଆଦିଲ୍ଲୀ,୨୩।୧୨: ବିଶ୍ୱରେ ଏପରି ଅନେକ ଲୋକ ଅଛନ୍ତି, ଯେଉଁମାନଙ୍କର ବିବାହ ସାଥୀଙ୍କୁ ପ୍ରତାରଣା ଯୋଗୁ ଭାଙ୍ଗିଯାଏ। ବିବାହିତ ହେବା ସତ୍ତ୍ୱେ, ସେମାନଙ୍କର ଅନ୍ୟ ପୁରୁଷ କିମ୍ବା...

ଏମିତି ଗାଁ, ଯେଉଁଠି ୧୨ ବର୍ଷ ପରେ ଝିଅ ହୋଇଯାନ୍ତି ପୁଅ, ବୈଜ୍ଞାନିକ ବି ଖୋଜି ପାଉନାହାନ୍ତି କାରଣ

ଝିଅ କିମ୍ବା ପୁଅ ଭାବରେ ଜନ୍ମ ହେବା ପ୍ରକୃତିର ଏକ ଉପହାର। ଜନ୍ମ ପୂର୍ବରୁ ମା’ ପେଟରେ ଲିଙ୍ଗ ନିର୍ଣ୍ଣୟ ହୋଇସାରିଥାଏ। ତଥାପି ମଣିଷ ଏତେ...

ଏମିତି ସହର, ଯେଉଁଠି ସବୁକିଛି ଧଳା, କୋଠାରୁ ଆରମ୍ଭ କରି…

ସମସ୍ତେ ରଙ୍ଗକୁ ଭଲ ପାଆନ୍ତି। ରଙ୍ଗୀନ ଘର, ରଙ୍ଗଜୀନ କୋଠା ସମସ୍ତଙ୍କୁ ଆକର୍ଷିତ କରେ। ଆପଣ ଜାଣନ୍ତି କି, ବିଶ୍ୱରେ ଏପରି ଏକ ସହର ଅଛି...

ଆଜି ଜାତୀୟ ଗଣିତ ଦିବସ: ଅଧିକ ଗବେଷଣା ପ୍ରତି ଆଗ୍ରହ ଆବଶ୍ୟକ

ଗଣିତର ବିକାଶ ବିନା କୌଣସି ସଭ୍ୟତାର ବିକାଶ ସମ୍ଭବ ନୁହେଁ। ଆଜକୁ ୪୦୦୦ ବର୍ଷ ପୂର୍ବେ ଭାରତର ଉତ୍ତର-ପଶ୍ଚିମାଞ୍ଚଳରେ ଗଢ଼ିଉଠିଥିବା ସିନ୍ଧୁ ସଭ୍ୟତାର ଭଗ୍ନାବଶେଷରୁ ସେମାନଙ୍କର...

ଭାରତରେ କାହା ପାଖରେ ଅଛି ପରମାଣୁ ବୋମାର ରିମୋଟ କଣ୍ଟ୍ରୋଲ, ଆକ୍ରମଣ ପାଇଁ କିଏ ନିର୍ଦ୍ଦେଶ ଦେଇପାରିବ ଜାଣନ୍ତୁ

ନୂଆଦିଲ୍ଲୀ,୨୨।୧୨: ସାଧାରଣ ଜନତା ପ୍ରାୟତଃ ପରମାଣୁ ଅସ୍ତ୍ର ବିଷୟରେ ଅନେକ ପ୍ରଶ୍ନ କରନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହେଉଛି ଭାରତରେ ଏହି ଅସ୍ତ୍ରଗୁଡ଼ିକ ଉପରେ ପ୍ରକୃତ...

ଏହି ମୁସଲମାନ ଦେଶରୁ ମିଳିଲା ୪୫୦୦ ବର୍ଷର ପୁରୁଣା ସୂର୍ଯ୍ୟମନ୍ଦିର

କାଇରୋ,୨୧ା୧୨: ମିଶରର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ମିଶରର ରାଜଧାନୀ କାଇରୋରେ ଏକ ଆବିଷ୍କାର କରିଛି, ଯାହା ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛି। ଏଠାରେ ପ୍ରାୟ ୪,୫୦୦ ବର୍ଷ...

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ, ବୁଲିବା ପାଇଁ ବେଷ୍ଟ ଯାଗା

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri