ପଦ୍ମଶ୍ରୀ ପାଇବେ ରାୟଗଡ଼ାର ଶାନ୍ତି ଦେବୀ

ରାୟଗଡ଼ା ଅଫିସ/ଗୁଣପୁର୨୫ା୧: ଅବିଭକ୍ତ କୋରାପୁଟ ଜିଲାର ପରିଚିତ ନାମ ଶାନ୍ତି ଦେବୀ। ଦୀର୍ଘ ୭ ଦଶନ୍ଧି ଧରି ସେ ନିଜକୁ ସମାଜସେବା କ୍ଷେତ୍ରରେ ସମର୍ପଣ କରିଛନ୍ତି। ସେ ସମ୍ମାନଜନକ ପଦ୍ମଶ୍ରୀ ଉପାଧି ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ୮୭ ବର୍ଷୀୟା ଶାନ୍ତି ଦେବୀଙ୍କୁ ଏ ନେଇ ଗୃହ ବିଭାଗ ପକ୍ଷରୁ ଫୋନ୍‌ କଲ୍‌ ମାଧ୍ୟମରେ ସୂଚନା ଦିଆଯାଇଛି। ୧୯୩୪ ଏପ୍ରିଲ ୧୮ରେ ଜନ୍ମ ଗ୍ରହଣ କରିଥିବା ଶାନ୍ତି ଦେବୀ ବିନୋବା ଭାବେଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ୧୭ ବର୍ଷ ବୟସରେ ଭୂଦାନ ଆନ୍ଦୋଳନରେ ସାମିଲ ହେବା ପାଇଁ ସ୍ବାମୀ ସାମାଜିକ କର୍ମୀ ରତନ ଦାଶଙ୍କ ସହ କୋରାପୁଟ ଜିଲାକୁ ଆସିଥିଲେ। ଏବେ ସେ ଗୁଣପୁର ସହରରେ ରହୁଛନ୍ତି। ଆଦିବାସୀ ପିଲାଙ୍କ ଲାଳନ ପାଳନ, ଶିକ୍ଷା ଏବଂ କୁଷ୍ଠରୋଗୀଙ୍କ ସେବାରେ ସେ ନିଜକୁ ଉତ୍ସର୍ଗ କରିଛନ୍ତି। ୧୯୫୫ରେ ବିନୋବା ଭାବେଙ୍କ ସହ ଭୂଦାନ ଆନ୍ଦୋଳନରେ ସାମିଲ ହୋଇଥିଲେ। ସେ କୋରାପୁଟିଆ ଗାନ୍ଧୀ ଭାବେ ମଧ୍ୟ ପରିଚିତ। ସେବା ସମାଜ ନାମରେ ସେ ଅନାଥାଶ୍ରମ କରି ଅନେକ ଆଦିବାସୀ ଝିଅଙ୍କୁ ଆଣି ଶିକ୍ଷା ଦେଇ ସମାଜର ମୁଖ୍ୟସ୍ରୋତରେ ସାମିଲ କରିଛନ୍ତି। ରାୟଗଡ଼ା ଜିଲାର ଲିମାପଡ଼ା, ଜଭରଗୁଡ଼ା, ଗୁଣପୁର ଓ ରାୟଗଡ଼ା ସହରରେ ୪ ବାଳିକା ଆଶ୍ରମ କରିଛନ୍ତି। ବିନୋବା ଭାବେଙ୍କ ଜୀବନକୁ ନେଇ ‘ଅହିଂସାର ଅନ୍ବେଷଣ’ ନାମକ ପୁସ୍ତକ ମଧ୍ୟ ରଚନା କରି ସେ ଅନେକ ପୁରସ୍କାର ମଧ୍ୟ ପାଇଛନ୍ତି। ୧୯୫୧ରେ ବିବାହ ପରେ ଦମ୍ପତି କୋରାପୁଟସ୍ଥିତ ଖମ୍ବେସୁ ଶଙ୍କଳପଦର ଆଦିବାସୀ ଗ୍ରାମରେ ଏକ ଆଶ୍ରମ ସ୍ଥାପନ କରିଥିଲେ। ଅନାଥ ଶିଶୁ କନ୍ୟା ଏବଂ ଅସହାୟ ମହିଳାଙ୍କ ଉନ୍ନତି ନିମନ୍ତେ ସେ କାର୍ଯ୍ୟ କରୁଥିଲେ। ପଦ୍ମଶ୍ରୀ ସମ୍ମାନ ନେଇ ଶାନ୍ତି ଦେବୀ ଖୁସି ବ୍ୟକ୍ତ କରିଛନ୍ତି। ତେବେ ଏହା ବହୁ ପୂର୍ବରୁ ହେବାର ଥିଲା ବୋଲି ସେବା ସମାଜର ସମ୍ପାଦିକା ରାଜେଶ୍ୱରୀ ଦଳେଇ କହିଛନ୍ତି। ଏହି ଖବର ଜଣାପଡ଼ିବା ପରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶାନ୍ତି ଦେବୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌-ରୁଷିଆ ଯୁଦ୍ଧ: ୟୁକ୍ରେନ୍‌ର ଡ୍ରୋନ ଆକ୍ରମଣରେ ଜଳିଗଲା ରୁଷିଆର ବଡ଼ ଗୋଦାମ ଘର

ମସ୍କୋ,୧୬ା୮: ରୁଷିଆ ୟୁକ୍ରେନ୍‌ ଉପରେ ଜୋର୍‌ଦାର ଏୟାରଷ୍ଟ୍ରାଇକ୍‌ କରିଥିବା ବେଳେ କିଭ୍‌ ମଧ୍ୟ ଏହାର କଡ଼ା ଜବାବ ଦେଇଛି। ମସ୍କୋ ଅଞ୍ଚଳରେ ୟୁକ୍ରେନ୍‌ ଓଜନଦାର ଡ୍ରୋନ୍‌ ଯୋଗେ…

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

ପ୍ରବଳ ବର୍ଷାକୁ ନେଇ ଚିନ୍ତାରେ ଚାଷୀ, ଆନନ୍ଦପୁର ଉପଜିଲାପାଳ କହିଲେ…

ହାଟଡିହୀ/ଛେନାପଦୀ,୧୬।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ପାଣିପାଗ ବିଭାଗ ତରଫରୁ କେନ୍ଦୁଝର ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି କରାଯାଇଥିଲା । ଏହାପରେ ଲୋକଙ୍କ ଧନ, ଜୀବନକୁ ଦୃଷ୍ଟିରେ ରଖି ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri