Posted inଖେଳ

ଆମ ପାଖରେ ଆଉ ହରାଇବାକୁ କିଛି ନାହିଁ: ସଞ୍ଜୁ ସାମସନ

ଦୁବାଇ,୩୦।୯: ଆଇପିଏଲ୍‌ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟରେ ବୁଧବାର ଖେଳାଯାଇଥିବା ମୁକାବିଲାରେ ରାଜସ୍ଥାନ ରୟାଲ୍ସକୁ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପରାସ୍ତ କରିଥିଲା। ଏହି ପରାଜୟ ପରେ ରାଜସ୍ଥାନ ଦଳ ପଏଣ୍ଟ ତାଲିକାରେ ୭ମ ସ୍ଥାନରେ ରହିଥିବା ବେଳେ ନେଟ୍‌ ରନ୍‌ ରେଟ୍‌ ହ୍ରାସ ପାଇ -୦.୪୬୮ରେ ପହଞ୍ଚିଛି।

ତେବେ ମ୍ୟାଚ୍‌ ହାରିବା ପରେ ରାଜସ୍ଥାନ ଅଧିନାୟକ ସଞ୍ଜୁ ସାମସନ କହିଛନ୍ତି, ଆମେ ଭଲ ଆରମ୍ଭ କରିଥିଲୁ। ଓପନରମାନେ ଭଲ ପ୍ରଦର୍ଶନ କରିଥିଲେ ହେଁ ତାର ଲାଭ ଉଠାଇ ହେଲାନାହିଁ। ମଇଦାନକୁ ଆମେ ଇଚ୍ଛାଶକ୍ତି ସହ ଓହ୍ଲାଇଥିଲୁ। ବ୍ୟାଟ୍ସମ୍ୟାନ୍‌ମାନେ ଡବଲ୍‌ ପେସ୍‌କୁ ଖେଳିବାକୁ ଯାଇ ଉଇକେଟ ହରାଇଥିଲେ। ସତ କହିବାକୁ ଗଲେ ଏହି ସପ୍ତାହ ଆମ ପାଇଁ ବହୁତ କଠିନ ଥିଲା। ଆମେ ୧୫୦ ରନ୍‌ କରିଥିଲୁ। ତାହା ସେମାନେ ସହଜରେ ହାସଲ କରିନେଇଥିଲେ ବୋଲି ସେ କହିଛନ୍ତି।

ଏହାଛଡ଼ା ବାକି ଥିବା ସମସ୍ତ ମ୍ୟାଚ୍‌କୁ ଜିତିବାକୁ ନେଇ ସେ ସାମସନ କହିଛନ୍ତି, ବାସ୍ତବରେ ଆମ ପାଖରେ ଆଉ ହାରିବାକୁ କିଛି ନାହିଁ। ଏଭଳି ମନରେ ଚିନ୍ତା କଲେ ଭଲ ଲାଗୁଛି। ଆମେ ମଇଦାନରେ ଆଉ ଭଲ ଭାବେ ଖେଳିପାରିବୁ ବୋଲି ଭାବୁଛୁ। ଏଥର ଆମେ ଆଇପିଏଲ୍‌ ପଏଣ୍ଟ ଟେବୁଲ୍‌ରେ କିଛି ଅଲଗା ହେଉଥିବା ଦେଖୁଛୁ। ଆମେ ଶେଷ ମ୍ୟାଚ୍‌ ଯାଏ ଲଢ଼ିବୁ ଏବଂ ନିଜ ଉପରେ ଶେଷ ଯାଏ ବିଶ୍ୱାସ ରଖିବୁ ବୋଲି ସେ ମଧ୍ୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବେଲଜିୟମ ଟୁର୍‌ରେ ଭାରତର ଶତପ୍ରତିଶତ ରେକର୍ଡ

ଆଣ୍ଟ୍ବେର୍ପ(ବେଲଜିୟମ), ୪।୧୦- ବେଲଜିୟମ ଟୁର୍‌ରେ ଭାରତୀୟ ହକି ଦଳ ଶତ ପ୍ରତିଶତ ବିଜୟ ରେକର୍ଡ ହାସଲ କରିଛି। ଦଳ ଖେଳିଥିବା ୫ଟି ଯାକ ମ୍ୟାଚରେ ବିଜୟ...

ପେରେଜ ପୁଣି ପଜିଟିଭ୍‌

ସିଲଭରଷ୍ଟୋନ୍‌, ୮ା୮ (ଏପି)-ସର୍ଗିଓ ପେରେଜଙ୍କର ପୁଣି କରୋନା ଭାଇରସ୍‌ ଟେଷ୍ଟରେ ପଜିଟିଭ୍‌ ଆସିଛି। ଫଳରେ ରବିବାର ସିଲ୍‌ଭରଷ୍ଟୋନ୍‌ରେ ହେବାକୁଥିବା ଦ୍ୱିତୀୟ ଫର୍ମୁଲା ଓ୍ବାନ ରେସ୍‌ରେ ସେ...

ଇତିହାସ ରଚିଥିବା ବ୍ୟାଡମିଣ୍ଟନ ଖେଳାଳିଙ୍କ ସହ ଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୩।୫: ଭାରତର ପୁରୁଷ ବ୍ୟାଡମିଣ୍ଟନ ଦଳ ରବିବାର ଏକପାଖିଆ ଫାଇନାଲରେ ୧୪ଥର ଚାମ୍ପିୟନ ଇଣ୍ଡୋନେସିଆକୁ ୩-୦ରେ ପରାସ୍ତ କରି ପ୍ରଥମ ଥର ପାଇଁ ଥୋମାସ କପ...

ପାକିସ୍ତାନରେ ଖେଳାଯିବ ଏସିଆ କପ୍‌

ଦୁବାଇ,୧୫।୧୦: ୨୦୨୩ରେ ହେବାକୁ ଥିବା ଏସିଆ କପ୍‌କୁ ପାକିସ୍ତାନ ଆୟୋଜନ କରିବ। ଏହି ଇଭେଣ୍ଟ ଦିନିକିଆ ଭିତ୍ତିରେ ଖେଳାଯିବ। ଏହାର ପରବର୍ତ୍ତୀ ବର୍ଷ ଶ୍ରୀଲଙ୍କା ଟି୨୦...

ହକି ବିଶ୍ୱକପ୍‌ ପାଇଁ ବଶିଷ୍ଠଙ୍କ କ୍ୟାଲେଣ୍ଡର

ଭୁବନେଶ୍ୱର, ୭ା୧(ସ୍ପୋଟର୍‌ସ ବ୍ୟୁରୋ): ଓଡ଼ିଶାଠାରୁ ବେଶ୍‌ ଦୂର କେରଳ ରାଜ୍ୟର ସେ ବାସିନ୍ଦା। କାଲିକଟ୍‌ ସହର ମାଲ୍‌ବାର ଖ୍ରୀଷ୍ଟିଆନ କଲେଜର ଇତିହାସ ବିଭାଗର ଆସୋସିଏଟ୍‌ ପ୍ରଫେସର।...

ନ୍ୟୁଜିଲାଣ୍ଡ ସ୍ଥିତି ମଜଭୁତ୍‌

କାନପୁର,୨୯।୧୧: କାନପୁରର ଗ୍ରୀନ ପାର୍କ ଷ୍ଟାଡିୟମରେ ଖେଳାଯାଉଥିବା ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚର ଆଜି ପଞ୍ଚମ ତଥା ଶେଷ ଦିନ। ଶେଷ...

ଜେଲ ଜୀବନ: କ୍ରିକେଟର, କମେଣ୍ଟେଟର ପରେ ଏବେ କ୍ଲର୍କ ସିଦ୍ଧୁ, ମିଳିବ ନାହିଁ ୩ ମାସର ପାରିଶ୍ରମିକ

ଚଣ୍ଡିଗଡ଼,୨୫ ।୫: ପଞ୍ଜାବର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଂ ସିଦ୍ଧୁ କ୍ରିକେଟର, କମେଣ୍ଟେଟର ପରେ ଏବେ କ୍ଲର୍କ ହୋଇଯାଇଛନ୍ତି । ୩୪ ବର୍ଷ ପୂର୍ବର...

‘ଭାରତ ବିପକ୍ଷରେ ଓପନିଂ କରନ୍ତୁ ପୁକୋଭସ୍କି’

ମେଲବୋର୍ନ, ୧୦ା୧୧ (ପି.ଟି.)-ଭାରତ ବିପକ୍ଷ ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଅଷ୍ଟ୍ରେଲିଆ ଦଳ ତରଫରୁ ଓପନିଂ କରିବା ଲାଗି ଯୁବ ଖେଳାଳି ଓ୍ବିଲ୍‌ ପୁକୋଭସ୍କିଙ୍କୁ...

Advertisement
Archives

Model This Week