Posted inଖେଳ

ସଞ୍ଜୁ ସାମସନଙ୍କ ରାଜସ୍ଥାନ ରୟାଲ୍ସ ସହ ବିବାଦ: ସିଏସକେ ଆଗ୍ରହୀ, କିନ୍ତୁ ରହିଛି ଏହି ଅସୁବିଧା

ଚେନ୍ନାଇ,୮।୮: ରାଜସ୍ଥାନ ରୟାଲ୍ସ (ଆରଆର) ଅଧିନାୟକ ସଞ୍ଜୁ ସାମସନ ଏବଂ ଫ୍ରାଞ୍ଚାଇଜ ମଧ୍ୟରେ ଗଭୀର ମତଭେଦ ଦେଖାଦେଇଛି। ଆଇପିଏଲ ୨୦୨୫ରେ ଆଘାତ ଯୋଗୁଁ ସଞ୍ଜୁ ସମସ୍ତ ମ୍ୟାଚ୍‌ ଖେଳି ପାରିନଥିଲେ। ସୁସ୍ଥ ହେବା ପରେ ମଧ୍ୟ ସେ ଦଳୀୟ ବୈଠକରେ ଅଂଶଗ୍ରହଣ କରୁନଥିବା ରିପୋର୍ଟ ସାମ୍ନାକୁ ଆସିଥିଲା। ଆଇପିଏଲ ୨୦୨୫ରେ ରାଜସ୍ଥାନ ରୟାଲ୍ସ ପ୍ଲେ-ଅଫରେ ସ୍ଥାନ ପାଇ ନ ଥିବା ବେଳେ, ଏକ ରିପୋର୍ଟରୁ ଜଣାପଡ଼ିଛି ଯେ ସଞ୍ଜୁ ଆରଆର ସହ ଆଗକୁ ଜାରି ରଖିବାକୁ ଚାହୁଁନାହାନ୍ତି।

ରିପୋର୍ଟ ଅନୁଯାୟୀ, “ସଞ୍ଜୁ ସାମସନ ଏବଂ ରାଜସ୍ଥାନ ରୟାଲ୍ସ ମ୍ୟାନେଜମେଣ୍ଟ ମଧ୍ୟରେ ଗଭୀର ମତଭେଦ ଦେଖାଦେଇଛି। ଏତେ ଯେ ଅଧିନାୟକ ସଞ୍ଜୁ ଔପଚାରିକ ଭାବେ ଟ୍ରେଡ ବା ନିଲାମ ପାଇଁ ମୁକ୍ତ କରିବାକୁ ଅନୁରୋଧ କରିଛନ୍ତି।” ରିପୋର୍ଟରେ ଆହୁରି କୁହାଯାଇଛି, “ସଞ୍ଜୁଙ୍କ ପରିବାର ସଦସ୍ୟମାନେ ଖୋଲାଖୋଲି କହୁଛନ୍ତି ଯେ ସେ ଆରଆର ସହ ଜାରି ରଖିବାକୁ ଚାହୁଁନାହାନ୍ତି। ତାଙ୍କ ନିକଟତର କେତେକ ଆଇପିଏଲ ଓ ଆନ୍ତର୍ଜାତୀୟ ଖେଳାଳି ମଧ୍ୟ ସୂଚାଇଛନ୍ତି ଯେ ତାଙ୍କର ଫ୍ରାଞ୍ଚାଇଜ ସହ ସମ୍ପର୍କ ପୂର୍ବଭଳି ରହିନାହିଁ।”

ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ସମେତ କେତେକ ଫ୍ରାଞ୍ଚାଇଜ ସଞ୍ଜୁଙ୍କୁ ନେବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ, କିନ୍ତୁ ଆରଆର ପାଇଁ ଗ୍ରହଣୀୟ କୌଣସି ପ୍ରସ୍ତାବ ସେମାନେ ଦେଇନାହାନ୍ତି। ସିଏସକେ ଟ୍ରେଡ-ଅଫ ପାଇଁ କୌଣସି ଖେଳାଳି ଛାଡ଼ିବାକୁ ପ୍ରସ୍ତୁତ ନାହିଁ। ଆଇପିଏଲ ନିୟମ ଅନୁଯାୟୀ, ଖେଳାଳିଙ୍କୁ ଟ୍ରେଡ ବା ମୁକ୍ତ କରିବାର ନିଷ୍ପତ୍ତି ଫ୍ରାଞ୍ଚାଇଜ ଉପରେ ନିର୍ଭର କରେ, ଖେଳାଳି ନିଜେ ଏକାକୀ ଦଳ ଛାଡ଼ିବା ନିଷ୍ପତ୍ତି ନେଇପାରିବେ ନାହିଁ। ଚୁକ୍ତି ଅନୁଯାୟୀ, ସଂଜୁ ୨୦୨୭ ପର୍ଯ୍ୟନ୍ତ ଆରଆରର ଖେଳାଳି ଅଛନ୍ତି। ରିପୋର୍ଟ ଅନୁଯାୟୀ, ସିଏସକେ ଅଧିକାରୀ କହିଛନ୍ତି, “ଆମର ଏକମାତ୍ର ବିକଳ୍ପ ହେଉଛି ନିଲାମରେ ସଞ୍ଜୁଙ୍କ ପାଇଁ ଚେଷ୍ଟା କରିବା, ଯଦି ସେ ମୁକ୍ତ ହୁଅନ୍ତି।”

କେରଳର ଏହି ଉଇକେଟକିପର-ବ୍ୟାଟର ସଞ୍ଜୁ ସାମସନ ୨୦୧୩ ଆଇପିଏଲରେ ପ୍ରଥମେ ଚର୍ଚ୍ଚାକୁ ଆସିଥିଲେ। ରାହୁଲ ଦ୍ରାବିଡ଼ଙ୍କ ମାର୍ଗଦର୍ଶନରେ ସେ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ। ୨୦୧୯ ଆଇପିଏଲରେ ସଞ୍ଜୁ ୩୪୨ ରନ ଏବଂ ୨୦୨୦ରେ ୩୭୫ ରନ ସଂଗ୍ରହ କରିଥିଲେ। ୨୦୨୧ରେ ତାଙ୍କୁ ଆରଆରର ଅଧିନାୟକ ନିଯୁକ୍ତ କରାଯାଇଥିଲା। ଏହି ବିବାଦ ସଞ୍ଜୁଙ୍କ ଆଇପିଏଲ କ୍ୟାରିୟର ଏବଂ ରାଜସ୍ଥାନ ରୟାଲ୍ସ ସହ ତାଙ୍କ ଦୀର୍ଘଦିନୀୟ ସମ୍ପର୍କ ଉପରେ ପ୍ରଶ୍ନଚିହ୍ନ ସୃଷ୍ଟି କରିଛି। ଆଗାମୀ ନିଲାମ ବା ଟ୍ରେଡ ନିଷ୍ପତ୍ତି ଏହାର ଭବିଷ୍ୟତ ନିର୍ଦ୍ଧାରଣ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ବାତ୍ୟାଞ୍ଚଳ ବୁଲି ଲୋକଙ୍କ ସମସ୍ୟା ବୁଝିଲେ ବ୍ରହ୍ମପୁର ଏମ୍‌ପି

ଦିଗପହଣ୍ଡି,୩୧।୧୦(ଅଶେଷ ନାଥ ମିଶ୍ର): ବ୍ରହ୍ମପୁର ଏମ୍‌ପି ଡ.ପ୍ରଦୀପ ପାଣିଗ୍ରାହୀ ଶନିବାର ଦିଗପହଣ୍ଡି ବ୍ଳକ ଗସ୍ତରେ ଆସି ବାତ୍ୟା ଅର୍ଣ୍ଣବର କରାଳ ରୂପରେ କ୍ଷତିଗ୍ରସ୍ତ ହୋଇଥିବା ବିଭିନ୍ନ ଗ୍ରାମ…

ଜିଲାପାଳଙ୍କ ସହ ଆଲୋଚନା କଲା ବିଜେଡି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌

ଛତ୍ରପୁର, ୩୧ା୧୦(ଦିଲୀପ ସାମଲ): ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ବିଜେଡି ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ନେତୃତ୍ୱରେ ଏକ ଫ୍ୟାକ୍ଟ…

ଧୋଇଗଲା ବିଜୁ ସେତୁ ରାସ୍ତା, ତିନି ଖଣ୍ଡ ଗାଁ ଲୋକେ ହନ୍ତସନ୍ତ

ମୋହନା,୩୧ା୧୦(ମନ୍ମଥ ମିଶ୍ର): ତିନି ଖଣ୍ଡ ଗାଁକୁ ସଂଯୋଗ କରୁଥିବା ବିଜୁ ସେତୁ ଏବେ ବିପଦସଙ୍କୁଳ ଅବସ୍ଥାରେ। ଅର୍ଣ୍ଣବ ବାତ୍ୟାର ପ୍ରଭାବରେ ବ୍ରିଜ୍‌ ରାସ୍ତା ସହ ପ୍ରୋଟେକ୍ସନ ଗାଡ଼ୱାଲ…

ଗଞ୍ଜାମରେ ରବିବାର ଛୁଟି ବାତିଲ

ଛତ୍ରପୁର,୩୧ା୧୦(ଦିଲୀପ ସାମଲ): ଗଞ୍ଜାମ ଜିଲାରେ ବର୍ଷା ଆଶଙ୍କା ଏବଂ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ୨ଟି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶନାମା ଜାରି ହୋଇଛି। ଛାତ୍ରୀଛାତ୍ରଙ୍କ…

କନ୍ଧମାଳରେ ସରକାରୀ ଛୁଟି ବାତିଲ, ରବିବାର ଖୋଲା ରହିବ କାର୍ଯ୍ୟାଳୟ

ଫୁଲବାଣୀ,୩୧ା୧୦(ରାକେଶ କୁମାର ରାଉତ): ବାତ୍ୟା ଜନିତ କ୍ଷୟକ୍ଷତି ଓ ଉଦ୍ଧାର କାର୍ଯ୍ୟ ତଥା ଆଗକୁ ଆସୁଥିବା ଅନ୍ୟ ଏକ ସମ୍ଭାବ୍ୟ ବାତ୍ୟା ପରିପ୍ରେକ୍ଷୀରେ କନ୍ଧମାଳ ଜିଲାପାଳ ୧…

ବେଆଇନ ଗ୍ୟାସ୍‌ ମହଜୁଦ୍‌ ଉପରେ ଯୋଗାଣ ବିଭାଗର ଚଢ଼ାଉ, ୨୨୯ ଘରୋଇ ସିଲିଣ୍ଡର ଜବତ

ଖୋର୍ଦ୍ଧା,୩୧ା୧୦(ପ୍ରଭାତ ପାଣିଗ୍ରାହୀ): ଘରୋଇ ରନ୍ଧନ ଗ୍ୟାସ୍‌ ସିଲିଣ୍ଡରର ବେଆଇନ ମହଜୁଦ ଓ କଳାବଜାର ଉପରେ ଖୋର୍ଦ୍ଧା ଜିଲା ଯୋଗାଣ ବିଭାଗ ପକ୍ଷରୁ ବଡ଼ଧରଣର ଚଢ଼ାଉ କରାଯାଇଛି। ଭୁବନେଶ୍ୱର…

ଆଜମ ଖାନ୍‌ଙ୍କୁ ଗିରଫ କଲା ED: ଅଖିଳେଶ କହିଲେ…

ଲକ୍ଷ୍ନୌ,୩୧।୧୦: ଉତ୍ତର ପ୍ରଦେଶର ରାମପୁରରୁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ଆଜମ୍‌ ଖାନଙ୍କୁ ଏନ୍‌ଫୋର୍ସମେଣ୍ଟ ଡାଇରେକ୍ଟୋରେଟ(ED) ଶନିବାର ଗିରଫ କରିଛି। ରାମପୁର…

ବନ୍ୟା ପ୍ରପୀଡ଼ିତଙ୍କୁ ଭେଟିଲେନି, ଚା’ ପିଇ ଚାଲିଗଲା ବିଜେଡି ଟିମ୍‌, ନିରାଶ ହେଲେ ଅଞ୍ଚଳବାସୀ

ପୁରୁଷୋତ୍ତମପୁର,୩୧ା୧୦(ସବିତା ମିଶ୍ର): ବାତ୍ୟା ଅର୍ଣ୍ଣବ ଓ ଋଷିକୁଲ୍ୟାର ପ୍ରଳୟଙ୍କରୀ ବନ୍ୟାରେ ଛାରଖାର ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳ। ବନ୍ୟା କ୍ଷୟକ୍ଷତି ଅନୁଧ୍ୟାନ ପାଇଁ ଶନିବାର ରାତିରେ ପହଞ୍ଚିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?