Posted inଖେଳ

ଶ୍ରେଷ୍ଠ ଖେଳାଳି ପୁରସ୍କାର ଦୌଡ଼ରେ ସଞ୍ଜୁ ସାମସନ

ଦୁବାଇ, ୬ା୩: ଟି୨୦ ବିଶ୍ୱକପ୍‌ ପ୍ଳେୟର ଅଫ୍‌ ଦି ଟୁର୍ନାମେଣ୍ଟର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ୮ ଜଣିଆ ଶର୍ଟଲିଷ୍ଟ ଖେଳାଳି ତାଲିକା ପ୍ରକାଶ କରାଯାଇଛି। ଏଥିରେ ଫର୍ମରେ ଥିବା ଭାରତୀୟ ଓପନର ସଞ୍ଜୁ ସାମସନଙ୍କ ନାମ ସ୍ଥାନ ପାଇଛି।

ଏଥିରେ ସ୍ଥାନ ପାଇଥିବା ଅନ୍ୟ ଖେଳାଳିମାନେ ହେଲେ ଇଂଲଣ୍ଡ ଅଲରାଉଣ୍ଡର ଓ୍ବିଲ୍‌ ଜ୍ୟାକ୍ସ, ପାକିସ୍ତାନ ଓପନର ସାହିବଜାଦା ଫରହାନ, ଦକ୍ଷିଣ ଆଫ୍ରିକା ପେସ୍‌ ବୋଲର ଲୁଙ୍ଗି ଏନ୍‌ଗିଡ଼ି ଓ ଅଧିନାୟକ ଏଡେନ ମାରକ୍ରାମ, ନ୍ୟୁଜିଲାଣ୍ଡ ଅଲରାଉଣ୍ଡର ରାଚିନ ରବିନ୍ଦ୍ର ଓ ବ୍ୟାଟର ଟିମ୍‌ ସିଫର୍ଟ ଏବଂ ଆମେରିକୀୟ ବୋଲର ଶେଡ୍‌୍‌ଲି ଭାନ୍‌ ସ୍କାଲ୍‌ଓ୍ବିକ୍‌।

ଟୁର୍ନାମେଣ୍ଟ ପ୍ରାରମ୍ଭରେ ଖେଳି ନ ଥିବା ସଞ୍ଜୁ କ୍ରମାଗତ ପ୍ଲେୟର ଅଫ୍‌ ଦି ମ୍ୟାଚ ପୁରସ୍କୃତ ହୋଇଛନ୍ତି। ଏହି ଓପନର ବ୍ୟାଟର ଇଂଲଣ୍ଡ ବିପକ୍ଷ ସେମିଫାଇନାଲରେ ୪୨ ବଲ୍‌ରେ ୮୯ ରନ କରିଥିଲେ। ଗୁରୁବାର ଖେଳାଯାଇଥିବା ଏହି ମ୍ୟାଚରେ ଭାରତର ୭ଉଇକେଟ ବିଜୟରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ଏହା ପୂର୍ବରୁ ସଞ୍ଜୁ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ୫୦ ବଲ୍‌ରେ ୯୭ରନର ଏକ ଇନିଂସ ଖେଳି ଭାରତୀୟ ଦଳର ମୂଳଦୁଆ ପକାଇଥିଲେ। ଏଥିରେ ଗତଥରର ଚାମ୍ପିୟନ ଦଳ ୫ଉଇକେଟରେ ବିଜୟ ଲାଭ କରିବା ସହ ସେମିଫାଇନାଲରେ ସ୍ଥାନ ପକ୍କା କରିଥିଲା। ଉଇକେଟକିପର-ବ୍ୟାଟର ସାମସନ ଟୁର୍ନାମେଣ୍ଟରେ ୪ଟି ମ୍ୟାଚ ଖେଳି ୨୦୧.୭୩ ଷ୍ଟ୍ରାଇକ୍‌ରେଟ୍‌ ଓ ୭୭.୩୩ ଆଭରେଜରେ ୨୩୨ ରନ୍‌ ସଂଗ୍ରହ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାତ୍ୟାଞ୍ଚଳ ବୁଲି ଲୋକଙ୍କ ସମସ୍ୟା ବୁଝିଲେ ବ୍ରହ୍ମପୁର ଏମ୍‌ପି

ଦିଗପହଣ୍ଡି,୩୧।୧୦(ଅଶେଷ ନାଥ ମିଶ୍ର): ବ୍ରହ୍ମପୁର ଏମ୍‌ପି ଡ.ପ୍ରଦୀପ ପାଣିଗ୍ରାହୀ ଶନିବାର ଦିଗପହଣ୍ଡି ବ୍ଳକ ଗସ୍ତରେ ଆସି ବାତ୍ୟା ଅର୍ଣ୍ଣବର କରାଳ ରୂପରେ କ୍ଷତିଗ୍ରସ୍ତ ହୋଇଥିବା ବିଭିନ୍ନ ଗ୍ରାମ…

ଜିଲାପାଳଙ୍କ ସହ ଆଲୋଚନା କଲା ବିଜେଡି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌

ଛତ୍ରପୁର, ୩୧ା୧୦(ଦିଲୀପ ସାମଲ): ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ବିଜେଡି ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ନେତୃତ୍ୱରେ ଏକ ଫ୍ୟାକ୍ଟ…

ଧୋଇଗଲା ବିଜୁ ସେତୁ ରାସ୍ତା, ତିନି ଖଣ୍ଡ ଗାଁ ଲୋକେ ହନ୍ତସନ୍ତ

ମୋହନା,୩୧ା୧୦(ମନ୍ମଥ ମିଶ୍ର): ତିନି ଖଣ୍ଡ ଗାଁକୁ ସଂଯୋଗ କରୁଥିବା ବିଜୁ ସେତୁ ଏବେ ବିପଦସଙ୍କୁଳ ଅବସ୍ଥାରେ। ଅର୍ଣ୍ଣବ ବାତ୍ୟାର ପ୍ରଭାବରେ ବ୍ରିଜ୍‌ ରାସ୍ତା ସହ ପ୍ରୋଟେକ୍ସନ ଗାଡ଼ୱାଲ…

ଗଞ୍ଜାମରେ ରବିବାର ଛୁଟି ବାତିଲ

ଛତ୍ରପୁର,୩୧ା୧୦(ଦିଲୀପ ସାମଲ): ଗଞ୍ଜାମ ଜିଲାରେ ବର୍ଷା ଆଶଙ୍କା ଏବଂ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ୨ଟି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶନାମା ଜାରି ହୋଇଛି। ଛାତ୍ରୀଛାତ୍ରଙ୍କ…

କନ୍ଧମାଳରେ ସରକାରୀ ଛୁଟି ବାତିଲ, ରବିବାର ଖୋଲା ରହିବ କାର୍ଯ୍ୟାଳୟ

ଫୁଲବାଣୀ,୩୧ା୧୦(ରାକେଶ କୁମାର ରାଉତ): ବାତ୍ୟା ଜନିତ କ୍ଷୟକ୍ଷତି ଓ ଉଦ୍ଧାର କାର୍ଯ୍ୟ ତଥା ଆଗକୁ ଆସୁଥିବା ଅନ୍ୟ ଏକ ସମ୍ଭାବ୍ୟ ବାତ୍ୟା ପରିପ୍ରେକ୍ଷୀରେ କନ୍ଧମାଳ ଜିଲାପାଳ ୧…

ବେଆଇନ ଗ୍ୟାସ୍‌ ମହଜୁଦ୍‌ ଉପରେ ଯୋଗାଣ ବିଭାଗର ଚଢ଼ାଉ, ୨୨୯ ଘରୋଇ ସିଲିଣ୍ଡର ଜବତ

ଖୋର୍ଦ୍ଧା,୩୧ା୧୦(ପ୍ରଭାତ ପାଣିଗ୍ରାହୀ): ଘରୋଇ ରନ୍ଧନ ଗ୍ୟାସ୍‌ ସିଲିଣ୍ଡରର ବେଆଇନ ମହଜୁଦ ଓ କଳାବଜାର ଉପରେ ଖୋର୍ଦ୍ଧା ଜିଲା ଯୋଗାଣ ବିଭାଗ ପକ୍ଷରୁ ବଡ଼ଧରଣର ଚଢ଼ାଉ କରାଯାଇଛି। ଭୁବନେଶ୍ୱର…

ଆଜମ ଖାନ୍‌ଙ୍କୁ ଗିରଫ କଲା ED: ଅଖିଳେଶ କହିଲେ…

ଲକ୍ଷ୍ନୌ,୩୧।୧୦: ଉତ୍ତର ପ୍ରଦେଶର ରାମପୁରରୁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ଆଜମ୍‌ ଖାନଙ୍କୁ ଏନ୍‌ଫୋର୍ସମେଣ୍ଟ ଡାଇରେକ୍ଟୋରେଟ(ED) ଶନିବାର ଗିରଫ କରିଛି। ରାମପୁର…

ବନ୍ୟା ପ୍ରପୀଡ଼ିତଙ୍କୁ ଭେଟିଲେନି, ଚା’ ପିଇ ଚାଲିଗଲା ବିଜେଡି ଟିମ୍‌, ନିରାଶ ହେଲେ ଅଞ୍ଚଳବାସୀ

ପୁରୁଷୋତ୍ତମପୁର,୩୧ା୧୦(ସବିତା ମିଶ୍ର): ବାତ୍ୟା ଅର୍ଣ୍ଣବ ଓ ଋଷିକୁଲ୍ୟାର ପ୍ରଳୟଙ୍କରୀ ବନ୍ୟାରେ ଛାରଖାର ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳ। ବନ୍ୟା କ୍ଷୟକ୍ଷତି ଅନୁଧ୍ୟାନ ପାଇଁ ଶନିବାର ରାତିରେ ପହଞ୍ଚିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?