ଓଟିଟିରେ ରିଲିଜ ହେବ ସଞ୍ଜୟଙ୍କ ଏହି ଫିଲ୍ମ

ମୁମ୍ବାଇ: କରୋନା ଲକ୍‌ଡାଉନ ଯୋଗୁ ସମସ୍ତ ହଲ୍‌ ବନ୍ଦ ରହିଛି। ଫଳରେ ପ୍ରଯୋଜକମାନେ ଫିଲ୍ମ ରିଲିଜ୍‌ ପାଇଁ ଏବେ ଡିଜିଟାଲ ପ୍ଲାଟଫର୍ମକୁ ଚୟନ କରିଛନ୍ତି। ଏହି କ୍ରମରେ ମହେଶ ଭଟ୍ଟଙ୍କ ନିର୍ଦ୍ଦେଶିତ ଫିଲ୍ମ ସଡକ-୨ର ଅପେକ୍ଷାରେ ରହିଥିବା ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର ଆସିଛି। ଖୁବ୍‌ଶୀଘ୍ର ଓଟିଟି ପ୍ଲାଟଫର୍ମରେ ଫିଲ୍ମ ସଡକ-୨କୁ ରିଲିଜ୍‌ କରାଯିବ ବୋଲି ପ୍ରଯୋଜକ ମୁକେଶ ଭଟ୍ଟ ସୂଚନା ଦେଇଛନ୍ତି। ଏହି ଫିଲ୍ମ ଜୁଲାଇ ୧୦ରେ ହଲ୍‌ରେ ରିଲିଜ୍‌ ହେବାକୁ ଥିଲା କିନ୍ତୁ ବର୍ତ୍ତମାନ ଦେଶରେ ଜାରି ରହିଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହାକୁ ଓଟିଟି ପ୍ଲାଟଫର୍ମରେ ରିଲିଜ୍‌ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ସୂଚନାଯୋଗ୍ୟ, ସଡକ-୨ ହେଉଛି ୧୯୯୧ରେ ଆସିଥିବା ସଡକର ସିକ୍ୱେଲ। ଯେଉଁଥିରେ ବଲିଉଡ୍‌ ଅଭିନେତ୍ରୀ ପୂଜା ଭଟ୍ଟ ଓ ଅଭିନେତା ସଞ୍ଜୟ ଦତ୍ତଙ୍କ ଅଭିନୟ ଦେଖିବାକୁ ମିଳିଥିଲା। ତେବେ ଏହି ସିକ୍ୱେଲରେ ସଞ୍ଜୟ ଦତ୍ତ, ପୂଜା ଭଟ୍ଟ, ଆଲିଆ ଭଟ୍ଟ ଓ ଆଦିତ୍ୟ ରୟ କପୁରଙ୍କ ଅଭିନୟର ଜାଦୁଗରି ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ପରିସରରୁ ଦିବ୍ୟାଙ୍ଗ ନାବାଳିକା ଅପହରଣ: ଯୁବକ ଗିରଫ, ବଳାତ୍କାର ମାମଲାରେ…

ଛତ୍ରପୁର, ୩୧।୮ (ଦିଲ୍ଲୀପ ସାମଲ): ଛତ୍ରପୁର ସରକାରୀ ଉପଖଣ୍ଡ ଚିକିତ୍ସାଳୟ ପରିସରରୁ ଜଣେ ୫ ବର୍ଷୀୟା ଦିବ୍ୟାଙ୍ଗ ନାବାଳିକାଙ୍କୁ ଅପହରଣ ଘଟଣାରେ ଛତ୍ରପୁର ପୋଲିସ ଜଣେ ଯୁବକଙ୍କୁ…

୪୦ ବର୍ଷ ବୟସରେ ମା’ ହେବେ ଏହି ଅଭିନେତ୍ରୀ: ପ୍ରଶଂସକଙ୍କୁ ଦେଲେ ଗୁଡ୍‌ନ୍ୟୁଜ୍‌

ଟିଭି ତଥା ଚଳଚ୍ଚିତ୍ର ଅଭିନେତ୍ରୀ କାଶ୍ମୀରା ଇରାନୀ ଖୁବଶୀଘ୍ର ମା’ ହେବାକୁ ଯାଉଛନ୍ତି। ୪୦ ବର୍ଷ ବୟସରେ ପ୍ରଶଂସକଙ୍କ ଏହି ଖୁସି ଖବର ଶେୟାର କରିଛନ୍ତି କାଶ୍ମୀରା।…

ସେପ୍ଟେମ୍ବର ଆରମ୍ଭରୁ ଏହି ୩ ରାଶିଙ୍କ ଉପରେ ବିପଦ! ଶନି-ଶୁକ୍ରଙ୍କ ଷଡ଼ାଷ୍ଟକ ଯୋଗ କରିବ ସର୍ବନାଶ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆସନ୍ତା ୨ ସେପ୍ଟେମ୍ବରରେ ଶୁକ୍ର ଗ୍ରହ ରାଶି ପରିବର୍ତ୍ତନ କରିବେ। ଶୁକ୍ର କନ୍ୟା ରାଶିରୁ ବାହାରି ତୁଳା ରାଶିରେ ଗୋଚର କରିବେ। ଅନ୍ୟପଟେ…

ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିବାକୁ ଯାଉଥିଲେ ବୈଭବ, ହେଲେ…

ନୂଆଦିଲ୍ଲୀ,୩୧।୮: ଦୁଲୀପ ଟ୍ରଫି ସେମିଫାଇନାଲରେ ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ନିଜ ବ୍ୟାଟିଂରେ ପୁଣିଥରେ ଚର୍ଚ୍ଚା ସୃଷ୍ଟି କରିଛନ୍ତି। ଇଷ୍ଟ ଜୋନ ପକ୍ଷରୁ ସେଣ୍ଟ୍ରାଲ ଜୋନ ବିପକ୍ଷରେ…

ସରକାରୀ ବସ୍‌ରେ ଖୋଲାମେଲାରେ ଯାତାୟାତ କରୁଛନ୍ତି ଯାତ୍ରୀ: ଅଭିଯୋଗ ଆଣିଲେ ଯୁବ ସମାଜସେବୀ

ଦାରିଙ୍ଗବାଡି, ୩୧।୮(ଅରୁଣ ସାହୁ):ଗଞ୍ଜାମର ବ୍ରହ୍ମପୁରରୁ କନ୍ଧମାଳ ଜିଲା ବାଲିଗୁଡାକୁ ଦାରିଙ୍ଗବାଡି ଦେଇ ସରକାରୀ ବସ ଚଳାଚଳ କରୁଛି। ଏହି ଯାତ୍ରୀବାହୀ ବସର ଡୋର ଗ୍ଲାସଟି ଭାଙ୍ଗି ଯାଇଥିବାରୁ…

ଧୋନୀ ମାଗୁଛନ୍ତି ୨୫% ଅଂଶଧନ! ଏମିତି ଜବାବ ଦେଲା CSK

ନୂଆଦିଲ୍ଲୀ,୩୧।୮: ଏମଏସ ଧୋନୀ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଥିବା ସମ୍ପର୍କକୁ ଆଇପିଏଲର ସବୁଠାରୁ ସ୍ବତନ୍ତ୍ର ସମ୍ପର୍କ ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଏ। ଧୋନୀଙ୍କ…

ମଙ୍ଗଳଙ୍କ ନକ୍ଷତ୍ର ପରିବର୍ତ୍ତନ: ସେପ୍ଟେମ୍ବର ପ୍ରଥମରୁ ଏହି ୩ ରାଶିଙ୍କ ସୁବର୍ଣ୍ଣ ଦିନ ଆରମ୍ଭ! ମନଚାହାଁ ଫଳ ମିଳିବ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ଗୋଚର ଏବଂ ନକ୍ଷତ୍ର ପରିବର୍ତ୍ତନକୁ ବେଶ ଗୁରୁତ୍ୱ ଦିଆଯାଏ। ଆସନ୍ତା ୨ ସେପ୍ଟେମ୍ବର ୨୦୨୬, ଦିନ ୧ଟା ୨୫ ମିନିଟରେ ମଙ୍ଗଳ ପୁନର୍ବସୁ…

ଟିଚ୍‌ କନ୍ଧମାଳ: ଲାଲ ବାହାଦୁର ବିଦ୍ୟାପୀଠରେ ପାଠ ପଢ଼ାଇଲେ ବିଡିଓ ପ୍ରୀତିରଞ୍ଜନ, ସିଆଙ୍ଗବାଲିରେ ଉପଜିଲାପାଳ

ଦାରିଙ୍ଗବାଡ଼ି, ୩୧/୮ (ଅରୁଣ ସାହୁ): କନ୍ଧମାଳ ଜିଲା ରେ ଶିକ୍ଷାର ବିକାଶ ଓ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଶିକ୍ଷା ପ୍ରତି ଆଗ୍ରହ ବୃଦ୍ଧି ଉଦ୍ଦେଶ୍ୟରେ ଜିଲାର ବିଭିନ୍ନ ବିଭାଗର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri