Posted inଜାତୀୟ

ଇଡିରେ ହାଜର ହେବା ପୂର୍ବରୁ ଶିବସେନା କର୍ମୀଙ୍କୁ ସଞ୍ଜୟଙ୍କ ଅପିଲ

ମୁମ୍ବାଇ,୧ ।୭: ମହାରାଷ୍ଟ୍ରରେ ଦେଖାଦେଇଥିବା ରାଜନୈତିକ ଝଡ଼ ଶିବସେନା ନେତା ଏକନାଥ ସିନ୍ଧେଙ୍କ ଶପଥ ଗ୍ରହଣ ପରେ ଏକ ପ୍ରକାର ଶାନ୍ତ ପଡିଯାଇଛି । ହେଲେ ଏହି ସମ୍ପୂର୍ଣ୍ଣ ଘଟଣାକ୍ରମ ଭାରତୀୟ ଜନତା ପାର୍ଟି(ଭାଜପା) ଓ ଶିବସେନା ର ଝଗଡ଼ାକୁ ଆହୁରି ବଢାଇ ଦେଇଛି । ଶିବସେନା ଅଭିଯୋଗ କରୁଛି କି ଇଡିର ଭୟ ଦେଖାଇ ବିଧାୟକଙ୍କୁ ଅସନ୍ତୁଷ୍ଟ ହେବାକୁ ବାଧ୍ୟ କରାଯାଇଛି । ଇତିମଧ୍ୟରେ ଶିବସେନା ନେତା ସଞ୍ଜୟ ରାଉତ ଏବେ ଇଡିରେ ହାଜର ହେବାକୁ ଯାଉଛନ୍ତି । ହେଲେ ଏହା ପୂର୍ବରୁ ସେ ଏକ ଟୁଇଟ କରି ଦଳୀୟ କର୍ମୀଙ୍କୁ ପ୍ରଦର୍ଶନ ନ କରିବାକୁ ଅପିଲ କରିଛନ୍ତି ।
ସଞ୍ଜୟ ରାଉତ ତାଙ୍କ ଟୁଇଟରେ ଲେଖିଛନ୍ତି, ‘ମୁଁ ଆଜି ଦିନ ୧୨ଟାରେ ଇଡି ସମ୍ନାରେ ହାଜର ହେବାକୁ ଯାଉଛି । ମୋତେ ଜାରି କରାଯାଇଥିବା ସମନର ମୁଁ ସମ୍ମାନ କରୁଛି ଓ ଯାଞ୍ଚ ଏଜେନ୍ସିକୁ ସହଯୋଗ କରିବା ମୋର କର୍ତ୍ତବ୍ୟ । ମୁଁ ସମସ୍ତ ଶିବସେନା କର୍ମୀଙ୍କୁ ଅପିଲ କରୁଛି କି ସେମାନେ ଇଡି କାର୍ଯ୍ୟାଳୟ ବାହାରେ ଜମା ହେବନାହିଁ । ଚିନ୍ତା କରନ୍ତୁ ନାହିଁ ।’
ସୂଚନାଯୋଗ୍ୟ, ଏହା ପୁର୍ବରୁ ସଞ୍ଜୟ ରାଉତଙ୍କୁୁ ଇଡି ପକ୍ଷରୁ ନୋଟିସ ଜାରି କରାଯାଇ ପଚରା ଉଚରା ପାଇଁ ଡକା ଯାଇଥିଲା । ହେଲେ ସେ ହାଜର ହୋଇ ନ ଥିଲେ । ତେବେ ମହାରାଷ୍ଟ୍ରର ରାଜନୈତିକ ସଙ୍କଟ ମଧ୍ୟରେ ସେ ଯାଇ ପାରିବେ ନାହିଁ କହିବା ସହ ସେ ନିଶ୍ଚୟ ହାଜର ହେବେ ବୋଲି କହିଥିଲେ । ସେଥିପାଇଁ ମୋତେ ସମୟ ଦିଆଯାଉ ବୋଲି ସଞ୍ଜୟ କହିଥିଲେ । ଏବେ ଇଡି ନୂଆ ନୋଟିସ ଜାରି କରି ସଞ୍ଜୟଙ୍କୁ ପଚରା ଉଚରା ପାଇଁ ୧ ଜୁଲାଇରେ ଡକାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍ପାଦର ଗୁଣବତ୍ତା ସହ ବୁଝାମଣା କରନ୍ତୁ ନାହିଁ: ଇଂ. ସମ୍ୱିତ ରଞ୍ଜନ ସାହୁ

ପ୍ର- ଅର୍ଗାନିକ୍‌ ମା’ ପ୍ରତିଷ୍ଠା ଚିନ୍ତାଧାରା କିପରି ମନକୁ ଆସିଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରା କିପରି ରହିଛି? ଉ- ବ୍ୟକ୍ତି ଜୀବନର କିଛି ଘଟଣାକୁ ନେଇ…

ଗାଁ ଗାଁରେ ଚୋରାମଦ, ତାତିଲେ ଲୋକେ: ହାତ ବାନ୍ଧି ବସିଛନ୍ତି ଅବକାରୀ, ପୋଲିସ

ବରଗଡ଼,୯।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ନିଶା କାରବାର ବଢ଼ିଚାଲିଛି। ଗାଁଠୁ ସହର ସବୁଆଡ଼େ ଚୋରାମଦ ସହିତ ଗଞ୍ଜେଇ, କଫ ସିରପ୍‌ ଅବାଧରେ ବିକ୍ରି ହେଉଛି। ସେହିପରି କେତେକ ସ୍ଥାନରେ…

୩ ରାଜ୍ୟର ବିଧାନସଭା ଆସନ ପାଇଁ ମତଦାନ ଆରମ୍ଭ

ନୂଆଦିଲ୍ଲୀ,୯।୪: କେରଳମ୍‌, ଆସାମ ଓ ପୁଡୁଚେରୀର ମୋଟ ୨୯୬ ଆସନରେ ଗୁରୁବାର ଗୋଟିଏ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ସକାଳୁ ସକାଳୁ ଲାଇନରେ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri