ହୋଇପାରେ ସାନି ଜମି ଅଧିଗ୍ରହଣ

ପୁରୀ ଅଫିସ,୧୪।୫: ଶ୍ରୀମନ୍ଦିର ଐତିହ୍ୟ କରିଡରକୁ ନେଇ ସାନି ବିବାଦ ମୁଣ୍ଡ ଟେକିଛି। ନିଷିଦ୍ଧାଞ୍ଚଳ ବାହାରେ ଶ୍ରୀଜଗଗନ୍ନାଥ ଅଭ୍ୟର୍ଥନା କେନ୍ଦ୍ର ନିର୍ମାଣ କରାଯିବା ପାଇଁ ନିଷ୍ପତ୍ତି ହେବା ପରେ ଏହାକୁ ସ୍ଥାନୀୟ ବାସିନ୍ଦା ଓ ସେବାୟତ ବିରୋଧ କରିଛନ୍ତି। ଶହେ ମିଟର ପରିଧି ବାହାରେ ଅର୍ଥାତ୍‌ ନିୟନ୍ତ୍ରିତ ଅଞ୍ଚଳରେ ଅଭ୍ୟର୍ଥନା କେନ୍ଦ୍ର ନିର୍ମାଣ ହେଲେ ଆହୁରି ଜମି ଅଧିଗ୍ରହଣ କରିବାକୁ ପଡ଼ିବ। ସମ୍ପ୍ରତି ୭୫ ମିଟର ଜମି ଅଧିଗ୍ରହଣ ହୋଇଥିବା ବେଳେ ନିଷିଦ୍ଧାଞ୍ଚଳ ପାଇଁ ଅତିକମ୍‌ରେ ଶହେ ମିଟର ପରିଧିରେ ନିର୍ମାଣ ହୋଇପାରିବ ନାହିଁ। ଏହା ପରବର୍ତ୍ତୀ ଅଞ୍ଚଳରେ ନିର୍ମାଣ ହୋଇପାରିବ। ଅର୍ଥାତ୍‌ ଶହେ ମିଟରରୁ ଯେତିକି ଅଧିକ ଜମି ଅଧିଗ୍ରହଣ ହେବ, ସଂପୃକ୍ତ ଅଞ୍ଚଳରେ ଅଭ୍ୟର୍ଥନା କେନ୍ଦ୍ର ନିର୍ମାଣ କରାଯିବ ବୋଲି ପ୍ରଶାସନିକ ସ୍ତରରେ ଆଲୋଚନା ହେଉଛି। ତେବେ ଶ୍ରୀମନ୍ଦିରର ଦକ୍ଷିଣ-ପୂର୍ବ ଦିଗରେ ହୋଇଥିବା ବ୍ୟାପକ ଖନନ ଲାଗି ଡିଟେଲ୍ସ ପ୍ରୋଜେକ୍ଟ ରିପୋର୍ଟ (ଡିପିଆର୍‌) ଅନୁମୋଦନ କେବେ ହେଲା ସେନେଇ ପ୍ରଶାସନ ସ୍ପଷ୍ଟୀକରଣ ଦେଉ ବୋଲି ସ୍ଥାନୀୟ ଲୋକେ ଦାବି କରୁଛନ୍ତି। ଫଳରେ ପରିସ୍ଥିତି ଆହୁରି ଜଟିଳ ଆଡ଼କୁ ମୁହଁାଉଛି। ନିୟନ୍ତ୍ରିତ ଅଞ୍ଚଳରେ ଅଭ୍ୟର୍ଥନା କେନ୍ଦ୍ର ନିର୍ମାଣ ହେଲେ ସାନି ଜମି ଅଧିଗ୍ରହଣ ହେବ। ଏହାଦ୍ୱାରା ପୁଣି ଏଏସ୍‌ଆଇ ଏବଂ ଏନ୍‌ଏମ୍‌ଏର ଅନୁମତି ଦରକାର ପଡ଼ିବ। ସେହିପରି ସାନି ଜମି ଅଧିଗ୍ରହଣ ହେଲେ ମାଟିମଣ୍ଡପ ସାହି, କାଳିକା ଦେବୀ ସାହି, ଶୂନ୍ୟ ଗୋଷାଣୀ ଲେନ୍‌ ଓ ଦୋଳମଣ୍ଡପ ସାହିର ବହୁ ଅଞ୍ଚଳ ବ୍ୟାପକ ଭାବେ ପ୍ରଭାବିତ ହେବ। ବହୁ ବାସିନ୍ଦା ଓ ବରିଷ୍ଠ ସେବାୟତଙ୍କ ଘର ଭଙ୍ଗାଯିବ। ତେଣୁ ଏହାକୁ ଗ୍ରହଣ କରାଯିବ ନାହିଁ ବୋଲି ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର କହିଛନ୍ତି। ସେ କହିଛନ୍ତି, ୭୫ ମିଟର ଉଚ୍ଛେଦକୁ ଗ୍ରହଣ କରିଥିଲୁ। ମହାପ୍ରଭୁଙ୍କ କାମରେ ପୁରୀ ସହରବାସୀ ତ୍ୟାଗ କରିଥିଲେ। ମାତ୍ର ସମ୍ପ୍ରତି ଉଚ୍ଛେଦ ହେଲେ ବିରୋଧ କରାଯିବ। ଶହେ ମିଟର ବାହାରେ ଅନ୍ୟ କୌଣସି ସ୍ଥାନରେ ଅଭ୍ୟର୍ଥନା କେନ୍ଦ୍ର ନିର୍ମାଣ କରାଯାଉ। ସେହିଭଳି ଶୂନ୍ୟଗୋଷାଣୀ ଗଳି ବାସିନ୍ଦା ନାରାୟଣ ମହାପାତ୍ର କହିଛନ୍ତି, ଜୀବନ ଦେବୁ ପଛେ ଜାଗା ଦେବୁନି। ଭିଟାମାଟି ଛାଡ଼ିବାର ପ୍ରଶ୍ନ ଉଠୁନାହିଁ। ଆଉ ଜମି ଉଚ୍ଛେଦ କଲେ ପ୍ରଶାସନକୁ ବିରୋଧ କରାଯିବ। ଅନ୍ୟପକ୍ଷରେ ଅଭ୍ୟର୍ଥନା କେନ୍ଦ୍ର ପାଇଁ ଯେଉଁ ଖନନ ହୋଇଥିଲା ତାହା ପ୍ରଶାସନର ଭୁଲ୍‌। ଏଥିଲାଗି କିଏ ଅନୁମତି ଦେଲା, କାହା ନିର୍ଦ୍ଦେଶରେ କେନ୍ଦ୍ର ନିର୍ମାଣ ହେଲା ସେନେଇ ପ୍ରଶ୍ନ ଉଠିଛି। ସରକାରଙ୍କର ଯେଉଁ ରାଜସ୍ବ ନଷ୍ଟ ହେଲା। ସେଥିପାଇଁ ନିର୍ଦ୍ଦିଷ୍ଟ ଅଧିକାରୀ ଦାୟୀ ହେବା ଦରକାର। ରାଜ୍ୟ ସରକାରଙ୍କ ଦୂରଦୃଷ୍ଟିର ଅଭାବ କାରଣରୁ ଏଭଳି ପରିସ୍ଥିତି ଉପୁଜିଲା। ତେଣୁ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଉଚିତ ବୋଲି ସୂଚନା ଅଧିକାର କର୍ମୀ ଦିଲୀପ ବରାଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

ଯୁଦ୍ଧ ମଧ୍ୟରେ ପାକିସ୍ତାନରେ ହାହାକାର, ଭାରତ ଶୁଣିଲେ ହୋଇଯିବ ଖୁସି

ନୂଆଦିଲ୍ଲୀ,୨।୪: ଭାରତ ଦ୍ୱାରା ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରିବା ଏବଂ ନଦୀ ଜଳରେ ପାକିସ୍ତାନର ଅଂଶକୁ ଅବରୋଧ କରିବା ନିଷ୍ପତ୍ତି ଦକ୍ଷିଣ ଏସିଆରେ ଜଳ ସୁରକ୍ଷା…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ନିଆଁ ସହ ଖେଳୁଛି ଭାଜପା, ପରିଣାମ ଭୟଙ୍କର ହେବ: ନିଆଁବାଣ ହେଲେ ମମତା

କୋଲକାତା,୨।୪: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏକ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମ୍ପ୍ରତିକ ମାଲଦା ଘଟଣା ଉପରେ କେନ୍ଦ୍ର ସରକାର ଏବଂ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ରାଜ୍ୟର ପରିସ୍ଥିତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri