ହୋଇପାରେ ସାନି ଜମି ଅଧିଗ୍ରହଣ

ପୁରୀ ଅଫିସ,୧୪।୫: ଶ୍ରୀମନ୍ଦିର ଐତିହ୍ୟ କରିଡରକୁ ନେଇ ସାନି ବିବାଦ ମୁଣ୍ଡ ଟେକିଛି। ନିଷିଦ୍ଧାଞ୍ଚଳ ବାହାରେ ଶ୍ରୀଜଗଗନ୍ନାଥ ଅଭ୍ୟର୍ଥନା କେନ୍ଦ୍ର ନିର୍ମାଣ କରାଯିବା ପାଇଁ ନିଷ୍ପତ୍ତି ହେବା ପରେ ଏହାକୁ ସ୍ଥାନୀୟ ବାସିନ୍ଦା ଓ ସେବାୟତ ବିରୋଧ କରିଛନ୍ତି। ଶହେ ମିଟର ପରିଧି ବାହାରେ ଅର୍ଥାତ୍‌ ନିୟନ୍ତ୍ରିତ ଅଞ୍ଚଳରେ ଅଭ୍ୟର୍ଥନା କେନ୍ଦ୍ର ନିର୍ମାଣ ହେଲେ ଆହୁରି ଜମି ଅଧିଗ୍ରହଣ କରିବାକୁ ପଡ଼ିବ। ସମ୍ପ୍ରତି ୭୫ ମିଟର ଜମି ଅଧିଗ୍ରହଣ ହୋଇଥିବା ବେଳେ ନିଷିଦ୍ଧାଞ୍ଚଳ ପାଇଁ ଅତିକମ୍‌ରେ ଶହେ ମିଟର ପରିଧିରେ ନିର୍ମାଣ ହୋଇପାରିବ ନାହିଁ। ଏହା ପରବର୍ତ୍ତୀ ଅଞ୍ଚଳରେ ନିର୍ମାଣ ହୋଇପାରିବ। ଅର୍ଥାତ୍‌ ଶହେ ମିଟରରୁ ଯେତିକି ଅଧିକ ଜମି ଅଧିଗ୍ରହଣ ହେବ, ସଂପୃକ୍ତ ଅଞ୍ଚଳରେ ଅଭ୍ୟର୍ଥନା କେନ୍ଦ୍ର ନିର୍ମାଣ କରାଯିବ ବୋଲି ପ୍ରଶାସନିକ ସ୍ତରରେ ଆଲୋଚନା ହେଉଛି। ତେବେ ଶ୍ରୀମନ୍ଦିରର ଦକ୍ଷିଣ-ପୂର୍ବ ଦିଗରେ ହୋଇଥିବା ବ୍ୟାପକ ଖନନ ଲାଗି ଡିଟେଲ୍ସ ପ୍ରୋଜେକ୍ଟ ରିପୋର୍ଟ (ଡିପିଆର୍‌) ଅନୁମୋଦନ କେବେ ହେଲା ସେନେଇ ପ୍ରଶାସନ ସ୍ପଷ୍ଟୀକରଣ ଦେଉ ବୋଲି ସ୍ଥାନୀୟ ଲୋକେ ଦାବି କରୁଛନ୍ତି। ଫଳରେ ପରିସ୍ଥିତି ଆହୁରି ଜଟିଳ ଆଡ଼କୁ ମୁହଁାଉଛି। ନିୟନ୍ତ୍ରିତ ଅଞ୍ଚଳରେ ଅଭ୍ୟର୍ଥନା କେନ୍ଦ୍ର ନିର୍ମାଣ ହେଲେ ସାନି ଜମି ଅଧିଗ୍ରହଣ ହେବ। ଏହାଦ୍ୱାରା ପୁଣି ଏଏସ୍‌ଆଇ ଏବଂ ଏନ୍‌ଏମ୍‌ଏର ଅନୁମତି ଦରକାର ପଡ଼ିବ। ସେହିପରି ସାନି ଜମି ଅଧିଗ୍ରହଣ ହେଲେ ମାଟିମଣ୍ଡପ ସାହି, କାଳିକା ଦେବୀ ସାହି, ଶୂନ୍ୟ ଗୋଷାଣୀ ଲେନ୍‌ ଓ ଦୋଳମଣ୍ଡପ ସାହିର ବହୁ ଅଞ୍ଚଳ ବ୍ୟାପକ ଭାବେ ପ୍ରଭାବିତ ହେବ। ବହୁ ବାସିନ୍ଦା ଓ ବରିଷ୍ଠ ସେବାୟତଙ୍କ ଘର ଭଙ୍ଗାଯିବ। ତେଣୁ ଏହାକୁ ଗ୍ରହଣ କରାଯିବ ନାହିଁ ବୋଲି ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର କହିଛନ୍ତି। ସେ କହିଛନ୍ତି, ୭୫ ମିଟର ଉଚ୍ଛେଦକୁ ଗ୍ରହଣ କରିଥିଲୁ। ମହାପ୍ରଭୁଙ୍କ କାମରେ ପୁରୀ ସହରବାସୀ ତ୍ୟାଗ କରିଥିଲେ। ମାତ୍ର ସମ୍ପ୍ରତି ଉଚ୍ଛେଦ ହେଲେ ବିରୋଧ କରାଯିବ। ଶହେ ମିଟର ବାହାରେ ଅନ୍ୟ କୌଣସି ସ୍ଥାନରେ ଅଭ୍ୟର୍ଥନା କେନ୍ଦ୍ର ନିର୍ମାଣ କରାଯାଉ। ସେହିଭଳି ଶୂନ୍ୟଗୋଷାଣୀ ଗଳି ବାସିନ୍ଦା ନାରାୟଣ ମହାପାତ୍ର କହିଛନ୍ତି, ଜୀବନ ଦେବୁ ପଛେ ଜାଗା ଦେବୁନି। ଭିଟାମାଟି ଛାଡ଼ିବାର ପ୍ରଶ୍ନ ଉଠୁନାହିଁ। ଆଉ ଜମି ଉଚ୍ଛେଦ କଲେ ପ୍ରଶାସନକୁ ବିରୋଧ କରାଯିବ। ଅନ୍ୟପକ୍ଷରେ ଅଭ୍ୟର୍ଥନା କେନ୍ଦ୍ର ପାଇଁ ଯେଉଁ ଖନନ ହୋଇଥିଲା ତାହା ପ୍ରଶାସନର ଭୁଲ୍‌। ଏଥିଲାଗି କିଏ ଅନୁମତି ଦେଲା, କାହା ନିର୍ଦ୍ଦେଶରେ କେନ୍ଦ୍ର ନିର୍ମାଣ ହେଲା ସେନେଇ ପ୍ରଶ୍ନ ଉଠିଛି। ସରକାରଙ୍କର ଯେଉଁ ରାଜସ୍ବ ନଷ୍ଟ ହେଲା। ସେଥିପାଇଁ ନିର୍ଦ୍ଦିଷ୍ଟ ଅଧିକାରୀ ଦାୟୀ ହେବା ଦରକାର। ରାଜ୍ୟ ସରକାରଙ୍କ ଦୂରଦୃଷ୍ଟିର ଅଭାବ କାରଣରୁ ଏଭଳି ପରିସ୍ଥିତି ଉପୁଜିଲା। ତେଣୁ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଉଚିତ ବୋଲି ସୂଚନା ଅଧିକାର କର୍ମୀ ଦିଲୀପ ବରାଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…

ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri