ରାସ୍ତାରେ ବାଲି ଗଦା, ବଢୁଛି ଜନ ଅସନ୍ତୋଷ

ଜଗତ୍‌ସିଂହପୁର ଅଫିସ, ୧୯ା୧୨:ଜଗତ୍‌ସିଂହପୁର ଜିଲାରେ ବାଲିଘାଟ ନିଲାମ କରି ରାଜ୍ୟ ସରକାର ମୋଟା ଅଙ୍କର ରାଜସ୍ବ ପାଉଛନ୍ତି। କିନ୍ତୁ ରାସ୍ତା ଓ ଲୋକଙ୍କ ସ୍ବାର୍ଥକୁ ଗୌଣ କରାଯାଉଥିବାରୁ ଜନ ଅସନ୍ତୋଷ ବଢ଼ୁଛି। ବିଶେଷକରି ବାଲି ବୋଝେଇ ହାଇୱାଗୁଡିକ ତୀବ୍ର ଗତିରେ ଯାତାୟାତ କରୁଥିବାରୁ ଦୁର୍ଘଟଣା ଘଟୁଛି। ଅଧିକାଂଶ ହାଇୱା ଡାଲା ଉପରେ ପାଲ ଘୋଡାଉ ନାହାନ୍ତି। ଏହାଦ୍ୱାରା ବାଲି ଉଡି ରାସ୍ତାରେ ଯାଉଥିବା ସାଇକେଲ ଓ ବାଇକ ଆରୋହୀ ଦୁର୍ଘଟଣାର ଶିକାର ହେଉଛନ୍ତି। କେବଳ ଏତିକି ନୁହେଁ, ରାସ୍ତାରେ ବାଲି ଗଦା ହୋଇ ରହୁଥିଲେ ସୁଦ୍ଧା ସେଗୁଡିକୁ ସଫା କରାଯାଉ ନ ଥିବାରୁ ରାତିରେ ଦୁର୍ଘଟଣା ଚିନ୍ତା ବଢ଼ାଉଛି। ଜିଲା ପ୍ରଶାସନ ପକ୍ଷରୁ ଭାରିଯାନ ଚଳାଚଳ ଉପରେ ଥିବା କଟକଣା ମଧ୍ୟ ପାଳନ ହେଉନାହିଁ। ଏସବୁ କାରଣରୁ ଲୋକେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ଜଗତ୍‌ସିଂହପୁର-ଆଳିପିଙ୍ଗଳ ରାସ୍ତା କଥା ଆଲୋଚନା ପରିସରକୁ ନିଆଯାଇପାରେ। ଏହି ରାସ୍ତାରେ ପ୍ରତ୍ୟହ ସହସ୍ରାଧିକ ଭାରିଯାନ ଚଳାଚଳ କରୁଛି। ଆଳିପିଙ୍ଗଳ ନିକଟ ଦେବୀ ନଦୀ ଆରପଟ କଟକ ଜିଲା ନିଆଳି ଥାନା ଅନ୍ତର୍ଗତ କେତକେଶ୍ୱର ଓ ସିଠାଳୋ ବାଲିଘାଟରୁ ବାଲି ବୋଝେଇ ହାଇୱା ଓ ଟ୍ରକ୍‌ଗୁଡିକ ଜଗତ୍‌ସିଂହପୁର ଜିଲାକୁ ଆସୁଛି। ଏଥିସହ ଦେବୀ ନଦୀର ଅନ୍ୟ ବାଲିଘାଟରୁ ବହୁ ସଂଖ୍ୟକ ବାଲି ବୋଝେଇ ଭାରିଯାନ ଆଳିପିଙ୍ଗଳ-ଦେବୀଦୋଳ ରାସ୍ତାରେ ଯାତାୟାତ କରୁଛି। ଏହି ଭାରିଯାନଗୁଡିକ କ୍ଷମତାଠାରୁ ଅଧିକ ପରିମାଣର ବାଲି ବୋଝେଇ କରି ଅବାଧରେ ରାସ୍ତାରେ ଯାଉଥିଲେ ସୁଦ୍ଧା ସେଗୁଡିକ ଉପରେ କଟକଣା କରାଯାଉ ନାହିଁ। ପୋଲିସ ଓ ରାଜସ୍ବ କର୍ମଚାରୀମାନେ ବାଲିଘାଟ ନିଲାମଧାରୀଙ୍କଠାରୁ ମାସିକିଆ ଚାନ୍ଦା ନେଉଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ନେଇ ସାଧାରଣରେ ଅଭିଯୋଗ ହେଉଛି। ଏ ସମ୍ପର୍କରେ ସ୍ଥାନୀୟ କେତେଜଣ ବୁଦ୍ଧିଜୀବୀ ପ୍ରତିକ୍ରିୟାରେ କହିଛନ୍ତି, ରାସ୍ତାଗୁଡ଼ିକରୁ ବାଲି ସଫା କରାଯାଉ ନ ଥିବାରୁ ଅନେକ ସମୟରେ ଦୁର୍ଘଟଣା ଘଟୁଛି। ବଡ କଥା ହେଲା ଓଭରଲୋଡିଂ ଭାରିଯାନଗୁଡ଼ିକ ଯୋଗୁ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡୁଛି। ଅନେକ ସ୍ଥାନରେ ରାସ୍ତା ଖାଲ ହେବା ସହ ଫାଟି ଯାଇଛି । ବାଲି ଗାଡି ଡାଲା ଉପରେ ପାଲ ଆଦି ଘୋଡାଯାଉ ନ ଥିବାରୁ ରାସ୍ତାରେ ପଡିବା ସହ ପାର୍ଶ୍ୱବର୍ତ୍ତୀ ଜନବସତି ପ୍ରତି ବିପଦ ସୃଷ୍ଟି କରୁଛି। ଏହି ଗାଡ଼ିଗୁଡିକ ଯୋଗୁ ଯାତାୟାତରେ ବାଧା ସୃଷ୍ଟି ହେଉଛି। ଏପରି କି କୌଣସି ରୋଗୀ, ଗର୍ଭବତୀ ଜଗତ୍‌ସିଂହପୁର ଜିଲା ମୁଖ୍ୟ ଚିକିତ୍ସାଳୟ ସମେତ ଅନ୍ୟ ସ୍ବାସ୍ଥ୍ୟକେନ୍ଦ୍ର ଯିବାକୁ ହେଲେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କେତେକ ରାସ୍ତାରେ କାର୍‌ରେ ଯାତାୟାତ ବିପଦପୂର୍ଣ୍ଣ ହୋଇପଡ଼ିଛି।
ଏଥିପାଇଁ ରୋଗୀ ଓ ଗର୍ଭବତୀ ଅନେକ ସମୟରେ ଅଟୋ ଓ ବାଇକ୍‌ ଉପରେ ନିର୍ଭର କରିବାକୁ ବାଧ୍ୟ ହେଉଛନ୍ତି। ଅତୀତରେ ବାଲି ବୋଝେଇ ହାଇୱା ଯୋଗୁ ରାସ୍ତା ଖରାପ ଓ ଦୁର୍ଘଟଣା ଘଟୁଥିବା ଦର୍ଶାଇ ଲୋକେ ଆନ୍ଦୋଳନ କରିଥିଲେ। ଏନେଇ କିଛି ଦିନ ପରିସ୍ଥିତି ସ୍ବାଭାବିକ ହୋଇଥିଲେ ସୁଦ୍ଧା ଏବେ ଯଥା ପୂର୍ବ ତଥା ପର ସ୍ଥିତିରେ ରହିଛି । ଗଳଧାରୀ ଓ ଏରଡ଼ା ବାଲିଘାଟରୁ ପ୍ରତ୍ୟହ ଶତାଧିକ ଟ୍ରିପ୍‌ ବାଲି ନଦୀ ବନ୍ଧ ରାସ୍ତାରେ ଯାଉଛି। ପାଖାପାଖି ୬ବର୍ଷ ତଳେ ଏହି ରାସ୍ତା ନବୀକରଣ କରାଯାଇଥିଲା । କିନ୍ତୁ ଏବେ ଏହି ରାସ୍ତାରେ ଚାଲିକରି ଯିବା କଷ୍ଟକର ହୋଇ ପଡିଛି। ବିଶେଷକରି ରାତିରେ ପରିସ୍ଥିତି ଜଟିଳ ହୋଇଯାଉଛି। ଦେବୀ ନଦୀ ପାର୍ଶ୍ୱ ଏହି ରାସ୍ତା ନିର୍ମାଣ ସମୟରେ ଲୋକେ ଆଶ୍ୱସ୍ତ ହୋଇଥିଲେ। କାରଣ ଜଗତ୍‌ସିଂହପୁରରୁ ଦେବୀଦୋଳ ପର୍ଯ୍ୟନ୍ତ ଏହି ରାସ୍ତାଟି ଲୋକଙ୍କ ପାଇଁ ଅଧିକ ଉପଯୋଗୀ ଅନୁଭବ କରାଯାଉଥିଲା। କିନ୍ତୁ କମ୍‌ ଦିନ ଭିତରେ ଏହା ଖରାପ ହୋଇଯାଇଥିଲା। ଗତ ୧୫ ତାରିଖରେ ମୁଖ୍ୟମନ୍ତ୍ରୀ ଏହି ରାସ୍ତାର ଉନ୍ନତୀକରଣ ପାଇଁ ୯ କୋଟି ୮୪ ଲକ୍ଷ ୬୪ ହଜାର ଟଙ୍କା ବ୍ୟୟ ଘୋଷଣା କରିଛନ୍ତି। ସେହିପରି ଜଗତ୍‌ସିଂହପୁର-ଆଳିପିଙ୍ଗଳ ପ୍ରଶସ୍ତୀକରଣ ଓ ଦୃଢୀକରଣ ନେଇ ୧ କୋଟି ୩୭ ଲକ୍ଷ ୨୧ ହଜାର ଟଙ୍କା ଅନୁଦାନ ଘୋଷଣା କରିଛନ୍ତି। ଏହି କାର୍ଯ୍ୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ତେବେ ରାସ୍ତା କାମ ପରେ ପୁଣି ଖରାପ ହେବା ଭୟ ଲୋକଙ୍କ ପାଇଁ ଚିନ୍ତା ବଢାଇ ଦେଇଛି। ଏ ସମ୍ପର୍କରେ ଜଗତ୍‌ସିଂହପୁର ଆଇଆଇସି ପ୍ରଭାସ ଚନ୍ଦ୍ର ସାହୁ କୁହନ୍ତି, ଓଭର ଲୋଡ୍‌ ଓ ବାଲି ବୋଝେଇ ଗାଡ଼ିର ଡାଲା ଉପରେ ପାଲ ବା ଜରି ଘୋଡା ଯାଉ ନ ଥିଲେ ତୁରନ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବେଲଗୁଣ୍ଠା ଏନ୍‌ଏସିର ନୂଆ ଉପାଧ୍ୟକ୍ଷା ପ୍ରିୟମ୍ବଦା ସାମଲ: ନିର୍ବିରୋଧ ନିର୍ବାଚିତ, ୨ ବର୍ଷ ପରେ…

ବେଲଗୁଣ୍ଠା,୨୯।୯(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି)ର ଉପାଧ୍ୟକ୍ଷା ପଦବୀ ପାଇଁ ମଙ୍ଗଳବାର ଉପ-ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଛି। ଏଥିରେ ୪ ନମ୍ବର…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ଏସିଡ ଆକ୍ରମଣ ବିରୋଧରେ ସଚେତନତା ସଭା ଓ ପଥପ୍ରାନ୍ତ ନାଟକ, ଛାତ୍ରୀଛାତ୍ର ସମ୍ୱର୍ଦ୍ଧିତ

ଥୁଆମୂଳ ରାମପୁର, ୨୯।୯ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତାଲୁକ ଆଇନ ସେବା ସମିତି (T.L.S.C.) ଆନୁକୂଲ୍ୟରେ ମଙ୍ଗଳବାର କୋର୍ଟ ସାମ୍ନା ମଣ୍ଡପଠାରେ ଏସିଡ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ବଦଳିବ ଭଞ୍ଜନଗର ପର୍ଯ୍ୟଟନର ଚେହେରା: ଗଠନ ହେବ ଉପଖଣ୍ଡ ସ୍ତରୀୟ କମିଟି, ବୋଟିଂ-ଭାସମାନ ରେଷ୍ଟୁରାଣ୍ଟ…

ଭଞ୍ଜନଗର,୨୯।୯(ବାବୁଲା ପ୍ରଧାନ): ଭଞ୍ଜନଗର ଉପଖଣ୍ଡରେ ପର୍ଯ୍ୟଟନର ସାମଗ୍ରିକ ବିକାଶ, ପ୍ରମୁଖ ପର୍ଯ୍ୟଟନ ସ୍ଥଳୀଗୁଡ଼ିକର ଭିତ୍ତିଭୂମି ସୁଦୃଢ଼ୀକରଣ ଏବଂ ପର୍ଯ୍ୟଟକମାନଙ୍କୁ ଉନ୍ନତ ସୁବିଧା ପ୍ରଦାନ ନେଇ ମଙ୍ଗଳବାର ଉପଜିଲାପାଳଙ୍କ…

୭୨ତମ ବନ୍ୟପ୍ରାଣୀ ସପ୍ତାହ ପୂର୍ବରୁ ଭଞ୍ଜନଗରରେ ଆଲୋଚନାଚକ୍ର: ବନ୍ୟପ୍ରାଣୀ ସୁରକ୍ଷା ପାଇଁ ସାମୂହିକ ସହଭାଗିତା ଉପରେ…

ଭଞ୍ଜନଗର,୨୯।୯(ବାବୁଲା ପ୍ରଧାନ): ୭୨ତମ ବନ୍ୟପ୍ରାଣୀ ସପ୍ତାହ ପାଳନ ପୂର୍ବରୁ ମଙ୍ଗଳବାର ଭଞ୍ଜନଗର ଲାଲସିଂ ନର୍ସରୀଠାରେ ଘୁମୁସର ଉତ୍ତର ଓ ଦକ୍ଷିଣ ବନଖଣ୍ଡ ପକ୍ଷରୁ ବନ୍ୟପ୍ରାଣୀ ସୁରକ୍ଷା ଉପରେ…

ମୋହନାରୁ ବ୍ରହ୍ମପୁର ଚୋରା ଚାଲାଣ ବେଳେ ଧରାପଡ଼ିଲେ ୨ ଗଞ୍ଜେଇ ବେପାରୀ: ୨୩ କେଜି ଗଞ୍ଜେଇ ସହ…

ଦିଗପହଣ୍ଡି ,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଟିମ୍ ମଙ୍ଗଳବାର ଅପରାହ୍ନରେ ଗଞ୍ଜେଇ ଚୋରା ଚାଲାଣ ପଣ୍ଡ କରିବା ସହ ଏକ ଗଞ୍ଜେଇ…

ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ବିରୋଧରେ ମହାମେଳି: ଅସନ୍ତୋଷ ଝାଡ଼ିଲେ ବରିଷ୍ଠ ନେତା, ପଞ୍ଚାୟତ ନିର୍ବାଚନ ପୂର୍ବରୁ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବରିଷ୍ଠ ଭାଜପା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବରିଷ୍ଠ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?