ନକଲି ଟିପିରେ ଖଣିକୁ ବାଲି ଚାଲାଣ

ଯାଜପୁର ଅଫିସ,୩୦।୩: ନକଲି ଟ୍ରାନ୍‌ଜିଟ୍‌ ପାସ୍‌(ଟିପି) ତିଆରି କରି ଯାଜପୁର ଜିଲା କାଳିଆପାଣି ଇମ୍ଫା ଏବଂ ଓଏମ୍‌ସି ଖଣି ଅଞ୍ଚଳକୁ ବାଲି, ପଥର ଆଦି ଲଘୁ ଖଣିଜ ଦ୍ରବ୍ୟ ପରିବହନ ହେଉଛି। ଯାଜପୁର ଜିଲା ସୀମାନ୍ତ ତଥା ଢେଙ୍କାନାଳ ଜିଲା ଭୂବନ ଓ କାମାକ୍ଷାନଗର ତହସିଲ ଅଞ୍ଚଳରୁ ରାତି ସମୟରେ ଏଭଳି ବେଆଇନ ତଥା ଓଭରଲୋଡିଂ ପରିବହନ ହେଉଥିଲେ ହେଁ ସମ୍ପୃକ୍ତ ତହସିଲ, ଚଣ୍ଡିଖୋଲ ଓ ଢେଙ୍କାନାଳ ଆଞ୍ଚଳିକ ପରିବହନ ଅଧିକାରୀ(ଆରଟିଓ)ମାନେ ଆଖିବୁଜି ଦେଇଛନ୍ତି। ସ୍ଥାନୀୟ ଅଞ୍ଚଳବାସୀଙ୍କ ଏଭଳି ଅଭିଯୋଗ ଉପରେ ରାଜ୍ୟ ସରକାରଙ୍କ ବାଣିଜ୍ୟ ଏବଂ ପରିବହନ ବିଭାଗ ପକ୍ଷରୁ ଡେପୁଟି ସେକ୍ରେଟାରୀ କେଶବ ଚନ୍ଦ୍ର ମୁଦୁଲି ସ୍ବତନ୍ତ୍ର ଚଢାଉ କରି ବେଆଇନ ପରିବହନ ନିୟନ୍ତ୍ରଣ କରିବାକୁ ଚଣ୍ଡିଖୋଲ ଓ ଢେଙ୍କାନାଳ ଆରଟିଓଙ୍କୁ ନିର୍ଦ୍ଦେଶ ହୋଇଛି।
ଯାଜପୁର ଜିଲା ସୁକିନ୍ଦା ବ୍ଲକ କାଳିଆପାଣି ଅଞ୍ଚଳରେ ଖଣି ଉତ୍ତୋଳନ କରିବା ପରେ ଗର୍ତ୍ତ ଅଞ୍ଚଳ ପୋତିବାକୁ ଇଣ୍ଡିଆନ ବ୍ୟୁରୋ ଅଫ୍‌ ମାଇନ୍ସ(ଆଇବିଏମ୍‌)ର କଡା ନିର୍ଦ୍ଦେଶ ରହିଛି। ଏଥିପାଇଁ ପ୍ରଚୂର ପରିମାଣର ବାଲିର ଆବଶ୍ୟକତା ପଡୁଛି। ତେଣୁ ସମ୍ପୃକ୍ତ ପରିବହନ ସଂସ୍ଥାଗୁଡିକୁ ନିର୍ଦ୍ଧାରିତ ଦରଠାରୁ କମ ଦରରେ ବେଆଇନ ବାଲି କିଣି ଖଣି ଅଞ୍ଚଳକୁ ପରିବହନ କରୁଛନ୍ତି। ଏହି ମର୍ମରେ ପୂର୍ବରୁ ମୁଖ୍ୟମନ୍ତ୍ରୀ ତଥା ଉଚ୍ଚ କର୍ତ୍ତୃପକ୍ଷଙ୍କୁ ସୁଧାକର ପରିଡା ଦୃଷ୍ଟି ଆକର୍ଷଣ କରିଥିଲାବେଳେ ଏବେ ପୁଣି ମନୋଜ ପୃଷ୍ଟି ଅନୁରୂପ ଭାବେ ଅଭିଯୋଗ କରିଛନ୍ତି। ତେବେ ଉପଯୁକ୍ତ ଭାବେ ଉଚ୍ଚସ୍ତରୀୟ ତଦନ୍ତ କରି ସେହି ପରିବହନ ସଂସ୍ଥାଗୁଡିକଠାରୁ ଆବଶ୍ୟକ ଜରିମାନା ଆଦାୟ ଓ ମାମଲା ରୁଜୁ କରିବା ପରିବର୍ତ୍ତେ ସେମାନଙ୍କଠାରୁ ମୋଟା ଅଙ୍କର ମାସିକ ଚାନ୍ଦା ନେଇ ଛାଡି ଦିଆଯାଉଛି ବୋଲି ଅଭିଯୋଗରେ ଦର୍ଶାଯାଇଛି। ଚଣ୍ଡିଖୋଲ ଆରଟିଓରେ ଦୀର୍ଘଦିନ ଧରି କାର୍ଯ୍ୟରତ ଟ୍ରାଫିକ ଇନ୍ସପେକ୍ଟର, ଆସିଷ୍ଟାଣ୍ଟ ଟ୍ରାଫିକ ଇନ୍ସପେକ୍ଟର, କନ୍‌ଷ୍ଟେବଳ ଓ ଏମ୍‌ଭିଆଇ ପ୍ରମୁଖ ଏଭଳି ବଟି ଆଦାୟରେ ସହଯୋଗୀ ସାଜିଛନ୍ତି ବୋଲି ଅଭିଯୋଗ ହୋଇଛି। ଏହାର ସୁଯୋଗରେ ଇମ୍ଫା ଓ ଓଏମ୍‌ସିର କେତେଜଣ ଯୋଗାଣକାରୀ ସଂସ୍ଥା ଚିଙ୍ଗୁଡିପାଳ ଅଞ୍ଚଳର ଏକ ସରକାରୀ ଜମି ଏବଂ ଟାଟା ମାଇନ୍ସ ଗେଟ୍‌ ସମ୍ମୁଖରେ କିଛି ଦିନ ଡମ୍ପିଂ କରି ରଖିଥିଲେ। ବର୍ତ୍ତମାନ ବାଲି ଯୋଗାଣକାରୀମାନେ କରଙ୍ଗୀ ଛକ ଏବଂ ଓଏମ୍‌ସି ଦ୍ୱାରା ଦିଆଯାଇଥିବା ଜମିରେ ଡମ୍ପିଂ କରୁଛନ୍ତି। ସେଠାରୁ ଦିନ ସମୟରେ ନକଲି ଟିପି ତିଆରି କରି ଇମ୍ଫା ଓ ଓଏମ୍‌ସି ଖଣି ପରିସରକୁ ବାଲି ଯୋଗାଣ କରୁଛନ୍ତି। ସମ୍ପୃକ୍ତ ଖଣି କର୍ତ୍ତୃପକ୍ଷ ନକଲି ଟିପି ଓ କାଗଜପତ୍ର ଉପଯୁକ୍ତ ଭାବେ ଯାଞ୍ଚ ନ କରି ବାଲି ଓ ଅନ୍ୟାନ୍ୟ ଲଘୁ ଖଣିଜ ଦ୍ରବ୍ୟ ଗ୍ରହଣ କରୁଛନ୍ତି। ଏହି କାରବାରରେ ଖଣି କର୍ତ୍ତୃପକ୍ଷ, ତହସିଲ ଏବଂ ପରିବହନ ଅଧିକାରୀଙ୍କ ମିଳିତ ସହଯୋଗ ରହିଛି ବୋଲି ଅଭିଯୋଗ ହେଉଛି। ଏ ସଂକ୍ରାନ୍ତରେ ସୁକିନ୍ଦା ତହସିଲଦାରଙ୍କୁ ଅଭିଯୋଗକାରୀ ଅନେକ ଥର ଦୃଷ୍ଟି ଆକର୍ଷଣ କରିଥିଲେ ହେଁ ନିଜର ବ୍ୟକ୍ତିଗତ ସ୍ବାର୍ଥକୁ ଆଗରେ ରଖି ବେଆଇନ କାର୍ଯ୍ୟକୁ ଆଖି ବୁଜି ଦେଇଛନ୍ତି। ଏହାସହ ଏମ୍‌ଭିଆଇ ଆକ୍ଟ ୧୯୮୮ ଧାରା ୧୧୩ ଅନୁଯାୟୀ ଲଘୁ ଖଣିଜ ଦ୍ରବ୍ୟ ଓଭରଲୋଡିଂ ପରିବହନ ହେଉଥିଲେ ହେଁ ଚଣ୍ଡିଖୋଲ ଓ ଢେଙ୍କାନାଳ ଆରଟିଓ କର୍ତ୍ତୃପକ୍ଷ ଏଯାଏ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି। ଆରଟିଓ କର୍ତ୍ତୃପକ୍ଷ ଏବଂ ରାଜ୍ୟ ପରିବହନ ଅଥରିଟି କେତେଜଣ ଲୋକଙ୍କୁ ନିୟୋଜନ କରି ମାସିକ ବଟି ନେଇ ଗତ ପ୍ରାୟ ୨ ବର୍ଷ ହେଲା ଉପରୋକ୍ତ ବେଆଇନ କାର୍ଯ୍ୟକୁ ସହଯୋଗ କରି ଆସୁଛନ୍ତି। ବେଆଇନ ବାଲି ଡମ୍ପିଂ ଏବଂ ପରିବହନ ଯୋଗୁ ରାଜ୍ୟ ସରକାର ବିପୁଳ ରାଜସ୍ବ ହରାଉଥିବାବେଳେ ସ୍ଥାନୀୟ ଅଞ୍ଚଳରେ ବାୟୁ ପ୍ରଦୂଷଣ ମଧ୍ୟ ଉତ୍କଟ ହେଉଛି।
ସୂଚନାଯୋଗ୍ୟ, ଭୂବନ ତହସିଲ ଅଧୀନ ବିଭିନ୍ନ ବାଲିଘାଟରୁ ବାର୍ଷିକ ପ୍ରାୟ ୨୫ ରୁ ୩୫ ହଜାର ଘନମିଟର ବାଲି ଉତ୍ତୋଳନ କରିବାକୁ ଲିଜ୍‌ଧାରୀଙ୍କୁ ଅନୁମତି ପ୍ରଦାନ କରାଯାଉଛି । ଏହି ଅନୁସାରେ ଦିନକୁ ହାରାହାରି ୮୨ ଘନ ମିଟର ବାଲି ଉତ୍ତୋଳନ ହୋଇ ପାରିବ। ତଦନୁସାରେ ତହସିଲ ଅଫିସର ସମ୍ପୃକ୍ତ ଅଧିକାରୀଙ୍କ ପକ୍ଷରୁ ଟିପି ଲିଜ୍‌ଧାରୀଙ୍କୁ ପ୍ରଦାନ କରାଯାଉଛି। କିନ୍ତୁ ଯାଜପୁର ଓ ଢେଙ୍କାନାଳ ଜିଲା ଦେଇ ଯାଇଥିବା ବ୍ରାହ୍ମଣୀ ସମେତ ଖରସ୍ରୋତା, ବୈତରଣୀ, ବିରୁପା ଆଦି ନଦୀର ବାଲିଘାଟରୁ ଧାର୍ଯ୍ୟ ପରିମାଣଠାରୁ ବହୁ ଗୁଣରେ ଅଧିକ ବାଲି ଉତ୍ତୋଳନ କରିବାକୁ ଲିଜ୍‌ଧାରୀମାନେ ନକଲି ଟିପିର ଆଶ୍ରୟ ନେଉଛନ୍ତି। ଏହି ନକଲି ଟିପି ରାଜ୍ୟ ଓ ରାଜ୍ୟ ବାହାରର ବିଭିନ୍ନ ସ୍ଥାନରେ ଛପା ଯାଉଥିବା ଜଣାପଡିଛି। ଉକ୍ତ ନକଲି ଟିପିର ଅଧିକାଂଶ ସ୍ଥାନ ଖାଲି ରହୁଥିବା ଦେଖିବାକୁ ମିଳିଛି। ଏ ସଂକ୍ରାନ୍ତରେ ଚଣ୍ଡିଖୋଲ ଆରଟିଓ ସମ୍ବିତ କୁମାରଙ୍କୁ ପଚାରିବାରେ ସେ କହିଛନ୍ତି କାଳିଆପାଣି ଖଣି ଅଞ୍ଚଳରେ ହେଉଥିବା ପରିବହନ ଉପରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ଅନୁଯାୟୀ ପଦକ୍ଷେପ ଗ୍ରହଣ କରାଯିବ।

 


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?