ଚାଷୀଙ୍କ ମୁହଁରେ ହସ ଫୁଟାଇଲା ରେତ ଜଳସେଚନ ପ୍ରକଳ୍ପ: ମରୁଡ଼ି ଅଞ୍ଚଳ ହେଲା ଶସ୍ୟଶ୍ୟାମଳା

ଭବାନୀପାଟଣା,୨୬ା୯ (ଉତ୍ତମ କୁମାର ଦାଶ):ଜଳସେଚନ ଅଭାବରୁ ଦିନେ ଯେଉଁ ଅଞ୍ଚଳରେ ମରୁଡି ଭଳି ସ୍ଥିତି ଉପୁଜୁଥିଲା ଆଜି ସେହି ଅଞ୍ଚଳରେ ଜଳ ସେଚନ ପରେ ଚାଷ ଜମି ଶସ୍ୟଶ୍ୟାମଳା ହୋଇଛି। ଏହାର ଶ୍ରେୟ ନେଉଛି ରେତ ଜଳସେଚନ ପ୍ରକଳ୍ପ। ଏହି ପ୍ରକଳ୍ପ ଏବେ ସ୍ଥାନୀୟ ଚାଷୀଙ୍କ ମୁହଁରେ ହସ ଫୁଟାଇଛି।
କଳାହାଣ୍ଡି ଜିଲା ନର୍ଲା ବ୍ଲକ ବଡ଼ଧାରପୁର ପଞ୍ଚାୟତର କୁଟିଙ୍ଗପଦରଠାରେ ଏହି ପ୍ରକଳ୍ପ ନିର୍ମାଣ ହୋଇଛି। ୨୦୦୪ ଫେବୃଆରୀ ୮ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ୨୦୧୮ରେ ପ୍ରକଳ୍ପ କାମ ଶେଷ ହୋଇଥିବାବେଳେ ୧୬ ଫେବୃଆରୀ ୨୦୧୯ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦ୍‌ଘାଟନ କରିଥିଲେ। ପ୍ରକଳ୍ପ ପାଇଁ ୭୬୮.୪୬ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ଏହି ପ୍ରକଳ୍ପ ହେବା ପରେ ନର୍ଲା ସମେତ ଭବାନୀପାଟଣା, ଲାଞ୍ଜିଗଡ଼ ଓ କେସିଙ୍ଗା ବ୍ଲକର ମରୁଡି ଅଞ୍ଚଳର ଚାଷ ଜମିକୁ ଉଭୟ ଖରିଫ ଓ ରବିରେ ଜଳସେଚନ ହୋଇପାରୁଛି। ଖରିଫରେ ୮୫୦୦ ହେକ୍ଟର ଓ ରବିରେ ୨୨୫୦ହେକ୍ଟର ଜମିକୁ ଜଳସେଚନ ହେଉଛି। ସେଥିମଧ୍ୟରୁ ନର୍ଲା ବ୍ଲକରେ ୩୪୫୬ ହେକ୍ଟର, କେସିଙ୍ଗା ୧୦୮୭ ହେକ୍ଟର, ଭବାନୀପାଟଣା ୩୮୦୩ ଓ ଲାଞ୍ଜିଗଡ ବ୍ଲ୍ଳକର ୧୪୫ ହେକ୍ଟର ଚାଷ ଜମିକୁ ଜଳ୍‌ସେଚିତ ହେଉଛି। ଏହି ପ୍ରକଳ୍ପ ଦ୍ବାରା ୪ ବ୍ଲକର ୯୭ ଗ୍ରାମର ୫୧୯୫ ଜଣ ଚାଷୀ ଉପକୃତ ହେଉଛନ୍ତି। ରେତ ଡ୍ୟାମ୍‌ ଜଳଭଣ୍ଡାରର ଜଳ ଧାରଣ କ୍ଷମତା ୭୨୪୯. ୭୮୭ ହେକ୍ଟୋମିଟର ରହିଥିବାବେଳେ ୨୬୨ କି.ମି. ପର୍ଯ୍ୟନ୍ତ ଏହା ପରିବ୍ୟାପ୍ତ। ପ୍ରକଳ୍ପରୁ ୧୯୬.୮ କି.ମି. ଉଭୟ ବାମ ଓ ଦକ୍ଷିଣ କେନାଲ ମାଧ୍ୟମରେ ଚାଷୀଙ୍କୁ ଜଳ ଯୋଗାଣ କରାଯାଉଛି। ପୂର୍ବରୁ ଇନ୍ଦ୍ରାବତୀ ପ୍ରକଳ୍ପ ଯୋଗୁ କେବଳ ଧର୍ମଗଡ ଉପଖଣ୍ଡ ଅଞ୍ଚଳର ଚାଷୀ ଉଭୟ ଖରିଫ ଓ ରବିରେ ଧାନ ଚାଷ କରି ଉପକୃତ ହେଉଥିଲେ। ଏବେ କିନ୍ତୁ ରେତ ପ୍ରକଳ୍ପ ଯୋଗୁ ଭବାନୀପାଟଣା ଉପଖଣ୍ଡର ଉପରୋକ୍ତ ବ୍ଲକର ଚାଷୀମାନେ ଉଭୟ ଖରିଫ ଓ ରବିରେ ଧାନ ଚାଷକରି ଉପକୃତ ହୋଇପାରୁଛନ୍ତି। ଏ ନେଇ ବିଭାଗୀୟ ଅଧୀକ୍ଷଣ ଯନ୍ତ୍ରୀ ଅନନ୍ତ ରାମ ନାଏକଙ୍କୁ ପଚାରିବାରୁ ଚାଷୀଙ୍କୁ ଠିକ ଭାବରେ ଓ ସୁବିଧାରେ ଜଳସେଚନ ସୁବିଧା ଯୋଗାଇବା ପାଇଁ ପଦକ୍ଷେପ ନେଉଛୁ ବୋଲି ପ୍ରକାଶ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ଆରମ୍ଭ ହେଲା ଏସିଆନ ଗେମ୍ସ, ମନୁ ଭାକର, ପବନ ଶେରାଓ୍ବତ ନେଲେ ଭାରତର ନେତୃତ୍ୱ

ନାଗୋୟା,୧୯ା୯: ଦିନକର ସାଙ୍ଗଠନିକ ସ୍ଥାନୀୟ ମିଜୁହୋ ପାର୍କ ଆଥଲେଟିକ୍‌ ଷ୍ଟାଡିୟମରେ ରଙ୍ଗାରଙ୍ଗ ହାଇଟେକ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହ ୨୦ତମ ଏସିଆନ ଗେମ୍ସ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।…

କର୍ଲାମୁଣ୍ଡା ବ୍ଲକ ପାଇଁ ଗୌରବ: ପ୍ରଥମ ମହିଳା ଭାବେ ପିଏଚ୍‌ଡି ଡିଗ୍ରୀ ହାସଲ କଲେ ସୀମନ୍ତିନୀ ସେଠ

ରିଷିଡ଼ା, ୧୯।୯ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ଗ୍ରାମର ସୀମନ୍ତିନୀ ସେଠ ସଂସ୍କୃତ ବିଷୟରେ ଗବେଷଣା କରି ପିଏଚ୍‌ଡି (PhD) ଡିଗ୍ରୀ ହାସଲ…

ବେଙ୍ଗାଲୁରୁରେ କେନ୍ଦୁଝର ଯୁବକଙ୍କ ଅକାଳ ମୃତ୍ୟୁ: MP ଅନନ୍ତ ନାୟକଙ୍କ ହସ୍ତକ୍ଷେପ ପରେ ଗାଁକୁ ଫେରିଲା ପାର୍ଥିବ ଶରୀର

ପାଟଣା,୧୯।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ବେଗନା ଗ୍ରାମର ସଞ୍ଜୀବ ସେଠୀଙ୍କ ୩୪ ବର୍ଷୀୟ ପୁଅ ଦୀପେଶ ସେଠୀଙ୍କ ବେଙ୍ଗାଲୁରୁରେ ଅକାଳ ମୃତ୍ୟୁ ଘଟିଛି।…

ପରିବେଶ ସୁରକ୍ଷାରେ ଗଞ୍ଜାମ ଗ୍ରାସିମର ବାଜିମାତ୍: ମିଳିଲା “ପ୍ରଦୂଷଣ ନିୟନ୍ତ୍ରଣ ଉତ୍କର୍ଷତା ପୁରସ୍କାର – ୨୦୨୬”

ଗଞ୍ଜାମ, ୧୯।୯ (ବିଦ୍ୟାଧର ସାହୁ): ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସପିସିବି)ର ୪୩ତମ ପ୍ରତିଷ୍ଠା ଦିବସ ଅବସରରେ ଶିଳ୍ପ ବର୍ଗରେ ଗଞ୍ଜାମ ସ୍ଥିତ ଗ୍ରାସିମ୍ କମ୍ପାନୀ…

ମଞ୍ଚସ୍ଥ ହୋଇ ଦର୍ଶକଙ୍କ ମନ ଜିଣିଲା ସାମାଜିକ ନାଟକ ‘ଅବୁଝା ଲୁହ’; ଉଦ୍‌ଘାଟନ କଲେ ଦିଗପହଣ୍ଡି ବିଧାୟକ

ଦିଗପହଣ୍ଡି,୧୯ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଭୀଷ୍ମଗିରି ଗ୍ରାମର ଠାକୁରାଣୀ ଛକଠାରେ ଶ୍ରୀ ଗଣେଶ ପୂଜା ଅବସରରେ ସାମାଜିକ ନାଟକ ‘ଅବୁଝା ଲୁହ’…

‘ଏକ ପେଡ୍‌ ମା’ କେ ନାମ୍‌’: ସିମନବାଡ଼ିରେ ଛାତ୍ରଛାତ୍ରୀଙ୍କ ନିଶାମୁକ୍ତ ସଚେତନତା ପଦଯାତ୍ରା-ବୃକ୍ଷରୋପଣ

ଦାରିଙ୍ଗବାଡ଼ି,୧୯ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିସ୍ଥିତ ପାଦ୍ରୀ ପିଓ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ଶନିବାର ଏକ ନିଶାମୁକ୍ତ ସଚେତନତା କାର୍ଯ୍ୟକ୍ରମ ଓ ପଦଯାତ୍ରା…

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?