ବିନା କାଗଜପତ୍ରରେ ଖୁଲମଖୁଲା ଚାଲାଣ ହେଉଥିଲା ବାଲି-ପଥର, ୧୧ ହାଇୱା ଜବତ ପରେ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ସାମୁଦ୍ରିକ ଝଡ଼, ସୁନାମି, ଭୂକମ୍ପ ପ୍ରବଣରୁ ସୁରକ୍ଷା ପାଇଁ ଜନବସତି ପାର୍ଶ୍ୱରେ ସୁଉଚ୍ଚ ମାଟି ବନ୍ଧ ନିର୍ମାଣରେ ପଥର ପ୍ୟାକିଂ କାର୍ଯ୍ୟ ହେଉଛି। ବ୍ଲକ ଅଧୀନ ସ୍ଥାନୀୟ ରଡ଼ିଆ, କଂସାର, ବଡ଼ଦାଣ୍ଡୁଆ, ବଗ ଗହନ, ବତିଘର, ଖରିନାସୀ, ଜମ୍ବୁ, ସୁନିତି, ବାବର ଆଦି ଅଞ୍ଚଳରେ ରାଜ୍ୟ ସରକାରଙ୍କ ନଦୀ ତଟବନ୍ଧ (ଜଳସମ୍ପଦ) ବିଭାଗ ପକ୍ଷରୁ ବହୁ କୋଟି ଟଙ୍କାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ହେଲେ ବେଆଇନ ଭାବେ ନଦୀରୁ ବାଲି ଓ ପାହାଡ଼ରୁ ପଥର ବୋଝେଇ ହାଇଓ୍ବାଗୁଡ଼ିକ ବିନା କାଗଜପତ୍ରରେ ଖୁଲମଖୁଲା ଚାଲାଣ କରାଯାଉଥିଲା। ଏହାକୁ ଦୃଷ୍ଟିରେ ରଖି ଜିଲା ଖଣି ବିଭାଗ ଓ ସ୍ଥାନୀୟ ପୋଲିସ ପକ୍ଷରୁ ଏକ ସ୍ବତନ୍ତ୍ର ସ୍କ୍ବାଡ୍‌ ଗଠନ କରି ଚଢ଼ାଉ କରାଯାଇ ୧୧ଟି ହାଇଓ୍ବା ଜବତ ପରେ ବ୍ଲକ ପରିସରରେ ରଖାଯାଇଛି। ବ୍ଲକ ପରିସରରେ ଜବତ ହାଇଓ୍ବା ଅଟକ ରଖିବା ଯୋଗୁ ଆସୁଥିବା ଜନସାଧାରଣ ଯାତାୟାତ ଓ ପାର୍କିଂ ସମସ୍ୟା ରହୁଛି ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ଓ ସଧାରଣ ଲୋକମାନେ କହିଛନ୍ତି। ନଦୀ ବନ୍ଧ ନିର୍ମାଣରେ ପଥର ବୋଝେଇ ଗାଡ଼ି ଅଟକ ଯୋଗୁ ଉନ୍ନୟନମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି ବୋଲି ନଦୀକୂଳିଆ ଅଞ୍ଚଳର ଲୋକମାନେ କହିଛନ୍ତି। ବେଆଇନ ନଦୀ ବାଲି ଓ ପଥର ଚାଲାଣ ଯୋଗୁ ସରକାର ରାଜସ୍ବ ହରାଉଛନ୍ତି ବୋଲି ବୁଦ୍ଧିଜୀବୀ ନରୋତ୍ତମ ପାର୍ଥ ସାରଥୀ ଓ ନବ ନିର୍ମାଣ କୃଷକ ସଙ୍ଗଠନର ନେତା ଅଙ୍କୁର ପଲେଇ କହିଛନ୍ତି।
ସୂଚନା ଯୋଗ୍ୟ, ଜିଲା ଖଣି ବିଭାଗ, ମହାକାଳପଡ଼ା ପୋଲିସ ପକ୍ଷରୁ ଜାନୁଆରୀ ୧୮ରେ ୮ ଟି ପଥର ବୋଝେଇ ହାଇୱାକୁ ଥାନା ଅଧୀନ ଅଳାଇଲୋ-ଓରତ ମୁଖ୍ୟ ରାସ୍ତାରେ ଜବତ କରାଯାଇଥିଲା। ପରେ ଜବତ ହାଇୱାଗୁଡ଼ିକ ଓଭର୍‌ ଲୋଡ୍‌ କରିବା ଓ ଆବଶ୍ୟକ କାଗଜପତ୍ର ଅଭାବ ଯୋଗୁ ବ୍ଲକ ପରିସରରେ ପୋଲିସ ଅଟକ ରଖିଛି। ସେହିଭଳି ଏହି ଗାଡ଼ିଗୁଡ଼ିକ ଜବତର ୨ ସପ୍ତାହ ପରେ ଅନ୍ୟ ୩ଟି ଗାଡ଼ିକୁ ସ୍କ୍ବାଡ ଜବତ କରିଥିଲା। ଏ ସମ୍ପର୍କରେ ମହାକାଳପଡ଼ା ଥାନା ଅଧିକାରୀ ମାନସ କୁମାର ମଲିକଙ୍କୁ ପଚାରିବାରେ ଜବତ ଗାଡ଼ିଗୁଡ଼ିକ ବିନା କାଗଜ ପତ୍ର ଓ ଓଭର ଲୋଡ ଯୋଗୁ କେସ୍‌ କରାଯାଇ କୋର୍ଟଙ୍କୁ ଅବଗତ କରାଯାଇଛି। ଆଇନ ଅନୁସାରେ କୋର୍ଟରୁ ଆବଶ୍ୟକ କାଗଜପତ୍ର ଯାଞ୍ଚ ପରେ ରିଲିଜ୍‌ ଅର୍ଡର ପ୍ରଦାନ କରାଯିବ ବୋଲି ସେ କହିଛନ୍ତି। କିଛିଦିନ ପୂର୍ବରୁ ୨ଟି ଅଟକ ହାଇଓ୍ବା କୋର୍ଟରୁ ରିଲିଜ୍‌ ଅର୍ଡର ମିଳିଛି, ଅବଶିଷ୍ଟ ୯ଟି ଗାଡ଼ି ଅଟକ ରହିଛି। ଏ ସଂକ୍ରାନ୍ତରେ କେନ୍ଦ୍ରାପଡ଼ା ଜିଲାପାଳ ରଘୁରାମ ଆର ଆୟରଙ୍କ ମତାମତ ନେବାରେ ଜବତ ହୋଇଥିବା ପଥର ବୋଝେଇ ହାଇଓ୍ବାଗୁଡ଼ିକ ଖବର ନାହିଁ। ଆଇନ ଅନୁସାରେ ଜବତ ଗାଡ଼ିଗୁଡ଼ିକର କାଗଜ ପତ୍ର ଯାଞ୍ଚ ପରେ ରିଲିଜ୍‌ କରାଯିବ ବୋଲି ସେ କହିଛନ୍ତି।

Dharitri –Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଭିତରେ ମୋଦିଙ୍କୁ ବଡ଼ ପ୍ରତିଶ୍ରୁତି ଦେଲେ ପୁଟିନ୍‌, ଦେଖିକି ଟ୍ରମ୍ପ କାବା, ଜୟଶଙ୍କର ଗୋଟିଏ ସାକ୍ଷାତରେ…

ଓ୍ବାଶିଂଟନ୍‌,୩।୪: ଆମେରିକା ଏବଂ ଇସ୍ରାଏଲ ବିରୁଦ୍ଧରେ ଇରାନର ଯୁଦ୍ଧ ଏବଂ ହର୍ମୁଜ ପ୍ରଣାଳୀ ଅବରୋଧ ଯୋଗୁ ସୃଷ୍ଟି ହୋଇଥିବା ଶକ୍ତି ସଙ୍କଟ ମଧ୍ୟରେ, ଭାରତକୁ ରୁଷିଆଠାରୁ ଗୁରୁତ୍ୱପୂର୍ଣ୍ଣ…

ପଦରୁ ହଟଯିବା ପରେ ପ୍ରଥମଥର ମୁହଁ ଖୋଲିଲେ ରାଘବ ଚଢା: କହୁ କହୁ କହିଦେଲେ ବଡ଼ କଥା

ନୂଆଦିଲ୍ଲୀ,୩।୪: ଆମ ଆଦମୀ ପାର୍ଟି (AAP) ନେତା ଏବଂ ରାଜ୍ୟ ସଭା ଏମ୍‌ପି ରାଘବ ଚଢା ଉପନେତା ପଦରୁ ହଟିବା ପରେ ପ୍ରଥମ ଥର ପାଇଁ ଏନେଇ…

ବୃଦ୍ଧି ନା ହ୍ରାସ? ଆଜି ଦେଶରେ ପେଟ୍ରୋଲ-ଡିଜେଲର ମୂଲ୍ୟ କେତେ? ଆସିଲା ଅପଡେଟ୍‌

ନୂଆଦିଲ୍ଲୀ,୩।୪: ପଶ୍ଚିମ ଏସିଆରେ ଭୂରାଜନୈତିକ ଉତ୍ତେଜନା ମଧ୍ୟରେ ବିଶ୍ୱ ତୈଳ ବଜାରରେ ଉଲ୍ଲେଖନୀୟ ପରିବର୍ତ୍ତନ ଜାରି ରହିଥିଲେ ମଧ୍ୟ ଭାରତରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ୩…

ଏକମାତ୍ର ଦେଶ ଭାବେ ଭାରତ ହରାଇଛି…ଯୁଦ୍ଧ ମଧ୍ୟରେ ୬୦ ଦେଶକୁ ନେଇ ଚାଲିଥିବା ବୈଠକରେ ହୃଦୟର କଥା କହିଲା ଭାରତ

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଇରାନ ନିୟନ୍ତ୍ରଣରେ ଥିବା ହର୍ମୁଜ ପ୍ରଣାଳୀକୁ ପୁନର୍ବାର ଖୋଲିବା ପାଇଁ ଭାରତ ଦାବି କରିଛି। ଭାରତ ଏହା ମଧ୍ୟ…

ପାଳନ ହେବ ଐତିହାସିକ ଜମ୍ବୁ ମହୋତ୍ସବ: ଅଗ୍ନିଶମ, ବିଦ୍ୟୁତ୍‌, ସ୍ବାସ୍ଥ୍ୟ, ପାନୀୟଜଳକୁ ଗୁରୁତ୍ୱ ଦେଇ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀଙ୍କ ଝାମୁଯାତ୍ରାରେ ଐତିହାସିକ ଜମ୍ବୁ ମହୋତ୍ସବ ପାଳନ କରିବାକୁ ପ୍ରଶାସନିକ…

ସଚେତନତା ହିଁ ଚିନ୍ତାଧାରା ବଦଳାଇବାର ବଡ଼ ମାଧ୍ୟମ

‘ଗୋମାୟା ପେଣ୍ଟ୍‌ସ’ର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଦୁର୍ଗା ପ୍ରିୟଦର୍ଶିନୀ ତାଙ୍କ ବ୍ୟବସାୟିକ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଜଣେ ଗୃହିଣୀ ଭାବେ ସମାଜ ଓ ପରିବେଶ…

ଯୁବକଙ୍କୁ ହତ୍ୟା କରି ଟାଙ୍ଗିଦେଲେ, ଛାନ୍‌ଭିନ୍‌ କରୁଛି ସାଇଣ୍ଟିଫିକ୍‌ ଟିମ୍‌

ବାଲେଶ୍ୱର,୩ା୪(ବାଞ୍ଛାନିଧି ଦେ): ଏକ ପରିତ୍ୟକ୍ତ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ମାଳ ଗାଁରେ ଘଟିଛି ଏପରି ଅଭାବନୀୟ…

IPLରେ ଅଭିଷେକଙ୍କ ବଡ଼ କାରନାମା: ୪ ଛକା ମାରି କଲେ ଅନନ୍ୟ ରେକର୍ଡ

କୋଲକାତା,୩।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଅଭିଷେକ ଶର୍ମା ୪୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ୨୨୮.୫୭ ଷ୍ଟ୍ରାଇକ ରେଟରେ ଖେଳି ଅଭିଷେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri