ସମ୍ବଲପୁର,୨୬ା୨(ବି.ଶଙ୍କର): ସମଲେଶ୍ୱରୀ ସ୍ପୋର୍ଟିଂ ପକ୍ଷରୁ ଆୟୋଜିତ ୧୪ତମ ସର୍ବଭାରତୀୟ ସମ୍ବଲପୁର କପ୍ ଫୁଟ୍ବଲ ଟୁର୍ନାମେଣ୍ଟର ଗୁରୁବାର ପ୍ରଥମ ସେମିଫାଇନାଲ ମ୍ୟାଚ୍ରେ କେରଳ ଷ୍ଟେଟ୍ ଇଲେଷ୍ଟ୍ରିସିଟି ବୋର୍ଡ ବିଜୟୀ ହୋଇଛି। ଏଥିସହ କେରଳ ଫାଇନାଲ ମ୍ୟାଚ୍ ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଛି।
ସ୍ଥାନୀୟ ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମରେ ପ୍ରଥମ ସେମିଫାଇନାଲ ମ୍ୟାଚ୍ କେରଳ ବନାମ ସମଲେଶ୍ୱରୀ ସ୍ପୋର୍ଟିଂ ମଧ୍ୟରେ ହୋଇଥିଲା। ମ୍ୟାଚର ୩୮ତମ ମିନିଟରେ କେରଳ ଦଳର ଶ୍ରୀରାଜ.କେ ଏକ ଦର୍ଶନୀୟ ଗୋଲ ସ୍କୋର କରିଥିଲେ ା ଏହାପରେ ସମଲେଶ୍ୱରୀ ସ୍ପୋର୍ଟିଂ ଖେଳାଳିମାନେ ଯୋଜନାବଦ୍ଧ ଭାବେ ବିପକ୍ଷ କେରଳ ଗୋଲ ପୋଷ୍ଟ ଉପରେ ତୁହାକୁ ତୁହା ଆକ୍ରମଣ ଜାରି ରଖିଥିଲେ। କିନ୍ତୁ ଫିନିଶିଂ ଅଭାବରୁ ଦଳ ଗୋଲ ସ୍କୋର କରିବାରେ ବିଫଳ ହୋଇଥିଲା। କେରଳ ଦଳ ୧-୦ ଗୋଲରେ ବିଜୟୀ ହୋଇଥିଲା।
ରେଫରୀ ସୁବ୍ରତ କୁମାର ପୁରୋହିତ ପଡ଼ିଆରେ ମ୍ୟାଚ ପରିଚାଳନା କରିଥିଲେ ା ତାଙ୍କୁ ଲାଇନରେ ଜ୍ୟୋତିରଞ୍ଜନ ସ୍ବାଇଁ ଏବଂ ଅରୁଣ ନାୟକ ସହଯୋଗ କରିଥିଲେ। ଆଶୀର୍ବାଦ କାନୁନ୍ଗୋ ଚତୁର୍ଥ ରେଫରୀ ଏବଂ ଶ୍ରୀକାନ୍ତ ବହିଦାର ମ୍ୟାଚ୍ କମିଶନର ଥିଲେ।
ସମଲେଶ୍ୱରୀ ସ୍ପୋର୍ଟିଂ ସମ୍ପାଦକ ଅତନୁ ଘୋଷଙ୍କ ପରିଚାଳନାରେ କାର୍ଯ୍ୟକ୍ରମ ହୋଇଥିଲା ା ସମ୍ବଲପୁର ଜିଲା କ୍ରୀଡ଼ା ସଂଘ ସାଧାରଣ ସମ୍ପାଦକ ସୁନୀଲ କୁମାର ସାହୁ ଅତିଥି ସ୍ବାଗତ କରିଥିଲେ ା ସମ୍ବଲପୁର ଏମ୍ପି ପ୍ରତିନିଧି ନାଉରୀ ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ ା

