India’s Got Latent: ଇନ୍‌ଷ୍ଟାଗ୍ରାମରେ ଜଣେ ଯୁବତୀଙ୍କୁ ଫଲୋ କରନ୍ତି ସମୟ ରାଇନା, ନାଁ ଶୁଣିଲେ…

ମୁମ୍ବାଇ: ଇଣ୍ଡିଆଜ୍‌ ଗଟ୍‌ ଲାଟେଣ୍ଟ ବିବାଦ ଘେରକୁ ଆସିଛି। ରଣବୀର ଆହ୍ଲାବାଦିଆଙ୍କ ମାତାପିତାଙ୍କ ବିଷୟରେ ଅଶ୍ଳୀଳ ମନ୍ତବ୍ୟ ପରେ ସମୟ ରାଇନା ମଧ୍ୟ ବିବାଦରେ ଫସିଛନ୍ତି। ତେବେ ସମୟ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ୍‌। ତାଙ୍କୁ ୬୦ ଲକ୍ଷ ଲୋକ ଫଲୋ କରନ୍ତି। କିନ୍ତୁ ସମୟ କେବଳ ଜଣେ ମାତ୍ର ଯୁବତୀଙ୍କୁ ଫଲୋ କରନ୍ତି। ଯାହାଙ୍କ ନାଁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

ସମୟ ଭାରତ ଏବଂ ବିଦେଶରେ ଶୋ’ କରୁଛନ୍ତି। ସେ ତାଙ୍କ ଶୋ’ ଯୋଗୁ ବହୁତ ଲୋକପ୍ରିୟ ହୋଇପାରିଛନ୍ତି। କିଛି ଲୋକ ସମୟଙ୍କ ଡାର୍କ କମେଡିକୁ ପସନ୍ଦ କରନ୍ତି ତ କିଛି ଲୋକ ଏହାକୁ ଅଶ୍ଳୀଳ ବୋଲି କୁହନ୍ତି। ସେ ଇନ୍‌ଷ୍ଟାଗ୍ରାମରେ ତାଙ୍କ ଶୋ’ର ଭିଡିଓ ମଧ୍ୟ ଶେୟାର କରୁଛନ୍ତି।

ସମୟ କେବଳ ଜଣେ ଯୁବତୀଙ୍କୁ ଇନ୍‌ଷ୍ଟାଗ୍ରାମରେ ଫଲୋ କରିଛନ୍ତି। ସେ ହେଉଛନ୍ତି ଅଭିନେତ୍ରୀ ରାକ୍ଷୀ ସାଓ୍ବନ୍ତଙ୍କ। ରାକ୍ଷୀ ସମୟଙ୍କ ଶୋ’ ଇଣ୍ଡିଆଜ୍‌ ଗଟ୍‌ ଲାଟେଣ୍ଟରେ ମଧ୍ୟ ଦେଖା ଦେଇଥିଲେ। ଯେଉଁଠାରେ ରାକ୍ଷୀ ବି ଗାଳିଗୁଲଜର କରୁଥିବାର ଦେଖାଯାଇଥିଲା। ରଣବୀରଙ୍କ ମନ୍ତବ୍ୟ ପରେ ରାକ୍ଷୀ ସମୟଙ୍କ ସମର୍ଥନରେ ବାହାରିଛନ୍ତି।

ଏକ ସାକ୍ଷାତକାରରେ ରାକ୍ଷୀ ସମୟଙ୍କୁ ସମର୍ଥନ କରିଛନ୍ତି। ରାକ୍ଷୀ କହିଛନ୍ତି, ଜଣେ ବ୍ୟକ୍ତି ଭୁଲ୍‌ କରିଥିଲେ କିନ୍ତୁ ଅନ୍ୟମାନଙ୍କୁ କାହିଁକି ଟାର୍ଗେଟ କରାଯାଉଛି? ରଣବୀର କିଛି ଭୁଲ୍‌ କହିଛନ୍ତି ଏବଂ ମୁଁ ମଧ୍ୟ ସହମତ ଯେ, ସେ ଭୁଲ କରିଛନ୍ତି। କିନ୍ତୁ କେବଳ ସମୟଙ୍କ ଉପରେ କାହିଁକି ଆକ୍ରମଣ ହେଉଛି? ଯେତେବେଳେ ନଓ୍ବାଜୁଦ୍ଦିନ ସିଦ୍ଦିକି ସାକ୍ରେଡ ଗେମ୍ସରେ ଏକ ବୋଲ୍ଡ ଭୂମିକାରେ ଅଭିନୟ କରିଥିଲେ, କେହି କୌଣସି ପ୍ରଶ୍ନ ପଚାରି ନ ଥିଲେ। ଯଦି ଏହି ଶୋ’କୁ ନିଷିଦ୍ଧ କରାଯାଉଛି, ତେବେ ସମସ୍ତ ଓଟିଟି ପ୍ଲାଟଫର୍ମକୁ ବନ୍ଦ କରିଦିଆଯିବା ଉଚିତ୍‌। ଏହା ଭୁଲ୍‌।

ସମୟଙ୍କୁ ମଧ୍ୟ ଆଜି ତାଙ୍କର ବୟାନ ରେକର୍ଡ କରିବାକୁ ପଡ଼ିଲା। ସମୟଙ୍କ ଓକିଲ ଥାନାରେ ପହଞ୍ଚିଥିଲେ। ସେ କହିଥିଲେ ଯେ, ସମୟ ବିଦେଶରେ ଅଛନ୍ତି ଏବଂ ୧୭ ମାର୍ଚ୍ଚରେ ଫେରିବେ। ସମୟଙ୍କ ଓକିଲ ସାଇବର ସେଲ୍‌ରେ ତାଙ୍କର ଯାତ୍ରା ଟିକେଟ ଏବଂ ଶୋ’ ସୂଚୀ ଦାଖଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?