ଏତିକି ଟଙ୍କା ଫିସ୍‌ ନିଅନ୍ତି ସଲମାନଙ୍କ ଅଙ୍ଗରକ୍ଷୀ

ବଲିଉଡ୍‌ ଅଭିନେତା ସଲମାନ ଖାନଙ୍କ ସହିତ ଛାଇ ଭଳି ରହୁଥାନ୍ତି ତାଙ୍କ ଅଙ୍ଗରକ୍ଷୀ ଶେରା। ସଲ୍ଲୁଙ୍କ ପରି ଶେରା ମଧ୍ୟ ଚର୍ଚ୍ଚାରେ ଥାନ୍ତି। କୁହାଯାଏ ସଲମାନଙ୍କ ଫିଲ୍ମ ‘ବଡିଗାର୍ଡ’ ମଧ୍ୟ ଶେରାଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ନିର୍ମିତ ହୋଇଥିଲା। ଏହି ଫିଲ୍ମରେ ସଲମାନ ୍‌ଅଙ୍ଗରକ୍ଷୀଙ୍କ ଭୂମିକାରେ ଅଭିନୟ କରିଥିଲେ। ଫିଲ୍ମକୁ ଦର୍ଶକ ପସନ୍ଦ ମଧ୍ୟ କରିଥିଲେ। ଶେରା ୧୯୮୭ରେ ମିଷ୍ଟର ମୁମ୍ବାଇ ଜୁନିଅର ରହିଛନ୍ତି। ସେ ୧୯୮୮ରେ ମିଷ୍ଟର ମହାରାଷ୍ଟ୍ର ଜୁନିଅରର ଦ୍ୱିତୀୟ ରନର୍‌ ଅପ ହୋଇଥିଲେ।
ଶେରା କେବଳ ସଲମାନଙ୍କ ନୁହେଁ ବରଂ ଅନେକ ଅନ୍ତର୍ଜାତୀୟ ସେଲିବ୍ରିଟିଙ୍କ ସୁରକ୍ଷା ଦାୟିତ୍ୱ ଗ୍ରହଣ କରିଛନ୍ତି। ଏଥିମଧ୍ୟରେ ପ୍ୟାରିସ ହିଲଟନ, ଜ୍ୟାକି ଖାନ, ମାଇକେଲ ଜ୍ୟାକ୍ସନ ଏବଂ ୱିଲ ସ୍ମିଥ ଭଳି ଜଣାଶୁଣା ନାମ ସାମିଲ ଅଛି। ଅଙ୍ଗରକ୍ଷୀ ଦାୟିତ୍ୱ ପାଇଁ ଶେରା ଅଧିକ ଅର୍ଥ ମଧ୍ୟ ପାରିଶ୍ରମିକ ନେଇଥାନ୍ତି। ଶେରା ତାଙ୍କ କାମ ପାଇଁ ବାର୍ଷିକ ୨ କୋଟି ଟଙ୍କା ନିଅନ୍ତି। ଶେରା ପ୍ରତି ମାସରେ ପ୍ରାୟ ୧୫ ଲକ୍ଷରୁ ଅଧିକ ଟଙ୍କା ନେଇଥାନ୍ତି। ଥରେ ଏକ ସାକ୍ଷାତକାରରେ ଶେରା ଖୋଲାଖୋଲି ଭାବେ ସଲମାନ ଖାନଙ୍କ ବିଷୟରେ କଥା ହୋଇଥିଲେ। ଶେରା କହିଥିଲେ, ସଲମାନ ମୋର ଗୁରୁ ଅର୍ଥାତ୍‌ ମୋ ଭଗବାନ, ମୁଁ ତାଙ୍କ ପାଇଁ ମୋ ଜୀବନ ମଧ୍ୟ ଦେଇପାରେ। ତୁମେ ମୋତେ ସବୁବେଳେ ମୋ ଭାଇଙ୍କ ସାମ୍ନାରେ ଠିଆ ହେବାର ଦେଖିବ, ପଛରେ କିମ୍ବା ତାଙ୍କ ସହିତ ନୁହେଁ। ମୁଁ ତାଙ୍କ ଉପରେ ପ୍ରଥମେ ଆସୁଥିବା ବିପଦକୁ ସାମ୍ନା କରିପାରିବି, ଏହି କାରଣରୁ ମୁଁ ସର୍ବଦା ଆଗରେ ଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକାକୁ ଅପହରଣ କରି ବଳାତ୍କାର

ବଲାଙ୍ଗୀର,୨୬।୫(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ସିନ୍ଧେକେଲା ଥାନା ଅଞ୍ଚଳରେ ଏକ ଲଜ୍ଜା ଜନକ ଘଟଣା ଘଟିଛି। ଜଣେ ନାବାଳିକାକୁ ଅପହରଣ କରି ବଳାତ୍କାର କରାଯାଇଥିବା ଅଭିଯୋଗ…

ପ୍ରକାଶ ପାଇଲା OAS ପରୀକ୍ଷାଫଳ: ୨୦୦ ପରୀକ୍ଷାର୍ଥୀ କୃତକାର୍ଯ୍ୟ, ବୁବୁନ ସାହ ଟପ୍ପର, ଦେଖନ୍ତୁ ତାଲିକା…

ଭୁବନେଶ୍ୱର,୨୬।୫: ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି) ପରିଚାଳିତ OCS-୨୦୨୪ ପରୀକ୍ଷାର ଚୂଡ଼ାନ୍ତ ଫଳାଫଳ ମଙ୍ଗଳବାର ପ୍ରକାଶ ପାଇଛି। ଏହି ପ୍ରତିଷ୍ଠିତ ପରୀକ୍ଷାରେ ମୋଟ ୨୦୦ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ…

ପୂର୍ବତନ ତୀରନ୍ଦାଜ ଶ୍ୟାମ ଲାଲଙ୍କ ପରଲୋକ, ସେଉଲ ଅଲିମ୍ପିକ୍ସରେ କରିଥିଲେ ପ୍ରତିନିଧିତ୍ୱ

ନୂଆଦିଲ୍ଲୀ, ୨୬ା୫: ଭରତର ପୂର୍ବତନ ତୀରନ୍ଦାଜ ଶ୍ୟାମ ଲାଲ ମୀନାଙ୍କ ପରଲୋକ ଘଟିଛି। ସେ ୧୯୮୮ ସେଉଲ ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ୱ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ…

ମମତାଙ୍କ ବିରୋଧରେ FIR; ବଢ଼ିଲା ଅଡୁଆ!

କୋଲକାତା,୨୬।୫: ବିଧାନସଭା ନିର୍ୱାଚନରେ ଶୋଚନୀୟ ପରାଜୟ ପରେ ପଶ୍ଚିମବଙ୍ଗର ପୂର୍ୱତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣି ଥରେ ବିବାଦରେ ଫସିଛନ୍ତି। ତାଙ୍କ ବିରୋଧରେ ସିଲିଗୁଡ଼ି ସାଇବର ପୋଲିସ…

ନିର୍ଦ୍ୱନ୍ଦରେ ଅଧ୍ୟକ୍ଷ ଭାବରେ ନିର୍ବାଚିତ ହେଲେ ଅରୁଣ କୁମାର ପଣ୍ଡା, କହିଲେ କୃଷକ ସମସ୍ତ…

ପୁରୁଷୋତ୍ତମପୁର,୨୬।୫ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଆତ୍ମା (କୃଷିବୈଷୟିକ କମିଟି)ର ନିର୍ବାଚନ ମଙ୍ଗଳବାର କୃଷି କାର୍ଯ୍ୟାଳୟ ପରିଷରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୋଟ ୨୨…

ମହାନଦୀରେ ଭାସିଗଲେ ବାଳକ, ଅଗ୍ନିଶମ ବିଭାଗର ଖୋଜାଖୋଜି ଜାରି

କଟକ ସଦର, ୨୬।୫ (ସୁଶାନ୍ତ କୁମାର ଜେନା): କନ୍ଦରପୁର ଥାନା ଅନ୍ତର୍ଗତ ଦାମୋଦରପୁର ନିକଟରେ ମହାନଦୀରେ ଗାଧୋଇବା ବେଳେ ମଙ୍ଗଳବାର ଅପରାହ୍ନରେ ଜଣେ ବାଳକ ପାଣିର ପ୍ରବଳ…

ଏଡିଏମଙ୍କ କ୍ୟାମ୍ପ କୋର୍ଟ ପୁଣି ଆରମ୍ଭ: ଲୋକଙ୍କୁ ତ୍ୱରିତ ସେବା ଦେବାକୁ ନିର୍ଦ୍ଦେଶ

ଭଞ୍ଜନଗର, ୨୬।୫ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଏଡିଏମ ଦେବଦତ୍ତ ପଣ୍ତା ମଙ୍ଗଳବାର ଭଞ୍ଜନଗର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ କ୍ୟାମ୍ପ କୋର୍ଟ ଆୟୋଜନ କରିଥିଲେ। ଏହି ସମୟରେ ସେ…

ମଣିଷ ଶରୀରରେ ଆଜି ବି ଅଛି ତୃତୀୟ ଆଖି! ବୈଜ୍ଞାନିକ କଲେ ଚମକାଇଦେଲା ଭଳି ଖୁଲାସା

ଆପଣ ଭଗବାନ ଶିବଙ୍କର ତୃତୀୟ ନୟନ ବା ତ୍ରିନେତ୍ର ବିଷୟରେ ନିଶ୍ଚୟ ଶୁଣିଥିବେ, କିନ୍ତୁ ଆପଣ କେବେ ମଣିଷର ତୃତୀୟ ଆଖି ବିଷୟରେ ଶୁଣିଛନ୍ତି କି? ଆଜ୍ଞା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri