ଏକ୍ସ-ଗର୍ଲଫ୍ରେଣ୍ଡଙ୍କୁ ପିଟୁଥିଲେ ସଲମାନ, ଅଭିନେତ୍ରୀ କହିଲେ ଏମିତି…

ମୁମ୍ବାଇ: ସୁପରଷ୍ଟାର ସଲମାନ୍‌ ଖାନ ଏପର୍ଯ୍ୟନ୍ତ ବିବାହ କରିନାହାନ୍ତି, କିନ୍ତୁ ତାଙ୍କ ପ୍ରେମ କାହାଣୀ ସବୁବେଳେ ଚର୍ଚ୍ଚାରେ ରହିଥାଏ। ସଲମାନ୍‌ଙ୍କ ବହୁ ଗର୍ଲଫ୍ରେଣ୍ଡ ଥିଲେ। ସେଥିମଧ୍ୟରୁ ସୋମି ଅଲ୍ଲୀ ଜଣେ। ସଲମାନ ଏବଂ ସୋମିଙ୍କ ସମ୍ପର୍କ ବିଷୟରେ ପ୍ରାୟ ସମସ୍ତେ ଜାଣନ୍ତି। ସୋମି ଏକ ସାକ୍ଷାତକାରରେ କହିଛନ୍ତି, ସଲମାନଙ୍କ ଫିଲ୍ମ ଦେଖିବା ପରେ ହିଁ ସେ ଭାରତ ଆସିଥିଲେ।

ସଲମାନଙ୍କ ସହ ଜଡ଼ିତ ପ୍ରତ୍ୟେକ ଖବର ପ୍ରକାଶ କରୁଥିବା କମଲ ଆର୍‌ ଖାନ (କେଆର୍‌କେ) ବର୍ତ୍ତମାନ ଏକ ଭିଡିଓ କ୍ଲିପ୍‌ ଶେୟାର କରିଛନ୍ତି। ଏଥିରେ ସୋମି ତାଙ୍କ ସମ୍ପର୍କ ବିଷୟରେ କହୁଥିବା ଦେଖିବାକୁ ମିଳିଛି। ଭିଡିଓରେ ସୋମି କହୁଛନ୍ତି, ସେ ସଲ୍‌ମାନଙ୍କ ପାଇଁ ଘର ଛାଡ଼ି ଭାରତକୁ ଆସିଥିଲେ। ପରେ ତାଙ୍କ ସହ ଅନେକ କିଛି ଘଟିଥିଲା।

ସଲମାନଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ହେଉଛନ୍ତି ସୋମି। ତାଙ୍କର ଏକ ଭିଡିଓ କ୍ଲିପ୍‌ ଶେୟାର କରିଛନ୍ତି କେଆର୍‌କେ। ଏଥିରେ କ୍ୟାପଶନ ଲେଖାଯାଇଛି, ସୋମି ଏଠାରେ କାହା ଉପରେ ଅଭିଯୋଗ କରୁଛନ୍ତି? କିଏ ତାଙ୍କୁ ପିଟୁଥିଲେ? କେହି ମୋତେ କହିପାରିବେ କି? ଏଥିରେ ସୋମି କହୁଛନ୍ତି, ମୁଁ ବଲିଉଡ୍‌ର ଷ୍ଟାର୍‌ ଥିଲି। ମୁଁ ବହୁତ ବଡ଼ ଷ୍ଟାରଙ୍କୁ ଡେଟ୍‌ କରୁଥିଲି, ସେ ଭାରତର ବ୍ରାଡ୍‌ ପିଟ୍‌ ପରିଥିଲେ। ମୁଁ ତାଙ୍କୁ ଖୋଜିବା ଏବଂ ବିବାହ କରିବା ପାଇଁ ୧୬ ବର୍ଷ ବୟସରେ ଭାରତ ଆସିଥିଲି।

ସୋମି ଆହୁରି କହିଛନ୍ତି, ସଲମାନ ମୋତେ କୁହନ୍ତି, ତୁମେ କାହିଁକି ପଡ଼ୋଶୀଙ୍କୁ ମାରନନି। ମୁଁ ତୁମକୁ ପିଟୁଛି କାରଣ ମୁଁ ତୁମକୁ ଭଲ ପାଏ। ତୁମର ଯତ୍ନ ନେଉଛି। ମୁଁ ଚାହେଁ ତୁମେ ବି ଏପରି କାମ କରିବ। ମୁଁ ସେତେବେଳେ ଜଣେ ଶିଶୁ ଥିଲି। ତେଣୁ ଭାବିଲି ଠିକ୍‌ ଅଛି। କାରଣ ହେଉଛି ମୋର ଲାଳନପାଳନ। ଯେଉଁଥିପାଇଁ ସଲମାନ ମାରିଲେ ବି ମୁଁ ସହି ଯାଉଥିଲି। ଭିଡିଓ ଭାଇରାଲ ପରେ ଅନେକ ୟୁଜର ଭିନ୍ନ ଭିନ୍ନ ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?