ସୁରଜ ବଡଜାତ୍ୟାଙ୍କ ସହ କାମ କରିବାକୁ ଚାହୁଁଛନ୍ତି ସଲମାନ

ମୁମ୍ବାଇ: ବଲିଉଡ ଭାଇଜାନ ସଲମାନ ଖାଁ ଏବେ ଟେଲିଭିଜନ ରିୟଲଟି ଶୋ’ ବିଗ ବସ ୧୬ ସହ ତାଙ୍କ ଅପକମିଂ ମୁଭିକୁ ନେଇ ଚର୍ଚ୍ଚାରେ ରହିଆସୁଛନ୍ତି । କିଛିଦିନ ତଳେ ସଲମାନ ମୁଭି ‘ଟାଇଗର ୩’ ଓ ‘କିସି କା ଭାଇ କିସିକା ଜାନ’କୁ ନେଇ ସୋସିଆଲ ମିଡିଆରେ ସୂଚନା ଦେଇଥିଲେ । ହେଲେ ଏମିତି ଏକ ମୁଭି ଥିଲା ଯେଉଁଥିରେ ସଲମାନ ଅଭିନୟ କରିବାକୁ ଚାହାଁଥିଲେ ହେଲେ ତାଙ୍କ ବନ୍ଧୁ ତଥା ନିର୍ଦ୍ଦେଶକ ସୁରଜ ବଡଜାତ୍ୟା ତାଙ୍କୁ ଏହି ଫିଲ୍ମରେ ନେଇ ନ ଥିଲେ । ଏହା ଜାଣିବା ପରେ ସଲମାନଙ୍କ ପ୍ରଶଂସକଙ୍କ ମନରେ ସାମାନ୍ୟ ନିରାଶା ଭାବ ପ୍ରକାଶ ପାଇଛି ।
ଅମିତାଭ ବଚ୍ଚନ, ବୋମନ ଇରାନି, ନିନା ଗୁପ୍ତା, ପରିଣିତି ଚୋପ୍ରା ଓ ଅନୁପମ ଖେରଙ୍କ ମୁଭି ‘ଉଁଚାଇ’ର ଟ୍ରେଲର ନିକଟରେ ରିଲିଜ ହୋଇଛି । ଏହାର ଟ୍ରେଲର ଭିଡିଓକୁ ଦେଖି ପ୍ରଶଂସକ ଖୁବ୍ ଖୁସି ହୋଇ ଯାଇଛନ୍ତି । ଏହି ଟ୍ରେଲର ଲଞ୍ଚ ସମୟରେ ନିର୍ଦ୍ଦେଶକ ସୁରଜ ବଡଜାତ୍ୟା ବଲିଉଡ ଭାଇଜାନ ସଲମାନଙ୍କୁ ନେଇ ବଡ କଥା କହିଛନ୍ତି । ସେ କହିଛନ୍ତି ସଲମାନ ଖାଁ ‘ଉଁଚାଇ’ରେ କାମ କରିବାକୁ ଚାହୁଁଥିଲେ ହେଲେ ମୁଁ ତାଙ୍କୁ ମନା କଲି । କାରଣ ଏହି ମୁଭିରେ ମୁଁ ସମ୍ପୂର୍ଣ୍ଣ ଅଲଗା କାଷ୍ଟ କରିବାକୁ ଚାହୁଁଥିଲି । ବଡଜାତ୍ୟା କହିଥିଲେ ମୁଁ ଏହି ମୁଭିରେ ଏମିତି ଷ୍ଟାରଙ୍କୁ ନେବାକୁ ଚାହୁଁଥିଲି ଯେଉଁମାନେ ପାହାଡ ଚଢି ପାରିବେ ନାହିଁ । ହେଲେ ସଲମାନ ତ ପାହାଡ ଚଢିଯିବେ । ସେଥିପାଇଁ ମୁଁ ତାଙ୍କୁ ମନା କରିଥିଲି ।
ସୂଚନାଯୋଗ୍ୟ, ସଲମାନ ଖାଁ ଓ ସୁରଜ ବଡଜାତ୍ୟାଙ୍କ ମୁଭି ବଲିଉଡରେ ଖୁବ୍ ଚର୍ଚ୍ଚା ସାଉଁଟିଥାଏ । ଏହି ଯୋଡିଙ୍କ ମୁଭି ହମ ଆପକେ ହୈ କୌନ ଓ ମେନେ ପ୍ୟାର କିୟା ଭଳି ସୁପରହିଟ୍ ଫିଲ୍ମ ଭେଟି ଦେଇଛନ୍ତି । ସୁରଜ ବଡଜାତ୍ୟାଙ୍କ ଫିଲ୍ମ ଚଳିତ ବର୍ଷ ୧୧ ନଭେମ୍ବରରେ ରିଲିଜ୍ ହେବାର ଯୋଜନା ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଦୀପାବଳି ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ମିଳିବ ଖୁସି ଖବର, ଏତିକି % ବଢ଼ିବ DA!

ଲକ୍ଷ୍ନୌ,୪।୧୦: ଦୀପାବଳି ପୂର୍ବରୁ ଉତ୍ତରପ୍ରଦେଶର ସରକାରୀ କର୍ମଚାରୀ ଓ ପେନ୍‌ସନର୍‌ଙ୍କୁ ମିଳିପାରେ ଖୁସି ଖବର। ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟ କର୍ମଚାରୀଙ୍କ ପାଇଁ ବର୍ଦ୍ଧିତ ମହଙ୍ଗା ଭତ୍ତା…

ଗୋବିନ୍ଦା-କୋମଲଙ୍କ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ଝିଅ ଟିନା, କେବଳ କଥା….

ମୁମ୍ବାଇ,୪।୧୦: ବଲିଉଡ୍ ଅଭିନେତା ଗୋବିନ୍ଦା ଏବେ ଅଭିନେତ୍ରୀ କୋମଲ ରାଣୀ ସ୍ୱର୍ଣ୍ଣକାରଙ୍କ ସହ କଥିତ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଗୋବିନ୍ଦା ଓ ତାଙ୍କ ପତ୍ନୀ…

୨ଛାତ୍ରୀଙ୍କୁ ଅସଦାଚରଣ, ସ୍କୁଲ କିରାଣି ଗିରଫ

ଟେନ୍‌ସା,।୪।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ. ବଲାଙ୍ଗ ଥାନା ଜାମୁଢ଼ି ପଞ୍ଚାୟତର ଏକ ହାଇସ୍କୁଲରେ ୨ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା…

ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ

ବଡ଼ବିଲ,୪।୧୦(ଜୟନ୍ତୀ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁସ୍ଥିତ ବୁରୁସାହିରେ ଶୁକ୍ରବାର ରାତିରେ ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ ଘଟିଛି। ମୃତକ ଭିଣୋଇ ହେଲେ ବନମାଳୀ…

ଗୋଟିଏ କୋଠରିରେ ଦୁଇଟି ଶ୍ରେଣୀର ପାଠପଢ଼ା

ବରଗଡ଼,୪।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ କନ୍ଦାଡଙ୍ଗର ଗ୍ରାମରେ ୧୯୪୦ରେ ପ୍ରତିଷ୍ଠିତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟାଘେରରେ ରହିଛି। କେବଳ…

ଆଜି କର୍କଟ ରାଶିରେ ଚନ୍ଦ୍ରଙ୍କ ଗୋଚର: ତୁଳା-ମୀନ ସମେତ ୩ ରାଶି ହେବେ ମାଲାମାଲ୍‌, ଘରକୁ ଆସିବ ଖୁସି ଖବର

କର୍କଟ ରାଶି ହେଉଛି ଚନ୍ଦ୍ରମାଙ୍କର ନିଜ ରାଶି। ନିଜ ରାଶିରେ ଚନ୍ଦ୍ରମାଙ୍କ ଗୋଚର ତିନିଟି ରାଶି ପାଇଁ ଭାଗ୍ୟଶାଳୀ ପ୍ରମାଣିତ ହୋଇପାରେ। ଆଜି ୪ ଅକ୍ଟୋବର ୨୦୨୬,…

ଟିପିସିଓଡିଏଲ ଆଉଟସୋର୍ସିଂ ଷ୍ଟାଫ୍‌ଙ୍କ ଛଟେଇ ପ୍ରତିବାଦରେ କାର୍ଯ୍ୟବନ୍ଦ ଆନ୍ଦୋଳନ: ଅନ୍ତର୍ଘାତୀ କାର୍ଯ୍ୟକଳାପ ବୃଦ୍ଧି ଅଭିଯୋଗ

କଟକ ସଦର, ୪/୧୦ (ସୁଶାନ୍ତ କୁମାର ଜେନା): ଟିପିସିଓଡିଏଲ କର୍ତ୍ତୃପକ୍ଷ କର୍ମଚାରୀ ଛଟେଇ ଆରମ୍ଭ କରିଥିବା ଅଭିଯୋଗ କରି ଆଉଟସୋର୍ସିଂ କର୍ମଚାରୀମାନେ ପ୍ରତିବାଦ ଆରମ୍ଭ କରିଛନ୍ତି। ଏହାର…

ମହିଳା ସାମ୍ବାଦିକଙ୍କ ପ୍ରତି ଅସଦାଚରଣ ଅଭିଯୋଗ; ଭାଜପାକୁ ଟାର୍ଗେଟ କଲା କଂଗ୍ରେସ

ନୂଆଦିଲ୍ଲୀ,୪।୧୦: ଅକ୍ଟୋବର ୩ରେ ଦିଲ୍ଲୀର ଜନ୍ତର ମନ୍ତର ଠାରେ ଏକ ବିକ୍ଷୋଭ ପ୍ରଦର୍ଶନର ଖବର ସଂଗ୍ରହ ସମୟରେ ମହିଳା ସାମ୍ବାଦିକମାନଙ୍କ ଦ୍ୱାରା ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ ଅଣାଯାଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?