ପ୍ରଶଂସକଙ୍କୁ ସଲମାନ କହିଲେ ମୁଁ ଘରେ ନାହିଁ, ମୋ’ ଘର ସାମ୍ନାରେ ଭିଡ଼ କରିବେନି; କାରଣ…

ମୁମ୍ବାଇ,୨୬ା୧୨: ଆସନ୍ତାକାଲି ଅର୍ଥାତ୍‌ ରବିବାର ଦବଙ୍ଗ ଖାନ୍‌ ସଲମାନ ଖାଁଙ୍କ ପାଇଁ ଏକ ବିଶେଷ ଦିନ। କାରଣ ଡିସେମ୍ବର ୨୭ରେ ସଲୁ ତାଙ୍କର ୫୫ତମ ଜନ୍ମଦିବସ ପାଳନ କରିବାକୁ ଯାଉଛନ୍ତି। ସଲୁଙ୍କ ପ୍ରଶଂସକମାନେ ମଧ୍ୟ ଏହାକୁ ନେଇ ବହୁତ ଉତ୍ସାହିତ ଅଛନ୍ତି। ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ପ୍ରଶଂସକମାନେ ତାଙ୍କ ଘର ବାହାରେ ଅଭିନେତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବାକୁ ଆସିପାରନ୍ତି। ତେଣୁ ସଲମାନ ତାଙ୍କ ପ୍ରଶଂସକମାନଙ୍କୁ ଚଳିତବର୍ଷ ନିଜ ଘରେ ରହିବା ସହ କୋଭିଡ୍‌ ନିୟମ ପାଳନ କରିବାକୁ ଅନୁରୋଧ କରିଛନ୍ତି। ସଲମାନ ଏହା ମଧ୍ୟ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ଏହି ସମୟରେ ସେ ତାଙ୍କ ଘରେ ରହୁ ନ ଥିବାରୁ ତାଙ୍କ ଘର ବାହାରେ ଭିଡ଼ ହେବାର କୌଣସି କାରଣ ନାହିଁ।

ସଲମାନ ଏକ ବିବୃତ୍ତି ଜାରି କରି କହିଛନ୍ତି, ପ୍ରତିବର୍ଷ ମୋ ଜନ୍ମଦିନରେ ମୁଁ ପ୍ରଶଂସକଙ୍କ ବହୁତ ଭଲପାଇବା ଦେଖିବାକୁ ପାଇଥାଏ। କିନ୍ତୁ କରୋନା ଭୂତାଣୁର କାୟା ବିସ୍ତାର ଏବଂ ଏଥିରୁ ରକ୍ଷା ପାଇବା ପାଇଁ ମୁଁ ସମସ୍ତଙ୍କୁ ନିବେଦନ କରୁଛି ଦୟାକରି ମୋ ଘର ବାହାରେ କେହି ଭିଡ଼ ଜମାଇବେ ନାହିଁ। ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତା ବଜାୟ ରଖନ୍ତୁ ବୋଲି ଅନୁରୋଧ କରିଛନ୍ତି ଏହି ବ୍ୟାଚଲର ମ୍ୟାନ। ଏହା ଶୁଣି ସଲମାନଙ୍କ ପ୍ରଶଂସକଙ୍କ ହୃଦୟ ନିଶ୍ଚିତ ଭାଙ୍ଗିଯିବ। ଯେଉଁମାନେ କି ତାଙ୍କ ସୁପରଷ୍ଟାରଙ୍କ ଜନ୍ମଦିନର ଶୁଭେଚ୍ଛା ଜଣାଇବା ପାଇଁ ପ୍ରତିବର୍ଷ ତାଙ୍କ ଘର ନିକଟକୁ ଆସୁଥିଲେ।

ଏ ତ ଗଲା ସଲୁଙ୍କ ବ୍ୟକ୍ତିଗତ ଜୀବନ କଥା। ଯଦି ତାଙ୍କ ଓ୍ବାର୍କ ଫ୍ରଣ୍ଟ ବିଷୟରେ କହିବା ତେବେ ସେ ଆଜିକାଲି ରିୟାଲିଟି ଶୋ’ ବିଗ ବସ୍‌ -୧୪ର ଶୁଟିଂରେ ବ୍ୟସ୍ତ ରହୁଛନ୍ତି। ଏହା ବ୍ୟତୀତ ତାଙ୍କ ଫିଲ୍ମ ‘ରାଧେ’ ୨୦୨୧ରେ ମୁକ୍ତିଲାଭ କରିବ। ଶୁଣିବାକୁ ମିଳୁଛି ସଲମାନ ତାଙ୍କ ଜନ୍ମଦିନରେ ପ୍ରଶଂସକଙ୍କ ସହ ଫିଲ୍ମ ‘ରାଧେ’ର ରିଲିଜ ତାରିଖ ଶେୟାର କରିବେ। ଏହା ବ୍ୟତୀତ ତାଙ୍କ ଫିଲ୍ମ ‘ଦ ଫାଇନାଲ ଟ୍ରୁଥ୍‌ ମଧ୍ୟ ଚଳିତବର୍ଷ ରିଲିଜ ହେବାକୁ ଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗିରଫ ହେବେ ବିଗ୍‌ ବସ ଫେମ୍‌ ସପ୍ନା ଚୌଧୁରୀ!

ହରିୟାଣାର ଡ୍ୟାନ୍ସର୍‌ ତଥା ବିଗ ବସ ଫେମ୍‌ ଅଭିନେତ୍ରୀ ସପ୍ନା ଚୌଧୁରୀ ଗିରଫ ହୋଇପାରନ୍ତି। ଲକ୍ଷ୍ନୌର ଏସିଜିଏମ କୋର୍ଟ ତାଙ୍କ ବିରୋଧରେ ଏକ ଗିରଫ ୱାରେଣ୍ଟ...

ଖୁବ୍‌ଶୀଘ୍ର ପୂରଣ ହେବ ବରୁଣଙ୍କ ସ୍ବପ୍ନ

ବଲିଉଡ୍‌ ଅଭିନେତା ବରୁଣ ଧାଓ୍ବନଙ୍କ ସ୍ବପ୍ନ ପୂରଣ ହେବାକୁ ଯାଉଛି। ନିଜେ ବରୁଣ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ପୋଷ୍ଟ ଶେୟାରକରି ଏହା କହିଛନ୍ତି। ପ୍ରକୃତ କଥା ହେଲା...

ଛଅ ମାସର ଦରମା ମିଳିନି

ବମ୍ବେ: ବିଗତ କିଛି ଦିନରେ ଲୋକପ୍ରିୟ କମେଡି ଶୋ’ ‘ତାରକ ମେହେତା କା ଉଲ୍‌ଟା ଚଷମା’ର ହାତ ଛାଡ଼ିଛନ୍ତି ଅନେକ କଳାକାର। ସେମାନଙ୍କ ମଧ୍ୟରୁ ଜଣେ...

ଅନିଦ୍ରା ରହିଥିଲେ ପ୍ରିୟଙ୍କା

ନିକ୍‌ ଜୋନାସଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହେବା ପରେ ପ୍ରିୟଙ୍କା ଚୋପ୍ରା ପ୍ରାୟ ଅଭିନୟ ନିକଟରୁ ଦୂରେଇ ଯାଇଛନ୍ତି। ଯଦି ସୁଯୋଗ ମିଳେ ତେବେ...

୨ଟି ପାର୍ଟରେ ରିଲିଜ୍‌ ହେବ ପ୍ରଭାସ-ଦୀପିକାଙ୍କ ଫିଲ୍ମ ‘ପ୍ରୋଜେକ୍ଟ କେ’

ମୁମ୍ବାଇ: ସୁପରଷ୍ଟାର ପ୍ରଭାସଙ୍କ ଅପକମିଙ୍ଗ୍‌ ଫିଲ୍ମ ‘ପ୍ରୋଜେକ୍ଟ କେ’ ପାଇଁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି ବହୁ ପ୍ରତୀକ୍ଷିତ ଫିଲ୍ମରେ ଦୀପିକା ପାଦୁକୋନ...

ଦୀପିକାଙ୍କ ଆଖିମରା ଦେଖି ପ୍ରିୟାପ୍ରକାଶଙ୍କୁ ଭୁଲିଯିବେ ଦର୍ଶକେ,  ଭିଡିଓ ଭାଇରାଲ

ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ ଆଜିକାଲି ଫିଲ୍ମ ‘ଛପାକ୍‌’ର ପ୍ରମୋଶନରେ ବ୍ୟସ୍ତ ରହୁଛନ୍ତି। ଏହି ଅବସରରେ ଦୀପିକା ଫିଲ୍ମର କିଛି ଫଟୋ ସୋସିଆଲ ମିଡିଆରେ ଶେୟାର...

ହେମାଙ୍କୁ ବିବାହ କରି ବି କୌଣସି ଅଭିନେତ୍ରୀଙ୍କୁ ଘରର ବୋହୂ କରିବାକୁ ଚାହିଁ ନ ଥିଲେ ଧର୍ମେନ୍ଦ୍ର; ଏପରି ଭାଙ୍ଗିଥିଲା ବବିଙ୍କ ହୃଦୟ…

ବମ୍ବେ: ଦିନ ଥିଲା ଭାଇଙ୍କ ବନ୍ଧୁଙ୍କୁ ଭଲପାଇ ବସିଥିଲେ। ହେଲେ ପ୍ରେମ ତାର ଶେଷ ଠିକଣାରେ ପହଞ୍ଚିପାରିଲା ନାହିଁ। ଆମେ କଥା ହେଉଛୁ ଦେଓଲ ପରିବାରର...

ଜୀବନରେ ଅନେକ ଦୁଃଖଦ ସମୟ ଦେଖିଛି, ସଲମାନ କେବେ ହାତ ଛାଡ଼ି ନାହାନ୍ତି: କଟ୍ରିନା

ମୁମ୍ବାଇ: ଏକଦା ବଲିଉଡ୍‌ର ଚର୍ଚ୍ଚିତ ଯୋଡ଼ି ଭିତରୁ ଗୋଟିଏ ଥିଲେ ସଲମାନ-କଟ୍ରିନା। ହେଲେ କଟ୍ରିନାଙ୍କ ଜୀବନରେ ରଣବିରଙ୍କ ଏଣ୍ଟ୍ରି ପରେ ସବୁକିଛି ବଦଳିଯାଇଥିଲା। ଅଲଗା ହୋଇଥିଲେ...

Advertisement
Archives

Model This Week