ଫାର୍ମହାଉସରେ ଫସଲ ଅମଳ କଲେ ଭାଇଜାନ୍‌, ଫଟୋ ଭାଇରାଲ

ମୁମ୍ବାଇ : ଆଜିକାଲି ପରିବାର ସଦସ୍ୟ ଏବଂ କଥିତ ପ୍ରେମିକା ଲୁଲିଆ ବନ୍ତୁରଙ୍କ ସହ ନିଜ ଫାର୍ମହାଉସରେ ସମୟ ଅତିବାହିତ କରୁଛନ୍ତି ଭାଇଜାନ୍‌। ଏଠାରେ ତିନୋଟି ଗୀତ ମଧ୍ୟ ରିଲିଜ୍‌ କରିସାରିଲେଣି ସେ। ଏହା ସହିତ ଫାର୍ମହାଉସରେ ଯାହା କିଛି କରୁଛନ୍ତି ତାହାର ଭିଡିଓ ପ୍ରସ୍ତୁତ କରି ପ୍ରଶଂସକମାନଙ୍କ ଉଦ୍ଦେଶ୍ୟରେ ସୋସିଆଲ ମିଡିଆରେ ଶେୟାର ମଧ୍ୟ କରୁଛନ୍ତି। ଏବେ ସଲମାନ ଫାର୍ମହାଉସରେ ଫସଲ ଅମଳ କରୁଥିବା ନଜର ଆସିଛନ୍ତି। ଏହି ଫଟୋ ସଲମାନଙ୍କ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଫଟୋରେ ସେ କ୍ଷେତ ମଝିରେ ଠିଆ ହୋଇଛନ୍ତି। ଫଟୋଟି ଖୁବ୍‌ ଭାଇରାଲ ହେବାରେ ଲାଗିଛି।
ଫଟୋ ଶେୟାର କରି ସଲମାନ କ୍ୟାପ୍‌ଶନ ଲେଖିଛନ୍ତି, ‘ ଦାନେ ଦାନେ ପେ ଲିଖା ହେ, ଖାନେ ଓ୍ବାଲେ କା ନାମ୍‌’। ଜୟ ଯବାନ, ଜୟ କିଷାନ’। ସଲମାନଙ୍କ ଏହି ଫଟୋ ସୋସିଆଲ ମିଡିଆରେ ଛାଇଯାଇଛି। ସେ ଏକ ଗ୍ରେ କଲର ଟି-ଶର୍ଟ ପିନ୍ଧି ଥିବା ବେଳେ ହାଫ୍‌ ପ୍ୟାଣ୍ଟି ପିନ୍ଧି ଫଟୋରେ ନଜର ଆସିଛନ୍ତି। ମୁଣ୍ଡରେ ମଧ୍ୟ ଟୋପି ପିନ୍ଧିଛନ୍ତି।
ଏ ତ ଗଲା ତାଙ୍କ ବ୍ୟକ୍ତିଗତ ଜୀବନ କଥା। ତାଙ୍କ ଓ୍ବାର୍କଫ୍ରଣ୍ଟ୍‌ ବିଷୟରେ ଯଦି କହିବା ତେବେ ଫିଲ୍ମ ‘ରାଧେ ୟୋର ମୋଷ୍ଟ ଓ୍ବାଣ୍ଟେଡ୍‌ ହିରୋ’ରେ ସେ ନଜର ଆସିବେ। ଏହି ଫିଲ୍ମରେ ତାଙ୍କ ସହିତ ଅଭିନେତ୍ରୀ ଦିଶା ପଟାନୀ ଏବଂ ରଣଦୀପ ହୁଡ୍ଡା ଅଭିନୟ କରିଛନ୍ତି। ଫିଲ୍ମଟି ଇଦ୍‌ ଉପଲକ୍ଷେ ରିଲିଜ ହେବାର ଥିଲା। ମାତ୍ର ଲକ୍‌ଡାଉନ୍‌ ଯୋଗୁ ହୋଇପାରିଲା ନାହିଁ। କୁହାଯାଉଛି ଫିଲ୍ମଟି ଦୀପାବଳିରେ ରିଲିଜ ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri