Posted inଫୁରସତ

ସ୍ବାବ୍‌ ସଂଗ୍ରହ କରିବାକୁ ଯାଇଥିବା ଡାକ୍ତରଙ୍କ ମୁହଁରେ କାଶିଲେ କରୋନା ରୋଗୀ: କହିଲେ ଏଭଳି କିଛି

ସାରା ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଲୋକ ଏଥିରେ ଆକ୍ରାନ୍ତ ହେଉଥିବା ବେଳେ ଶହ ଶହ ଲୋକଙ୍କ ଜୀବନହାନି ଘଟୁଛି। କରୋନା ସହ ଏହି ଲଢ଼େଇରେ ପ୍ରମୁଖ ଯୋଦ୍ଧା ପାଲଟିଛନ୍ତି ଦେଶର ଡାକ୍ତର ଏବଂ ସ୍ବାସ୍ଥ୍ୟ କର୍ମଚାରୀମାନେ । ନିଜ ଜୀବନକୁ ଖାତିର ନ କରି ସେମାନେ ଲୋକମାନଙ୍କୁ ସେବା ଯୋଗାଇ ଆସୁଛନ୍ତି। ହେଲେ କିଛି ଲୋକ ଏହି କୋଭିଡ ଯୋଦ୍ଧାଙ୍କୁ ଅସମ୍ମାନ କରୁଥିବା ଦେଖିବାକୁ ମିଳୁଛି। କେରଳର ତିରୁଅନନ୍ତପୁରମ୍‌ରେ ଏଭଳି ଏକ ଘଟଣା ଘଟିଛି। କୋଭିଡ-୧୯ ଚିକିତ୍ସା କରୁଥିବା ମେଡିକାଲ ଟିମ୍‌ ଉପରେ କିଛି ଲୋକ ଆକ୍ରମଣ କରିଛନ୍ତି। ଏପରିକି ଏହି ସମୟରେ ଜଣେ ବ୍ୟକ୍ତି ଡାକ୍ତରଙ୍କ ମୁହଁରେ କାଶିଥିବା ଜଣାପଡ଼ିଛି।

ଶୁକ୍ରବାର ୨୫ବର୍ଷୀୟ ଜଣେ ଡାକ୍ତର ନିଜ କାରରେ କୋଭିଡର କଣ୍ଟେନ୍‌ମେଣ୍ଟ ଜୋନରେ ପହଞ୍ଚିଥିଲେ। ସେଠାରେ ସେ ସାମୁଦାୟିକ କେନ୍ଦ୍ର ଯାଇ ନିଜ ଟିମ୍‌ ସହ ମିଶି ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚିଥିଲେ। ସେଠାରୁ ତାଙ୍କୁ ପିପିଇ କିଟ୍‌ ପିନ୍ଧି ସ୍ବାବ୍‌ ସଂଗ୍ରହ କରିବାର ଥିଲା। ହେଲେ ସ୍ବାସ୍ଥ୍ୟକେନ୍ଦ୍ର ଗେଟ୍‌ ବନ୍ଦ ଥିଲା। ଏହି ସମୟରେ ୫୦ରୁ ଅଧିକ ଲୋକ ତାଙ୍କୁ ଘେରିଯାଇ ଗଣ୍ଡଗୋଳ କରିଥିଲେ। ଡାକ୍ତରଙ୍କୁ ଏ ବିଷୟରେ ଜଣା ନ ଥିବାରୁ ସେ ଫସି ଯାଇଥିଲେ। ଏହି ସମୟରେ ଡାକ୍ତରଙ୍କ ସହ ଦୁଇଜଣ ନର୍ସ ଏବଂ ଟେକ୍ନିସିଆନ୍‌ ଥିଲେ।

ଲୋକମାନେ ଗାଡ଼ିକୁ ଘେରି ଯିବାରୁ ଡାକ୍ତର କାଚ ଖୋଲି କଥା ହେବାକୁ ଚେଷ୍ଟା କରିଥିଲେ। ହେଲେ ଜଣେ ବ୍ୟକ୍ତି ଗାଡ଼ି ଭିତରେ ମୁହଁ ଗଳାଇ ଜୋର୍‌ରେ କାଶିବାକୁ ଆରମ୍ଭ କରିଥିଲା। ଏପରି କରିବା ସମୟରେ ଯଦି ଆମେ କୋଭିଡ ପଜିଟିଭ୍‌ ତେବେ ତୁମକୁ ହେବା ଉଚିତ ବୋଲି କହିଥିlଲେ। ଏହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ତେବେ ଉକ୍ତ ଡାକ୍ତରଜଣଙ୍କ ୧୦ ଦିନ ପୂର୍ବରୁ ପ୍ରାକ୍ଟିସ୍‌ ଆରମ୍ଭ କରିଥିଲେ। ମହାମାରୀ ସମୟ ହେତୁ ତାଙ୍କୁ ଗ୍ରାମୀଣ ଅଞ୍ଚଳରେ ଡ୍ୟୁଟି କରିବାର ଥିଲା। ହେଲେ ଏଭଳି ଘଟଣା ଘଟିବା ପରେ ତାଙ୍କୁ କ୍ୱାରାଣ୍ଟାଇନ୍‌ରେ ରହିବାକୁ କୁହାଯାଇଛି। ତାଙ୍କର କୋଭିଡ ଟେଷ୍ଟ ମଧ୍ୟ କରାଯିବ। ଯଦି ତାହା ନେଗେଟିଭ୍‌ ଆସେ ତେବେ ସେ ୭ ଦିନ ପରେ କାର୍ଯ୍ୟରେ ଯୋଗ ଦେଇପାରିବେ ।


Enter your email to get our daily news in your inbox.

All Right Reserved By Dharitri.Com

ଅବପାତରେ ପରିଣତ ହେଲା ଲଘୁଚାପ: ଆହୁରି ୪ଦିନ ଭୀଷଣ ବର୍ଷା, ୧୩ ଜିଲାକୁ ଓ୍ବାର୍ନିଂ

ଭୁୁବନେଶ୍ୱର, ୧୩ା୮(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ସକ୍ରିୟ ଥିବା ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ଗୁରୁବାର ସକାଳ ୮ଟା ୩୦ରେ ପଶ୍ଚିମବଙ୍ଗ ଉପକୂଳରେ ଅବପାତରେ ପରିଣତ…

ମହିଳା ଜନପ୍ରତିନିଧିଙ୍କୁ ବ୍ଲାକ୍‌ମେଲ କରି ବନ୍ଧା ହେଲେ ଯୁବକ

ଧରାକୋଟ,୧୩ା୮(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଫେକ୍‌ ଆଇଡି ଖୋଲି ଜଣେ ମହିଳା ଜନ ପ୍ରତିନିଧିଙ୍କୁ ବ୍ଲାକମେଲ କରିବା ସହ ଧମକ ଦେବା ଓ ଫଟୋ ଏଡିଟ୍‌ କରି ଭାଇରାଲ…

ଜେଲ ଗଲେ ମୁଖ୍ୟ ଜିଲା କୃଷି ଅଧିକାରୀ

ବ୍ରହ୍ମପୁର,୧୩ା୮(ସୁବାସ ଚନ୍ଦ୍ର ପାଢ଼ୀ): ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ସବ୍‌ସିଡି କରାଇଦେବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେଇ ବ୍ରହ୍ମପୁରର ମୁଖ୍ୟ ଜିଲା କୃଷି ଅଧିକାରୀ…

ନିଷ୍ପତ୍ତିକୁ ବଦଳାଇଲା ବାର କାଉନସିଲ; ସିଜେଆଇଙ୍କୁ ବିରୋଧ କରୁଥିବା ଆଇନ ସ୍ନାତକଙ୍କ ଉପରୁ ହଟାଇଲା ପ୍ରତିବନ୍ଧକ

ନୂଆଦିଲ୍ଲୀ,୧୩।୮: ଗୁରୁବାର (ଅଗଷ୍ଟ ୧୩) , ହାଇଦ୍ରାବାଦର ନ୍ୟାସନାଲ ଏକାଡେମୀ ଅଫ ଲିଗାଲ ଷ୍ଟଡିଜ ଆଣ୍ଡ ରିସର୍ଚ୍ଚ (NALSAR) ର ଛାତ୍ରମାନଙ୍କୁ ଓକିଲ ଭାବରେ ନାମ ଲେଖାରୁ…

ପନ୍ଦର ଦିନ ବିତିଗଲେ ବି ସରିଲାନି ଘାଇ ମରାମତି: ଆନନ୍ଦପୁର ସହର ଭିତରକୁ ପୁଣି ପଶିଲା ବନ୍ୟାଜଳ, ଆତଙ୍କିତ…

ବଞ୍ଚୋ,୧୩।୮(ପ୍ରଦୋଷ ବିଶ୍ୱାଳ): ପନ୍ଦର ଦିନ ବିତିଯାଇଥିଲେ ମଧ୍ୟ ଆନନ୍ଦପୁର ରିଙ୍ଗ ରୋଡ୍‌ର ଘାଇ ମରାମତି କାମ ସମ୍ପୂର୍ଣ୍ଣ ହୋଇପାରି ନାହିଁ। ଏହାରି ମଧ୍ୟରେ ପୁଣି ଥରେ ରିଙ୍ଗ…

ମନ୍ତ୍ରୀଙ୍କ ଅପେକ୍ଷାରେ ଠିଆ ହୋଇଥିଲେ, ହଠାତ ବେହୋସ୍‌ ହେଲେ ଛାତ୍ରୀ

ମୁମ୍ବାଇ,୧୩।୮: ସିଙ୍ଗରାଉଲି ଜିଲାର ଚିତ୍ରାଙ୍ଗୀ ତହସିଲରେ ଜାତିର ଗର୍ବ ଏବଂ ସମ୍ମାନର ପ୍ରତୀକ ସ୍ବରୂପ ଏକ ‘ତ୍ରିରଙ୍ଗା ଯାତ୍ରା’ (ତ୍ରିରଙ୍ଗା ଶୋଭାଯାତ୍ରା) ଆୟୋଜନ କରାଯାଇଥିଲା; କିନ୍ତୁ, ଯେତେବେଳେ…

ବିଦ୍ୟାଳୟ ରାସ୍ତାରେ ଗଛ ପକାଇ ଅବରୋଧ: ରାସ୍ତା ଉପରେ ପାଠ ପଢ଼ିଲେ ଛାତ୍ରଛାତ୍ରୀ, ୪ ଘଣ୍ଟା ପରେ…

ଡୁଙ୍ଗୁରିପାଲି ୧୩।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ନାଇକେନପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯିବା ରାସ୍ତାରେ ଜଣେ ବ୍ୟକ୍ତି ଗଛ ପକାଇ ଅବରୋଧ କରିବାର…

ନର୍ସ ମୃତ୍ୟୁ ମାମଲା: ଆକ୍ସନରେ ସରକାର…

କୋଲକାତା, ୧୩।୮: କୋଲକାତାର ପ୍ରମୁଖ ନୀଳରତନ ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲ(ଏନ୍‌ଆର୍‌ଏସ୍‌) ଶୌଚାଳୟରୁ ଜଣେ ୩୦ ବର୍ଷୀୟା ଷ୍ଟାଫ ନର୍ସଙ୍କ ମୃତଦେହ ଉଦ୍ଧାର ହୋଇଛି। ଶୌଚାଳୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri