ଫାର୍ମହାଉସରେ ଫସଲ ଅମଳ କଲେ ଭାଇଜାନ୍‌, ଫଟୋ ଭାଇରାଲ

ମୁମ୍ବାଇ : ଆଜିକାଲି ପରିବାର ସଦସ୍ୟ ଏବଂ କଥିତ ପ୍ରେମିକା ଲୁଲିଆ ବନ୍ତୁରଙ୍କ ସହ ନିଜ ଫାର୍ମହାଉସରେ ସମୟ ଅତିବାହିତ କରୁଛନ୍ତି ଭାଇଜାନ୍‌। ଏଠାରେ ତିନୋଟି ଗୀତ ମଧ୍ୟ ରିଲିଜ୍‌ କରିସାରିଲେଣି ସେ। ଏହା ସହିତ ଫାର୍ମହାଉସରେ ଯାହା କିଛି କରୁଛନ୍ତି ତାହାର ଭିଡିଓ ପ୍ରସ୍ତୁତ କରି ପ୍ରଶଂସକମାନଙ୍କ ଉଦ୍ଦେଶ୍ୟରେ ସୋସିଆଲ ମିଡିଆରେ ଶେୟାର ମଧ୍ୟ କରୁଛନ୍ତି। ଏବେ ସଲମାନ ଫାର୍ମହାଉସରେ ଫସଲ ଅମଳ କରୁଥିବା ନଜର ଆସିଛନ୍ତି। ଏହି ଫଟୋ ସଲମାନଙ୍କ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଫଟୋରେ ସେ କ୍ଷେତ ମଝିରେ ଠିଆ ହୋଇଛନ୍ତି। ଫଟୋଟି ଖୁବ୍‌ ଭାଇରାଲ ହେବାରେ ଲାଗିଛି।
ଫଟୋ ଶେୟାର କରି ସଲମାନ କ୍ୟାପ୍‌ଶନ ଲେଖିଛନ୍ତି, ‘ ଦାନେ ଦାନେ ପେ ଲିଖା ହେ, ଖାନେ ଓ୍ବାଲେ କା ନାମ୍‌’। ଜୟ ଯବାନ, ଜୟ କିଷାନ’। ସଲମାନଙ୍କ ଏହି ଫଟୋ ସୋସିଆଲ ମିଡିଆରେ ଛାଇଯାଇଛି। ସେ ଏକ ଗ୍ରେ କଲର ଟି-ଶର୍ଟ ପିନ୍ଧି ଥିବା ବେଳେ ହାଫ୍‌ ପ୍ୟାଣ୍ଟି ପିନ୍ଧି ଫଟୋରେ ନଜର ଆସିଛନ୍ତି। ମୁଣ୍ଡରେ ମଧ୍ୟ ଟୋପି ପିନ୍ଧିଛନ୍ତି।
ଏ ତ ଗଲା ତାଙ୍କ ବ୍ୟକ୍ତିଗତ ଜୀବନ କଥା। ତାଙ୍କ ଓ୍ବାର୍କଫ୍ରଣ୍ଟ୍‌ ବିଷୟରେ ଯଦି କହିବା ତେବେ ଫିଲ୍ମ ‘ରାଧେ ୟୋର ମୋଷ୍ଟ ଓ୍ବାଣ୍ଟେଡ୍‌ ହିରୋ’ରେ ସେ ନଜର ଆସିବେ। ଏହି ଫିଲ୍ମରେ ତାଙ୍କ ସହିତ ଅଭିନେତ୍ରୀ ଦିଶା ପଟାନୀ ଏବଂ ରଣଦୀପ ହୁଡ୍ଡା ଅଭିନୟ କରିଛନ୍ତି। ଫିଲ୍ମଟି ଇଦ୍‌ ଉପଲକ୍ଷେ ରିଲିଜ ହେବାର ଥିଲା। ମାତ୍ର ଲକ୍‌ଡାଉନ୍‌ ଯୋଗୁ ହୋଇପାରିଲା ନାହିଁ। କୁହାଯାଉଛି ଫିଲ୍ମଟି ଦୀପାବଳିରେ ରିଲିଜ ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଐତିହାସିକ ରେକର୍ଡ ହାସଲ କଲେ ହିଟ୍‌ମ୍ୟାନ୍‌: ଏମିତି ମାଇଲଷ୍ଟୋନ କରିବାରେ ବିଶ୍ୱର…

ଗୁଆହାଟୀ,୧।୧୦: ଭାରତୀୟ କ୍ରିକେଟ୍‌ର ଷ୍ଟାର୍‌ ବ୍ୟାଟର୍‌ ରୋହିତ ଶର୍ମା ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଆଉ ଏକ ବଡ଼ ମାଇଲଷ୍ଟୋନ ହାସଲ କରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ…

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ଘୋଷଣା: ଦଶହରା ପୂର୍ବରୁ ମିଳିବ…

ଭୁବନେଶ୍ୱର,୧।୧୦(ସୁନିତ୍‌ ମିଶ୍ର):ରାଜୀବ ଭବନଠାରେ ବୁଧବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଜପତି,…

ଘୂର୍ଣ୍ଣିବଳୟ ସକ୍ରିୟ: ଘଡ଼ଘଡି ସହ ବର୍ଷା ସମ୍ଭାବନା, ୟେଲୋ ୱାର୍ନିଂ

ଭୁବନେଶ୍ୱର,୧।୧୦(ସୌମ୍ୟରଞ୍ଜନ ରାଉତ):ଉତ୍ତର ମ୍ୟାନ୍‌ମାର, ବାଂଲାଦେଶ ଓ ବଙ୍ଗୋପସାଗର ଉପରେ ରହିଥିବା ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ର ମିଜୋରାମ, ତ୍ରିପୁରା ଓ ଦକ୍ଷିଣ-ପୂର୍ବ ବାଂଲାଦେଶ ଆଡ଼କୁ ଗତି କରିବା ସହ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

ବିମାନକୁ କ୍ରାଶ କରିବାକୁ….ବଡ଼ ବୟାନ ଦେଲେ ପ୍ରଧାନମନ୍ତ୍ରୀ, ବିଶ୍ବରେ ହଇଚଇ!

ଦୁବାଇରୁ ଇସ୍ରାଏଲ ଯାଉଥିବା ଏକ ଫ୍ଲାଇଦୁବାଇ ବିମାନରେ ହୋଇଥିବା ଅଘଟଣକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ । ବିମାନ ଇସ୍ରାଏଲ ନିକଟରେ ପହଞ୍ଚିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?