Categories: ଖେଳ

ରୋହିତଙ୍କ ନେତୃତ୍ୱ ଶୈଳୀ ଉପରେ ଏମିତି କହିଲେ ପୂର୍ବତନ ପାକିସ୍ତାନ କ୍ୟାପଟେନ

ଇସ୍ଲାମାବାଦ,୧୧।୨: ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ୍‌ ସହ ଭାରତୀୟ ସୀମିତ ଓଭର ଦଳର ପୂର୍ଣ୍ଣକାଳୀନ ଅଧିନାୟକ ଭାବେ କ୍ୟାରିୟର ଆରମ୍ଭ କରିଛନ୍ତି ରୋହିତ ଶର୍ମା। ତାଙ୍କ ନେତୃତ୍ୱ ଶୈଳୀ ଉପରେ ଶୁକ୍ରବାର ମତ ରଖିଛନ୍ତି ପାକିସ୍ତାନର ପୂର୍ବତନ ଅଧିନାୟକ ସଲମାନ ବଟ୍ଟ।

“ରୋହିତଙ୍କଠାରୁ ଚତୁରତାପୂର୍ଣ୍ଣ ନେତୃତ୍ୱ ଦେଖିବାକୁ ମିଳିଲା। ବୋଲିଂ ପରିବର୍ତ୍ତନ ପାଇଁ ସେ ଭଲ ବିକଳ୍ପ ବାଛିଥିଲେ। ତାଙ୍କ ଫିଲ୍ଡ ସେଟିଂ ଅତ୍ୟନ୍ତ ଆକ୍ରାତ୍ମକ ଥିଲା। ଯଦି ଦ୍ୱିତୀୟ ମ୍ୟାଚ୍‌ରେ ନିଆଯାଇଥିବା କ୍ୟାଚ୍‌ଗୁଡ଼ିକୁ ଦେଖିବା, ତେବେ ଫିଲ୍ଡରମାନେ ଉଚିତ ସ୍ଥାନରେ ଥିଲେ ଜଣାପଡ଼ିବ। ଉଚିତ ଫିଲ୍ଡ ସେଟ୍‌ କରିବା ଏବଂ ସେହି ହିସାବରେ ବୋଲିଂ କରିବା କରିବା ସମ୍ପୂର୍ଣ୍ଣ ଭିନ୍ନ। ବିଜୟର ଶ୍ରେୟ ବୋଲର ଓ ରୋହିତଙ୍କୁ ଯୋଜନା ଲାଗିକୁ ଦିଆଯିବା ଦରକାର। ଜଣେ କ୍ୟାପଟେନ ଭାବେ ସେ ଶୀର୍ଷରେ ଥିଲେ” ବୋଲି ବଟ୍ଟ ନିଜ ୟୁଟ୍ୟୁବ ଚ୍ୟାନେଲରେ କହିଛନ୍ତି।

Share