Posted inଖେଳ

କ୍ରିକେଟର ଅଘୋଷିତ ରାଜକୁମାର ସଲିମ୍‌ ଦୁରାନୀ

ନୂଆଦିଲ୍ଲୀ,୩ା୪(ପି.ଟି.): ଭାରତର କିମ୍ବଦନ୍ତୀ କ୍ରିକେଟର ସଲିମ୍‌ ଦୁରାନୀଙ୍କ ପରଲୋକ। ୮୮ ବର୍ଷ ବୟସରେ ରବିବାର ସଲିମ୍‌ ପ୍ରାଣ ହରାଇଛନ୍ତି। ୬୦ ଦଶକର ଏହି ଲୋକପ୍ରିୟ କ୍ରିକେଟର ଜଣଙ୍କ ନିଜ ଆକ୍ରମଣାତ୍ମକ କ୍ରିକେଟ ଖେଳ ଏବଂ ଯାଦୁକରୀ ସ୍ପିନ୍‌ ବୋଲିଂ ପାଇଁ ବେଶ୍‌ ପ୍ରସିଦ୍ଧି ଲାଭ କରିଥିଲେ। ଶେଷ ସମୟରେ ସେ ଭାଇ ଜାହାଙ୍ଗୀର ଦୁରାନୀଙ୍କ ସହ ଗୁଜରାଟର ଜାମନଗରରେ ବାସ କରୁଥିଲେ। ଗତବର୍ଷ ଜାନୁୟାରୀରେ ତାଙ୍କର ଜଂଘ ହାଡ଼ ଭାଙ୍ଗିଯାଇଥିବାରୁ ତାହା ଅପରେଶନ କରାଯାଇଥିଲା। କାବୁଲରେ ଜନ୍ମିତ ଏହି ଅଲ୍‌ରାଉଣ୍ଡର ଜଣକ ଭାରତ ପାଇଁ ୨୯ ଟେଷ୍ଟ ଖେଳି ୧୨୦୨ ରନ୍‌ କରିଥିବା ବେଳେ ବାମହାତୀ ଅର୍ଥୋଡକ୍ସ ସ୍ପିନ୍‌ ଜରିଆରେ ୭୪ ଉଇକେଟ ନେଇଥିଲେ। ୨୯ ଟେଷ୍ଟରେ ସେ ଗୋଟିଏ ଶତକ ଓ ୭ ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ।

୬୦ ଦଶକରେ ଦୁରାନୀ ନିଜ କ୍ରିକେଟ ଲାଗି ଯେତିକି ଚର୍ଚ୍ଚିତ ଥିଲେ ସମାନ ଭାବରେ ନିଜର ଡ୍ରେସିଂ ସେନ୍ସ ଓ ହ୍ୟାଣ୍ଡସମ୍‌ ଚେହେରା ପାଇଁ ଚର୍ଚ୍ଚାରେ ରହିଥିଲେ। ୧୯୬୧-୬୨ରେ ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍‌ବିଶିଷ୍ଟ ସିରିଜ୍‌କୁ ଭାରତ ୨-୦ରେ ଜିତିଥିଲା। କୋଲ୍‌କାତା ଓ ମାଡ୍ରାସ ଟେଷ୍ଟରେ ସେ ଯଥାକ୍ରମେ ୮ ଓ ୧୦ ଉଇକେଟ ନେଇ ଏହି ସିରିଜ୍‌ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଐତିହାସିକ ଇଂଲଣ୍ଡ ସିରିଜ୍‌ ବିଜୟର ଏକ ଦଶନ୍ଧି ପରେ ଓ୍ବେଷ୍ଟଇଣ୍ଡିଜର ପୋର୍ଟ ଅଫ୍‌ ସ୍ପେନ୍‌ରେ ଭାରତ ବିଜୟୀ ହୋଇଥିଲା।

କ୍ଲାଇଭ୍‌ ଲଏଡ୍‌ ଓ ସାର୍‌ ଗାରଫିଲ୍ଡ ସୋବର୍ସଙ୍କ ଉଇକେଟ ନେଇ ସେ ଭାରତକୁ ବିଜୟୀ କରାଇଥିଲେ। ଏହାସହିତ ୧୯୭୩ ମସିହାରେ ପରବିନ୍‌ ବାବିଙ୍କ ସହ ଚରିତ୍ର ନାମକ ଏକ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଥିଲେ। ୧୯୬୦ ମସିହାରେ ମୁମ୍ବାଇର ବ୍ରାବୋର୍ନ ଷ୍ଟାଡିୟମରେ ଅଷ୍ଟ୍ରେଲିଆ ବିପକ୍ଷରେ ନିଜ କ୍ୟାରିୟର ଆରମ୍ଭ କରିଥିବା ବେଳେ ସମାନ ଷ୍ଟାଡିୟମରେ ୧୩ ବର୍ଷ ପରେ ଇଂଲଣ୍ଡ ବିପକ୍ଷରେ ଖେଳିଥିଲେ କ୍ୟାରିୟରର ଶେଷ ମ୍ୟାଚ୍‌। ଦୁରାନୀଙ୍କ ଉଚ୍ଚତା କାରଣରୁ ସେ ଯେକୌଣସି ପିଚ୍‌ରେ ପ୍ରଭାବୀ ବୋଲିଂ କରୁଥିବା ବେଳେ ବ୍ୟାଟିଂରେ ମଧ୍ୟ ବିପକ୍ଷ ଦଳକୁ ଅସୁବିଧାରେ ପକାଇବାରେ ସକ୍ଷମ ହେଉଥିଲେ। ଏପରି କି ଦୁରାନୀଙ୍କ ଅନେକ ସାଥୀ ଖେଳାଳି ତାଙ୍କୁ ଦର୍ଶକଙ୍କ କ୍ରିକେଟର ଭାବେ ବିବେଚନା କରନ୍ତି।

ଦର୍ଶକଙ୍କ ଦାବି ଅନୁସାରେ ଦୁରାନୀ ଛକା ଓ ଚୌକା ମାରିବାରେ ସଫଳ ହୁଅନ୍ତି। ପ୍ରଥମ ଶ୍ରେଣୀ କ୍ରିକେଟରେ ଦୁରାନୀ ୧୪ ଶତକ ସହ ୮୫୪୫ ରନ୍‌ ଓ ୪୮୪ ଉଇକେଟ ନେଇଛନ୍ତି। ଅନ୍ତର୍ଜାତୀୟ କ୍ରିକେଟରେ ୩ ଥର ୫ ଉଇକେଟ ସଫଳତା ପାଇଥିବା ବେଳେ ପ୍ରଥମ ଶ୍ରେଣୀ କ୍ରିକେଟରେ ସେ ୨୧ ଥର ଏହି ସଫଳତା ହାସଲ କରିଛନ୍ତି। ପ୍ରଥମ ଭାରତୀୟ କ୍ରିକେଟର ଭାବେ ସେ ଅର୍ଜୁନ ପୁରସ୍କାର ହାସଲ କରିଥିଲେ। ଦର୍ଶକଙ୍କ ଫେଭରିଟ୍‌ କ୍ରିକେଟର ରହିଥିବା ଦୁରାନୀଙ୍କୁ ଏକଦା କାନପୁର ଟେଷ୍ଟରେ ଦଳରୁ ବାଦ୍‌ ଦିଆଯାଇଥିବା ବେଳେ ଦର୍ଶକ ଗ୍ୟାଲେରିରେ ‘ନୋ ଦୁରାନୀ ନୋ ଟେଷ୍ଟ’ର ପ୍ଲା କାର୍ଡ ଦେଖିବାକୁ ମିଳିଥିଲା। ୨୫ ବର୍ଷ ଘରୋଇ କ୍ରିକେଟ ଖେଳିଥିବା ଦୁରାନୀ ଗୁଜରାଟ, ରାଜସ୍ଥାନ ଓ ସୌରାଷ୍ଟ୍ର ପାଇଁ ଟେଷ୍ଟ ମ୍ୟାଚ୍‌ ଖେଳିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିସ୍ଫୋରକ ବ୍ୟାଟିଂ ପଛର ରାଜ୍‌ ଖୋଲିଲେ ବୈଭବ ସୂର୍ଯ୍ୟବଂଶୀ: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୧୧।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ୭୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ମାତ୍ର ୨୬ ବଲ ଖେଳି ସେ ୭ଟି ଛକା…

କାହାକୁ ଚିୟର କରିବେ ଗିଲ୍‌ ନା ଅର୍ଜୁନ: ଏମିତି ପ୍ରତିକ୍ରିୟା ଦେଲେ ସାରା ତେନ୍ଦୁଲକର, ଦେଖନ୍ତୁ VIDEO

ଲକ୍ଷ୍ନୌ,୧୧।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଆଜି ଦୁଇଟି ମ୍ୟାଚ ଖେଳାଯିବ। ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଏବଂ ଗୁଜରାଟ ଟାଇଟାନ୍ସ ଖେଳିବେ। ମ୍ୟାଚ ପୂର୍ବରୁ ସାରା ତେନ୍ଦୁଲକରଙ୍କ ଏକ…

ଯାତ୍ରୀବାହୀ ବସ୍‌କୁ ପଛପଟୁ ପିଟିଲା ଟ୍ରକ: ବିଦ୍ୟୁତ ଟ୍ରାନ୍ସଫର୍ମରରେ ବାଜି…

ସୋହେଲା,୧୧।୪(ଅଶ୍ବିନୀ ପାତ୍ର):ବରଗଡ଼ ଜିଲା ସୋହେଲାଠାରେ ବରଗଡ଼ ରାୟପୁର ଜାତୀୟ ରାଜପଥ ରେ ଏକ ବଡ଼ ଧରଣର ସଡକ ଦୁର୍ଘଟଣା ଘଟିଯାଇଛି। ଶୁକ୍ରବାର ବିଳମ୍ବିତ ରାତିରେ ରାଉରକେଲାରୁ ରାୟପୁର…

କ୍ରୀଡ଼ା ସାମଗ୍ରୀ କିଣାରେ ଦୁର୍ନୀତି ଘଟଣା: ଅଭିଯୋଗ ପରେ ବି ହେଉନି କାର୍ଯ୍ୟାନୁଷ୍ଠାନ

ଭବାନୀପାଟଣା,୧୧ା୪(ଉତ୍ତମ କୁମାର ଦାଶ):ପୂର୍ବ ସରକାର ପ୍ରତି ବ୍ଲକକୁ କ୍ରୀଡ଼ା ସାମଗ୍ରୀ କିଣିବା ପାଇଁ ଆର୍ଥିକ ସହାୟତା ଯୋଗାଇଥିଲେ। ଗ୍ରାମାଞ୍ଚଳରେ କ୍ରୀଡ଼ା କ୍ଷେତ୍ରରେ ଆଗ୍ରହ ସୃଷ୍ଟି ଏହାର ମୂଳ…

କେମୋଥେରାପିରେ ସୀମିତ କ୍ୟାନ୍‌ସର ଚିକିତ୍ସା: ୧୩୮କୋଟିର ହସ୍ପିଟାଲରେ ମିଳୁନି ସ୍ବାସ୍ଥ୍ୟସେବା

ବରଗଡ଼,୧୧।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା କ୍ୟାନସର ରୋଗୀଙ୍କ ହବ୍‌ ପାଲଟିଛି। ଏଠାରେ କ୍ୟାନସର ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବଢ଼ି ଚାଲିଛି। ଅନ୍ୟପଟେ ଏଠାରେ ଥିବା କ୍ୟାନସର ହସ୍ପିଟାଲରୁ…

ଯୁଦ୍ଧ ମଧ୍ୟରେ ଭାରତକୁ ବଡ଼ ଅଫର ଦେଲା ରୁଷିଆ, ଦ୍ୱନ୍ଦ୍ୱରେ ପଡିଲେ ଚାଇନା- ପାକିସ୍ତାନ

ନୂଆଦିଲ୍ଲୀ,୧୧।୪: ଆଧୁନିକ ଯୁଦ୍ଧରେ ଗୁପ୍ତ ପ୍ଲାଟଫର୍ମର ଗୁରୁତ୍ୱ ବହୁତ ବୃଦ୍ଧି ପାଇଛି। ଉନ୍ନତ ରାଡାର ସିଷ୍ଟମ ମଧ୍ୟ ଯୁଦ୍ଧ ଖେଳରେ ପରିବର୍ତ୍ତନ ଆଣିବାକୁ ବାଧ୍ୟ କରୁଛି। ଗୁପ୍ତ…

ଭାଉଜଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ଦିଅର, ଗର୍ଭବତୀ ହେବାରୁ…

ପାଟଣା,୧୧ା୪(ବୀରକିଶୋର ଦାଶ):କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ପୋଲିସ ସମ୍ପର୍କୀୟ ବିଧବା ଭାଉଜଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ଓ ଭାଉଜ ଗର୍ଭବତୀ ହେବା ପରେ…

ମୁଣ୍ଡିଆ ମାରିଲେ, ମନ୍ଦିରରୁ ସବୁ ଲୁଟିନେଲେ: ମାଷ୍ଟରମାଇଣ୍ଡ୍‌ ଜଣେ ମହିଳା

ଭୁବନେଶ୍ୱର,୧୧।୪(ତ୍ରିନାଥ ମହାନ୍ତି):ଗୋଟିଏ ରାତିରେ ଦୁର୍ବୃତ୍ତମାନେ ୩ ମନ୍ଦିରରେ ପଶି ପୋଛି ନେଇଛନ୍ତି ଲକ୍ଷାଧିକ ଟଙ୍କାର ସୁନା ଗହଣା ଏବଂ ଟଙ୍କା। ଚନ୍ଦ୍ରଶେଖରପୁର ଥାନା ପଟିଆ ଗଁାରେ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri