Salary hike for Odisha MLA: ମାସକୁ ପାଇବେ ଅଢେଇ ଲକ୍ଷ ଟଙ୍କା! ଓଡ଼ିଶା ବିଧାୟକଙ୍କ ଦରମା…

ଭୁବନେଶ୍ୱର,୪।୨: ବଢିବ ବିଧାୟକଙ୍କ ଦରମା । ଦରମା ସହ ବଢିବ ପେନଶନ। ଏନେଇ ଦାବି କରିଛନ୍ତି ସବୁ ଦଳ । ଓଡ଼ିଶା ବିଧାନସଭାରେ ଦାବି ପରେ ନୂଆ କମିଟି ଗଠନ କରିଛନ୍ତି ବାଚସ୍ପତି । ବିଧାୟକଙ୍କ ଦରମା ଅଢ଼େଇ ଲକ୍ଷ ସହ ପୂର୍ବତନ ବିଧାୟକଙ୍କ ପେନସନ ୭୦ ହଜାର ପାଇଁ ଦାବି କରାଯାଇଛି। ବିଧାୟକ ପାଣ୍ଠି ୩ କୋଟିରୁ ୫ କୋଟିକୁ ବୃଦ୍ଧି ପାଇଁ ପ୍ରସ୍ତାବ ଦିଆଯାଇଛି ।

ମଙ୍ଗଳବାର ଏହି ପ୍ରସଙ୍ଗରେ ଶୂନ୍ୟକାଳରେ ଦାବି ଉଠିବା ପରେ ବାଚସ୍ପତି ଏକ କମିଟି ବି ଗଠନ କରିଛନ୍ତି। କୁହାଯାଉଛି ପୁରୁଣା କମିଟି ସୁପାରିଶ ପରିବର୍ତ୍ତେ ନୂଆ କମିଟି ସୁପାରିଶକୁ କାର୍ଯକାରୀ କରିବେ ସରକାର। ଏହି ନୂଆ କମିଟିର ଅଧ୍ୟକ୍ଷ ରହିଛନ୍ତି ଭାଜପା ବିଧାୟକ ଭାସ୍କର ମଡେଇ। ଅନ୍ୟ ରାଜ୍ୟରେ ବିଧାୟକଙ୍କ ଦରମା କେତେ, ଓଡ଼ିଶାରେକେତେ ହେବା ଆବଶ୍ୟକ ଏଭଳି ବିଭିନ୍ନ ଦିଗକୁ ତର୍ଜମା କରି ରିପୋର୍ଟ ଦେବ କମିଟି।

ଦରଦାମ ବୃଦ୍ଧି କାରଣରୁ ର୍ନିବାଚନ ମଣ୍ଡଳୀ ଗସ୍ତ, ସାସ୍ଥ୍ୟଗତ ସମସ୍ୟା, ପୂଜା ପାର୍ବଣରେ ସମୟରେ ଲୋକଙ୍କ ଦାବି, କ୍ରୀଡା କ୍ଷେତ୍ରରେ ସହାୟତା ଭଳି ବିଭିନ୍ନ ସମସ୍ୟା ମେଣ୍ଟେଇବାକୁ ବର୍ତ୍ତମାନର ଦରମା ପର୍ଯ୍ୟାପ୍ତ ନୁହେଁ ବୋଲି ତିନି ଦଳର ସଦସ୍ୟ ଦାବି କରିଥିଲେ। ଏପରିକି ୨୬ ଟି ରାଜ୍ୟ ଠାରୁ ଓଡ଼ିଶାରେ ବିଧାୟକଙ୍କ ଦରମା କମ ବୋଲି କହି ଦରମା ବୃଦ୍ଧି ପାଇଁ ଦାବି କରିଥିଲେ ସବୁ ଦଳର ସଦସ୍ୟ।


Enter your email to get our daily news in your inbox.

All Right Reserved By Dharitri.Com

KIIT Suicide: ସିଧା ଧମକ ଦେଲେ Nepal Govt, ପରିସ୍ଥିତି ଠିକ୍‌ ନ ହେଲେ…ଓଡ଼ିଶାରେ ଚହଳ

ଭୁବନେଶ୍ୱର,୧୯।୨: କିଟ୍‌ ବିଶ୍ୱବିଦ୍ୟାଳୟର ଜଣେ ନେପାଳ ଛାତ୍ରୀଙ୍କ ମୃତ୍ୟୁ ପରେ ସାରା ଦେଶ ଉଠୁଛି ପଡୁଛି। ଘଟଣାକୁ ନେଇ ସବୁଆଡୁ ତୀବ୍ର ବିରୋଧ କରାଯାଉଥିବାବେଳେ ଓଡ଼ିଶାକୁ...

Krushna Chandra Patra: ରାଜ୍ୟରେ ରହିଛନ୍ତି ଲକ୍ଷାଧିକ ଭୂତ ରାଶନକାର୍ଡଧାରୀ, ସବୁଠୁ ଏହି ଜିଲାରେ ଅଛନ୍ତି…

ଭୁବନେଶ୍ୱର,୧୯ା୨: ରାଜ୍ୟରେ ୩ ଲକ୍ଷ ୨୮ ହଜାର ୯୩୨ ଜଣ ଭୂତ ରାଶନାକାର୍ଡଧାରୀ ଅଛନ୍ତି। ଅର୍ଥାତ୍‌ ମୃତ ବ୍ୟକ୍ତିଙ୍କ ନାଁରେ ରହିଛି ରାଶନ କାର୍ଡ। e-KYC...

KIIT scandal: ନେପାଳ ଛାତ୍ରଙ୍କ ସହ କଥାହେଲେ Mohan Majhi, ଦେଲେ ବଡ଼ ପ୍ରତିଶ୍ରୁତି…

କିଟ୍‌ କାଣ୍ଡ: ନେପାଳ ଛାତ୍ରଙ୍କ ସହ କଥାହେଲେ ମୁଖ୍ୟମନ୍ତ୍ରୀ, ଦେଲେ ବଡ଼ ପ୍ରତିଶ୍ରୁତି… ଭୁବନେଶ୍ୱର,୧୯।୨: କିଟ୍‌ କାଣ୍ଡକୁ ନେଇ ସାରା ରାଜ୍ୟ ରାଜନୀତି ସରଗରମ ରହିଛି।...

Odisha Rain Update: ୪ ଦିନ ଛେଚିବ! ଏସବୁ ଜିଲାକୁ ଘଡଘଡି ବର୍ଷା ଆଲର୍ଟ

ଭୁବନେଶ୍ୱର,୧୯।୨: ଆସୁଛି Rain Alert। ୨୦ରୁ ୨୩ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ରହିଛି। ରାଜ୍ୟର ଅର୍ଦ୍ଧାଧିକ ଜିଲାରେ ବର୍ଷା ନେଇ ପାଣିପାଗ କେନ୍ଦ୍ର ସୂଚନା ଦେଇଛି।...

KIITରେ ନେପାଳୀ ଛାତ୍ରଙ୍କୁ ଆକ୍ରମଣ ଘଟଣା: ପୋଲିସ ଜାଣିଶୁଣି ଲଗାଇଛି କୋହଳ ଦଫା!

ଭୁବନେଶ୍ୱର,୧୯ା୨(ସତ୍ୟଜିତ୍‌ ରାଉତ): କିଟ୍‌ ବିଶ୍ୱ ବିଦ୍ୟାଳୟରେ ମୃତ ବି.ଟେକ୍‌ ଛାତ୍ରୀ ପ୍ରକ୍ରିତି ଲାମ୍‌ସଲ୍‌ଙ୍କୁ ନ୍ୟାୟ ଦାବିରେ ଆନ୍ଦୋଳନରତ ଛାତ୍ରୀଛାତ୍ରଙ୍କୁ ମାଡ଼ ମାରି କ୍ୟାମ୍ପସ୍‌ରୁ ବଳପୂର୍ବକ ବାହାର...

ବିପର୍ଯ୍ୟୟ ସହାୟତା ଘୋଷଣା କଲା କେନ୍ଦ୍ର, ଓଡ଼ିଶାକୁ ମିଳିବ ଏତିକି କୋଟି

ନୂଆଦିଲ୍ଲୀ,୧୯।୨: ବିପର୍ଯ୍ୟୟ ପୀଡ଼ିତଙ୍କୁ ୧୫୫୫ କୋଟିର ସହାୟତା ଘୋଷଣା କଲା କେନ୍ଦ୍ର । ଏନେଇ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏକ୍ସରେ ସୂଚନା ଦେଇଛନ୍ତି। କେନ୍ଦ୍ର...

Vigilance Raid: ଫସିଲେ ଡେପୁଟି କଲେକ୍ଟର, ଲାଞ୍ଚ ନେବାବେଳେ ମାଡ଼ିବସିଲା ଭିଜିଲାନ୍ସ

କେନ୍ଦୁଝର( ନରେଶ ଚନ୍ଦ୍ର ପଟ୍ଟନାୟକ) ୧୯।୨: ଭିଜିଲାନ୍ସ ଜାଲରେ ପଡିଲେ ଭୂ-ଅର୍ଜନ ଉପବିଭାଗର ଡେପୁଟି କଲେକ୍ଟର ଶରତ ଗିରି। ୫୦ ହଜାର ଲାଞ୍ଚ ନେବାବେଳେ ଭିଜିଲାନ୍ସ...

ଆଦଭିକ୍‌ ଶ୍ରୀବାସ୍ତବଙ୍କୁ ରିମାଣ୍ଡରେ ନେବ ପୋଲିସ, ଅଇଆରଓ, ହଷ୍ଟେଲ ୱାର୍ଡେନଙ୍କୁ ଜେରା ପାଇଁ…

ଭୁବନେଶ୍ୱର, ୧୯।୨ : KIIT ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀ ଆତ୍ମହତ୍ୟା ଘଟଣାରେ ନୂଆ ନୂଆ ତଥ୍ୟ ପଦାକୁ ଆସିବାରେ ଲାଗିଛି । ଅନ୍ୟପକ୍ଷେ ଘଟଣାର ମୁଖ୍ୟଅଭିଯୁକ୍ତ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri