ଅନୁଦାନପ୍ରାପ୍ତ କଲେଜ ଶିକ୍ଷକଙ୍କ ଦରମା ବଢ଼ିଲା: କ୍ୟାବିନେଟ୍‌ରେ ୧୨ ପ୍ରସ୍ତାବକୁ ମୋହର

ଭୁବନେଶ୍ୱର,୨୨।୧(ବ୍ୟୁରୋ): ରାଜ୍ୟର ଅନୁଦାନପ୍ରାପ୍ତ ବେସରକାରୀ କଲେଜ, ମାଧ୍ୟମିକ ସ୍କୁଲ ଶିକ୍ଷକ ଓ କର୍ମଚାରୀଙ୍କ ପାଇଁ ରାଜ୍ୟ ସରକାର ସଂଶୋଧିତ ସପ୍ତମ ବେତନ କମିଶନ ହାରରେ ଅନୁଦାନ ବ୍ୟବସ୍ଥା ଲାଗୁ କରିଛନ୍ତି। ଶିକ୍ଷକ ଓ କର୍ମଚାରୀମାନେ ସଂଶୋଧିତ ହାରରେ ଦରମା ପାଇବେ। ୨୦୨୨ ଜାନୁୟାରୀ ପହିଲାରୁ ଏହାକୁ ପିଛିଲା ଭାବେ ଲାଗୁ କରାଯାଇଛି। ଏଥିରେ ରାଜ୍ୟର ୧୫,୭୭୧ ଜଣ ଶିକ୍ଷକ ଓ କର୍ମଚାରୀ ଉପକୃତ ହେବେ। ଏଥିପାଇଁ ସରକାର ବାର୍ଷିକ ୨୯୦ କୋଟି ଟଙ୍କା ବ୍ୟୟ କରିବେ। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ ଶନିବାର ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଅନୁମୋଦନ କରାଯାଇଛି।
ଅନୁଦାନପ୍ରାପ୍ତ ବେସରକାରୀ କଲେଜ, କନିଷ୍ଠ ମହାବିଦ୍ୟାଳୟ ଓ ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଓ କର୍ମଚାରୀମାନେ ଓଡ଼ିଶା ସହାୟକ ଅନୁଦାନ ଆଦେଶ -୨୦୧୭ ଜରିଆରେ ଓଡ଼ିଶା ସଂଶୋଧିତ ବେତନ ହାର ନିୟମ-୨୦୦୮ ଅନୁଯାୟୀ ଅନୁଦାନ ପାଇଆସୁଥିଲେ। ସେମାନଙ୍କ ପାଇଁ ୨୦୧୮ ଜାନୁୟାରୀ ପହିଲାରୁ ଅନୁଦାନ (ସଂଶୋଧନ) ନୀତି-୨୦୨୨ ଦ୍ୱାରା ଓଡ଼ିଶା ସଂଶୋଧିତ ବେତନ ହାର ନିୟମ-୨୦୧୭କୁ ଲାଗୁ କରାଯାଇଥିଲା। ମାତ୍ର ଉକ୍ତ ଶିକ୍ଷକ ଓ କର୍ମଚାରୀମାନେ ୨୦୨୨ ଜାନୁୟାରୀ ପହିଲାରୁ ସଂଶୋଧିତ ହାରରେ ଦରମା ପାଉଥିଲେ। ଏହାଦ୍ୱାରା ୬୬୨ ବର୍ଗ କଲେଜ କର୍ମଚାରୀ ଓ ୪୮୮ ବର୍ଗ କଲେଜ ଅଧ୍ୟାପକ ଓ କର୍ମଚାରୀ କ୍ଷତିଗ୍ରସ୍ତ ହେଉଥିଲେ। ଏହାକୁ ନେଇ କର୍ମଚାରୀ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଓଡ଼ିଶା ସଂଶୋଧିତ ବେତନ ହାର ନିୟମ-୨୦୧୭କୁ ଆଧାର କରି ୨୦୧୮ ଜାନୁୟାରୀ ପହିଲା ପରିବର୍ତ୍ତେ ୨୦୨୨ ଜାନୁୟାରୀ ପହିଲାରୁ ସଂଶୋଧିତ ହାରରେ ବେତନ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏହାଦ୍ୱାରା ୨୦୧୮ ପରିବର୍ତ୍ତେ ପ୍ରକୃତ ବର୍ଦ୍ଧିତ ହାର ୨୦୨୨ ଜାନୁୟାରୀ ପହିଲାରୁ ଲାଗୁ କରାଯାଇଛି। ଏହି ସଂଶୋଧିତ ନୀତି ଲାଗୁ ହେବା ପରେ ପୂର୍ବରୁ କ୍ୟାବିନେଟରେ ନିଆଯାଇଥିବା ଓଡ଼ିଶା ଅନୁଦାନ(ସଂଶୋଧନ) ନୀତି-୨୦୨୨କୁ ବାତିଲ କରାଯାଇଛି। ଏଥିସହିତ ଶନିବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ମୋଟ ୧୨ଟି ପ୍ରସ୍ତାବ ଉପରେ ମୋହର ଲାଗିଛି।

ଏସ୍‌ଇବିସିରେ ସାମିଲ ହେବେ ୨୨ ଜାତି

ଓବିସି କମିଶନ ଆଇନରେ ସଂଶୋଧନ ପାଇଁ ଆସିଥିବା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ମିଳିଛି। ଏହାଦ୍ୱାରା ରାଜ୍ୟର ୨୨ ଜାତିକୁ ସାମାଜିକ ଓ ଅର୍ଥନୈତିକ ପଛୁଆ ବର୍ଗ(ଏସ୍‌ଇବିସି) ତାଲିକାରେ ଅନ୍ତର୍ଭୁକ୍ତ କରାଯାଇପାରିବ। ବର୍ତ୍ତମାନ ଓଡ଼ିଶାରେ ୨୨ଟି ଜାତି କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଜ୍ଞପ୍ତି ମାଧ୍ୟମରେ ଓଡ଼ିଶା ପାଇଁ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ତାଲିକାଭୁକ୍ତ ହୋଇଥିଲେ ମଧ୍ୟ ରାଜ୍ୟର ସାମାଜିକ ଓ ଅର୍ଥନୈତିକ ପଛୁଆ ବର୍ଗ(ଏସ୍‌ଇବିସି) ତାଲିକାରେ ଅନ୍ତର୍ଭୁକ୍ତ ହୋଇପାରିନାହାନ୍ତି। ଏସ୍‌ଇବିସିରେ ଉକ୍ତ ଜାତିଗୁଡ଼ିକୁ ସାମିଲ କରିବା ପାଇଁ ଓଡ଼ିଶା ପଛୁଆ ବର୍ଗ ଆୟୋଗ ଅଧିନିୟମ-୧୯୯୩ର ଧାରା-କ ଅଧୀନରେ ଥିବା ଉପଧାରା-୩କୁ ସଂଶୋଧନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ଫୁଟୁଛି ଓଡିଶା, ଅନୁଗୁଳ ସର୍ବୋଚ୍ଚ ଉତ୍ତପ୍ତ ସହର

ଭୁବନେଶ୍ୱର,୨୬।୪(ଅସମାପିକା ସାହୁ): ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri