Posted inଫୁରସତ

୨ ମିନିଟ୍‌ ପୂର୍ବରୁ ସରକାରୀ କର୍ମଚାରୀ ଅଫିସ ଛାଡ଼ିଲେ, କଟିଲା ମୋଟା ଅଙ୍କର ଦରମା; ଜାଣିଲେ…

ଭାରତରେ ସରକାରୀ କର୍ମଚାରୀ ନିଜ ଅଫିସକୁ କେତେବେଳେ ଆସନ୍ତି କେତେବେଳେ ଯା’ନ୍ତି ତାର କୌଣସି ଠିକଣା ନ ଥାଏ। ଅଫିସକୁ ବିଳମ୍ବରେ ଆସି ଘରକୁ ଶୀଘ୍ର ଚାଲିଯିବାର ଅନେକଙ୍କ ନିତିଦିନିଆ ଅଭ୍ୟାସ। ମାତ୍ର ଜାପାନରେ ନିୟମ କିନ୍ତୁ ଅଲଗା। ଏଠାରେ ସରକାରୀ କର୍ମଚାରୀ ମାତ୍ର ଦୁଇ ମିନିଟ୍‌ ପୂର୍ବରୁ ଅଫିସ ଛାଡ଼ି ଚାଲିଗଲେ ବୋଲି ତାଙ୍କର ମୋଟା ଅଙ୍କର ଦରମା କଟିଛି। ଯାହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ। ମାତ୍ର ଏହା ସତ।

ଏକ ରିପୋର୍ଟ ଅନୁଯାୟୀ, ୨୦୧୯ରୁ ୨୦୨୧ ଜାନୁୟାରୀ ମଧ୍ୟରେ ୩୧୬ ଥର କମର୍ଚାରୀମାନେ ଅଫିସ ୨ ମିନିଟ୍‌ ପୂର୍ବରୁ ଅଫିସ ଛାଡ଼ିଛନ୍ତି। ତେଣୁ ଏହି କର୍ମଚାରୀମାନଙ୍କର ଦରମା କଟାଯାଇଛି।

କିଛି କର୍ମଚାରୀ ନିଜର ଆଟେଡାନ୍ସରେ ଭୁଲ ଟାଇମ୍‌ ଲେଖିଥିଲେ। ତେଣୁ ସେମାନେ ଅଫିସରୁ ଶୀଘ୍ର ବାହାରି ଯାଉଥିଲେ। ଏଥିରେ ତାଙ୍କୁ ଏଜୁକେଶନ ବୋର୍ଡର ଲାଇଫଲଙ୍ଗ ଲର୍ନିଂ ଡିର୍ପାଟମେଣ୍ଟର ୫୯ ବର୍ଷୀୟ ଆସିଷ୍ଟାଣ୍ଟ ସେକ୍ସନ ମୁଖ୍ୟ କର୍ମଚାରୀ ସାହାଯ୍ୟ କରିଥିଲେ। ଫଳରେ ଦଣ୍ଡ ସ୍ବରୂପ ଯେଉଁମାନେ ଶୀଘ୍ର ଅଫିସ ଛାଡ଼ିଥିଲେ ସେମାନଙ୍କର ୩ ମାସର ଦରମା କାଟି ଦିଆଯାଇଛି। ଜଣେ ମହିଳା କର୍ମଚାରୀଙ୍କ ଅଫିସ ୫.୧୫ରେ ଅଫିସ ଛାଡ଼ିଦେଇଥିଲେ। କିନ୍ତୁ ତାଙ୍କ ଲଗ୍‌-ଆଉଟ୍‌ ଟାଇମ୍‌ ୫.୧୭ ଥିଲା। ସେ ଦୁଇ ମିନିଟ୍‌ ପୂର୍ବରୁ ଅଫିସ ଛାଡ଼ିଥିଲେ ବୋଲି ତାଙ୍କର ୩ ମାସର ଦରମା କଟିଛି। ସେହିପରି ଯେଉଁ କର୍ମଚାରୀମାନେ ଏପରି ୨ ମିନିଟ୍‌ ପୂର୍ବରୁ ଅଫିସ ଛାଡ଼ିଛନ୍ତି ସେମାନେ ସମସ୍ତେ ଦଣ୍ଡିତ ହୋଇଥିବା ଏକ ରିପୋର୍ଟରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ଛାଡ଼ିବା ଖୁସିରେ ଢୋଲ ବଜାଇ ମାଲିକଙ୍କ ସାମ୍ନାରେ ନାଚିଲେ କର୍ମଚାରୀ, ଚକିତ କରୁଛି Video

ଚାକିରି ଛାଡ଼ିବା ବେଳେ ଦୁଃଖ ଲାଗେ। କାରଣ କମ୍ପାନୀ ଏବଂ ସାଙ୍ଗରେ କାମ କରୁଥିବା ସହକର୍ମୀଙ୍କ ସହ ଏକପ୍ରକାର ନିବିଡ଼ତା ହୋଇଯାଇଥାଏ। ହେଲେ ସୋସିଆଲ ମିଡିଆରେ...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri