‘ସଲାମ ଭେଙ୍କି’ ଟ୍ରେଲର: କାଜଲଙ୍କ ଅଭିନୟ କନ୍ଦାଇବ ଦର୍ଶକଙ୍କୁ

ମୁମ୍ବାଇ: କାଜଲଙ୍କ ଅଭିନୀତ ଫିଲ୍ମ ‘ସଲାମ ଭେଙ୍କି’କୁ ଦର୍ଶକେ ବହୁ ସମୟ ଧରି ଅପେକ୍ଷା କରି ରହିଛନ୍ତି । ସୋମବାର ଏହାର ଟ୍ରେଲର ରିଲିଜ ହୋଇଛି । ଟ୍ରେଲର ଦେଖି ଅନୁମାନ କରାଯାଉଛି କି ଏହା ପାରିବାରିକ ସମସ୍ୟା ସହ ଜଡିତ ଏକ କାହାଣୀ । ଏଥିରେ କାଜଲ ଜଣେ ମାଆ ଭୂମିକାରେ ଅଭିନୟ କରିଛନ୍ତି ଯିଏ ନିଜ ପୁଅ ସାମ୍ନାରେ ଆସୁଥିବା ସମସ୍ତ ସମସ୍ୟା ସହ ଏକେଲା ଲଢୁଛନ୍ତି ଏହା ସହ ପୁଅକୁ ସାହସ ବି ଦେଉଛନ୍ତି । ଫିଲ୍ମର କାହାଣୀ ଇମୋଶନ, ଫ୍ୟାମିଲି ଡ୍ରାମା ଓ ଚ୍ୟାଲେଞ୍ଜରେ ଭରପୁର । ଫିଲ୍ମରେ କାଜଲଙ୍କ ପୁଅ ଭୂମିକାରେ ଅଭିନୟ କରଛନ୍ତି ବିଶାଲ ଜେଠୱା । ଏଥିରେ ତାଙ୍କ ନାମ ଭେଙ୍କଟେଶ ଓରଫ ଭେଙ୍କି ଭୂମିକାରେ ସେ ଅଭିନୟ କରିଛନ୍ତି । ଟ୍ରେଲରର ଆରମ୍ଭ ମା’ ଓ ପୁଅର ମଜାକ ସହ ଆରମ୍ଭ ହେଉଛି ।
ଉଭୟ ମଆ ପୁଅ ରାଜେଶ ଖାନ୍ନାଙ୍କ ଫିଲ୍ମର ଡାଏଲଗ ‘ଜିନ୍ଦେଗି ଲମ୍ବି ନେହିଁ ବଡି ହୋନି ଚାହିଏ ବାବୁ ମୋଶାୟ’ରୁ ଆରମ୍ଭ ହୋଇଛି । ଭେଙ୍କି କୌଣସି ଏକ ରୋଗରେ ପୀଡ଼ିତ, ସେ ହସ୍ପିଟାଲ ବେଡରେ ପଡି ରହିଥିବା ଦେଖାଯାଇଛି । ଫିଲ୍ମର ଟ୍ରେଲର ଦେଖି ଲାଗୁଛି ଫିଲ୍ମର କାହାଣୀ ଦର୍ଶକଙ୍କୁ ନିଶ୍ଚିତ ଛୁଇଁପାରିବ । ଏହାସହ ସବୁ ପ୍ରକାର ସମସ୍ୟା ଥାଇ ବି କେମିତି ହସିହସି ଜୀବନକୁ ବିତାଇବାକୁ ପଡିଥାଏ ତାହା ଥିରେ ଦର୍ଶାଯାଇଛି । ଭେଙ୍କି ରୋଗ ଗ୍ରସ୍ତ ହେଲେ ବି ସେ ତାଙ୍କ ସ୍ୱପ୍ନକୁ ପୂରଣ କରିବାକୁ ବେଶ ଆଶାବାଦୀ । ଏପଟେ ପୁଅ ସାମ୍ନାରେ କେବେବି ନିଜକୁ କମ ଜୋର କରି ନାହାନ୍ତି କାଜଲ । ଶେଷ ପର୍ଯ୍ୟନ୍ତ ସେ ତାଙ୍କ ପୁଅର ମନୋବଳକୁ ଦୃଢ କରି ରଖିଛନ୍ତି ।
ସୋସିଆଲ ମିଡିଆରେ ଟ୍ରେଲରକୁ ବେଶ ପସନ୍ଦ କରୁଛନ୍ତି ଦର୍ଶକେ । ଏହା ହିଟ ହେବା ସହ ଦର୍ଶକଙ୍କ ଆଖିରେ ଲୁହ ଭରିଦେବ ବୋଲି ଅନେକ କମେଣ୍ଟ କରିଛନ୍ତି । ଫିଲ୍ମରେ କାଜଲଙ୍କ ବ୍ୟତୀତ ଆମିର ଖାଁ, ରାହୁଲ ବୋଷ, ବର୍ଷା କୁକରେଜା, ପ୍ରକାଶ ରାଜ ଓ ଅହାନି କୁମାରୀ ମୁଖ୍ୟ ଭୂମିକାରେ ନଜର ଆସିବେ । ୧୯ ଡିସେମ୍ବରରେ ଏହା ରିଲିଜ୍ ହେବାର ଯୋଜନା ରହିଛି । ଭେଙ୍କି ରେବତିଙ୍କ ଦ୍ୱାରା ନିର୍ଦ୍ଦେଶିତ ।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri