ଅବହେଳିତ ଅବସ୍ଥାରେ ସାକ୍ଷୀଗୋପାଳ ମନ୍ଦିର

ସାକ୍ଷୀଗୋପାଳ, ୬।୩(ସ୍ବ.ପ୍ର.): ବୈଷ୍ଣବ ଧର୍ମର ଅନନ୍ୟ କ୍ଷେତ୍ର ତଥା ପୁରୀ ଜିଲାର ପ୍ରସିଦ୍ଧ ସାକ୍ଷୀଗୋପାଳ ମନ୍ଦିର ଏବେ ଅବହେଳିତ ହୋଇପଡ଼ିଛି। ରାଜ୍ୟ ପର୍ଯ୍ୟଟନ ବିଭାଗ, ଦେବୋତ୍ତର ବିଭାଗ ଓ ପ୍ରତ୍ନତତ୍ତ୍ୱ ବିଭାଗର ଦୃଷ୍ଟି ଆଢୁଆଳରେ ଏହି ମନ୍ଦିର ରହିଯାଇଛି। ଏକ ଦଶନ୍ଧି ଧରି ମନ୍ଦିରର ଆଖିଦୃଶିଆ ଉନ୍ନତିମୂଳକ କାର୍ଯ୍ୟ ହୋଇନାହିଁ। ଚଳିତବର୍ଷ ବଜେଟରେ ମଧ୍ୟ ସାକ୍ଷୀଗୋପାଳ ମନ୍ଦିର ପାଇଁ କୌଣସି ବ୍ୟୟବରାଦ ହୋଇନାହିଁ। ଏପରି କି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଲାଗି କୌଣସି ବ୍ୟବସ୍ଥା ଗ୍ରହଣ କରାଯାଇନାହିଁ। ଫଳରେ ସାକ୍ଷୀଗୋପାଳ ଅଞ୍ଚଳବାସୀ ଓ ସେବାୟତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ମନ୍ଦିର ଚତୁଃପାର୍ଶ୍ୱ ଅବସ୍ଥା ଦୟନୀୟ

ସାକ୍ଷୀଗୋପାଳ ମନ୍ଦିର ସମେତ ଚତୁଃପାର୍ଶ୍ୱ ଅବସ୍ଥା ଦୟନୀୟ ହୋଇପଡ଼ିଛି। ମୁଖ୍ୟ ମନ୍ଦିରରେ ୨୦ରୁ ଊର୍ଦ୍ଧ୍ୱ ବରଗଛ ଉଠିଥିବାବେଳେ ଠାକୁରଙ୍କ ଗୋଶାଳା ନଷ୍ଟ ହୋଇଯାଇଛି। ଗୋଶାଳାରେ ୨/୩ଟି ଗାଈ ଥିବାରୁ ବଜାରରୁ କ୍ଷୀର କିଣାଯାଇ ଭୋଗ ଲାଗି ହେଉଛି। ଶୌଚାଳୟ ଦୀର୍ଘଦିନ ହେବ ବନ୍ଦ ପଡ଼ିଛି। ନିକଟସ୍ଥ ପୋଖରୀ ପଙ୍କ ଓ ଦଳରେ ଭର୍ତ୍ତି ହୋଇଛି। ମନ୍ଦିର ସମ୍ମୁଖ ବିଜେଦାଣ୍ଡର ଅବସ୍ଥା ଶୋଚନୀୟ।

ସେବାୟତ, କର୍ମଚାରୀଙ୍କ ମଜୁରି ବୃଦ୍ଧି ଦାବି
ସାକ୍ଷୀଗୋପାଳ ବସଷ୍ଟାଣ୍ଡଠାରେ ଓଭରବ୍ରିଜ୍‌ଟି ନିର୍ମାଣ ଯୋଗୁ ସାକ୍ଷୀଗୋପାଳ ସହର ଭିତରକୁ ରାଜ୍ୟ ବାହାରର ବସ୍‌ଗୁଡ଼ିକ ନ ଆସି ସିଧା ପୁରୀ ଚାଲିଯାଉଛନ୍ତି। ଯାହାର ପ୍ରଭାବ ସାକ୍ଷୀଗୋପାଳ ମନ୍ଦିରର ସେବାୟତଙ୍କ ଉପରେ ପଡୁଛି। କରୋନା ସମୟରେ ସେବାନୀତି କରି ଚଳୁଥିବା ୧୫୦ରୁ ଊର୍ଦ୍ଧ୍ୱ ପରିବାରଙ୍କ ଅବସ୍ଥା ଦୟନୀୟ ହୋଇପଡ଼ିଥିଲା। ପରେ ମନ୍ଦିର ପାଣ୍ଠିରୁ ସେମାନଙ୍କୁ କିଛି ଅର୍ଥ ବିଧାୟକ ଦେଇଥିଲେ ହେଁ ତାହା ଯଥେଷ୍ଟ ନ ଥିଲା। ଏଠାରେ ପୂଜାପଣ୍ଡାଙ୍କୁ ଦିନକୁ ୬୦ଟଙ୍କା, ମେକାପଙ୍କୁ ୫୦, ପାଳିଆପାତ୍ରି ୨୫, ସୁଆର ୯୦, ପ୍ରତିହାରି ୨୫ଟଙ୍କା ଲେଖାଏ ମନ୍ଦିର ପ୍ରଶାସନ ତରଫରୁ ଦିଆଯାଇଥାଏ। ଏତେ କମ୍‌ ଟଙ୍କାରେ ପରିବାର ନେଇ ଚଳିବା କଷ୍ଟକର ହୋଇପଡୁଥିବା ସେବାୟତମାନେ କହିଛନ୍ତି। ଏ ନେଇ ମନ୍ଦିର ସୁପରଭାଇଜର ତଥା ସେବାୟତ ବିଶ୍ୱନାଥ ମହାପାତ୍ରଙ୍କ ନେତୃତ୍ୱରେ ଏକ ୧୦ଦଫା ଦାବି ସମ୍ବଳିତ ଦାବିପତ୍ର ମନ୍ଦିର ପ୍ରଶାସନକୁ ଦିଆଯାଇଛି। ଠିକ୍‌ ଏହିଭଳି ଦୁର୍ଦ୍ଦଶା ଠାକୁରଙ୍କ ଭୋଇ, ଧୋବା, ବାରିକ ଓ ମନ୍ଦିର କମିଟିର କର୍ମଚାରୀଙ୍କର ମଧ୍ୟ ରହିଛି। ମନ୍ଦିର କମିଟି କର୍ମଚାରୀ ୨୧ଜଣ ଥିବାବେଳେ ସେମାନଙ୍କ ପାଇଁ ମୋଟ ଦରମା ୨୧ହଜାର ଟଙ୍କା। ଅନ୍ୟ ମନ୍ଦିର ଭଳି ଏଠାରେ ବିଶେଷ ସୁବିଧା ସୁଯୋଗ ମିଳୁ ନ ଥିବା ଠାକୁରଙ୍କ ଅମିନ ସୁବାସ ଗଜେନ୍ଦ୍ର କହିଛନ୍ତି। ସେହିପରି ମନ୍ଦିର ସେବାୟତ ସଂଘ ସମ୍ପାଦକ କିଶୋର ମହାପାତ୍ର କହିଛନ୍ତି, ମନ୍ଦିରର ଶୃଙ୍ଖଳିତ ବ୍ୟବସ୍ଥା ସାଙ୍ଗକୁ ସେବାୟତଙ୍କ ଉନ୍ନତି ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯିବା ଜୁରରୀ। ଅନ୍ୟପକ୍ଷରେ ଏ ସମ୍ପର୍କରେ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଦେବୋତ୍ତର ବିଭାଗର ନିରୀକ୍ଷକ ବସନ୍ତ କୁମାର ପ୍ରଧାନଙ୍କୁ ପଚାରିବାରେ କହିଛନ୍ତି, ମୁଁ ଏଠାରେ ନୂତନ ଭାବେ ଯୋଗଦେଇଛି। ତେଣୁ ପର୍ଯ୍ୟାୟକ୍ରମେ ସମସ୍ତଙ୍କ ସହଯୋଗ ନେଇ ସବୁ ସମସ୍ୟାର ସମାଧାନ କରିବି। ପ୍ରଥମେ ପ୍ରଶାସନିକ କର୍ମଚାରୀଙ୍କ ପାଇଁ ଏକ ଇନସ୍ୟୁରାନ୍ସ ବ୍ୟବସ୍ଥା କରାଯିବା ସହ ସେବାୟତଙ୍କ ମୁଖ୍ୟ ଦାବିକୁ ପ୍ରାଥମିକ ଗୁରୁତ୍ୱ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

କୋଭିଡ୍‌ ଫଣ୍ଡକୁ ୯୦ ହଜାର ଦେଲେ ଠିକାଦାର

ଜି.ଉଦୟଗିରି,୨୦ା୪(ଡି.ଏନ୍‌.ଏ.)- ଜି.ଉଦୟଗିରି ପଞ୍ଚାୟତ ସମିତିର ଠିକାଦାରମାନେ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ (କୋଭିଡ)କୁ ୯୦ ହଜାର ଟଙ୍କାର ଏକ ଚେକ ଜି.ଉଦୟଗିରି ବିଡିଓ ଶାନ୍ତନୁ କୁମାର ନାୟକଙ୍କ...

୪ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

ଟାଙ୍ଗୀ(ଖୋର୍ଦ୍ଧା),୨୯ା୮(ଡି.ଏନ.ଏ.): ଟାଙ୍ଗୀ ଅବକାରୀ ବିଭାଗ ଅଧିକାରୀ ଓ କର୍ମକର୍ତ୍ତା ବୁଧବାର କୁହୁଡ଼ିରେ ଚଢ଼ାଉ କରି ୪କେଜି ୭ ଶହ ଗ୍ରାମ ଗଞ୍ଜେଇ ଜବତ କରିବା ସହ...

ନିର୍ବାହୀ ଯନ୍ତ୍ରୀଙ୍କୁ ଧମକ, ଠିକାଦାର ଗିରଫ

ଫୁଲବାଣୀ ଅଫିସ, ୧୫ା୨ – ଫୁଲବାଣୀ କ୍ଷୁଦ୍ର ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ ଧମକ ଦେଇ ଫେରାର ଥିବା ଠିକାଦାରଙ୍କୁ ଟାଉନ ଥାନା ପୋଲିସ ଗିରଫ...

ମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ରାଶନକାର୍ଡ ମିଳିଲା

ଜୁନାଗଡ,୨୦।୧୦(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ୍‌ ଆଟିଗଁାର ଜ୍ୟୋତ୍ସ୍ନା ଦୀପ ନାମ୍ନୀ ଜଣେ ମହିଳାଙ୍କୁ ଜୁନାଗଡ ବିଧାୟକ ତଥା ରାଜ୍ୟ ଶକ୍ତିମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର...

ସଂପ୍ରସାରଣ ସରିଲାଣି, ରାସ୍ତା ମଝିରୁ ହଟୁନି ଖୁଣ୍ଟ

ଜୟପୁର,୧୨।୨(ନି.ପ୍ର.) – ଜୟପୁର ସହରର ରାସ୍ତା ସଂପ୍ରସାରଣ କାମ ସରିଲା। କିନ୍ତୁ ରାସ୍ତା ମଝିରୁ ହଟିଲାନି ବିଦ୍ୟୁତ ଖୁଣ୍ଟ ଓ ନଳକୂପ। ପ୍ରଶାସନିକ ଅବହେଳା ଯୋଗୁ...

ଆବାସ ଯୋଜନାରେ ଅନିୟମିତତା: ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ

ପଦ୍ମପୁର,୧୩।୨(ଡି.ଏନ୍‌.ଏ.): ଭଦ୍ରକ ଜିଲା ପଦ୍ମପୁରର ସାନକୃଷ୍ଣପୁର ପଞ୍ଚାୟତରେ ଆବାସ ଯୋଜନାରେ ଅନିୟମିତତା ନେଇ ପଞ୍ଚାୟତ କାର୍ଯ୍ୟାଳୟରେ ଗୁରୁବାର ଗ୍ରାମବାସୀ ତାଲା ପକାଇ ଦେଇଛନ୍ତି। ଏଥିସହ ସରପଞ୍ଚ...

ନର୍ସିଂ ଛାତ୍ରୀଙ୍କୁ ଜଙ୍ଗଲରେ ଗଣବଳାତ୍କାର -ଭିଡିଓ ଭାଇରାଲ ପରେ ପୀଡିତା ଥାନାରେ ଅଭିଯୋଗ କଲେ

ଜୁନାଗଡ଼,୨୪।୯(ଡି.ଏନ.ଏ.) କଳାହାଣ୍ଡି ଜିଲାରେ ଏକ ଗଣ ବଳାତ୍କାର ଘଟଣା ଘଟିଛି। ଜଣେ ନର୍ସିଂ ଛାତ୍ରୀଙ୍କୁ ଲିଫ୍ଟ ଦେବା ଆଳରେ ଜଙ୍ଗଲକୁ ନେଇ ଗଣବଳାକତ୍ାର କରାଯାଇଛି ା...

ସୂଚନା ଅଧିକାର କର୍ମୀ ଅଭିମନ୍ୟୁ ପଣ୍ଡା ହତ୍ୟା ଘଟଣାର ପର୍ଦ୍ଦାଫାଶ: ୫ ଗିରଫ

କୋଟଗଡ଼,୨୯।୧୨ (ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଅଞ୍ଚଳ ସୂଚନା ଅଧିକାର କର୍ମୀ ଅଭିମନ୍ୟୁ ପଣ୍ଡାଙ୍କୁ ଗତ ୧୦ ତାରିଖରେ ଗୁଳିକରି ହତ୍ୟା କରାଯାଇଥିଲା। ଏହି ବହୁ...

Advertisement
Archives

Model This Week