Posted inଖେଳ

ପ୍ରଥମେ ସ୍ବାମୀ ନୁହେଁ, ଏହି ଖେଳାଳିଙ୍କୁ ଝିଅ ହେବା ଖବର ଜଣାଇଥିଲେ ଧୋନୀଙ୍କ ସ୍ତ୍ରୀ

ପୂର୍ବତନ ଭାରତୀୟ ଅଧିନାୟକ ଏମ୍‌ଏସ୍‌ ଧୋନୀ ସ୍ତ୍ରୀ ସାକ୍ଷୀ ନିକଟରେ ନିଜ ୩୨ତମ ଜନ୍ମଦିବସ ପାଳନ କରିଛନ୍ତି। ସେ ସ୍ବାମୀ ଏବଂ ଝିଅ ଜିଭା ସହ ଦୁବାଇ ଜନ୍ମଦିନ ପାଳନ କରିଛନ୍ତି। ମାମାଙ୍କ ଜନ୍ମଦିନରେ ଖୁବ୍‌ ମସ୍ତି କରିଥିଲେ ଜିଭା। ତାଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଳ ହୋଇଛି। ସମସ୍ତେ ଭଲ ଭାବରେ ଜାଣିଛନ୍ତି ଯେ ଉଭୟ ମାହି ଏବଂ ଜିଭା ପରସ୍ପରର ଅତି ନିକଟତର। ସାକ୍ଷୀ ଧୋନୀ ନିଜେ ମଧ୍ୟ ଏହି ସତ୍ୟକୁ ଗ୍ରହଣ କରିଛନ୍ତି। ମୁଁ ୧୦ ଥର କହିବା ପରେ ମଧ୍ୟ ଜିଭା ମୋ କଥା ଶୁଣନ୍ତି ନାହିଁ, କିନ୍ତୁ ମାହି ଥରେ କହିଲେ ସେ ସବୁ କାମ କରନ୍ତି । ଜିଭା ଫେବୃଆରୀ ୬, ୨୦୧୫ରେ ଜନ୍ମ ହୋଇଥିଲେ ଏବଂ ଧୋନୀ ସେହି ସମୟରେ ଅଷ୍ଟ୍ରେଲିଆ ଗସ୍ତରେ ଥିଲେ। ଏପରି ପରିସ୍ଥିତିରେ ଧୋନୀଙ୍କ ଉପରେ ଅନେକ ଦାୟିତ୍ୱ ଥିଲା। ସେ ନିଜ ଡ୍ୟୁଟିରେ ଥିବାରୁ ତାଙ୍କ ଝିଅ ଜନ୍ମ ପରେ ଭାରତକୁ ଫେରି ନ ଥିଲେ। ଖୁବ କମ ଲୋକ ଜାଣିଥିବେ ଯେ ସାକ୍ଷୀ ପ୍ରଥମେ ଜିଭା ଜନ୍ମ ଖବର ଧୋନୀଙ୍କୁ ନ ଦେଇ ସାଥୀ ଖେଳାଳି ସୁରେଶ ରାଇନାଙ୍କୁ ଦେଇଥିଲେ। ବିଶ୍ୱକପକୁ ଧ୍ୟାନରେ ରଖି ଧୋନୀ ଅଭ୍ୟାସ ସମୟରେ ତାଙ୍କ ସହିତ ଫୋନ ରଖି ନ ଥିଲେ। ଏହି କାରଣରୁ, ସାକ୍ଷୀ ପ୍ରଥମେ ସୁରେଶ ରାଇନାଙ୍କୁ ଏହି ଖବର ଦେଇଥିଲେ ଏବଂ ପରେ ରାଇନା ଏହି ଖୁସି ଖବର ଧୋନୀଙ୍କୁ ଜଣାଇଲେ । ଲକଡାଉନ ସମୟରେ ଇନଷ୍ଟାଗ୍ରାମ ଲାଇଭରେ ଇନଷ୍ଟାଗ୍ରାମ ସୁପର କିଙ୍ଗ୍ସ ସହିତ ଏକ ବାର୍ତ୍ତାଳାପରେ ସାକ୍ଷୀ ଏହା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri