Posted inଖେଳ

ପ୍ରଥମେ ସ୍ବାମୀ ନୁହେଁ, ଏହି ଖେଳାଳିଙ୍କୁ ଝିଅ ହେବା ଖବର ଜଣାଇଥିଲେ ଧୋନୀଙ୍କ ସ୍ତ୍ରୀ

ପୂର୍ବତନ ଭାରତୀୟ ଅଧିନାୟକ ଏମ୍‌ଏସ୍‌ ଧୋନୀ ସ୍ତ୍ରୀ ସାକ୍ଷୀ ନିକଟରେ ନିଜ ୩୨ତମ ଜନ୍ମଦିବସ ପାଳନ କରିଛନ୍ତି। ସେ ସ୍ବାମୀ ଏବଂ ଝିଅ ଜିଭା ସହ ଦୁବାଇ ଜନ୍ମଦିନ ପାଳନ କରିଛନ୍ତି। ମାମାଙ୍କ ଜନ୍ମଦିନରେ ଖୁବ୍‌ ମସ୍ତି କରିଥିଲେ ଜିଭା। ତାଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଳ ହୋଇଛି। ସମସ୍ତେ ଭଲ ଭାବରେ ଜାଣିଛନ୍ତି ଯେ ଉଭୟ ମାହି ଏବଂ ଜିଭା ପରସ୍ପରର ଅତି ନିକଟତର। ସାକ୍ଷୀ ଧୋନୀ ନିଜେ ମଧ୍ୟ ଏହି ସତ୍ୟକୁ ଗ୍ରହଣ କରିଛନ୍ତି। ମୁଁ ୧୦ ଥର କହିବା ପରେ ମଧ୍ୟ ଜିଭା ମୋ କଥା ଶୁଣନ୍ତି ନାହିଁ, କିନ୍ତୁ ମାହି ଥରେ କହିଲେ ସେ ସବୁ କାମ କରନ୍ତି । ଜିଭା ଫେବୃଆରୀ ୬, ୨୦୧୫ରେ ଜନ୍ମ ହୋଇଥିଲେ ଏବଂ ଧୋନୀ ସେହି ସମୟରେ ଅଷ୍ଟ୍ରେଲିଆ ଗସ୍ତରେ ଥିଲେ। ଏପରି ପରିସ୍ଥିତିରେ ଧୋନୀଙ୍କ ଉପରେ ଅନେକ ଦାୟିତ୍ୱ ଥିଲା। ସେ ନିଜ ଡ୍ୟୁଟିରେ ଥିବାରୁ ତାଙ୍କ ଝିଅ ଜନ୍ମ ପରେ ଭାରତକୁ ଫେରି ନ ଥିଲେ। ଖୁବ କମ ଲୋକ ଜାଣିଥିବେ ଯେ ସାକ୍ଷୀ ପ୍ରଥମେ ଜିଭା ଜନ୍ମ ଖବର ଧୋନୀଙ୍କୁ ନ ଦେଇ ସାଥୀ ଖେଳାଳି ସୁରେଶ ରାଇନାଙ୍କୁ ଦେଇଥିଲେ। ବିଶ୍ୱକପକୁ ଧ୍ୟାନରେ ରଖି ଧୋନୀ ଅଭ୍ୟାସ ସମୟରେ ତାଙ୍କ ସହିତ ଫୋନ ରଖି ନ ଥିଲେ। ଏହି କାରଣରୁ, ସାକ୍ଷୀ ପ୍ରଥମେ ସୁରେଶ ରାଇନାଙ୍କୁ ଏହି ଖବର ଦେଇଥିଲେ ଏବଂ ପରେ ରାଇନା ଏହି ଖୁସି ଖବର ଧୋନୀଙ୍କୁ ଜଣାଇଲେ । ଲକଡାଉନ ସମୟରେ ଇନଷ୍ଟାଗ୍ରାମ ଲାଇଭରେ ଇନଷ୍ଟାଗ୍ରାମ ସୁପର କିଙ୍ଗ୍ସ ସହିତ ଏକ ବାର୍ତ୍ତାଳାପରେ ସାକ୍ଷୀ ଏହା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇତିହାସ ରଚିଲେ ରସିଦ୍ ଖାନ୍: ବିଶ୍ୱର ପ୍ରଥମ ବୋଲର ଭାବେ କଲେ ଏମିତି ରେକର୍ଡ

ନୂଆଦିଲ୍ଲୀ,୧୬।୨: ଆଫଗାନିସ୍ତାନର ଅଧିନାୟକ ରଶିଦ ଖାନ୍ କ୍ରିକେଟ୍ ଜଗତରେ ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି। ସୋମବାର ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଅନୁଷ୍ଠିତ ଆଇସିସି ପୁରୁଷ…

ପରବର୍ତ୍ତୀ ରାଜନୀତିକୁ ନେଇ ମୁହଁ ଖୋଲିଲେ ଅରବିନ୍ଦ ମହାପାତ୍ର, ବିଧାନସଭାରେ ଯଦି…

ଭୁବନେଶ୍ବର,୧୬।୨: ବିଜେଡିରୁ ନିଲମ୍ବନ ପରଠାରୁ ଚର୍ଚ୍ଚାରେ ରହିଛନ୍ତି ଅରବିନ୍ଦ ମହାପାତ୍ର । ନିଲମ୍ବନ ଓ ପରବର୍ତ୍ତୀ ରାଜନୀତିକୁ ନେଇ ଆଜି ସେ ମୁହଁ ଖୋଲିଛନ୍ତି । ନବୀନ…

ହିମସ୍ଖଳନ ପରେ ଟ୍ରେନ ଦୁର୍ଘଟଣା, ଅନେକେ ଆହତ

ଗପ୍ପେନଷ୍ଟାଇନ,୧୬।୨: ସୋମବାର ଦକ୍ଷିଣ ସ୍ବିଜରଲ୍ୟାଣ୍ଡରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଗପ୍ପେନଷ୍ଟାଇନ ଗାଁ ନିକଟରେ ହିମସ୍ଖଳନ ପରେ ୮୦ ଜଣ ଲୋକଙ୍କୁ ନେଇ ଯାଉଥିବା ଏକ ଯାତ୍ରୀବାହୀ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର

ସମ୍ବଲପୁର,୧୬।୨(ପ୍ରମୋଦ ବହିଦାର): ସମ୍ବଲପୁରର ବିଧାୟିକା ତଥା ସମାଜସେବୀ ଓ ବିଶିଷ୍ଟ ଚିକିତ୍ସକ ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର । ସୋମବାର ସକାଳେ ତାଙ୍କୁ ଠିକ୍ ଭାବେ…

କିଛି ଘଣ୍ଟା ମଧ୍ୟରେ ଇସ୍ତଫା ଫେରାଇ ନେଲେ ଏହି କଂଗ୍ରେସ ନେତା, ହେଲେ କାହିଁକି ନେଲେ ଏଭଳି ନିଷ୍ପତ୍ତି? ଜାଣନ୍ତୁ…

ଗୁଆହାଟି,୧୬।୨: ଆସାମ କଂଗ୍ରେସ ଦଳର ପୂର୍ବତନ ସଭାପତି ଭୂପେନ କୁମାର ବୋରା ସୋମବାର (୧୬ ଫେବୃଆରୀ, ୨୦୨୬) ଦିନ ଦଳର ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ଇସ୍ତଫାପତ୍ର ପ୍ରଦାନ…

ହାସ୍ୟ ଅଭିନେତା ରାଜପାଳ ଯାଦବଙ୍କୁ ଦିଲ୍ଲୀ ହାଇକୋର୍ଟରୁ ମିଳିଲା ଆଶ୍ୱସ୍ତି, ଜାମିନ ପାଇଁ ଦେବାକୁ ପଡ଼ିଲା ଏତେ କୋଟି ଟଙ୍କା

ନୂଆଦିଲ୍ଲୀ,୧୬।୨: ଚେକ-ବାଉନ୍ସ ମାମଲାରେ ତିହାର ଜେଲରେ ଥିବା ଅଭିନେତା ରାଜପାଲ ଯାଦବଙ୍କୁ ସୋମବାର ଦିଲ୍ଲୀ ହାଇକୋର୍ଟରୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ତାଙ୍କ ଜାମିନ ଆବେଦନର ଶୁଣାଣି…

ଲକ୍ଷାଧିକ ଟଙ୍କା ନେଇ ବାଇକରେ ଯାଉଥିଲେ ଧାନ ବ୍ୟବସାୟୀ, ଅଧାବାଟରେ ବନ୍ଧୁକ ଦେଖାଇ ଲୁଟେରା….

କେନ୍ଦୁଝର,୧୬ା୨ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା କେନ୍ଦୁଝର – ପାଟଣା ରାସ୍ତାର ମଇଦାନକେଲ ନିକଟରେ ବଡ଼ ଧରଣର ଲୁଟ୍ । ସୋମବାର ସକାଳେ ପ୍ରାୟ…

ପରୀକ୍ଷା ଦେବେନାହିଁ ବୈଭବ ସୂର୍ଯ୍ୟବଂଶୀ, କାରଣ କହିଲେ ପିତା

ନୂଆଦିଲ୍ଲୀ,୧୬।୨: ଆଇସିସି ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ରେ ଟିମ ଇଣ୍ଡିଆର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ସମ୍ପର୍କରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri