Categories: ଖେଳ

୨୦୦ମିଟର ଫ୍ରିଷ୍ଟାଇଲ୍‌ରେ ସଜନଙ୍କ ଜାତୀୟ ରେକର୍ଡ

ନୂଆଦିଲ୍ଲୀ, ୨୮ା୬ (ପି.ଟି.)- ଇଟାଲୀର ରୋମ୍‌ଠାରେ ଚାଲିଥିବା ସିଟେ କୋଲି ଟ୍ରଫି ସନ୍ତରଣ ପ୍ରତିଯୋଗିତାରେ ଭାରତର ସଜନ ପ୍ରକାଶ ୨୦୦ ମିଟର ଫ୍ରିଷ୍ଟାଇଲ ଇଭେଣ୍ଟରେ ନୂଆ ଜାତୀୟ ରେକର୍ଡ ପ୍ରତିଷ୍ଠା କରିଛନ୍ତି। ଫିନା ସ୍ବୀକୃତିପ୍ରାପ୍ତ ଏହି ଅଲିମ୍ପିକ କ୍ୱାଲିଫାୟରରେ ପ୍ରକାଶ ୧:୪୯.୭୩ ସେକେଣ୍ଡ ଟାଇମିଂରେ ରେସ୍‌ ଶେଷ କରି ଏହି ସଫଳତା ହାସଲ କରିଛନ୍ତି। ପୂର୍ବରୁ ଏହି ରେକର୍ଡ ବିର୍ଦ୍ଧଓ୍ବାଲ ଖାଡେଙ୍କ ନାମରେ ରହିଥିଲା ଖାଡେ ୨୦୧୦ ଏସିଆନ ଗେମ୍ସରେ ୧:୪୯.୮୬ ସେକେଣ୍ଡ ଟାଇମିଂରେ ବ୍ରୋଞ୍ଜ ଜିତିବା ସହ ଜାତୀୟ ରେକର୍ଡ ପ୍ରତିଷ୍ଠା କରିଥିଲେ। ଏଥକୁ ମିଶାଇ ସଜନ ଚଳିତ ମାସରେ ୩ଥର ଜାତୀୟ ରେକର୍ଡ ଭଙ୍ଗ କରିଛନ୍ତି। ଶନିବାର ପୁରୁଷ ୨୦୦ ମିଟର ବଟର ଫ୍ଲ୍‌ାଏ ଇଭେଣ୍ଟରେ ସେ ରେକର୍ଡ ଭଙ୍ଗକରୀ ୧:୫୬.୩୮ ସେକେଣ୍ଡ ଟାଇମିଂ ସହ ପ୍ରଥମ ଭାରତୀୟ ସନ୍ତରଣକାରୀ ଭାବେ ଅଲିମ୍ପିକ କ୍ୱାଲିଫାଇଂ ଟାଇମ୍‌ ହାସଲ କରିଥିଲେ। ସଜନ ଗତ ସପ୍ତାହରେ ବେଲଗ୍ରେଡ୍‌ ଟ୍ରଫି ସନ୍ତରଣ ପ୍ରତିଯୋଗିତାରେ ୧:୫୬.୯୬ ସେକେଣ୍ଡ ଟାଇମିଂ ସହ ନିଜ ଦ୍ୱାରା ପ୍ରତିଷ୍ଠିତ ଜାତୀୟ ରେକର୍ଡକୁ ଭଙ୍ଗ କରିଥିଲେ।

Share