Categories: ଖେଳ

ଅଲିମ୍ପିକ ଯୋଗ୍ୟତା ଟାଇମିଂ ହାସଲରେ ସଜନ ପ୍ରଥମ

ନୂଆଦିଲ୍ଲୀ, ୨୭ା୬ (ପି.ଟି.)-ସଜନ ପ୍ରକାଶ ପ୍ରଥମ ଭାରତୀୟ ସନ୍ତରଣକାରୀ ଭାବେ ଅଲିମ୍ପିକ ଯୋଗ୍ୟତା ଟାଇମ ହାସଲ କରି ଇତିହାସ ସୃଷ୍ଟି କରିଛନ୍ତି। ଇଟାଲୀର ରୋମ୍‌ଠାରେ ଚାଲିଥିବା ସିଟେ କୋଲି ଟ୍ରଫି ପୁରୁଷ ୨୦୦ ମିଟର ବଟରଫ୍ଲାଏ ଇଭେଣ୍ଟରେ ସେ ୧: ୫୬: ୩୮ ସେକେଣ୍ଡ ଟାଇମିଂରେ ତାଙ୍କ ରେସ୍‌ ଶେଷ କରିଥିଲେ। ୨୭ ବର୍ଷୀୟ ସଜନ ୨୦୧୬ ରିଓ ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ୱ କରିଥିଲେ। ସେ ଟୋକିଓ ଗେମ୍ସ ‘ଏ’ ଷ୍ଟାଣ୍ଡାର୍ଡ ଟାଇମିଂ ୧:୫୬.୪୮ ସେକେଣ୍ଡକୁ ୦.୧ ସେକେଣ୍ଡରେ ଅତିକ୍ରମ କରିଯାଇଥିଲେ। କେରଳର ଏହି ସନ୍ତରଣକାରୀ ୨୦୦ମିଟର ବଟରଫ୍ଲାଏ ଇଭେଣ୍ଟରେ କ୍ରମାଗତ ଭାବେ ଉନ୍ନତି କରିବାରେ ଲାଗିଛନ୍ତି। ଗତ ସପ୍ତାହରେ ବେଲ୍‌ଗ୍ରେଡ୍‌ ଟ୍ରଫି ସୁଇମିଂ ପ୍ରତିଯୋଗିତାରେ ସେ ୧:୫୬.୯୬ ସେକେଣ୍ଡ ଟାଇମିଂରେ ରେସ୍‌ ଶେଷ କରିବା ଦ୍ୱାରା ଅଳ୍ପକେ ଅଲିମ୍ପିକ କ୍ୱାଲିଫିକେଶନ ଅଙ୍କ ହାସଲ କରିପାରି ନ ଥିଲେ।

Share